Jump to content

ଆମ ଦେହ/ଜନନେନ୍ଦ୍ରିୟ

ଉଇକିପାଠାଗାର‌ରୁ
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ଜନନେନ୍ଦ୍ରିୟ


ଜନନେନ୍ଦ୍ରିୟ

ଜନନେନ୍ଦ୍ରିୟ:- ପୁରୁଷ ଏବଂ ସ୍ତ୍ରୀ ଏଦୁହିଙ୍କର ଗଠନପ୍ରଣାଳୀ ଏକ ହେଲେ ସୁଦ୍ଧା ସେମାନଙ୍କର ଜନନେନ୍ଦ୍ରିୟର ଗଠନ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଏଦୁହିଙ୍କର ଜନନେନ୍ଦ୍ରିୟ ବିଷୟ ସ୍ୱତନ୍ତ୍ରଭାବରେ କୁହାଯିବ ।

ପୁରୁଷଙ୍କର ଜନନେନ୍ଦ୍ରିୟ :- ପୁରୁଷମାନଙ୍କର ଜନନେନ୍ଦ୍ରିୟକୁ ଦୁଇ ଭାଗରେ ବିଭକ୍ତ କରାଯାଇ ପାରେ । ଯଥା :- ମୁଷ୍କ ବା ଅଣ୍ଡ (Testes) ଏବଂ ଶିଶ୍ନ ବା ଲିଙ୍ଗ (Penis) ।

ମୁଷ୍କ :- ପୁରୁଷମାନଙ୍କର ଦୁଇଟି ଅଣ୍ତ ଅଛି । ଏ ଦୁଇଟିଯାକ ଗୋଟିଏ ମୁଣି ଭିତରେ ଅଛି । ମୁଣିଟିରେ ଦୁଇଟି ପୁଡ଼ା ଅଛି । ପୁଡ଼ା ଦୁଇଟି ମଝିରେ ଗୋଟିଏ ପରଦା ଅଛି । ପ୍ରତ୍ୟେକ ପୁଡ଼ା ଭିତରେ ଗୋଟିଏ ଗୋଟିଏ ଦୁଇଟି କରି ଅଣ୍ଡ ରହିଅଛି । ଏହି ମୁଣାଟିକୁ ଅଣ୍ଡକୋଷ ବା କୋଷ (Scrotum) କହନ୍ତି ।

ଅଣ୍ଡ ଦେଖିବାକୁ ପ୍ରାୟ ଅଣ୍ଡା ପରି । ଶିଶୁ ଯେତେବେଳେ ମାଆ ପେଟରେ ଥାଏ, ସେତେବେଳେ ଏହି ଅଣ୍ଡ ତଳିପେଟ ଭିତରେ ଥାଏ, ଏହା ଆସ୍ତେ ଆସ୍ତେ ତଳକୁ ଖସି ଜନ୍ମ ହେବା ଆଗରୁ ଅଣ୍ଡକୋଷରେ ଆସି ପ‌ହଞ୍ଚିଥାଏ । ଅଣ୍ଡ ଦେଖିବାକୁ ଧଳା, କିନ୍ତୁ ପତ୍ର ଦେହରେ ଥିବା ସରୁ ସରୁ ଶିରା ପରି ଏହା ଦେହରେ ଛୋଟ ଛୋଟ ରକ୍ତାଧାର (Blood vessels) ଜାଲ ପରି ରହିଥିବାର ଦେଖାଯାଏ । ଅଣ୍ଡ ଦୁଇଟି ଦୁଇ ଗୋଟି ଦଉଡ଼ିରେ ଝୁଲିଲା ପରି ଝୁଲୁଥାଏ । ଏହି ଦଉଡ଼ିକୁ ଶୁକ୍ରରଜ୍ଜୁ (Spermatic Cord) କହନ୍ତି । ନାଡ଼ୀ, ଧମନୀ, ଶିରା ଓ ଶୁକ୍ରନାଳୀ ମିଶି ଏହି ଶୁକ୍ରରଜ୍ଜ ଗଢ଼ା । ଧନନୀ ବାଟେ ଅଣ୍ଡ ଦେହକୁ ସଫା ରକ୍ତ ଆସେ ଏବଂ ଶିରାବାଟେ ମଇଳା ରକ୍ତ ଓ ଶୁକ୍ରନଳୀବାଟେ ଶୁକ୍ର ଉପରକୁ ଯାଏ । ପ୍ରତ୍ୟେକ ଅଣ୍ତ କ‌ହିବାକୁ ଗଲେ ଗୋଟିଏ ଥଳୀ । ଏହି ଥଳୀର ୪|୫ଟି ଆସ୍ତର ଅଛି ଏବଂ ଏହାଭିତର ଖୁବ୍ ପତଳା ପରଦାଦ୍ୱାରା ଅନେକଗୁଡ଼ିଏ କୋଠରୀରେ ଭାଗ କରା ହୋଇଅଛି । ପ୍ରତ୍ୟେକ କୋଠରୀ ଭିତରେ ଶୁକ୍ରକୋଷ ଥାଏ । ଏହିପରି ପ୍ରତ୍ୟେକ ଅଣ୍ଡରେ ୩୦୦|୪୦୦ ଶୁକ୍ରକୋଷ ରହିଅଛି । ଶୁକ୍ରକୋଷରେ ଆଉ କିଛି ନାହଁ, କେବଳ ଖୁବ୍ ସୂକ୍ଷ୍ମ ସୂକ୍ଷ୍ମ ଗୋଟିଏ ଗୋଟିଏ ନଳୀ ଅଛି । ପ୍ରତ୍ୟେକ ନଳୀ, ପ୍ରାୟ ୩|୪ ହାତ ଲମ୍ବ ହେବ । ଏତେ ଲମ୍ବ ହେଲେ କଣ ହେବ, ଏହା ଏପରି ଭାବରେ ଗୁଡ଼େଇ ଗୁଡ଼େଇ ହୋଇ ରହିଥାଏ ଯେ, ପ୍ରତ୍ୟେକ ଅଣ୍ଡ ଭିତରେ ୩୦୦|୪୦୦ ନଳୀ ସମେଇଥାଏ । ଏହି ନଳୀକୁ ଶୁକ୍ରାନୁପ୍ରଣାଳୀ କ‌ହନ୍ତି । ଏହି ନଳୀ ଶୁକ୍ର ବା ବୀର୍ଯ୍ୟ (semen) ତିଆରି କରେ । ଶୁକ୍ରାନୁପ୍ରଣାଳୀରେ ଗୋଟିଏ ମୁଣ୍ଡ ବନ୍ଦ ଏବଂ ଆର ମୁଣ୍ଡ ଆସି ଅନ୍ୟାନ୍ୟ ଶୁକ୍ରାନୁପ୍ରଣାଳୀ ସଙ୍ଗେ ମିଶିଅଛି । ଏହିପରି ଶୁକ୍ରାନୁପ୍ରଣାଳୀ ସବୁ ଆସ୍ତେ ଆସ୍ତେ ମିଶି ଗୋଟିଏ ନଳୀ ହୋଇଅଛି । ଏହି ନଳୀକୁ ଶୁକ୍ରନଳୀ (Vasdeferns) କହନ୍ତି । ଶୁକ୍ରନଳୀ ଲମ୍ବରେ ପ୍ରାୟ ଦେଢ଼ ହାତ ହେବ । ଦୁଲ ପାଖରେ ଦୁଇଟି ଶୁକ୍ରନଳୀ ଅଛି । ଏହି ବାଟ ଦେଇ ଅଣ୍ଡଦେହରୁ ଶୁକ୍ର ଆସେ । ଶୁକ୍ରନଳୀ, ନାନାଭାବରେ ବଙ୍କେଇ ମୋଟା ହୋଇ ଏବଂ ବେଶୀ ମୋଡ଼ି ମୋଡ଼ି ହୋଇ ଶେଷରେ ଶୁକ୍ରାଶୟ (Vesculae Seminalis) ଆକାର ଧରିଅଛି । ଦେହର ଦୁଇ ପାଖରେ ଦୁଇଟି ଶୁକ୍ରାଶୟ ଅଛି । ଏହା ଲମ୍ବରେ ପ୍ରାୟ ଅଢ଼େଇ ଇଞ୍ଚ ହେବ । ଅଣ୍ଡରେ ଶୁକ୍ର ତିଆରି ହୋଇ ଶୁକ୍ରନଳିବାଟେ ଆସି ଏହି ଶୁକ୍ରାଶୟରେ ରହିଥାଏ । ଶୁକ୍ରାଶୟ ଦେହରୁ ଗୋଟିଏ ନଳୀ ବାହାରିଅଛି । ଏହାକୁ ଶୁକ୍ରନିର୍ଗମ ନଳୀ (Ejaculatory duct) କହନ୍ତି । ଶୁକ୍ରନଳୀରୁ ଏହି ନଳୀକୁ ଗୋଟିଏ ବାଟ ଅଛି । ଦୁଇ ପଟେ ଦୁଇଟି ଶୁକ୍ରନିର୍ଗମ ନଳୀ ଅଛି । ଏହା ନଳୀ ଦୁଇଟିର ଲମ୍ବ ଇଞ୍ଚକରୁ ଟିକିଏ କମ ହେବ । ଦୁଇ ପାଖର ଦୁଇଟିଯାକ ଶୁକ୍ରନିର୍ଗମ ନଳୀ ଆସି ଶିଶ୍ନମୂଳରେ ମୂତ୍ରନଳୀ(Urethra)ସଙ୍ଗେ ମିଳିଅଛନ୍ତି । ଏହିବାଟେ ଶୁକ୍ର ଆସି ମୂତ୍ରନଳୀରେ ପହଞ୍ଚେ । ଆମ ଦେହରେ ମୁଖଶାୟୀ (Prostatic Gland) ଗ୍ରନ୍ଥି ନାମରେ ଗୋଟିଏ ଗ୍ରନ୍ଥି ଅଛି । ଏହା ମୂତ୍ରାଶୟ ଓ ଶିଶ୍ନମୂଳ ମଧ୍ୟରେ ଥିବା ମୂତ୍ରାନାଳୀର ଅଂଶକୁ ଘେରି ରହିଅଛି । ଏଥିରୁ ଏକପ୍ରକାର ରସ ବାହାରେ । ତାହା ଆସି ଶିଶ୍ନମୂଳରେ ଶୁକ୍ର ସହିତ ମିଶେ । ଶୁକ୍ର ପ୍ରଥମେ ଏତେ ପତଳା ନ ଥାଏ, କିନ୍ତୁ ଏହା ମିଶି ତାକୁ ପତଳା କରିଦିଏ । ଏହିପରି ଶୁକ୍ର ମୂତ୍ରନାଳୀକୁ ଆସି ମୂତ୍ରଦ୍ୱାରବାଟେ ବାହାରେ ।

