ଅବକାଶଚିନ୍ତା/ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି

<poem> ପ୍ରଣୟର ସୁହାସ ଲୋତିକ ସୁଖ ଦୁଃଖ ଆହ୍ଲାଦ ଯାତନା, ଜୀବନେ ମୁଁ ଭୋଗିଛି ଅନେକ ନାହିଁ ଆଉ ଅଧିକେ କାମନା ! ମୋ ଜୀବନ-ବୀଣାଯନ୍ତ୍ରତାର, ସ୍ୱରହୀନ ବଇତମ ଅତି, ଏବେ କ୍ରମେ ହେଉଛି ଅସାର, ତେଜି ଆଦ୍ୟ ମୋହିନୀ ଶକତି । ମଧୁକାଳ ଆଶା-ଫୁଲରାଜି ନିଦାଘର ତପନ କିରଣେ, ଝାଉଁଳିଛି କି ବିଷାଦେ ଆଜି ଗନ୍ଧହୀନ ଜୀବନ-କାନନେ । ପ୍ରଭାତେ ମୃଦୁ ଗନ୍ଧବହ ହରାଇଛି ନିଜ ଶୀତଳତା, ଭୀମ ଝଞ୍ଜା ପବନ ପ୍ରବାହ ନାଶେ ଏବେ ହୃଦ-ସରସତା । ଭ୍ରମି ଭ୍ରମି ଅବସନ୍ନ କାୟା ବିଷମ ଏ ବହୁ ଦୂର ବାଟେ, ଦେଖିବଇଁ ଯେବେ ସ୍ମିଗଧ ଛାୟା ବିଶ୍ରାମିବି ତହିଁ ଜଳଘାଟେ । ଶୁଣି ଖଗ ମଧୁର କାକଳୀ ଜୀର୍ଣ୍ଣ ବୀଣା ରଖିବ ସମ୍ପାଦି, ପକ୍ଷୀଗୀତେ ଦେବି କରତାଳି, କେହି ମୋର ନ ଥିବେ ବିବାଦୀ । ତରୁଲତା ନବ କିଶଳୟେ ବିରଚିଣ କୋମଳ ଆସନ, ଶୋଇବି ମୁଁ ବିତାନ ହୃଦୟେ ଶୁଣିବାକୁ ବାୟୁ ସନ ସନ ।