ଆମ ମଧୁସୁଦନ/ଜାତିନନ୍ଦିଘୋଷର ପ୍ରମତ୍ତ ସାରଥି
←ସୂଚୀପତ୍ର | ଆମ ମଧୁସୁଦନ ଲେଖକ/କବି: ଜାତିନନ୍ଦିଘୋଷର ପ୍ରମତ୍ତ ସାରଥି |
ସହସ୍ର ରୂପରେ ସହସ୍ର କ୍ଷେତ୍ରରେ ମଧୁସୂଦନ→ |
ଜାତିନନ୍ଦିଘୋଷର ପ୍ରମତ୍ତ ସାରଥି
ମଧୁସୂଦନ
ବେଳେବେଳେ ବିଷାଦର ନିବିଡ଼ତମ ଶୋକାକୁଳ ମୁହୂର୍ତ୍ତରେ, ଅଥବା ହର୍ଷୋଲ୍ଲାସର ଉତ୍ଫୁଲ୍ଲ ବେଳାରେ ମଧୁସୂଦନ ପ୍ରଗଳ୍ଭ ଆଉ ବାଙ୍ମୟ ହୋଇଯାଆନ୍ତି, ଆଉ ତାହାଙ୍କର ଗଭୀର ଅନ୍ତଃସ୍ଥଳରୁ ଝରିଆସେ ଆଶୁ କବିତାର ଅଜସ୍ର ଉଦ୍ବେଳିତ ନିର୍ଝର ଅଥବା ସେକ୍ସପିଅରଙ୍କ ନାଟକର ଉଦ୍ଦାମ ସ୍ୱାଗତୋକ୍ତି ।
ଓଡ଼ିଶା ଡିଭିଜନରେ ୧୬.୧୦.୧୯୦୫ରେ ପଶ୍ଚିମାଞ୍ଚଳ ଆଉ ଉତ୍ତରାଞ୍ଚଳ ସମ୍ମିଳିତ ହେବା ପରେ ଦକ୍ଷିଣାଞ୍ଚଳର ମିଶ୍ରଣପାଇଁ ମଧୁସୂଦନଙ୍କୁ ସୁଦୀର୍ଘ ତିରିଶିବର୍ଷ କାଳ ବିବଶ ଆଉ ଉଦ୍ବିଗ୍ନ ହୋଇ ଦୁର୍ବାର ସଂଗ୍ରାମ ଚଳାଇବାକୁ ପଡ଼ିଥିଲା, ଯାହା ଥିଲା ଅତ୍ୟନ୍ତ କ୍ଲେଶଦାୟକ ଆଉ ଅସହନୀୟ । ସେଦି ୧୦.୧୧.୧୯୨୮ରେ କଟକ ଟାଉନ ହଲ୍ଠାରେ ନିଘଞ୍ଚ ବିପୁଳ ଲୋକାରଣ୍ୟ ମଧ୍ୟରେ ମଧୁସୂଦନଙ୍କ ଦୁର୍ନିବାର ଆଉ ବଜ୍ର ନିର୍ଘୋଷ କଣ୍ଠରୁ ଲାଭାର ଉଦ୍ଗୀରଣ ପରି ଆଗ୍ନେୟ ବକ୍ତବ୍ୟ ବହିଚାଲିଥିଲା -
"ଉତ୍କଳର ଦେଶମିଶ୍ରଣ ଆନ୍ଦୋଳନପାଇଁ ବହୁକାଳରୁ ମୁଁ ବ୍ୟାକୁଳ ଓ ଉତ୍କଣ୍ଠିତ । ମୋର ଅବସ୍ଥାକୁ ଘେନି ମୁଁ ବିଦୁରର ଖୁଦ ଗଣ୍ଡିଏ ମାତ୍ର ଦେଇଛି । ପରଠାରୁ ମାଗି ଦେଶସେବା କାର୍ଯ୍ୟ ମୁଁ ଜାଣେ ନାହିଁ । ଆମର ପାପ ଦୂର ନହେଲେ ଉତ୍କଳ ମାତାଙ୍କର ଦୁର୍ଦ୍ଦଶା ଦୂର ହେବନାହିଁ ।" ଟିକିଏ ନୀରବିଗଲେ ମଧୁସୂଦନ । ତା'ପରେ ତାଙ୍କର ଓଜସ୍ୱିୀ ଆଉ ଉର୍ଜସ୍ୱଳ କଣ୍ଠରୁ ସ୍ୱତଃ ଉଚ୍ଚାରିତ ହେଲା ଆଶୁ କବିତାର ବିହ୍ୱଳିତ ନିର୍ଝର ।
"କୋଟିଏ ଓଡ଼ିଆଗୋଟିଏ ସ୍ୱରରେ
ଡାକ ତ୍ରାହି ଜଗନ୍ନାଥ,
ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ
ଜାତିର ଉନ୍ନତି ପଥ ।
ସୁଦର୍ଶନ ଚକ୍ର ଗରଜି ଉଠିବ
