ଆମ ଓଡ଼ିଆ ବ୍ୟାକରଣ/ଯୁକ୍ତବର୍ଣ୍ଣ ବା ଯୁକ୍ତାକ୍ଷର

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଓଡ଼ିଆ ବ୍ୟାକରଣ (୨୦୧୪)  ଲେଖକ/କବି: ଧନେଶ୍ୱର ମହାପାତ୍ର, translated by ଯନ୍ତ୍ରଣା
ଯୁକ୍ତବର୍ଣ୍ଣ ବା ଯୁକ୍ତାକ୍ଷର
ଯୁକ୍ତବର୍ଣ୍ଣ ବା ଯୁକ୍ତାକ୍ଷର

ଭାରତ ଆମର ଜନ୍ମଭୂମି ।
ଆମ ଦେଶରେ ବହୁତ ପର୍ବତମାଳା ଅଛି ।

ପ୍ରଥମ ବାକ୍ୟରେ ଥିବା ‘ନ୍ମ’ଟି ବର୍ଣ୍ଣମାଳାରେ ନାହିଁ । ଦ୍ୱିତୀୟ ବାକ୍ୟରେ ଥିବା ‘ର୍ବ’ଟି ମଧ୍ୟ ବର୍ଣ୍ଣମାଳାରେ ନାହିଁ । ତେବେ ଏ ଦୁଇଟି କ’ଣ ?

ଏ ଦୁଇଟି ଯୁକ୍ତବର୍ଣ୍ଣ । କାରଣ ‘ନ’ ଏବଂ ‘ମ’ ଦୁଇଟି ବ୍ୟଞ୍ଜନବର୍ଣ୍ଣ ମିଶି ‘ନ୍ମ’ ହୋଇଛି । ‘ର’ ଏବଂ ‘ବ’ ଦୁଇଟି ବ୍ୟଞ୍ଜନବର୍ଣ୍ଣ ମିଶି ‘ର୍ବ’ ହୋଇଛି ।

ଦୁଇ ବା ଦୁଇରୁ ଅଧିକ ବ୍ୟଞ୍ଜନବର୍ଣ୍ଣ ମିଶିଲେ ଯୁକ୍ତବର୍ଣ୍ଣ ହୁଏ । ଯୁକ୍ତବର୍ଣ୍ଣକୁ ଯୁକ୍ତାକ୍ଷର ମଧ୍ୟ କହନ୍ତି ।

