ଆମ ଦେବଦେବୀ/ଉପପୃଷ୍ଠା
ଆମ ଦେବଦେବୀ (୨୦୧୧) ଲେଖକ/କବି: ବାସୁକୀ |
ଗଣେଶ→ |
ଆମ ଦେବାଦେବୀ
ଅସିିତ ମହାନ୍ତି
ପ୍ରକାଶକ : ଆମ ଓଡ଼ିଶା
୪ ଆର୍୧/୨, ଇଉନିଟ୍-୩
ଭୁବନେଶ୍ୱର-୭୫୧୦୦୧
ମୁଦ୍ରଣ : ଶ୍ରୀରାମ ସ୍କ୍ରିନ୍ ପ୍ରିଣ୍ଟିଂ
ଭୁବନେଶ୍ୱର - ୭
ପ୍ରଥମ ସଂସ୍କରଣ : ଡିସେମ୍ବର,୨୦୧୧
ପୁର୍ନର୍ମୁଦ୍ରଣ : ଜୁନ୍, ୨୦୧୨
ଫେବ୍ରୁଆରି, ୨୦୧୩
© ଆମ ଓଡ଼ିଶା
ଚିତ୍ର : ଚନ୍ଦ୍ରଶେଖର ରାଓ
ଶଶିକାନ୍ତ ରାଉତ
ପ୍ରଚ୍ଛଦ ଚିତ୍ର : ଚନ୍ଦ୍ରଶେଖର ରାଓ
ମୂଲ୍ୟ : ଟ୬୦/-
Ama Debadebi
Asit Mohanty
Publisher: Aama Odisha,
4R 1/2, Unit-3, Bhubaneswar-1
e-mail: aamaodisha@gmail.com
Printed at : Sriram Screen Printing
Bhubaneswar-07
First edition : December, 2011
Reprint : June, 2012
February, 2013
Illustrations : Chandrasekhar Rao
Sashikant Rout
Cover painting : Chandrasekhar Rao
© Ama Odisha
Price: Rs. 60/-
ISBN: 978-81-89436-20-9
ନିଜ କଥା
ସବୁ ମଣିଷଙ୍କ ପରି ସବୁ ବହିର ବି ବୋଧହୁଏ ଗୋଟିଏ ଭାଗ୍ୟ ଥାଏ । ତା' ନହେଲେ ଦୀର୍ଘ ପ୍ରାୟ କୋଡ଼ିଏ ବର୍ଷ ତଳେ ଲେଖିଥିବା ଲେଖାଗୁଡ଼ିକୁ ନେଇ ଆଜି ଏ ବହି ପ୍ରକାଶ ପାଉ ନଥାନ୍ତା ।
ଆମର ଖୁବ୍ ପରିଚିତ ଷୋହଳ ଜଣ ଦେବଦେବୀଙ୍କୁ ନେଇ ଏ ବହି । ସେମାନଙ୍କ ମଧ୍ୟରେ ଯେମିତି ଗଣେଶ ଓ ସରସ୍ୱତୀଙ୍କ ପରି ବିଦ୍ୟାଦାତା ଓ ବିଦ୍ୟାଦାତ୍ରୀ ଅଛନ୍ତି, ସେମିତି ବି ଅଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; ଇନ୍ଦ୍ର, ଚନ୍ଦ୍ର ଓ ସୂର୍ଯ୍ୟ; ଦୁର୍ଗା, ଲକ୍ଷ୍ମୀ ଓ କାର୍ତ୍ତିକ । ପୁଣି ଗୋ-ମାତା କାମଧେନୁ, ପକ୍ଷୀରାଜ ଗରୁଡ଼ ଓ ସର୍ପରାଜ ବାସୁକୀ ଏବଂ ଆମ ଆଦିକବି ସାରଳା ଦାସଙ୍କ କଳ୍ପନାର ଅଦ୍ଭୁତ ଅବତାର ନବଗୁଞ୍ଜର ଓ ସଂକଟମୋଚନ ହନୁମାନ ବି ଅଛନ୍ତି ।