ଶୁକ୍ର :- ଏହା ଦେଖିବାକୁ ତରଳ, ନାଳୁଆ ଓ ଧଳା । ଏହାର ଏକପ୍ରକାର ଗନ୍ଧ ଅଛି । ଏଥିରେ ଅସଂଖ୍ୟ ଅସଂଖ୍ୟ ଶୁକ୍ର କୀଟାଣୁ(Spermatozoa) ଭାସୁଥାଆନ୍ତି ।

ଶୁକ୍ରକୀଟାଣୁ ଦେଖିବାକୁ ଅନେକଟା ବେଙ୍ଗଫୁଲା ପରି । କିନ୍ତୁ ତାର ଲାଙ୍ଗୁଳଟା ମୁଣ୍ତ ତୁଳନାରେ ଖୁବ୍ ବେଶି ଲମ୍ବ ଓ ତାହା ଏତେ ଛୋଟ ଯେ, କେବଳ ଖୁବ୍ ବଢ଼ିଆ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଏ । ଶୁକ୍ରକୀଟାଣୁର ମୁଣ୍ଡ ଦେଖିବାକୁ ଅନେକଟା ବରପତ୍ର ପରି ଓ ତାର ଅଗଟା ଟିକିଏ ଦାଢ଼ୁଆ । ଟୋପାଏ ଶୁକ୍ର ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅସଂଖ୍ୟ ଅସଂଖ୍ୟ କୀଟାଣୁ ତ‌ହିଁରେ ସାଲୁ ସାଲୁ ହେଉଥିବାର ଦେଖାଯାଅନ୍ତି । ଶୁକ୍ରକୀଟାଣୁ ରୋଗଣା ହୋଇଥିଲେ ଆକୃତିରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଯାଏ; କିନ୍ତୁ ସୁସ୍ଥ ଓ ସବଳ ଶୁକ୍ରକୀଟାଣୁ ଦେଖିବାକୁ ଠିକ୍ ଛବିରେ ଦିଆ ହୋଇଥିବା ଶୁକ୍ରକୀଟାଣୁ ପରି । ଶୁକ୍ରରେ ଦେହର କେତେକ ସାର ଥାଏ, ତେଣୁ ଅତିରିକ୍ତ ଶୁକ୍ରକ୍ଷୟ ହେଲେ ଦେହ ଭିତରୁ ଅନେକ ସାର ବାହାରଯାଏ ।

ଶିଶ୍ନ :- ଲିଙ୍ଗ ବା ଶିଶ୍ନ ତିନୋଟେ ଲମ୍ବାଳିଅ ମାଂସପେଶୀଦ୍ୱାରା ଗଢ଼ା ହୋଇଅଛି । ଏହି ମାଂସପେଶୀ ସାଧାରଣ ମାଂସପେଶୀ ପରି ନିଦା ନୁହେଁ । ଏହା ଅନେକଟା ସ୍ପଞ୍ଜ୍ କିମ୍ବା ପାଉଁରୁଟି ଭିତର ପରି ଜାଲିଜାଲିଆ । ସାଧାରଣତଃ ଏହି ଜାଲିସବୁ ଖୋଲା ଥିବାରୁ ଲାଗିଯାଇ ସେମ୍‌ଟା ହୋଇ ଯାଇଥାଏ । ତେଣୁ ଲିଙ୍ଗ ନରମ ହୋଇ ରହିଥାଏ । କୌଣସି ପ୍ରକାର ଉତ୍ତେଜନା ପାଇଲେ ନାଡ଼ୀମଣ୍ଡଳୀ ଉତ୍ତେଜିତ ହୁଏ ଏବଂ ତାହା ଫଳରେ ଲିଙ୍ଗରେ ଥିବା ମାଂସପେଶୀ ଭିତରର ଜାଲି ମଧ୍ୟକୁ ରକ୍ତ ଛୁଟି ଆସେ ଏବଂ ଜାଲିସବୁ ପୂରିଯାଏ, ତେଣୁ ତାହା ଫୁଲି ଉଠେ ଓ ତହିଁ ସଙ୍ଗେ ସଙ୍ଗେ ଶିଶ୍ନ ମଧ୍ୟ ଶକ୍ତ ହୋଇଯାଏ । ଯେଉଁ ତିନୋଟି ଲମ୍ବାଳିଆ ମାଂସପେଶୀର କଥା କୁହାଗଲା, ଠିକ୍ ସେମାନଙ୍କ ମଝିରେ ମୂତ୍ରନାଳୀ ଅଛି । ମୂତ୍ରନାଳୀ ମୂତ୍ରାଶୟରୁ ବାହାରି ମୁଖଶାୟୀ ଗ୍ରନ୍ଥି ଭିତର ଦେଇ ଶିଶ୍ନ ଭିତରେ ଭିତରେ ଯାଇ ମୂତ୍ରଦ୍ୱାରଠାରେ ବାହାରକୁ ମେଲା ହୋଇଅଛି । ଏହି ବାଟେ ମୂତ୍ରାଶୟରୁ ମୂତ୍ର ଓ ଶୁକ୍ରାଶୟରୁ ଶୁକ୍ର ଆସେ ।

କୌଣସି ପ୍ରକାର ଉତ୍ତେଜନା ପାଇଲେ ପ୍ରଥମେ ଲିଙ୍ଗ ଉତ୍ତେଜିତ ହୋଇ ଶକ୍ତ ହୋଇଯାଏ ଏବଂ ଉତ୍ତେଜନାର ମାତ୍ରା ବଢ଼ିଲେ ଶୁକ୍ର ବ‌ହିର୍ଗତ ହୁଏ । ଶୁକ୍ର ବାହାରିବା ଆଗରୁ ସମସ୍ତ ନାଡ଼ୀତନ୍ତ୍ର ଉତ୍ତେଜିତ ହୁଏ, ସେ ସମୟର ସମସ୍ତ ଲକ୍ଷଣ ପ୍ରକାଶ ପାଏ । ଅସଂଯତ ହେଲେ ଅତିରିକ୍ତ ଉତ୍ତେଜନାଦ୍ୱାରୀ ନାଡ଼ୀତନ୍ତ୍ର ଶିଥିଳ ହୋଇଯାଏ, ତେଣୁ ଦେହର ବହୁତ ଅପକାର ହୁଏ ଓ ତହିଁ ସଙ୍ଗେ ସଙ୍ଗେ ନାନାପ୍ରକାର ରୋଗ ଧରେ ।

