"ଖ" - ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ
ଦେଖଣା
←"କ" - କଳାବତୀ ରେ | ପ୍ରେମୋଦୟ ଚମ୍ପୂ ଲେଖକ/କବି: ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ |
"ଗ" - ଗୁମାନ କରିବା ବୃଥାରେ ସଙ୍ଗିନୀ→ |
ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ
(ରାଗ: ବସନ୍ତ - ତ୍ରିପଟା)
ଖଞ୍ଜନ ଗଞ୍ଜନାକ୍ଷୀ ଆହାରେ ପ୍ରାଣସଖି ।
ନ ଘେନିଲୁ ତ ମୋ ବାଣୀରେ । ଘୋଷା।
ଖମଣି ସୂତାତଟ, ବିଟ ସେ ନନ୍ଦଚାଟ ।
ବୋଲି ନ ଥୁଲୁ ଏହା ଜାଣିରେ । ୧ ।
ଖୁରିକେ ସେ କିଶୋର-ବର ତରଳତର ।
ଭୂଭଙ୍ଗୀ ଦିଏ ଦନ୍ତ ହାଣିରେ । ୨ ।
ଖଣ୍ଡିବ ସତୀବ୍ରତ ବୋଲି ତା’ର ନେତ୍ରାନ୍ତ-।
ଶରକୁ ରଖିଛି ସେ ଶାଣିରେ । ୩ ।
ଖଟି ହରିଚନ୍ଦନ କହେ ନ ଜାଣୁ ଧନ।
ବୋଲି ମୋହନ ବଂଶୀପାଣିରେ । ୪ ।