ବଳିୟାର ବାହୁ କରେ,
ମାତାଙ୍କ ଶ୍ରୀଅଙ୍ଗ ପୂର୍ବବତ ହେବ
ଶତ୍ରୁ ପଳାଇବେ ଡରେ ।
ଆମ୍ଭେ ଜାଣୁନାହିଁ, ସେହି ପ୍ରାର୍ଥନାର ଗଭୀରତା କିପରି ଅତଳସ୍ପର୍ଶୀ ଆଉ ପ୍ରମତ୍ତ ଥିଲା । ମାତ୍ର ଠିକ୍ ଏହାର ଏକମାସ ପରେ ମଧୁସୂଦନଙ୍କ ପ୍ରେରିତ ଓଡ଼ିଆ ପ୍ରତିନିଧି ଦଳ ୧୨.୧୨.୧୯୨୮ରେ ପାଟନା ରେଳଷ୍ଟେସନ୍ଠାରେ ସାଇମନ୍ କମିଶନ୍ଙ୍କୁ କେବଳ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଲେ ନାହିଁ, ୧୪.୧୨.୧୯୨୮ରେ ପାଟନା ସେକ୍ରେଟେରୀଏଟ୍ଠାରେ ଓଡ଼ିଆ ଜାତିର ଦାବିପତ୍ର ଉପସ୍ଥାପନ କଲେ । ଠିକ୍ ସେହି ମୁହୂର୍ତ୍ତ ପରଠାରୁ ଅଟଲି କମିଟି, ତିନିଗୋଟି ଗୋଲ୍ଟେବୁଲ୍ ବୈଠକ ଏବଂ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ମାଧ୍ୟମରେ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶ ସ୍ଥାପିତ ହେଲା ।
ହେ ପାଠକବର୍ଗ ! ଆପଣ ଜାଣନ୍ତି କି ? ନବଭାରତର ରେନେଁସା କାଳରେ ତିଳକ, ମହାରାଷ୍ଟ୍ରର ଜାଗରଣପାଇଁ ଗଣପତି ପୂଜାର ପ୍ରବର୍ତ୍ତନ କରିଥିଲେ । ଶ୍ରୀ ଅରବିନ୍ଦ ଓ ସୁରେନ୍ଦ୍ର ନାଥ ବାନାର୍ଜୀ ବଙ୍ଗ ଦେଶରେ ଭବାନୀ ପୂଜାର ଆବାହନ କରିଥିଲେ । ମାତ୍ର ମଧୁସୂଦନଙ୍କପାଇଁ ଏକ ମାତ୍ର ପରମ ଆରାଧ୍ୟ ଆଉ ଇଷ୍ଟଦେବତା ଥିଲେ ଶ୍ରୀ ଜଗନ୍ନାଥ । ତାଙ୍କର ବକ୍ତବ୍ୟ ଥିଲା,ଶ୍ରୀମନ୍ଦିରର ନିର୍ମାଣ ପରେ ଅନଙ୍ଗଭୀମ ଦେବ ସମସ୍ତ ଓଡ଼ିଶା ରାଜ୍ୟକୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରି, ତାଙ୍କର ପ୍ରତିନିଧି ରୂପରେ ଦେଶର ଶାସନନିର୍ବାହ କରିଥିଲେ । ସାମ୍ୟ, ମୈତ୍ରୀ ଓ ପ୍ରୀତିର ପ୍ରତୀକ ରୂପେ ଜାତିଭେଦର ଧ୍ୱଂସାବଶେଷ ଉପରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠିତ ।
ଇଂଲଣ୍ଡ ପରିଦର୍ଶନ ବେଳେ ମଧୁସୂଦନ ଉଦ୍ବେଳିତ କଣ୍ଠରେ ଶ୍ରୀ ଜଗନ୍ନାଥଙ୍କ ଉଦାତ୍ତ ଓ ପ୍ରଗାଢ଼ ତତ୍ତ୍ୱର ମହନୀୟ ଅବତାରଣା କରି ଜନସମାଜକୁ ମନ୍ତ୍ରମୁଗ୍ଧ ଓ ସ୍ତମ୍ଭୀଭୂତ କରିଥିଲେ ।