ସ୍ତ୍ରୀ ଜନନେନ୍ଦ୍ରିୟ :- ସ୍ତ୍ରୀଲୋକମାନଙ୍କ ଜନନେନ୍ଦ୍ରିୟ ଟିକିଏ ଜଟିଳ । ଏହା ଡ଼ିମ୍ବକୋଷ, ଡ଼ିମ୍ବବାହୀ ନଳ, ଜରାୟୁ, ଯୋନି ଓ ଯୋନିଦ୍ୱାର ବା ପ୍ରସବଦ୍ୱାର ଏହି ପାଞ୍ଚ ଭାଗରେ ବିଭକ୍ତ । ଏଥି ସଙ୍ଗେ ସ୍ତନର ସମ୍ପର୍କ ଥିବାରୁ ତାହା ପ୍ରକୃତ ଜନନେନ୍ଦ୍ରିୟ ନ ହେଲେ ସୁଦ୍ଧା ତ‌ହିଁର ଗୋଟିଏ ଅଂଶ ବୋଲି ଧରାଯାଏ ।

ଡିମ୍ବକୋଷ (Ovary) :- ସ୍ତ୍ରୀମାନଙ୍କ ତଳିପେଟରେ ଦୁଇ ପାଖକୁ ଦୁଇଟି ଡ଼ିମ୍ବକୋଷ ଅଛି । ଏହି ଦୁଇ ଡ଼ିମ୍ବକୋଷ ମଝିରେ ଜରାୟୁ ରହିଅଛି । ଡ଼ିମ୍ବକୋଷ ଓ ଜରାୟୁ ଯେ ଏକାଠି ଲଗାଲଗି ହୋଇ ଅଛନ୍ତି ତାହା ନୁହେ, ଟିକିଏ ଛଡ଼ାଛଡ଼ି ହୋଇ ଅଛନ୍ତି । ଡ଼ିମ୍ବକୋଷ ଦେଖିବାକୁ ଅଣ୍ଡାପରି ଆଉ ଲମ୍ବରେ ପ୍ରାୟ ଦେଢ଼ଇଞ୍ଚ ହେବ । ଗୋଟାଏ ପରଦା ପରି ଚଉଡ଼ା ବନ୍ଧନୀ ଅଛି । ସେହି ବନ୍ଧନୀ ଦୁଇପାଖର ଦୁଇ ଡ଼ିମ୍ବକୋଷ, ଜରାୟୁ ଓ ଡିମ୍ବବାହୀ ନଳ ଏ ସମସ୍ତଙ୍କୁ ଯଥା ସ୍ଥାନରେ ରଖିଅଛି ।

ଡ଼ିମ୍ବକୋଷ ଭିତରଟା ମହୁଫେଣା ପରି ଅନେକଗୁଡ଼ିଏ ଅତି ସୂକ୍ଷ୍ମ କୋଠରୀରେ ବିଭକ୍ତ ହୋଇଅଛି । ଏହି କୋଠରୀ ଭିତରେ ଡିମ୍ବାଣୁ ଥାଏ ଓ ତହିଁରୁ ଏକ ପ୍ରକାର ରସ ବାହାରେ । ପ୍ରତ୍ୟେକ ଡ଼ିମ୍ବାଣୁ ଉପରେ ଗୋଟିଏ ଆବରଣ ଥାଏ । ଶିମୁଳିଫଳ ପାକଳ ହୋଇଗଲେ ତାହା ଯେପରି ଫାଟିଯାଏ ଓ ତହିଁରୁ ତୁଳା ବାହାରି

ସ୍ତ୍ରୀଲୋକର ବସ୍ତି ଦେଶ ଯଦି କରତଦ୍ୱାରା ମଝିରୁ କମ୍ବମାର୍ଟରେ ଦୁଇଭାଗ କରିଦିଆଯିବ, ତେବେ ଏହିପରି ଦେଖାଯିବ ।

୧| ଜରାୟୁ ଓ ମଳକୋଷ ମଧ୍ୟବର୍ତ୍ତୀ ସ୍ଥାନ । ୨| ମଳଦ୍ୱାର । ୩| ଜରାୟୁଗ୍ରୀବା ଆଗରେ ଥିବା ରନ୍ଧ୍ର । ୪| ତ୍ରିକାସ୍ଥି (Sacrum) । ୫| ଅନୁତ୍ରିକାସ୍ଥି (Coccyx) । ୬| ଜରାୟୁ ଓ ମୁତ୍ରଶୟ ମଧ୍ୟବର୍ତ୍ତୀ ସ୍ଥାନ । ୭| ମୂତ୍ରନାଳୀ । ଏଣେ ତେଣେ ପଡ଼େ, ସେହିପରି ଏହି ଡିମ୍ବାଣୁ ପାକଳ ହୋଇଗଲେ ତାର ଆବରଣ ଫାଟିଯାଏ ଓ ତାହା ଡିମ୍ବବାହୀ ନଳରେ ପଡ଼େ । ସରୁ ଡିମ୍ବାଣୁ ଏକ ସମୟରେ ପାକଳ ହୁଅନ୍ତି ନାହିଁ । ଯେଉଁଟି ଯେଳେବେଳେ ପାକଳ ହୁଏ, ତାହା ସେହି ସମୟରେ ଫାଟି ବାହାରି ଯାଏ । ଡିମ୍ବାଣୁ ପାକଳ ହୋଇ ବାହାରିବାର ଗୋଟିଏ ନିୟମ ଅଛି । ମାସକେ ଏହା ଥରେ ବାହାରେ ଏବଂ ସେହି ସମୟରେ ସ୍ତ୍ରୀମାନଙ୍କର ଋତୁ ହୁଏ ।

ଆଗରୁ କୁହାଯାଇଛି ଯେ ଦୁଇଟି ଡିମ୍ବକୋଷ ଅଛି । କିନ୍ତୁ ସାଧାରଣତଃ ଦୁଇଟିଯାକରୁ ଏକା ସମୟରେ ଡିମ୍ବାଣୁ ବାହାରେ ନାହିଁ - ଗୋଟାକରୁ ଗୋଟିଏ ଡିମ୍ବାଣୁ ବାହାରେ । କାହାର କେବେ ଯଦି ଏଥିର ବ୍ୟତିକ୍ରମ ଘଟେ ଓ ଦୁଇଟି ଡିମ୍ବାଣୁ ବାହାରନ୍ତି ତେବେ ଜାଆଁଳା ଛୁଆ ଜନ୍ତ ହୁଅନ୍ତି ।

ଯୌବନ ଆରମ୍ଭ ହେଲେ ଡିମ୍ବାଣୁ ପାକଳ ହେଇ ବାହାରିବାକୁ ଲାଗନ୍ତି ଓ ସେହିଦିନଠାରୁ ମଧ୍ୟ ଋତୁ ଆରମ୍ଭ ହୁଏ । ପ୍ରତି ୨୮/୩୦ ଦିନରେ ଥରେ ଲେଖାଏଁ ଋଭୁ ହୃଏ । ଏହି ସମୟରେ ଜରାୟୁ ଦେହରୁ କେତେକ ରକ୍ତ ବାହାରିଯାଏ । ଭଲ ଦେହରେ ଋତୁ ୪/୫ ଦିନ ରହେ ଅର୍ଥାତ୍ ଏହି ସମୟ ଭିତରେ ବରାବର ରକ୍ତ ପଡ଼ୁଥାଏ । ଋତୁ ସମୟରେ ଯେଉଁ ରକ୍ତ ବାହାରେ ତାହା ଦେଖିବାକୁ ସାଧାରଣ ରକ୍ତ ଅପେକ୍ଷା ଟିକିଏ ମଇଳ। ଏବଂ ତହିଁରେ କୌଣସି ପ୍ରକାର ଖରାପ ଗନ୍ଧ ଥାଏ ନାହିଁ । ଆମ ଦେଶରେ ୧୨/୧୩ ବର୍ଷରେ ଋତୁ ଆରମ୍ଭ ହୁଏ ଓ ତାହା ପ୍ରାୟ ଦେଶରେ ୩୦/୩୨ ବର୍ଷ ରହି ପ୍ରାୟ ୪୫ ବର୍ଷ ବୟସବେଳକୁ ବନ୍ଦ

