ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଫିରିଙ୍ଗିଆର ସ୍ମରଣୀୟ ଶିକ୍ଷକ

                                                            ଗୋବିନ୍ଦଚନ୍ଦ୍ର     ମହାନ୍ତି
                
                                            ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତି


                    ଫିରିଙ୍ଗିଆ,କନ୍ଧମାଳରେ ଏହା ଏକ ଜଣାଶୁଣା ଜାଗା । ଆଜିକାଲି ଏହା ଏକ ଛୋଟ ସ ହରରେ ପରିଣତି ହେଲାଣି ।କିନ୍ତୁ ଆଜକୁ ଅଳିଷ ବର୍ଷ ତଳେ ଏହାଥିଲା ଏକ ଦୁର୍ଗମ ଅଞ୍ଚଳ । ସେତେବେଳେ ଫିରିଙ୍ଗିଆରେ ଜିପ୍ ଟିଏ ବି ଫଞ୍ଚିଗଲେ ତାକୁ ଦେଖିବାକୁ ପିଲାଛୁଆ ଜମି  ଯା ଉଥିଲେ । ସେଠାରେ ବେଳ ପଡିଲେ  ଚା ଉଳ ତାମ୍ବିଆ କିମ୍ବା ଲୁଣ  ଟିଏ   ମଧ୍ଧ ମିଳୁନଥିଲା । ପୋଲିସ୍ ଥାନା , ବନ ବିଭାଗ ଅଫିସ୍ , ଡାକ୍ତର ଖାନା , ପଶୁ ଚକିସ୍ଯା କେନ୍ଦ୍ର ସାଙ୍ଗକୁ ସେଠାରେ ଥିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।ଫିରିଙ୍ଗିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟଟି ସେତେବେଳେଥିଲା ଫିରିଙ୍ଗିଥାନା  ଇଲାକାର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ।  ସେଠାରେ ପ୍ରଥମ ଶ୍ରେଣୀଠାରୁ  ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ  ପାଠ ପଢାନ୍ତି ଦୁଇ ଜଣ  ମାତ୍ର  ଶିକ୍ଷକ । ଫିରିଙ୍ଗିଥାନା ଇଲାକାରେ ସତରଟି ନିମ୍ନ ପ୍ରାଥମିକ  ସ୍କୁଲ ଓ ସାତୋଟି ସେବାଶ୍ରମ , ଅଧିକାଶଂ  ଅଧିବାସୀ ଆଦିବାସୀ  କନ୍ଦ ସଂପ୍ରଦାୟର । ତାଙ୍କ ପିଲାମାନେ ନିମ୍ନ ପ୍ରାଥମିକ ପାଠ ଶେଷ କରିବା ପୂର୍ବରୁ ସେଥିରୁ  ଅନେକ  ପିଲା  ପଢାଛାଡିଦିଅନ୍ତି । ଯେଉଁ କେତେକ ପିଲା ତୃତୀୟ ଶ୍ରେଣୀ ପାସ୍ କରନ୍ତି, ସେମାଙ୍କମଧ୍ଧରୁ  ୧୫ ଜଣ ଖଣ୍ଡେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇ ପଢିବା ପାଇଁ  ଫିରିଙ୍ଗି ଆସନ୍ତି । ସ୍କୁଲ  ହଡାରେ ଝାଟିମାଟି କାନ୍ଥ ଦିଆ ଛଣଛପର  ହୋଇଥିବା ଦୁଇ ଧାଡି ହଷ୍ଟେଲଘର ସେଠାରେ ପ୍ରାୟ ୨୦/୨୫ ଜଣ ଅନ୍ତେବାସୀ ରହ ନ୍ତି ।  ପାଠ ପଢନ୍ତି । ସେତେବେଳର ଫିରିଙ୍ଗିଆରେ ଚଳିବାଯେ , କେତେ ସାଧ୍ଧ୍ୟ ଥିଲା ତାହା ଲେଖିବସିଲେ ପୋଥିଟିଏ ହେବ
                                             ଉଣେଇଶି ଶହ ସତାବନ ମସିହା ନଭେମ୍ବର ମାସ ଚୁଦ ତାରିଖ ଶିଶୁଦିବଦ । ଫିରିଙ୍ଗିଆ ଉ ପ୍ରା ସ୍କୁଲ ସେଦିନ ଡାକୁଚି ।   ଫିରିଙ୍ଗିଆ ସ୍କୁଲ ପଡିଆରେ ଶିଶୁଦିବସ ଉପଲକ୍ଷେ ଚାଲିଥାଏ ଛାତ୍ରଛାତ୍ରୀମାନଙ୍କ ମଧ୍ଧରେ କ୍ରିଡା ପ୍ରତିଯୋଗିତା , ଫିରିଙ୍ଗିଆ ଚାରିପଟେ ଆଠ ମାଇଲ ଦୂର ପ୍ରର୍ଯ୍ୟନ୍ତ ଯେତେଗୁଡାଏ ନିମ୍ନ ପ୍ରାଥମିକ ସ୍କୁଲ ଓ ସେବାଶ୍ରମ ଥାଏ