ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସମାଜସେବୀ ଶିକ୍ଷକ
ବାମନ ଚରଣ ଦାସ
ପ୍ରଫେସର ଜଗନ୍ନାଥ ମହାନ୍ତି


୧୯୫୯ ମସିହା ଅଗଷ୍ଟ ମାସ । ବର୍ଷାଋତୁର ମେଘମେଦୁର ଆକାଶ । ବଣପାହାଡ଼ଘେରା ବାଣପୁରର ସବୁଜସୁନ୍ଦର ପରିବେଶ । ମୁଣ୍ଡଟେକି ଠିଆହୋଇଛି ସୋଲରୀ ଓ ଘଣ୍ଟଶିଳା ପାହାଡ । ମଥାନକୁ ଛୁଇଁ ନୂଆ ମେଘର ଖେଳ । ବହିଯାଉଛି ଶାଳିଆ ନଈଟି ଦୁଇକୂଳ ଖାଇ । ଢ଼େଉରଙ୍ଗର ପାଣି ଉଛୁଳି ଉଠିଛି ଧାନକ୍ଷେତ ଆଉ ପନିପରିବା କିଆରି ଭିତରେ ।

ବାଣପୁର ବଜାର ଭିତରେ ଧର୍ମଶାଳା । ତା'ର ଗୋଟିଏ କୋଠରୀରେ ମୁଁ ରହିଥାଏ । ପୁରୀ ଜିଲ୍ଲା ଅଧୀକ୍ଷକଙ୍କ ଅଫିସ୍ ରେ ସର୍କଲ୍ ସବ୍ଇନସ୍-ପେକ୍ଟର ଭାବରେ ଦାୟିତ୍ୱ ନେଇଥାଏ । ମାତ୍ର କ୍ୱାଟର୍ସ ଖାଲି ହୋଇନଥାଏ । ମୋ ପୂର୍ବରୁ ଥିବା ସବ୍ ଇନସପେକ୍ଟର ମଧ୍ୟ ମୋତେ

୨୪୦