ତଳେ କେତେକ ଯୁକ୍ତବର୍ଣ୍ଣ ଏବଂ ସେହି ଯୁକ୍ତବର୍ଣ୍ଣ ଥିବା ଶବ୍ଦ ଦିଆଗଲା ।

କ + ର = କ୍ର ଚକ୍ର, ବକ୍ର, ଶୁକ୍ରବାର
ର + କ = ର୍କ ଅର୍କ, କର୍କଶ, କୋଣାର୍କ
ନ + ମ = ନ୍ମ ଜନ୍ମ, ଚିନ୍ମୟ, ଜନ୍ମେଜୟ
ଦ + ୟ = ଦ୍ୟ ଗଦ୍ୟ, ବିଦ୍ୟୁତ, ବିଦ୍ୟାଧର
ହ + ଲ = ହ୍ଲ କୋହ୍ଲ, ପ୍ରହ୍ଲାଦ, ଆହ୍ଲାଦ
କ + ଳ = କ୍ଳ ଶୁକ୍ଳ, ଅକ୍ଳେଶ, ଶୁକ୍ଳେଶ୍ୱର
କ + ତ = କ୍ତ ଭକ୍ତ, ବିରକ୍ତ, ଅବିଭକ୍ତ
ତ + କ = ତ୍କ ଉତ୍କଳ, ସତ୍କାର, ଉତ୍କୃଷ୍ଟ
ଷ+କ = ଷ୍କ ଶୁଷ୍କ, ଦୁଷ୍କର, ପରିଷ୍କାର
ଷ+ଣ = ଷ୍ଣ କୃଷ୍ଣ, ସହିଷ୍ଣୁ, ବୈଷ୍ଣବ
ସ+କ = ସ୍କ ଭାସ୍କର, ପୁରସ୍କାର, ତିରସ୍କାର
ତ+ନ = ତ୍ନ ଯତ୍ନ, ରତ୍ନ , ରତ୍ନାକର
ବ+ଜ = ବ୍ଜ ଅବ୍ଜ, କୁବ୍ଜ, ପଦାବ୍ଜ
ଷ+ଟ = ଷ୍ଟ କଷ୍ଟ, ବିଶିଷ୍ଟ, ଅବଶିଷ୍ଟ
ଷ+ଠ = ଷ୍ଠ କାଷ୍ଠ, ଓଷ୍ଠ, ନିଷ୍ଠାପର
ସ+ଥ = ସ୍ଥ ଅସ୍ଥି, ସ୍ଥାବର, ବାସସ୍ଥାନ
ଦ+ମ = ଦ୍ମ ପଦ୍ମ, ପଦ୍ମନାଭ, ଛଦ୍ମନାମ
ଗ+ନ = ଗ୍ମ ଲଗ୍ନ, ନିମଗ୍ନ, ଅଗ୍ନିଶିଖା
ଗ+ଧ = ଗ୍ଧ ଦୁଗ୍ଧ, ବିମୁଗ୍ଧ, ଦଗ୍ଧୀଭୂତ
ସ+ପ = ସ୍ପ ସ୍ପର୍ଶ, ଇସ୍ପାତ, ପରସ୍ପର
ବ+ଦ = ବ୍ଦ ଶବ୍ଦ, ଶତାବ୍ଦୀ, ସହସ୍ରାବ୍ଦୀ
ବ+ଧ = ବ୍ଧ ଅବ୍ଧି, ସ୍ତବ୍ଧ, ପ୍ରାରବ୍ଧ
ଶ+ୱ = ଶ୍ୱ ଅଶ୍ୱ, ପ୍ରଶ୍ୱାସ, ଅବିଶ୍ୱାସ
ଶ+ଚ = ଶ୍ଚ ନିଶ୍ଚୟ, ପଶ୍ଚିମ, ସୁନିଶ୍ଚିତ
ଦ+ଧ = ଦ୍ଧ ବୁଦ୍ଧ, ଅଶୁଦ୍ଧ, ଶୁଦ୍ଧୋଦନ
ଦ+ଭ = ଦ୍ଭ ଅଦ୍ଭୁତ, ଉଦ୍ଭି, ଉଦ୍ଭାବନ
ଦ+ବ = ଦ୍ବ ଉଦ୍ବେଗ, ଉଦ୍ବେଳନ, ଉଦ୍ବୋଧନ
ନ+ନ = ନ୍ନ ଅନ୍ନ, ଅଭିନ୍ନ, ଜଗନ୍ନାଥ
ତ+ତ = ତ୍ତ ଚିତ୍ତ, ଉତ୍ତର, ମହତ୍ତର
ଜ+ଜ = ଜ୍ଜ ଲଜ୍ଜା, ସଜ୍ଜନ, ସୁସଜ୍ଜିତ
ଚ+ଛ = ଚ୍ଛ ଇଚ୍ଛା, କଚ୍ଛପ, ଆଚ୍ଛାଦନ
ଳ+କ = ଳ୍କ ଶୁଳ୍କ, କଳ୍କୀ, ବଳ୍କଳ
ଙ+କ = ଙ୍କ ଅଙ୍କ, ଶଙ୍କର, ପଙ୍କଜିନୀ
ଙ+ଖ = ଙ୍ଖ ଶଙ୍ଖ, ଶଙ୍ଖାରି, ବିଶୃଙ୍ଖଳା
ଙ+ଗ = ଙ୍ଗ ଅଙ୍ଗ, ସଙ୍ଗୀତ, ରଙ୍ଗମାଟି
ଙ+ଘ = ଙ୍ଘ ଜଙ୍ଘ, ଲଙ୍ଘନ, ସଙ୍ଘମିତ୍ରା
ଞ+ଚ = ଞ୍ଚ ମଞ୍ଚ, ଚଞ୍ଚଳ, ପଞ୍ଚବଟୀ
ଞ+ଛ = ଞ୍ଛ ପିଞ୍ଛା, ଲାଞ୍ଛନା, ବାଞ୍ଛାନିଧି
ଞ+ଜ = ଞ୍ଜ ସଞ୍ଜ, ଅଞ୍ଜନ, ପୁଷ୍ପାଞ୍ଜଳି
ଞ+ଝ = ଞ୍ଝ ପଞ୍ଝା, ପଞ୍ଝାଏ, ବିଞ୍ଝାରପୁର
ଣ+ଟ = ଣ୍ଟ ଅଣ୍ଟା, ବଣ୍ଟନ, ଘଣ୍ଟାକଣ୍ଟା
ଣ+ଠ = ଣ୍ଠ କଣ୍ଠ, ଉକ୍ରଣ୍ଠା, ଅବଗୁଣ୍ଠନ
ଣ+ଡ = ଣ୍ଡ କାଣ୍ଡ, ପଣ୍ଡିତ, ଲଣ୍ଡଭଣ୍ଡ
ଣ+ଢ = ଣ୍ଢ ଷଣ୍ଢ, ମେଣ୍ଢା, କୁଣ୍ଢେମୋଟ
ନ+ତ = ନ୍ତ କାନ୍ତ, ସନ୍ତୋଷ, ହନ୍ତସନ୍ତ
ନ+ଥ = ନ୍ଥ କାନ୍ଥ, ମନ୍ଥନ, ସାଧୁସନ୍ଥ
ନ+ଦ = ନ୍ଦ ନନ୍ଦ, ଆନନ୍ଦ, ମକରନ୍ଦ
ନ+ଧ = ନ୍ଧ ବନ୍ଧୁ, ବନ୍ଧୁକ, କୃପାସିନ୍ଧୁ
ମ+ପ = ମ୍ପ କମ୍ପ, ସମ୍ପଦ, ସମ୍ପାଦନ
ମ+ଫ = ମ୍ଫ ବାମ୍ଫ, ଗୁମ୍ଫନ, ରାଣୀଗୁମ୍ଫା
ମ+ବ = ମ୍ବ ଆମ୍ବ, ସମ୍ବା, ସମ୍ବୋଧନ
ମ+ଭ = ମ୍ଭ ରମ୍ଭା, ଗମ୍ଭୀର, କୁମ୍ଭାଟୁଆ
ନ+ତ+ର=ନ୍ତ୍ର ମନ୍ତ୍ର, ଯନ୍ତ୍ର, ମୁଖ୍ୟମନ୍ତ୍ରୀ
ଷ+ଟ+ର=ଷ୍ଟ୍ର ରାଷ୍ଟ୍ର, ଉଷ୍ଟ୍ର, ମହାରାଷ୍ଟ୍ର
ସ+ତ+ର=ସ୍ତ୍ର ମିସ୍ତ୍ରୀ, ନିରସ୍ତ୍ର, ଧର୍ମଶାସ୍ତ୍ର
ର+ଣ+ଣ=ର୍ଣ୍ଣ କର୍ଣ୍ଣ, ସୁବର୍ଣ୍ଣ, ବର୍ଣ୍ଣବୋଧ
ର+ତ+ତ=ର୍ତ୍ତ କର୍ତ୍ତା, କାର୍ତ୍ତିକ, ବର୍ତ୍ତମାନ
ନିମ୍ନଲିଖିତ ଲେଖାଗୁଡ଼ିକରେ ଯୁକ୍ତବର୍ଣ୍ଣଗୁଡ଼ିକୁ ଚିହ୍ନାଇିଦିଅ ଏବଂ ଏହିପରି ଲେଖ- ପ + ତ + ଆ = ପ୍ତା, ଶ + ଚ + ଇ = ଶ୍ଚି