ହୋଇଯାଏ । ଏହି ସମୟରେ ସ୍ତ୍ରୀ ଗର୍ଭବତୀ ହୋଇ ପାରେ । ଋତୁ ଦେଖା ହେବା ପୂର୍ବରୁ କିମ୍ବା ବନ୍ଦ ହେବା ପରେ ଆଉ ଗର୍ଭ ସଞ୍ଚାର ହୁଏ ନାହିଁ । ଗର୍ଭ ସମୟରେ ଏବଂ ଛୁଆ ଜନ୍ମ ହେଲା ପରେ ଯେତେଦିନ ଦୁଧ ଖାଉଥାଏ, ସେ ସମୟରେ ଋତୁ ହୁଏ ନାହିଁ । ବେଳେ ବେଳେ ଗର୍ଭର ପହିଲି ମାସେ ଦୁଇମାସ ଋତୁ ହେବାର ଦେଖାଯାଏ, କିନ୍ତୁ ସେତେବେଳେ ଯେଉଁ ରକ୍ତ ବାହାରେ ତା' ଖୁବ୍ କମ୍ ।

ଗୋଟିଏ ଡିମ୍ବାଣୁରୁ ଗୋଟିଏ ଛୁଆ ହୁଏତ । ଯୌବନ ଆରମ୍ଭ ହେବା ଆଗରୁ ପିଲାଦିନେ ଡିମ୍ବକୋଷରେ ପ୍ରାୟ ୭୦୦୦୦ ଡିମ୍ବାଣୁ ଥାନ୍ତି । ଏହି ଭିତରୁ ଖୁବ୍ କମ ପାକଳ ହୁଅନ୍ତି । ଅନେକ ପାକଳ ଡିମ୍ବ ପୁଣି ଫାଟନ୍ତି ନାହିଁ । ମାସକେ ଗୋଟିଏ କରି ଧରିଲେ ୪୦ ବର୍ଷରେ ମୋଟେ ୪୦୦/୫୦୦ଟି ଡିମ୍ବାଣୁ ଫୁଟାନ୍ତି ଏଥିରୁ ଚାଳିଶ ଭାଗରୁ ଭାଗେ ବି ଛୁଆ ହୁଅନ୍ତି ନାହିଁ ।

ଡିମ୍ବାଣୁ ପାକଳ ହୋଇ ଫୁଟି ଡିମ୍ବବାହୀ ନଳରେ ପଡ଼େ । ଡିମ୍ବବାହୀ ନଳ ଡିମ୍ବକୋଷଠାରୁ ଜରାୟୁପର୍ଯ୍ୟନ୍ତ ଲମ୍ବିଛି । ଏହାର ଲମ୍ବ ପ୍ରାୟ ୩/୪ ଇଞ୍ଚ ହେବ । ଦୁଇପଟେ ଦୁଇଟି ନଳ ଅଛି ଏବଂ ତାହା ଆସି ଜରାୟୁ ସଙ୍ଗେ ମିଶିଛି । ଡିମ୍ବବାହୀ ନଳର ଡିମ୍ବକୋଷ ପାଖମୁଣ୍ଡ ଦେଖିବାକୁ ଗୋଟାଏ କାହାଳୀ ପରି ଓ ମେଲା । ଡିମ୍ବାଣୁ ଫୁଟି ବାହାରିଲ କ୍ଷଣି ଏହି କାହାଳୀ ଭିତରେ ପଡ଼େ । ସେଠାରୁ ତାହା ଆସ୍ତେ ଆସ୍ତେ ଡିମ୍ବବାହୀ ନଳ ଭିତର ଦେଇ ଜରାୟୁଆଡ଼କୁ ଆସେ । ଏହି ଡିମ୍ବବାହୀ ନଳ ଭିତରେ ଥିବାବେଳେ ଏହା ସଙ୍ଗେ ଶୁକ୍ରକୀଟାଣୁର ଭେଟ ହୁଏ ।

ଡିମ୍ବାଣୁ ଖାଲି ଆଖିରେ ଦେଖାଯାଏ ନାହିଁ । ଏହା ଗୋଲ ଗୋଲ । ଡିମ୍ବାଣୁ ସଙ୍ଗେ ଶୁକ୍ରିକୀଟାଣୁର ଭେଟ ହେଲାକ୍ଷଣି ଶୁକ୍ରକୀଟ ତାହା ଦେହରେ ଲାଗିଯାଏ ଓ ତାର ଦାଢ଼ୁଆ ମୁଣ୍ଡରେ ଡିମ୍ବାଣୁ ଦେହ ଚିରି ହୋଇ ତାହା ଭିତରକୁ ପଶିଯାଏ ଏବଂ ଡିମ୍ବାଣୁ ଦେହରେ ମିଶିଯାଏ । ଏହିପରି ଡିମ୍ବାଣୁ ଓ ଶୁକ୍ରକୀଟାଣୁ ଉଭୟ ମିଳିଯାଇ ଗୋଟିଏ କୋଷାଣୁ ହୋଇଯାନ୍ତି । ଏହି କୋଷାଣୁ ହେଲା ଆମ ଦେହର ଆରମ୍ଭ । ଏଥିରୁ କିପରି ନାନା ପ୍ରକାର ଆକାର ବାହାରେ, ତାହା ପରେ କୁହାଯିବ ।

କୋଷାଣୁ ବଡ଼ ହେବା ସଙ୍ଗେ ସଙ୍ଗେ ଡିମ୍ବବାହୀ ନଳ ଦେଇ ଗଡ଼ି ଗଡ଼ି ଜରାୟୁକୁ ଆସେ । ଜରାୟୁରେ ପହଞ୍ଚିଲାବେଳକୁ ଏହା ଟିକିଏ ବଡ଼ ହୋଇ ଯାଇଥାଏ, ତଥାପି ଏହାର ଆକାର ସେତେବେଳେ ସୋରିଷଠାରୁ ମଧ୍ୟ ଛୋଟ ଥାଏ । ଏହି ସମୟରୁ ଏହାକୁ ଭୃଣ (Embryo) କହିନ୍ତି ।