ମଧୁସୂଦନଙ୍କର ବକ୍ତବ୍ୟର ଧାରା ବହିଚାଲିଥିଲା ଓଡ଼ିଶା-ସଂସ୍କୃତିର ଗହନ ଅନ୍ତରାଳକୁ- "ପ୍ରତ୍ୟେକ ଓଡ଼ିଆ ଜନ୍ମ ମୁହୂର୍ତ୍ତରୁ ହିଁ ଶ୍ରୀ ଜଗନ୍ନାଥଙ୍କ ସହିତ ନିବିଡ଼ ଭାବରେ ସମ୍ବନ୍ଧିତ । ତାହାର ଜନ୍ମଜାତକରେ ଲିପିବଦ୍ଧ ରହେ ଶ୍ରୀ ଜଗନ୍ନାଥଙ୍କର ପ୍ରତିଭୂ ଗଜପତି ମହାରାଜାଙ୍କ ପ୍ରଶାସନର ଅଂକ । ଏହି ଜାତକର ବେଳା ତାହାର ଭାଗ୍ୟ ନିର୍ଦ୍ଧାରଣ କରେ । ଏହି ଭଳି ବ୍ୟବସ୍ଥା ପୃଥିବୀର ଅନ୍ୟ କୌଣସି ପ୍ରାନ୍ତରେ ପରିଲକ୍ଷିତ ହୁଏ ନାହିଁ । ଏହା ଥିଲା ମଧୁସୂଦନଙ୍କ ମହିମାଦୀପ୍ତ ବକ୍ତବ୍ୟ, ଯେଉଁଥିପାଇଁ ଗଜପତି ବଂଶର ସୁରକ୍ଷା ଓ ସଂସ୍ଥାନ ସକାଶେ ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ସମର୍ପିତ ଥିଲେ । ଜଣେ ଓଡ଼ିଆ ନିଜର ଜାତକ ଲିଖନ ମାଧ୍ୟମରେ ଅଜାଣତରେ ଓ ଅଲଂଘ୍ୟ ଭାବରେ ସଂପର୍କିତ ହୋଇଯାଏ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ।
ହେ ପାଠକ ବର୍ଗ ! ଆପଣ ଜାଣନ୍ତି କି ? - ଓଡ଼ିଶା ପ୍ରଦେଶର ସ୍ଥାପନା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରୁ ଆରମ୍ଭ ହୋଇଥିଲା । ନଦୀବହୁଳ ଓଡ଼ିଶାର ଉପକୂଳରେ ରେଳଲାଇନ୍ର ସ୍ଥାପନା ବ୍ୟୟବହୁଳ ଓ ଦୁର୍ବହ ଥିଲା । ଏଣୁ ୧୮୭୫ ସାଲ ବେଳକୁ କଟକ ସହିତ କଲିକତା କେନାଲ ପଥରେ ସଂଯୁକ୍ତ ହୋଇଥିଲା । ମାତ୍ର ମଧୁସୂଦନ ଶ୍ରୀକ୍ଷେତ୍ର ସହିତ କଲିକତାକୁ ସଂଯୋଗ କରିବାପାଇଁ ଯେଉଁ ଅଦମ୍ୟ ପ୍ରଚେଷ୍ଟା କରିଥିଲେ, ତାହାରି ଫଳରେ ୧୮୯୫ଠାରୁ ୧୯୦୦ ସାଲ ମଧ୍ୟରେ ପୁରୀ ସହିତ କଲିକତା କେବଳ ନୁହେଁ, ମାଡ଼୍ରାସ ମଧ୍ୟ ସଂଯୁକ୍ତ ହେଲା । ସେହି ସଂଯୁକ୍ତିର ପ୍ରଥମ ରେଳଯାତ୍ରାରେ ୧୬ଡିସେମ୍ବର, ୧୯୦୦ରେ ଭାରତର ବଡ଼ଲାଟ ଲର୍ଡ କର୍ଜନ, ପୁରୀ ଓ ମନ୍ଦିରମାଳିନୀ ଭୁବନେଶ୍ୱରର ନଗରୀର ଅନବଦ୍ୟ କଳା ଓ ଭାସ୍କର୍ଯ୍ୟ ଦର୍ଶନକରି ଅଭିଭୂତ ହୋଇ ଯାଇଥିଲେ ।
