Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସବୁ ପାଖରେ ରଖି ନିମାଇଁ ସାର୍ ଯେଉଁ ଗୁରୁଦାୟୀତ ସୁରୁଖୁରୁରେ ସଂପାଦନ କରିପାରିଥିଲେ ତାହା ସ୍ମରଣ କଲେ ଆଜି ଅତେ ବର୍ଷ ପରେ ସାର୍ ଙ୍କର ସେସବୁ ସାଙ୍ଗଠନିକ କାର୍ଯ୍ଯ କୁଶଲତା ପାଖରେ ଆମ୍ଭମାନଙ୍କର କ୍ଷୁଦ୍ର ମସ୍ତକ ଆପେ ନ ଇଁପଡେ । ନିମାଇଁ ସାରଙ୍କ ଶକ୍ଷା, ଦୀକ୍ଷା ଓ ପରୀକ୍ଷାର ପ୍ରୟୋଗଶାଳାରୁ ଉତ୍ତୀର୍ଣ୍ଣ ହୋଇ ଆମେ ମଧ୍ଯ ପ୍ରୟୋଗ କରି ଚାଲିଲୁ ସ୍ଯୁଧୀନତା ଦେଶରେ ଶିକ୍ଷା ସଂସାର ର କାର୍ଯ୍ଯଧାରା । ଆମେ ମଧ୍ଯ ଅପସରି ଆସିଲୁ ସେସବୁ ଆନୁଷ୍ଟାନିକ କାର୍ଯ୍ଯକ୍ରମର ପରିସର ମଧ୍ଯରୁ ସମୟସର ନିର୍ଦ୍ଦେଶ ପା ଇ। ବୟସ ଶିଡିର ଶେଷ ଫଳି ଆଡକୁ ଉଠାଇଥିବା ବେଳେ ଏବେ ବି ଅନୁଭବରେ ଆସୁଚି ଯେ, ଗୋଟିଏ ସଂସ୍କୃତି ସମ୍ପନ୍ନ ପ୍ରାଚୀନ ଦେଶର ଅବ ହେଳିତ ଅସମ ସମାଜର ସମ୍ଯଜ୍ ବିକାଶ ପାଇଁ ଆମ୍ବମାନଙ୍କର କାର୍ଯ୍ଯକ୍ରମ ଆହୁରି ଅନେକ ବାକି ଅହିଯାଇଛି । ଅହି ପରିପ୍ରେକ୍ଷୀରେ ବିଚାର କଲେ ଆ ମ୍ବମାନଙ୍କର ସାମୂହିକ ର୍ତ୍ତବ୍ଯରୁ ଅବସର ନେବାର ପ୍ରଶ୍ନ ହିଁ ଉଠୁନାହିଁ । ସେଥିପାଇଁ ନିମାଇଁ ଗୁରୁଜୀ ଆଜି ବି ବାରମ୍ବାର ଆମା ଆଗକୁ ଆସୁଛନ୍ତି । କାରଣ ସେଭଳି ବ୍ଯକ୍ତିତଠାରେ ଆଜିର କଥାକଥିତ ବସ୍ତୁବାଦୀ,ଭୋଗବାଦୀ, ବ୍ଯବସାୟିକ ଶିକ୍ଷକତାର ସାମାନ୍ଯତମ ସଂକେତ ନଥିଲା। ସେଥିଲେ ଆମ ପୁଟନ୍ତ କୈଶୋରର ଅଫୁଟନ୍ତ ପ୍ରେରଣା। ନିମାଇଁ ଗୁରୁଜୀ ଆଜି ସେହିଭଳି ଉଡଆର, ଅମାୟିକ ନିର୍ଦ୍ଦେଶ ଦେଇ ଚାଲିଛନ୍ତି ଆମକୁ ଅଧିକରୁ ଅଧିକ ସମାଜସେବାରେ ନିଜକୁ ସମ ପିଦେବାକୁ । ଓଠ ଧାରରେ ତାଙ୍କର ବ ହୁ ପରିଚିତ ମୃତ୍ଯୁ ହାସ୍ଯ ରେଖା ମୋ ସ୍ମତିରେ ସତେଜ ହୋଇ ଉଠିଲା ବେଳେ ମୋ ଭଳି ଅଗଣିତ ଛାତ୍ରଙ୍କର ଜୀବ ଚର୍ଯ୍ଯାର ଦିଗନ୍ତ ସେହି ସେସ୍କୁଲ ଓ ଗୁରୁଜୀ ବତୀଘର ଶଦୃଶ ଉତ୍ତା ହୋଇଥାଆନ୍ତି ।