ଜରାୟୁ (Uterus):- ମାଆ ପେଟରେ ଛୁଆ ଯେଉଁ ମୁଣିରେ ରହେ, ତାକୁ ଜରାୟୁ କହନ୍ତି । ଏହା ଭିତରେ ଛୁଆ ଥିଲା ବେଳେ ମାଠିଆଟାଏ ଉଗୁଡ଼ାଇ ଦେଲେ ଯେପରି ଦେଖାଯାଏ, ଏହା ଠିକ୍ ସେହିପରି ଦେଖାଯାଏ । ସେତେବଳେ ଏହାର ଆକୃତି ଅନେକଟା ପିଜୁଳି ପରି । ଛୁଆ ନ ଥିଲାବେଳେ ମୁଣିର ଆଗ ଓ ପଛପଟ ଲାଗିଯାଇଥିବାରୁ ଠିକ୍ ଗୋଟିଏ ମୁଦା ବଟୁଆ ପରି ଦେଖାଯାଏ । ଖାଲିବେଳେ ଏହାର ଲମ୍ବ ତିନି ଇଞ୍ଚ, ଓସାର ଦୁଇ ଇଞ୍ଚ ଓ ମୋଟ ଏକ ଇଞ୍ଚ ଥାଏ; କିନ୍ତୁ ଗର୍ଭାବସ୍ଥାରେ ଭୃଣ ବଢ଼ିବା ସଙ୍ଗେ ସଙ୍ଗେ ଏହା ବଢ଼େ ଏବଂ ଆକାର ଓ ଆକୃତିରେ ଗୋଟାଏ ଉଗୁଡ଼ା ମାଠିଆ ପରି ଦେଖାଯାଏ । ଛୁଆ ଜନ୍ମ ହୋଇ ସାରିଲେ ଏହାର ଆକାର ପୁଣି କମିଯାଏ କିନ୍ତୁ କୁମାରୀ ଅବସ୍ଥାରେ ଏହାର ଆକାର ଯେଡ଼େ ଛୋଟ ଥାଏ, ଆଉ ତେତେ ଛୋଟ ହୁଏ ନାହିଁ । ତା' ଠାରୁ ଟିକିଏ ବଡ଼ ରହିଯାଏ । ଏହାର ଆଗରେ ମୂତ୍ରାଧାର ଏବଂ ପଛରେ ବୃହଦନ୍ତ୍ରର ମଳାଧାର ଅଂଶ ଅଛି । ଏହାର ତିନିଗୋଟି ଆସ୍ତର । ମଝି ଆସ୍ତର ମାଂସପେଶୀରେ ଓ ସବା ଭିତର ଆସ୍ତର ଶ୍ଳୈଷ୍ମିକ ଝିଲ୍ଲିରେ ତିଆରି ହୋଇଅଛି । ଛୁଆ ଜନ୍ମ ହେଲାବେଳେ ଜରାୟୁ ଭିତରେ ଥିବା ଏହି ମାଂସପେଶୀ ଚିପି ହୋଇଯାଏ, ତେଣୁ ଶୂଳ ଆସେ ଓ ଛୁଆ ବାହାରି ପାରେ । 'ଜରାୟୁର ଉପରଭାଗକୁ 'ଜରାୟୁ ମସ୍ତକ' (Fundus) କହନ୍ତି । ଏହାର ଏହି ଅଂଶଟି ହେଲା ସବୁଠାରୁ ଓସାରିଆ । 'ଜରାୟୁ ମସ୍ତକ' ତଳକୁ 'ଜରାୟୁ ଦେହ' (Body) ର ଆରମ୍ଭ । ସବା ତଳ ଅଂଶକୁ 'ଜରାୟୁଗ୍ରୀବା' (Cervix) କହନ୍ତି । ଏହି ଜରାୟୁଗ୍ରୀବା ଯୋନିଗହ୍ୱର ଭିତରକୁ ଗୋଟିଏ ଛୋଟ କଦଳୀଭଣ୍ଡା ପରି ବାହାରିଥାଏ ଏବଂ ଯୋନିଗହ୍ୱରର ଶେଷ ଅଂଶ ଏହାକୁ ଘେରି ରହିଥାଏ । ଜରାୟୁ-ଗ୍ରୀବାର ଅଗରେ ଗୋଟିଏ ରନ୍ଧ୍ର ଅଛି । ଏହି ରନ୍ଧ୍ରଟି ଜରାୟୁ ଭିତରେ ଫିଟିଛି । ଏହି ରନ୍ଧ୍ରବାଟେ ଶୁକ୍ରଜୀବାଣୁ ଜରାୟୁ ଭିତରକୁ ଯାଏ । ରନ୍ଧ୍ରଟି ଖାଲିବେଳେ ଏତେ ସରୁ ଥାଏ ଯେ, ରନ୍ଧ୍ର ଅଛି ବୋଲି ମୋଟେ ଜଣାଯାଏ ନାହିଁ । କିନ୍ତୁ ଛୁଆ ଜନ୍ମ ହେବାର ସମୟ ନିକଟ ହୋଇଗଲେ ଏହା ଆସ୍ତେ ଆସ୍ତେ ଓସାରିଆ ହେବାକୁ ଲାଗେ ଏବଂ ଏହି ବାଟେ ଛୁଆ ବାହାରେ ।

ଯୋନି (Vagina) :- ଏହା ୫/୬ ଇଞ୍ଚ ଲମ୍ବର ଗୋଟିଏ ବଙ୍କା ନଳ ଏବଂ ଯୋନିଗହ୍ୱର (Vaginal canal) ଓ ଯୋନିଦ୍ୱାର (Vulva) ଏହି ଦୁଇ ଭାଗରେ ବିଭକ୍ତ । ଯୋନିଗହ୍ୱରର ଭିତରେ ମୁଣ୍ଡ ଜରାୟୁଗ୍ରୀବାର ଚାରିପଟ ଘେରି ରହିଅଛି ଓ ବାହାର ମୁଣ୍ଡ ଯୋନିଦ୍ୱାରଠାରେ ଆସି ମିଳିଅଛି । ଯୋନିଗହ୍ୱର ଯୋନିଦ୍ୱାର ଆଡ଼କୁ ଟିକିଏ ସରୁ, କିନ୍ତୁ ଭିତରକୁ ଆସ୍ତେ ଆସ୍ତେ ଓସାରିଆ ହୋଇଅଛି । ବାହାହେବା ଆଗରୁ ଯୋନିଦ୍ୱାର ପାଖରେ ଗୋଟିଏ ଖୁବ ପତଳା ପରଦା ଯୋନିଗହରର ମୁହଁକୁ (Vaginal Orifice) ଘୋଡ଼ାଇ ରଖିଥାଏ । ଏହି ପରଦାକୁ ସତୀଚ୍ଛଦ (Hymen) କହନ୍ତି । ବାହା ହେବାପରେ ଏହା ଛିଣ୍ଡିଯାଏ । ଅନେକ ସମୟରେ ବାହା ହେବା ଆଗରୁ ମଧ୍ୟ ଏହା ଆପେ ଆପେ ଛିଣ୍ଡି ଯାଇଥାଏ । କାହାରି କାହାରି ଏହା ଆଦୌ ନଥାଏ । ତେଣୁ ଏହା ଛିଣ୍ଡି ଯାଇଥିଲେ ଯେ ବାଳିକାର ଚରିତ୍ର ସନ୍ଦେହଜନକ ହେବ ଏହା ଠିକ ନୁହେ । ଛୁଆ ଜନ୍ମହେଲା ବେଳେ ଯୋନିଗହର ଖୁବ୍ ବଡ଼ ହେଇ ମେଲା ହୋଇଯାଏ । ତେଣୁ ସେବାଟେ ସହଜରେ ଛୁଆ ବାହାରି ଯାଏ ।

ଯୋନିଗହରର ମୁହଁ (Vaginal Orifice) ଠାରୁ ଯୋନିଦ୍ୱାର (Vulva) ର ଆରମ୍ଭ । ଏହା ଯଉଁଠାରେ ଆରମ୍ଭ ହୋଇଅଛି, ସେହିଠାରେ ସ୍ତ୍ରୀଲୋକମାନଙ୍କର ମୂତ୍ରନଳୀ (Urethra) ଫିଟିଅଛି । ସେହି ନଳୀବାଟେ ମୂତ୍ରାଶୟରୁ ମୂତ୍ର ଆସେ । ସ୍ତ୍ରୀଲୋକମାନଙ୍କର ମୂତ୍ରନଳୀ ଲମ୍ବରେ ପ୍ରାୟ ଦେଢ଼ ଇଞ୍ଚ କିମ୍ବା ଦୁଇ ଇଞ୍ଚ ହେବ । ମୂତ୍ରନଳୀର ଯୋନିଗହର ସଙ୍ଗେ କୌଣସି ସମ୍ପର୍କ ନାହିଁ, କାରଣ ଏହା ଯୋନିଗହର ମୁହଁଠାରୁ ଟିକିଏ ଦୂରକୁ ଯୋନିଦ୍ୱାରରେ ଫିଟିଅଛି ।

