ଅବକାଶଚିନ୍ତା/ଛବିଶ ବର୍ଷ ପ୍ରବେଶ
ଦେଖଣା
←ମୋ ନାନୀ | ଅବକାଶଚିନ୍ତା ଲେଖକ/କବି: ଛବିଶ ବର୍ଷ ପ୍ରବେଶ |
ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି→ |
<poem> ଅଲକ୍ଷିତେ ନିଶବଦେ ଆହା କି ବେଗରେ, ବହି ଯାଉଅଛି କାଳ-ନିରପକ୍ଷେ-ନଦୀ ! ଅସଂଖ୍ୟ କଳ୍ପନା କଳି ରହିଛି ଅନ୍ତରେ, ବିକଶିତ ହୋଇ ନାହିଁ ଗୋଟିଏ ଅବଧି । ପଚିଶି ଛବିଶି ବର୍ଷ ହେଲା ଏବେ ଗତ, ପଛକୁ ଚାହିଁଲେ ହୃଦ ଆହା କି ବିକଳ! ଅତୀତ କେବଳ ମୋର ରୁକ୍ଷ ସଇକତି, ଦିଶେ ନାହିଁ କାହିଁ ଏକ ଶ୍ୟାମ ଦୂର୍ବାଦଳ । ଏ ଦଦରା ନାବ ଆଉ ଜୀବନ- ସରିତେ ବାହିବି ବା କେତେ ଦିନ ବହନୀ ବିହୀନ, ମଧ୍ୟାହ୍ନେ ପ୍ରଦୋଷ ଚିନ୍ତା ପଡ଼ଇ ମୋ ଚିତ୍ତେ, ମୋ ଆଶା ମୁକୁଳରାଜି ବସନ୍ତେ ମଳିନ । ଧର୍ମ ଅନୂକୂଳ ଯେବେ ମୋ କାମନାଚୟ, ସାଧନେ ଶକତି ଦିଅ ପ୍ରଭୁ ଦୟାମୟ !