ଆମ ଓଡ଼ିଆ ବ୍ୟାକରଣ/କାହାକୁ, କଅଣ ?
Jump to navigation
Jump to search
କାହାକୁ, କଅଣ ?
←କିଏ, କଅଣ ? | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: କାହାକୁ, କଅଣ ? |
କାହାଦ୍ୱାରା, କାହିଁରେ ?→ |
(କ) ଶିକ୍ଷକ ଛାତ୍ରଟିକୁ ବୁଝାଇଦେଲେ ।
(ଖ) ରତ୍ନା ଫୁଲଗଛ ଲଗାଉଛି ।
ପ୍ରଥମ ବାକ୍ୟରେ ‘ବୁଝାଇଦେଲେ’ କ୍ରିୟାପଦ ଏବଂ ଦ୍ୱିତୀୟ ବାକ୍ୟରେ ‘ଲଗାଉଛି’ କ୍ରିୟାପଦ । ଆମେ କ୍ରିୟାପଦର ମୂଳରେ କାହାକୁ ବା କଅଣ ଲଗାଇ ପ୍ରଶ୍ନ କରିବା ଏବଂ ଉତ୍ତରରେ କି କି ପଦ ମିଳୁଛି, ଦେଖିବା ।
ପ୍ରଶ୍ନ | ଉତ୍ତର |
କାହାକୁ ବୁଝାଇଦେଲେ ? | ଛାତ୍ରଟିକୁ |
କଅଣ ଲଗାଉଛି ? | ଫୁଲଗଛ (ଫୁଲଗଛକୁ) |
କ୍ରିୟାପଦର ପୂର୍ବରୁ କାହାକୁ ବା କଅଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହା କର୍ମକାରକ ।
ଉପର ବାକ୍ୟ ଦୁଇଟିରେ ‘ଛାତ୍ରଟିକୁ’ ଏବଂ ‘ଫୁଲଗଛ’ କର୍ମକାରକ ।
ତୁମେ ନିମ୍ନଲିଖିତ ବାକ୍ୟଗୁଡ଼ିକରେ କର୍ମକାରକ ଚିହ୍ନାଅ ।
(କ) ଶିଳ୍ପୀମାନେ କୋଣାର୍କ ମନ୍ଦିର ଗଢ଼ିଥିଲେ ।
(ଖ) ମଣିଷ ବିପଦବେଳେ ଈଶ୍ୱରଙ୍କୁ ଡାକେ ।
(ଗ) ହରି ହାଟରେ କଦଳୀ ବିକିଲା ।
(ଘ) ମୁଁ ମୁମ୍ବାଇ ଗଲେ ତୁମକୁ କହିବି ।
(ଙ) ସେ ପ୍ରତିିଦିନ ସକାଳେ ଖବରକାଗଜ ପଢ଼ନ୍ତି ।