ସବୁ ପାଖେ ପାଖେ ରଖିନିମାଇଁ ସାର୍ ଯେଉଁ ଗୁରୁଦାୟୀତ୍ୱ ସୁରୁଖୁରୁ ରେ ସଂପାଦନ କରିପାରିଥିଲେ ତାହା ସ୍ମରଣ କଲେ ଅଜି ଏତେ ବର୍ଷ ପରେ ସାରଙ୍କର ସେସବୁ ସାଙ୍ଗଠନିକ କାର୍ଯ୍ଯକ୍ରମ କୁଶଳତା ପାଖରେ ଆମ୍ଭମାନଙ୍କର କ୍ଷୁଦ୍ର ମସ୍ତକ ଆପେ ଆପେ ନଇଁପଡେ ।
ନିମାଇଁ ସାରଙ୍କ ଶିକ୍ଷା, ଦୀକ୍ଷା ଓ ପରୀକ୍ଷାର ପ୍ରୟୋଗଶାଳାରୁ ଉତ୍ତୀର୍ଣ୍ଣ ହୋଇ ଆମେ ମଧ୍ଯ ପୟୋଗ କରି ଚାଲିଲୁ ସ୍ୱାଧୀନତା ଦେଶରେ ଶିକ୍ଷାସଂସ୍କାରର କାର୍ଯ୍ଯଧରା । ଆମେ ମଧ୍ଯ ଅପସରି ଆସିଲୁ ସେସବୁ ଆନୁଷ୍ଠାନିକ କାର୍ଯ୍ଯକ୍ରମ ପରିସର ମଧ୍ଯରୁ ସମ୍ୟର ନିର୍ଦ୍ଦେଶ ପାଇ । ବୟସ ସିଡି ର ଶେଷ ଫଳି ଆଡକୁ ପାଦ ଉଠି ଥିବା ବେଲ ଏବେ ବି ଅନୁଭବରେ ଆସୁଛି ଯେ,ଗୋଟିଏ ସଂସକୃତି ସମ୍ପନ ପ୍ରଚୀନ ଦେଶର ଅବହେଳିତ ଅସମ ସମାଜ ସମ୍ଯାକ୍ ବିକାଶ ପାଇ ଆମ୍ଭ ମାନଙ୍କର କର୍ଯ୍ଯକ୍ରମ ଆହୁରି ଅନେକ ବାକି ରହିଯାଇଛି । ଏହି ପରିପ୍ରେକ୍ଷି ରେ ବିଚାର କଲେ ଆମ୍ଭ ମାନଙ୍କ ସାମୂହିକ କର୍ତ୍ତବ୍ଯରୁ ଅବସର ନେବାର ପ୍ରଶ୍ନ ହିଁ ଉଠୁ ନାହିଁ । ସେଥିପାଇଁ ନିମାଇଁ ଗୁରୁଜୀ ଅଜି ବି ବାରମ୍ବାର ଆମ ଆଗକୁ ଆସୁଛନ୍ତି । କାରଣ ସେଭଳି ବ୍ଯକ୍ତିତ୍ୱ ଠାରେ ଆଜିର କଥାକଥିତ ବସ୍ତୁବାଦୀ, ଭୋଗବାଦୀ ବ୍ଯବସାୟିକଶିକ୍ଷକତାର ସାମାନ୍ଯ ସଂକେତ ନଥିଲା । ସେ ଥିଲେ ଆମ ପୁଟନ୍ତ କୈଶୋରର ଅଫରନ୍ତ ପ୍ରେରଣା । ନିମାଇଁ ଗୁରୁଜୀ ଆଜି ସ୍ନେହ ଭଲି ଉଦାର,ଅମାୟିକ ନିର୍ଦ୍ଦଶ ଦେଇ ଚାଳିଛନ୍ତି ଆମକୁ ଅଧିକ ରୁ ଅଧିକ ସମାଜ ସେବାରେ ନିଜକୁ ସମର୍ପି ଦେବାକୁ । ଓଠ ଧାରରେ ତାଙ୍କର ବହୁ ପରିଚିତ ମୃତ୍ଯୁ ହାସ୍ଯ ରେଖା ମୋ ସ୍ମୃତିରେ ସତେଜ ହୋଇ ଉଠିଲା ବେଳେ ମୋ ଭଳି ଅଗଣିତ ଛାତ୍ରଙ୍କର ଜୀବନଚର୍ଯ୍ଯାର ଦିଗନ୍ତରେ ସେହି ସେହି ସ୍କୁଳ ଓ ଗୁରୁଜୀ ବତୀ ଘର ସଦୃଶ୍ଯ ଉଭା ହୋଇଥାନ୍ତି ।