"ଛ" - ଛଇଳା ମୋରେ ଛାଉଲି ଛାଡ଼
ଦେଖଣା
←"ଚ" - ଚନ୍ଦ୍ରମୁଖି ରେ | ଚୌପଦୀ ରତ୍ନାକର ଲେଖକ/କବି: ଛଇଳା ମୋରେ ଛାଉଲି ଛାଡ଼ |
"ଜ" - ଜଳଜନୟନା ଜାତି କେଡ଼େ କରକଶ ଗୋ→ |
ଛଇଳା ମୋରେ ଛାଉଲି ଛାଡ଼
(ରାଗ: ମୁଖାରୀ)
ଛଇଳା ମୋରେ ଛାଉଲି ଛାଡ଼,
ଛଦ୍ମ ନୀରେ ନିରନ୍ତର ନ ବୁଡ଼ । ପଦ ।
ଛାମୁରେ ଥିବା ସହଚରୀଗଣେ,
ଛାଇ ତୁ ପରା ମୋ ଅନୁସରଣେ । ୧ ।
ଛଣା ପୀୟୂଷ ପରି କହି ଆଣି,
ଛପାଇ ଦେଉଛୁ କାହିଁକି ପୁଣି । ୨ ।
ଛାପ ଦେଇ ଲଘୂ ନ କର ହେଳେ,
ଛତି ଟେକାଇ ଦେ ତରୁଣୀକୁଳେ । ୩ ।
ଛିଦ୍ରଭେଦ ଘେନିବାକୁ ମୋହର,
ଛକେ ଛକେ ଜଗି ଅଛନ୍ତି ଚର । ୪।
ଛୁଇଁ ଦେଇ ନୀଳଛବି ବାସନା,
ଛଟପଟ ହୋଇ ମରିବା ସିନା । ୫ ।
ଛାତି ଭିତରୁ ଧୃତି ଗଲା ସରି,
ଛଳ ଛାଡ଼ି କୋଳ କଲେ କିଶୋରୀ । ୬ ।
ଛୁଟିଲା ଶଙ୍କା ସଖୀ ହୃଦୟରୁ,
ଛ ଏକ ପଦେ କହେ ରାୟଗୁରୁ । ୭।