ମଝିରେ ମାତ୍ର ଗୋଟିଏ ମାସକୁ ଛାଡ଼ି,୧୯୯୦ ଅଗଷ୍ଟରୁ ୧୯୯୧ ନଭେମ୍ବର ପର୍ଯ୍ୟନ୍ତ ଏହି ଷୋହଳଟି ଲେଖାରୁ ପନ୍ଦରଟି, ମାସିକ 'ମୀନାବଜାର' ପତ୍ରିକାର ପ୍ରଚ୍ଛଦ କାହାଣୀ ଭାବରେ ପ୍ରକାଶ ପାଇଥିଲା । ସେତେବେଳେ ମୁଁ ଥିଲି ତା'ର ସହ-ସଂପାଦକ । କେବଳ ହନୁମାନ ଲେଖାଟି ପ୍ରକାଶ ପାଇଥିଲା ପ୍ରାୟ ଦେଢ଼ବର୍ଷ ପରେ, ୧୯୯୩ ଏପ୍ରିଲ୍ର ପ୍ରଚ୍ଛଦ କାହାଣୀ ଭାବରେ ।
ଆଜି ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ପରେ, ଲେଖାଗୁଡ଼ିକୁ ସାଉଁଟି ବହିଟିଏ କରିବାକୁ ଇଚ୍ଛା କଲାବେଳେ, କେତୋଟି ଲେଖାର କିଛି କିଛି ପୃଷ୍ଠା ହଜି ଯାଇଥିବା ଦେଖାଗଲା । ପୁଣି ହନୁମାନ ପରି ଗୋଟିଏ, ଦୁଇଟି ଲେଖା ବହୁ ଖୋଜିବା ପରେ ବି ମିଳିଲା ନାହିଁ । ତେଣୁ ସେସବୁକୁ ସଜାଡ଼ି ଓ ସ୍ଥଳ ବିଶେଷରେ ପୁନର୍ଲିଖିତ କରି, ପୁଣି ମିଳୁନଥିବା କେତୋଟିକୁ ନୂଆ କରି ଲେଖି ଏ ବହିଟି ହେଲା । ଗୋଟିଏ ଦୃଷ୍ଟିରୁ ଭଲ ହେଲା ଯେ ପ୍ରାୟ ସବୁ ଲେଖା ନୂଆ ହୋଇଗଲା ।
ଆଜିର ପିଲାଏ, ଆମ ପୁରାଣ ପରଂପରା ସହିତ ପ୍ରାୟ ପରିଚିତ ନୁହନ୍ତି । ସେମାନେ ହୁଏତ ସ୍କୁଲ୍, କଲେଜରେ ଗଣେଶ ଓ ସରସ୍ୱତୀ ପୂଜା ଏବଂ ସାମାଜିକ ପର୍ବ, ଉତ୍ସବରେ ଦୁର୍ଗା, ଲକ୍ଷ୍ମୀ, ଶିବ ଓ ହନୁମାନ ଆଦିଙ୍କୁ ପୂଜା, ଭକ୍ତି କରନ୍ତି; ମାତ୍ର ସେମାନଙ୍କର ସ୍ୱରୂପ ଓ ବିଶେଷତ୍ୱ ସଂପର୍କରେ ବେଶି କିଛି ଜାଣନ୍ତି ନାହିଁ । ଗପ ଛଳରେ ସେମାନଙ୍କୁ ସେସବୁ ସହ ଯୋଡ଼ିବାର ଚେଷ୍ଟା ଏଥିରେ ମୁଁ କରିଛି । ପୁଣି ଗୋଟିଏ ଗୋଟିଏ ଗପ ଭିତରେ ଗୁନ୍ଥା ଗୁନ୍ଥି ହୋଇ ରହିଛି ଅନେକ ଗୁଡ଼ିଏ ଗପ । ଏହା ଯେ ସେମାନଙ୍କୁ ଆନନ୍ଦ ଦେବ, ସେମାନଙ୍କ ଜ୍ଞାନ ବଢ଼ାଇବ, ଆମ ପୁରାଣ ପରଂପରା ସହ ସେମାନଙ୍କୁ ଯୋଡ଼ିବ, ଏଥିରେ ମୁଁ ନିଃସନ୍ଦେହ ।