ଯୋନିଦ୍ୱାର ଯେଉଁଠାରେ ବାହାରକୁ ଫିଟିଛି, ସେଠାରେ ଓଠ ପରି ଦୁଇ ପାଖରେ ଦୁଇ ପରସ୍ତ କୋମଳ ଅଥଚ ବହଳ ଚମ ଅଛି, ଏହାକୁ ବୃହତ୍ ଭଗୌଷ୍ଠ (Labia Majora) କହନ୍ତି । ଏହି ବୃହତ୍ ଭଗୌଷ୍ଠ ଭିତରକୁ ଠିକ୍ ସେହିପରି ଅଥଚ ଛୋଟ ଏବଂ ଅପେକ୍ଷାକୃତ ପତଳା ଆଉ ଦୁଇଖଣ୍ଡି ନରମ ଚମ ଅଛି । ଏହାକୁ ଭଗପକ୍ଷ (Labia Minora) କହନ୍ତି । ଦୁଇ ପାଖର ଭଗପକ୍ଷ ଦୁହେଁ ଯେଉଁଠାରେ ଉପର ଆଡ଼କୁ ମିଳିଛନ୍ତି, ସେହି କଣରେ ଲିଙ୍ଗ ପରି ଗୋଟିଏ ଅଙ୍ଗ ଅଛି । ଏହାକୁ ଭଗାଙ୍କୁର (Clitoris) କହିନ୍ତି । ଏହା ହେଲା ସ୍ତ୍ରୀଲୋକମାନଙ୍କର ଇନ୍ଦ୍ରିୟତୃପ୍ତିର ପ୍ରଧାନ ଯନ୍ତ୍ର । ଉତ୍ତେଜନା ହେଲେ ଏହା ଉତ୍ତେଜିତ ଶିଶ୍ନ ପରି ଶକ୍ତ ହୋଇଯାଏ । ସାଧାରଣତଃ ଏହି ଭଗାଙ୍କୁରର ମୁଣ୍ଡଟି ବାହାରକୁ ଦେଖାଯାଉଥାଏ । ଭଗାଙ୍କୁରର ପ୍ରାୟ ଏକ ଇଞ୍ଚ ତଳକୁ ଏବଂ ଭଗପକ୍ଷ ଦୁହିଙ୍କ ମଝିରେ ମୂତ୍ରଦ୍ୱାର ବାହାରକୁ ଫିଟିଅଛି ।

ସଙ୍ଗମବେଳେ ଯୋନି ଗହରର ଶେଷ ଭାଗରେ ଶୁକ୍ର ପଡ଼େ । ଥରକେ ଯେତେ ଶୁକ୍ର ବାହାରେ ତହିଁରେ ଲକ୍ଷ ଲକ୍ଷ ଶୁକ୍ର କୀଟାଣୁ ଥାଆନ୍ତି । ସେମାନଙ୍କ ଭିତରୁ କେତେକ ଆସ୍ତେ ଆସ୍ତେ ଜରାୟୁ ଗ୍ରୀବାରନ୍ଧ୍ର ଦେଇ ଜରାୟୁ ଭିତରକୁ ଯାଆନ୍ତି । ଯାଉ ଯାଉ ବାଟରେ ଅନେକେ ମରିଯାଆନ୍ତି । ବଞ୍ଚିଥିବା ଶୁକ୍ରକୀଟାଣୁଙ୍କ ଭିତରୁ କେତେକ ପୁଣି ଜରାୟୁ ମଧ୍ୟ ଦେଇ ଡ଼ିମ୍ବବାହୀ ନଳୀ ଭିତରକୁ ଯାଆନ୍ତି । ଏହି ନଳୀ ଭିତରେ ସେମାନେ କେତେକଦିନ ବଞ୍ଚି ରହି ପାରନ୍ତି । ଏହି ନଳୀ ଭିତରେ ସେମାନେ କେତେକଦିନ ବଞ୍ଚି ରହି ପାରନ୍ତି । ଯଦି ଏହିଠାରେ କୌଣସି ଗୋଟିଏ ସବଳ ଶୁକ୍ର କୀଟାଣୁ ଗୋଟିଏ ସୁସ୍ଥ ସବଳ ଡିମ୍ବାଣୁକୁ ପାଏ, ତେବେ ସେ ତାହା ଦେହରେ ପଶି ତା ସଙ୍ଗେ ମିଳିଯାଏ । କିପରି ମିଳେ ତାହା ଆଗରୁ କୁହା ଯାଇଅଛି । ଥରକେ ଲକ୍ଷ ଲକ୍ଷ ଶୁକ୍ରକୀଟାଣୁ ଯୋନିଗହ୍ୱର ଭିତରକୁ ଗଲେ ସୁଦ୍ଧା ତହିଁରୁ ମୋଟେ ଗୋଟିଏ ସନ୍ତାନୋତ୍ପୋଦନ କାର୍ଯ୍ୟରେ ଲାଗେ । ଯଦି ସେହି ଗୋଟିକ ଗୋଟିଏ ଡିମ୍ବାଣୁ ପାଇ ତାହା ସଙ୍ଗେ ମିଶି ପାରେ ତେବେ କୋଷାଣୁ ହୁଏ ଏବଂ ତହିଁରୁ ସନ୍ତାନ ହୁଏ, ନଚେତ୍ ସେ ବି ମରିଯାଏ ।

କ | ଡିମ୍ବାଣୁ ।
ଖ | ଡିମ୍ବାଣୁ ମଧ୍ୟରେ କିପରି ଶୁକ୍ର-କୀଟାଣୁ ପଶେ ତାର ଚିତ୍ର ।
ଗ | କୋଷାଣୁ ପ୍ରଥମେ କିପରି ଦୁଇଟି କୋଷରେ ବିଭକ୍ତ ହୁଏ ତାର ଚିତ୍ର ।
ଘ | ଦୁଇଟି କୋଷରୁ କିପରି ଚାରୋଟି କୋଷ ହୁଏ ତାର ଚିତ୍ର ।
ଙ | କୋଷାଣୁ ଅନେକ ଗୁଡ଼ିଏ କୋଷରେ ବିଭକ୍ତ ହୋଇଥିବା ବେଳର ଚିତ୍ର ।
ଚ | ଭୃଣ କିପରି ଆସ୍ତେ ଆସ୍ତେ ବଢ଼େ ତାର ଚିତ୍ର ।

୧-୨୧ ଦିନ ଭିତରେ ଭୃଣ । ୨-୨୭ ଦିନର ଭୃଣ । ୩-୩୪ ଦିନର ଭୃଣ । ୪-୫/୬ ସପ୍ତାହର ଭୃଣ । ୫-୮/୯ ସପ୍ତାହର ଭୃଣ । ଏହି (ଚ) ଚିତ୍ରଟି ପ୍ରକୃତ ଆକାରରେ ଦେଢ଼ଗୁଣ ଅଟେ ।

କୋଷାଣୁ ଜରାୟୁଦେହର ଶ୍ଳୈଷ୍ନିକ ଝିଲ୍ଲିରେ ଲାଗି କିପରି ତାହା ଭିତରକୁ ଆସ୍ତେ ଆସ୍ତେ ପଶେ - ତାହାର ଚିତ୍ର ।

କ| ଏଠାରେ କୋଷାଣୁ ଶ୍ଳୈଷ୍ନିକ ଝିଲ୍ଲି ଉପରେ କେବଳମାତ୍ର ଲାଗିଅଛି ।
ଖ| ଏଠାରେ କୋଷାଣୁ ଶ୍ଳୈଷ୍ନିକ ଝିଲ୍ଲି ଭିତରକୁ ପଶି ଯାଇଅଛି ।
ଗ| ଜରାୟୁର ଶ୍ଳୈଷ୍ନିକ ଝିଲ୍ଲି ଭିତରେ ଭୃଣର ପ୍ରଥମାବସ୍ଥା ।
୧| କୋଷାଣୁ ।
୨,୪| ଜରାୟୁର ମାଂସପେଶୀ
୩| ଜରାୟୁଗହର
୫| ଯୋନିଗହର