ରପ୍ତାନି, ପଶ୍ଚିମ, କଣ୍ଢେଇ, ଆମ୍ବିଳା, ଗେହ୍ଲା, ବୁଦ୍ଧିମାନ୍‍, ଶ୍ୟାମଳ, ସହିଷ୍ଣୁ, ମୁଦ୍ଗର, ଶ୍ଳୋକ, କୁମ୍ଭାଟୁଆ, ଆସ୍ଥା, ଗ୍ରନ୍ଥ, ବିଦ୍ୟା, ତନ୍ମୟ, ସମ୍ମାନ, ଟଙ୍କା, ବଙ୍ଗଳା, ବାମ୍ଫ, ଅଶ୍ୱ, ପ୍ରଶ୍ନ, ଉତ୍ପନ୍ନ, ବସ୍ତ୍ର, ହସ୍ତୀ, ସନ୍ଧାନ ।

କଷ୍ଟ କଲେ କୃଷ୍ଣ ମିଳନ୍ତି ।

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବହୁତ ଶାସ୍ତ୍ର ପଢ଼ିଥିଲେ ।
ପରିଶ୍ରମ କଲେ ଦେହ ସୁସ୍ଥ ରହେ ।

ପ୍ରଭୁ ପରାତ୍ପର ପରମ ଈଶ୍ୱର
ଆଶ୍ରା ଦିଅ ଶ୍ରୀପୟରେ
ପୂରୁ ତବ ଇଚ୍ଛା ମୋର ଏ ଜୀବନେ
ଜୟ ଜଗଦୀଶ ହରେ ।