ଆଜି 'ହ୍ୟାରି ପୋଟର' ପରି ଉପନ୍ୟାସମାଳା ଇଂଲିଶ୍ ପଢ଼ୁଆ ପିଲାଙ୍କ ଭିତରେ ଖୁବ୍ ଆଦର ପାଉଛି । କିନ୍ତୁ ଆମ ପୁରାଣ କାହାଣୀ ଭିତରେ ଯେ ସେପରି ବହୁ ରୋମାଞ୍ଚକର ଉପାଦାନ ଭରି ରହିଛି, ସେ ସଂର୍ପକରେ ହୁଏତ ଆମେ ନିଜେ ବି ସଚେତନ ନୋହୁ । ଆମ ପୁରାଣ କାହାଣୀ କହେ, ଦିନେ ସବୁ ପର୍ବତଙ୍କର ଡେଣା ଥିଲା । ସେମାନେ ମନଇଚ୍ଛା ଆକାଶରେ ଉଡ଼ି ବୁଲୁଥିଲେ । ବଜ୍ର ମାରି ଇନ୍ଦ୍ର ସେମାନଙ୍କର ପକ୍ଷ ଚ୍ଛେଦିଦେଲେ । କାର୍ତ୍ତିକଙ୍କୁ ଛଅଜଣ ମାଆ ଏକାବେଳକେ କ୍ଷୀର ପିଆଇବାକୁ ଚାହିଁବାରୁ ସେ ଛଅ ମୁହଁ ହୋଇଗଲେ । ସେମିତି ଶିବଙ୍କ କଣ୍ଠ କାହିଁକି ନୀଳ, ନାଲି ପିଆଜ କାହିଁକି ନାଲି ଓ ଧଳା ପିଆଜ କାହିଁକି ଧଳା, ସାପଙ୍କ ଜିଭ କାହିଁକି କଟା- ଏମିତି ଶହ ଶହ କାହାଣୀ ସେମାନେ ଏ ବହିରୁ ପାଇବେ । ପୁଣି ସୂର୍ଯ୍ୟଙ୍କର ସାତ ଘୋଡ଼ା ଓ ଚନ୍ଦ୍ରଙ୍କର ସତେଇଶ ସ୍ତ୍ରୀ ପରି ଗପର ଯେ ବୈଜ୍ଞାନିକ ଭିତ୍ତି ରହିଛି, ତାହା ମଧ୍ୟ ସେମାନେ ଜାଣି ପାରିବେ ।
ଏଣୁ ଏ ବହି ପଢ଼ି, ଆମ ପୁରାଣ ପରଂପରା ଓ ଆମ ପାରଂପରିକ ମୂଲ୍ୟବୋଧ ସହ ଆମ ପିଲାଏ ଯଦି କିଛି ପରିମାଣରେ ଯୋଡ଼ି ହେବେ, ତେବେ ଏହାର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମୁଁ ଭାବିବି । ଏସବୁ କିଛି ନ ହୋଇ, ଗପଗୁଡ଼ିକ ପଢ଼ି ସେମାନେ ଯଦି କେବଳ ଖୁସି ହେବେ; ତେବେ ବି ମୁଁ ଆହୁରି ବେଶି ଖୁସି ହେବି ।
ଅସିତ ମହାନ୍ତି
ସୂଚିପତ୍ର
ଗଣେଶ | :: | ୦୭ |
ଦୁର୍ଗା | :: | ୧୫ |
କାର୍ତ୍ତିକ | :: | ୨୫ |
ଲକ୍ଷ୍ମୀ | :: | ୩୧ |
ବ୍ରହ୍ମା | :: | ୩୯ |
ସରସ୍ୱତୀ | :: | ୪୭ |
ଶିବ | :: | ୫୩ |
ବିଷ୍ଣୁ | :: | ୬୧ |
ଇନ୍ଦ୍ର | :: | ୬୯ |
ସୂର୍ଯ୍ୟ | :: | ୭୭ |
ଚନ୍ଦ୍ର | :: | ୮୫ |
କାମଧେନୁ | :: | ୯୧ |
ଗରୁଡ଼ | :: | ୯୭ |
ବାସୁକୀ | :: | ୧୦୫ |
ନବଗୁଞ୍ଜର | :: | ୧୧୧ |
ହନୁମାନ | :: | ୧୧୯ |