ସଭାପତି ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ୟାମସୁନ୍ଦର ମିଶ୍ର ସମ୍ପାଦକ ହୋଇଥିଲେ । ଶ୍ରୀ ମିଶ୍ର, କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରତିନିଧି ରୂପେ ଏଥିରେ ଯୋଗ ଦେଇଥିଲେ । ସେଠାରେ ଶ୍ରୀ ମିଶ୍ରଙ୍କର ମୌଳିକ ଚିନ୍ତା ଓ ଉତ୍ସାହ ଲକ୍ଷ୍ୟକରି ତାଙ୍କୁ ରାଜ୍ୟ କାର୍ଯ୍ୟକାରୀ କମିଟିର ସଭ୍ୟ ରୂପେ ନିର୍ବାଚିତ କରାଯାଇଥିଲା । ସେ ଅନେକ ବର୍ଷ ଧରି ଏହି ସଂଗଠନର ଜିଲ୍ଲା ସ୍ତରୀୟ ନେତୃତ୍ୱ ନେଇଥିଲେ । ନିଖିଳ ଉତ୍କଳ ପ୍ରାଥମିକଶିକ୍ଷକ ଫେଡେରେସନର ତତ୍କାଳୀନ ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ସାହୁ ତାଙ୍କୁ ଲେଖିଥିଲେ"ପ୍ରଣାମ...ମାତ୍ର ଦିଙ୍କ ପାଇଁ ସାକ୍ଷାତ୍ ଭିତରେକେତେ ମିନିଟ୍ ମାତ୍ର କଥାବାର୍ତ୍ତା । ଆପଣଙ୍କ ନବପ୍ରାଥମିକ ଶିକ୍ଷକ ଫେଡେରେସନ୍ ଗଢ଼ାଯିବା ଦିନଠାରୁ ଅନୁଷ୍ଠାନର ଜଣେ କର୍ମୀ ଭାବେ ଶୁଣୁଥିଲେ, ସେଦିନ ରାୟଗଡ଼ା ପାର୍ବତୀପୁର ବସ୍ ରେ ଦେଖାହେଲା । ବଣ ପାହାଡ଼ଘେରା କୋରାପୁଟରେ ସବୁ ଶିକ୍ଷକ ଭାଇ ମୋର ଆପଣଙ୍କ ପରି ଟାଣ ମନୋବୃତ୍ତିର ହୋଇଯାଆନ୍ତୁ ବୋଲି ମୁଁ ଦିନ୍ ଠାକୁରଙ୍କୁ ଡାକୁଛି...... ଆପଣଙ୍କ ଠାରେ ଭୁ ଆଦର୍ଶ ରହିଛି...।"
(ଚିଠି ତା.୧୨.୯.୧୯୬୨)
କହିବା ବହୁଲ୍ୟ ଏହି ପ୍ରବୀଣ ଆଦର୍ଶ ଶିକ୍ଷକଙ୍କର ଅସଂଖ୍ୟ ଛାତ୍ର ସୈନିକ,ବୈଜ୍ଞାନିକ,ପ୍ରଶାସକ,ଶିକ୍ଷକ,ଡାକ୍ତର,ଇଞ୍ଜିନିୟର, ରାଜନୈତିକ ନେତା ଓ ମନ୍ତ୍ରୀ ଭଳି ସମାଜର ଦାୟିତ୍ୱପୂର୍ଣ୍ଣ ତଥା ସମ୍ମାନଜନକ ପଦପଦବୀରେ ଅଧିଷ୍ଠିତ । ଭିବିନ୍ନ ଅବସରରେ ଛାତ୍ର ଶିକ୍ଷକଙ୍କ ମିଳନ ବେଳେ 'ଲକ୍ଷ୍ମୀମାଷ୍ଟ୍ର'ଙ୍କ ସ୍ମୃତି ଯେ ସେମାନଙ୍କ ମନରେ ସଂଜୀବିତ ଏହାର ପ୍ରମାଣ ଅତି ହୃଦୟସ୍ପର୍ଶୀ ଦୃଶ୍ୟମାନଙ୍କର ବାରି ହୁଏ ।
ଶ୍ରୀ ମିଶ୍ରଙ୍କର ପ୍ରତ୍ୟୁତ୍ପନ୍ନମତିତାର ଏକ ଦୃଷ୍ଟାନ୍ତ ଏକାନ୍ତ ନାଟକୀୟ । ସେ ରାୟଗଡ଼ାରେ ଥାଆନ୍ତି । ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ରେଳ ଯୋଗେ ସେହିବାଟ ଦେଇ ଦକ୍ଷିଣ ଭାରତ ଯାଉଥାନ୍ତି । ରାୟଗଡ଼ା ବଡ଼ ଷ୍ଟେସନ୍ ହେତୁ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଟ୍ରେନ୍ ସେଠାରେ ନଅଟକି ତା' ପୂର୍ବରୁ ତରୁଭାଲି ଷ୍ଟେସନରେ ଅଟକିବାର ଥାଏ । ରାୟଗଡ଼ାର କେତେକ ବିଶିଷ୍ଟ ବକ୍ତି ଏକଥା ଜାଣି ତରୁଭାଲି ଷ୍ଟେସନରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଯାଇଥାନ୍ତି । ଶ୍ରୀ ମିଶ୍ର ମଧ୍ୟ ସେହି ଦଳରେ ଥାନ୍ତି । ତରୁଭାଲି ଷ୍ଟେସନ୍ ରେ ପହଞ୍ଚିଲା ବେଳକୁ ରେଳ ଛାଡ଼ିବା ଉପରେ । ସମସ୍ତେ କିପରି ରାଷ୍ଟ୍ରପତିଙ୍କୁ ଦେଖିବେ ଏହି