ଡିମ୍ବବାହୀ ନଳୀ ଭିତରୁ କୋଷାଣୁ ଗଡ଼ି ଗଡ଼ି ଆସି ଜରାୟୁ ଭିତରେ ପହଞ୍ଚେ । ଏହି ସମୟରେ ଜରାୟୁ ଭିତରର ଶ୍ଲୈଷ୍ନିକ ଝିଲ୍ଲି ଟିକିଏ ମୋଟ ହୋଇ ଫୁଲିଯାଇଥାଏ ଏବଂ ତହିଁରେ କୋଷାଣୁ ପଡ଼ିଲା ମାତ୍ରେ ତାହା ଉକ୍ତ ଶ୍ଳୈଷ୍ନିକ ଝିଲ୍ଲିକୁ ଖାଇ ଖାଇ ଭିତରକୁ ପଶିବାକୁ ଲାଗେ । କୋଷାଣୁ ଶ୍ଳୈଷ୍ନିକ ଝିଲ୍ଲି ଭିତରକୁ ଚାଲିଗଲେ ତାହା ପୁଣି ବନ୍ଦ ହୋଇଯାଏ ଏବଂ ମାଟିତଳେ ମଞ୍ଜି ପୋତି ଦେଲାପରି ଜରାୟୁର ଶ୍ଳୈଷ୍ନିକ ଝିଲ୍ଲି ତଳେ ପୋତି ହୋଇଯାଏ । ଏହା ହେଲା ଭୃଣର ଆରମ୍ଭ । ମଞ୍ଜି ଗଜା ହେଲାବେଳେ ତହିଁରୁ ଯେପରି ଚେର ଦିଏ ଓ ତାହା ଆସ୍ତେ ଆସ୍ତେ ମାଟି ଭିତରକୁ ମାଡ଼େ, ସେହିପରି ଭୃଣ ଦେହରୁ ଚେରସବୁ ବାହାରି ଜରାୟୁ ଦେହରେ ଥିବା ଛୋଟ ଛୋଟ ଶିରା ପ୍ରଶିରା ସଙ୍ଗେ ମିଳିଯାଏ । ଭୃଣର ଏହି ଚେରସବୁ ଜନ୍ମ ପରେ ମେଞ୍ଚା ହୋଇ ବାହାରେ ଓ ତାକୁ ଆମେ ଫୁଲ କହୁଁ । ପକା କାନ୍ଥ ଦେହରେ ଗଛ ଉଠିଲେ ଚେର ଯେପରି କାନ୍ଥକୁ କାମୁଡ଼ି ଧରିଥାଏ ସେହିପରି ଏହି ଫୁଲ ଜରାୟୁକୁ କାମୁଡ଼ି ଧରିଥାଏ । ପେଟରେ ଛୁଆ ଥିଲାବେଳେ ଏହିବାଟେ ମା ଦେହରୁ ଛୁଆ ଦେହକୁ ରକ୍ତ ଆସେ । ଫୁଲ (Placenta) ଦେହରୁ ଗୋଟିଏ ନାଡ଼ୀ ବାହାରି ଥାଏ । ଏହି ନାଡ଼ୀଟି ପ୍ରାୟ ଏକ ହାତ ଲମ୍ବା । ଏହାଯାଇଁ ଛୁଆର ନାହିଠାରେ ଗୋଟିଏ ଶିରା ସଙ୍ଗେ ମିଳିଥାଏ । ଏହି ଶିରା ଯକୃତ ବାଟଦେଇ ଛୁଆର ହୃଦୟଯନ୍ତ୍ରକୁ ଯାଇଥାଏ । ଏହିବାଟେ ମା ଦେହରୁ ଛୁଆ ଦେହକୁ ରକ୍ତ ଯାଏ ଓ ସେ ତାହାଦ୍ୱାରା ଆସ୍ତେ ଆସ୍ତେ ବଢ଼େ ।

ଆଗରୁ କୁହାଯାଇଛି ଯେ ଡିମ୍ବାଣୁ ଓ ଶୁକ୍ରକୀଟାଣୁ ମିଶି କୋଷାଣୁ ହୁଏ । ପ୍ରଥମେ ଏହି କୋଷାଣୁରେ ଗୋଟିଏ ମାତ୍ର କୋଷ ଥାଏ । କିନ୍ତୁ ତାହା ଆସ୍ତେ ଆସ୍ତେ ଦୁଇଟି କୋଷରେ ପରିଣତ ହୁଏ । ଦୁଇଟିରୁ ଚାରୋଟିରୁ ଆଠୋଟି ଏହିପରି ହୋଇ ହୋଇ ତାହା ବଢ଼େ ଏବଂ ଭୃଣ ଆକାର ଧରେ । ଭୃଣ ମଧ୍ୟ ସେହିପରି ବଢ଼ିବାକୁ ଲାଗେ ଓ ତହିଁରୁ ଆସ୍ତେ ଆସ୍ତେ ଦେହର ସମସ୍ତ ତନ୍ତୁ ଓ ଅଙ୍ଗ ପ୍ରତ୍ୟଙ୍ଗ ଜାତ ହୁଏ । ଜରାୟୁ ମଧ୍ୟରେ ଭୃଣ ଗୋଟିଏ ମୁଦା ଥଳୀ ଭିତରେ ଥାଏ । ଥଳୀର ଗୋଟାଏ ଅଂଶ ହେଲା ଫୁଲ, ଏହା ଜରାୟୁକୁ କାମୁଡ଼ି ଧରିଥାଏ । ଏହାର ଅନ୍ୟ ଅଂଶ ଖୁବ୍ ପତଳା - ଦେଖିବାକୁ ଚଢ଼େଇଙ୍କର ଚରାମୁଣି ପରି । ଏହି ଥଳୀ ଭିତରେ ଗୋଟାଏ ପ୍ରକାର ପାଣି ଥାଏ । ଫୁଲରୁ ଆସିଥିବା ନାଡ଼ୀରେ ଲାଗି ଭୃଣ ଏହି ଜଳ ଭିତରେ ଝୁଲିପଡ଼ି ଭାସୁଥାଏ ।

ଦିନକୁଦିନ ଭୃଣ ବଢ଼େ ଓ ତାର ଆକାରର ପରିବର୍ତ୍ତନ ଘଟେ । ଶେଷରେ ତାହା ଠିକ୍ ଗୋଟେ ମନୁଷ୍ୟ ଆକାର ଧରେ । ଏହା ହେବାକୁ ପ୍ରାୟ ୬ ମାସ ଲାଗେ । ଏହାପରେ ମଧ୍ୟ ଆଉ କିଛି ଦିନ ଚାଲିଯାଏ । ସେତେବେଳେ ଛୁଆ ଆସ୍ତେ ଆସ୍ତେ ବଢ଼େ ଓ ତା ଦେହରେ ବଳ ହୁଏ । ଶେଷରେ ଠିକ ୨୭୦ ଦିନ ପରେ ତାହାର ବାହାରିବାର ବେଳ ହୁଏ । ଜରାୟୁ ଦେହର ମାଂସପେଶୀ ସଙ୍କୁଚିତ ହେବାକୁ ଲାଗନ୍ତି; ତେଣୁ ଶୂଳ ଆସେ । ଏହା ଫଳରେ ଛୁଆ ସହିତ ମୁଣି ଠେଲି ହୋଇ ଜରାୟୁ ଗ୍ରୀବାର ରନ୍ଧ୍ର ମୁହଁରେ ହାବୁଡ଼ିଯାଏ ଏବଂ ମୁଣାର ଆଗ ଅଂଶ ରନ୍ଧ୍ର ଭିତରେ ପଶି ତାହାକୁ ମେଲାଇବାକୁ ଲାଗେ । ଶେଷରେ ରନ୍ଧ୍ର ଛୁଆର ମୁଣ୍ଡ ଗଳିଲାଭଳି ମେଲା ହୋଇଯାଏ । ଏହି ସମୟରେ ଛୁଆର ମୁଣ୍ଡ ଆସି ରନ୍ଧ୍ରମୁହଁରେ ଲାଗେ ଓ ମୁଣା ଫାଟିଯାଏ ତେଣୁ ଛେନାପାଣିପରି କେତେକ ପାଣି ବାହାରିଯାଏ । ଏହାକୁ ପାଣି ଭାଙ୍ଗିବା କହନ୍ତି । ଏହା ପରେ ପୁଣି ଶୂଳ ଆସେ ଓ ମୁଣ୍ଡ ଠେଲି ହୋଇ ରନ୍ଧ୍ରକୁ ଏକାବେଳକେ ମେଲାଇ ଦିଏ । ତେଣୁ ଛୁଆ ବାହାରକୁ ବାହାରି ଆସେ । ଶୂଳ ଖାଉଥିଲାବେଳେ ଜରାୟୁ ଦେହରୁ ଫୁଲ ମଧ୍ୟ ଆସ୍ତେ ଆସ୍ତେ ଛାଡ଼ି ଯାଉଥାଏ । ଛୁଆ ଭୂଇଁରେ ପଡ଼ିଲାକ୍ଷଣି କାନ୍ଦିଉଠେ । ଏହି କାନ୍ଦିବା ଦ୍ୱାରା ଭିତରକୁ ପବନ ଚାଲିଯାଏ ଓ ଶ୍ୱାସକ୍ରିୟାର

୧| ଜରାୟୁ ମଧ୍ୟର ପରିବର୍ତ୍ତିତ ଶ୍ଳୈଶୁକ ଝିଲ୍ଲି
୨| ଭୃଣ ରହିଥିବା ଥଳୀ ଓ ଜରାୟୁର ପରିବର୍ତ୍ତିତ ଶ୍ଳୈଶିକ ଝିଲ୍ଲି ମଧ୍ୟବର୍ତ୍ତୀ ସ୍ଥାନ ।
୩| ଥଳୀ ଭିତରେ ଥିବା ପାଣି । ଅରମ୍ଭ କୃଏ । ଏଣେ ନାଡ଼ୀ ଦେହରେ ଆସୁଥବା ରକ୍ତ ମଧ୍ୟ ବନ୍ଦ ହୋଇଆସେ ଓ ହୃଦ୍‌ଯନ୍ତ୍ର ଆଉ ମା ରକ୍ତ ନ ନେଇ ସେହି ଛୁଆ ରକ୍ତରେ ଚଳେ । ଏହି ସମୟରେ ନାଡ଼ୀ କଟା ହୁଏ । ତା ପରେ କିଛି ସମୟ ପରେ ଫୁଲ ଅପେ ଆପେ ଖସି ପଡ଼େ ଏବଂ ଜରାୟୁ ଧୀରେ ଧୀରେ ଛୋଟ ହେବାକୁ ଲାଗେ । ପ୍ରାୟ ମାସକ ମଧ୍ୟରେ ଜରାୟୁ ପୂର୍ବ ଆକର ଧାରଣ କରେ । ଏହିପରି ଏହି ବଡ଼ କଳରୁ ଗୋଟିଏ ନୂଆ କଳ ବାହାରେ ।

ଛୁଆ ବଢ଼ିବାକୁ ଲାଗେ । କିପରି ବଢ଼େ, କିପରି ତାର ଯନ୍ତ୍ରସବୁ ଚଳେ ଏବଂ ତହିଁରେ କଣ ହୁଏ, ତାହା ଆଗରୁ କୁହା ଯାଇଅଛି । ହାଡ଼ସବୁ ସାଧାରଣତଃ ୨୫ ବର୍ଷ ଯାଏ ଲମ୍ବରେ ବଢ଼େ । ତେଣୁ ମନୁଷ୍ୟ ଉଚ୍ଚରେ ୨୫ ବର୍ଷ ଯାଏଁ ବଢ଼େ, ତେଣିକି ଆଉ ବଢ଼େ ନାହିଁ । ଯେଉଁ ଭୃଣ ଆରମ୍ଭରେ ଗୋଟିଏ କୋଷାଣୁ ଥିଲା, ଏବଂ ଖାଲି ଆଖିରେ ଦେଖାଯାଉ ନ ଥିଲା, ତାହା ଆସ୍ତେ ଆସ୍ତେ ବଢ଼ି ୨୫ ବର୍ଷରେ କୋଟି କୋଟି କୋଷବିଶିଷ୍ଟ ଗୋଟିଏ ବଡ଼ ମଣିଷ ହୋଇଉଠେ । ଭଗବାନ ଅନନ୍ତ, ତାଙ୍କର ଲୀଳା ଅନନ୍ତ । ସେହି ସୂକ୍ଷ୍ମାନୁସୂକ୍ଷ୍ମ କୋଷାଣୁ ଭିତରେ ଏତେ ଏତେ ଯନ୍ତ୍ରବିଶିଷ୍ଟ ଏଡ଼େ ଜଟିଳ ମନୁଷ୍ୟଦେହର ଯେଉଁ ଛାଞ୍ଚଟିଏ ରଖିଥାନ୍ତି, ସେହି ଛାଞ୍ଚରେ ଥିବା ଯନ୍ତ୍ରସବୁ କେତେ ଦୂର ସୂକ୍ଷ୍ମ ହୋଇଥିବ ଏବଂ ସେ ଛାଞ୍ଚ ଭିତରେ ଥିବା ଭବିଷ୍ୟତ ଛାଞ୍ଚର ଯନ୍ତ୍ରସବୁ କିପରି ହୋଇଥିବ ତାହା କେବଳ ସେହି ଅନନ୍ତଙ୍କର ଅନନ୍ତ ସୂକ୍ଷ୍ମ ଦୃଷ୍ଟିରେ ଦ୍ରଷ୍ଟବ୍ୟ - ମନୁଷ୍ୟ ଛାର ଅନ୍ଧ ।

ପଚିଶ ବର୍ଷଟଃଅରେ ହେଲା ମନୁଷ୍ୟର ପୂର୍ଣ୍ଣ ଯୌବନ । ରୋଗ ବ୍ୟାଧି ଲାଗିରହିଛି । ଯତ୍ନରେ ତ୍ରୁଟି ହେଲେ ଦେହଘରର ସୂକ୍ଷ୍ମ ସୂକ୍ଷ୍ମ କଳସକୁ ବିଗିଡ଼ିଯାଏ ଏବଂ ଫଳରେ ରୋଗ ଧରେ । ରୋଗରେ ପଡ଼ି ଅନେକ ମରନ୍ତି । ଜୀବନର କେଉଁ ଅବସ୍ଥାରେ ଏବଂ କେତେବେଳେ ଯେ ମୃତ୍ୟୁ ବନ୍ଦ ଅଛି, ତାହା କହିବ କିଏ ? ଯେଉଁମାନେ ଯତ୍ନ ନେଇ ଦେହର କଳସବୁକୁ ଭଲ ରଖି ପାରନ୍ତି ଏବଂ ରୋଗ ବ୍ୟାଧି ଏଡ଼ି ପୂର୍ଣ୍ଣ ଯୌବନ ଭୋଗ କରନ୍ତି, ଯୌବନ ଶେଷରେ ସେମାନେ ମଧ୍ୟ ଆସ୍ତେ ଆସ୍ତେ ମିଳନ ହେବାକୁ ଲାଗନ୍ତି । ବାର୍ଦ୍ଧକ୍ୟ ଆସି ପହଞ୍ଚେ । ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇଯାଏ, ଇନ୍ଦ୍ରିୟ ସବୁ ଦୁର୍ବଳ ହୋଇଯାନ୍ତି ଏବଂ ତନ୍ତୁ ଜରାଗ୍ରସ୍ତ ହୋଇପଡ଼େ । ଆଖିକୁ ଦିଶେ ନାହିଁ, କାନକୁ ଶୁଭେ ନାହିଁ, ଦାନ୍ତ ପଡ଼ିଯାଏ, ହଜମଶକ୍ତି କମିଯାଏ, ଚମ ଓହଳି ପଡ଼େ ଓ ଦେହର ବଳ କମିଯାଏ ଏବଂ ଶେଷରେ ମନୁଷ୍ୟ ତାର ସମସ୍ତ ନାଟ ଭାଙ୍ଗି ଦେଇ ଆଖି ବୁଜିଦିଏ । କୋଷାଣୁ ବେଳରୁ ଯେଉଁ ଶକ୍ତି ଦେହରେ ଥାଇ ଏତେ ନାଟ ଲଗାଇଥିଲା ତାହା ଅନନ୍ତ ଶକ୍ତିରେ ଲୀନ ହୋଇ ଯାଏ ଆଉ ସ୍ଥୂଳ ଦେହ ଯେଉଁ ସବୁ ମୌଳିକ ପଦାର୍ଥରେ ଗଢ଼ା, ତାହା ଆସ୍ତେ ଆସ୍ତେ ସେହି ସବୁର ପରମାଣୁରେ ପରିଣତ ହୋଇ ବିଶ୍ୱବ୍ରହ୍ମାଣ୍ଡର ଅନନ୍ତ ପରମାଣୁ ସଙ୍ଗେ ମିଶିଯାଏ । ପରମାଣୁ ଶକ୍ତିର ରୂପାନ୍ତର ମାତ୍ର, ତେଣୁ ସମୁଦ୍ରବକ୍ଷର ଢେଉପରି ମନୁଷ୍ୟରୂପୀ ଶକ୍ତି ଉଠି ସେହି ଅନନ୍ତ ଶକ୍ତିରେ ମିଳିଯାଏ - ତେବେ ଜନ୍ମ କାହିଁ ବା ମୃତ୍ୟୁ କାହିଁ ?

ହେ ଅମୃତ ନିଧନ,
"ତୋର ଅମୃତ ବିଧାନ
କରିଅଛି ମରଣକୁ ଅମୃତ ସୋପାନ ।"
ସମାପ୍ତ


Printed by P. Kar at the U.S. Press, Cuttack