ଲର୍ଡ କର୍ଜନଙ୍କର ସ୍ୱତନ୍ତ୍ର ନିମନ୍ତ୍ରଣରେ ମଧୁସୂଦନ ୧୯୦୦ ସାଲ ଅକ୍ଟୋବର ତୃତୀୟ ସପ୍ତାହରେ ସିମିଲାଠାରେ ଲର୍ଡ କର୍ଜନଙ୍କୁ ଭେଟି ଏହି ପରିଦର୍ଶନପାଇଁ ନିମନ୍ତ୍ରଣ ଜଣାଇଥିଲେ । ଲର୍ଡ କର୍ଜନ ପୁରୀରେ ପହଞ୍ଚି ରାଧାବଲ୍ଲଭ ମଠ ଉପରୁ ଶ୍ରୀମନ୍ଦିର ପରିଦର୍ଶନ କରିସାରିବା ପରେ ରାଜଦ୍ୱାରରେ ମଧୁସୂଦନଙ୍କଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତ୍ୟନ୍ତ ମହିମାନ୍ୱିତ ଭାବରେ ସମ୍ବର୍ଦ୍ଧିତ ହେଲେ । ଏହାର କିଞ୍ଚିତ ମାତ୍ର ବିବରଣୀ ଉତ୍କଳଦୀପିକାରୁ ଉଦ୍ଧାର କରୁଛୁ ।
ତଳେ ବନାତ ବିଛଣା ହୋଇ ତହିଁ ଉପରେ ମହାମାନ୍ୟଙ୍କ ନିମନ୍ତେ ରୂପାର କୁରୁସି ପଡ଼ିଥିଲା । ସମ୍ମୁଖରେ ଗୋଟିଏ ମେଜ ଉପରେ ପଥରରେ ନିର୍ମିତ ଶ୍ରୀ ମନ୍ଦିରର ପ୍ରତିକୃତି, ଗୋଟିଏ ଅବିକଳ ସୁସଜ୍ଜିତ ରଥର ଆକୃତି ଏବଂ ଗୋଟିଏ ରୂପାର ଅଭିନନ୍ଦନ ପତ୍ରାଧାର ମହାତ୍ମାଙ୍କୁ ଉପଢୌକନ ଦେବା କାରଣ ରଖାଯାଇଥିଲା । ଏହା ମାନ୍ୟବର ମଧୁସୂଦନଙ୍କର ଶିଳ୍ପାଗାରରେ ନିର୍ମିତ ହୋଇ ବିଚକ୍ଷଣ ଉଦ୍ଭାବନା ଏବଂ ସୁରୁଚିର ପରିଚୟ ଦେଉଥିଲା । ସେହି ଆଧାରର ଦୁଇପାର୍ଶ୍ୱରେ ଦୁଇଟି ହାତୀଦାନ୍ତର ହାତୀ ବସି ଅଛନ୍ତି ଏବଂ ମଧ୍ୟରେ ସୁନାପତ୍ରରେ ଶ୍ରୀମନ୍ଦିରର ପ୍ରତିକୃତି ଅଙ୍କିତ ହୋଇଛି ଓ ମଧ୍ୟଭାଗରେ ସୁନାର ଏକ କାଳୀୟଦଳନ ମୂର୍ତ୍ତିି ସ୍ଥାପିତ ହୋଇଛି । ଅଭିନନ୍ଦନ ପତ୍ରରେ ଯେଉଁ ସୁଦୀର୍ଘ ସଂସ୍କୃତ ଶ୍ଳୋକ ଖୋଦିତ ହୋଇଛି ତାହାର ପ୍ରଥମ ଦୁଇଧାଡ଼ି ଏହିପରି ଥିଲା ।
"ଦ୍ୱାରମୁତ୍କଳ ଦେଶସ୍ୟ ଜଗନ୍ନାଥସ୍ୟ ମନ୍ଦିରଂ
ଐତିହାସିକତତ୍ତ୍ୱସ୍ୟ ଜ୍ଞାପକଞ୍ଚ ବିଶେଷତଃ ।"
ଏହି ଯୁଗାନ୍ତକାରୀ ପରିଦର୍ଶନ ପରେ ଲର୍ଡ କର୍ଜନ ଏକାନ୍ତ ଭାବେ ଅଭିଭୂତ ହୋଇପଡିଥିଲେ ଏବଂ ୩ଡିସେମ୍ବର,୧୯୦୩ରେ ସମସ୍ତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣଲାଗି ପ୍ରସାରିତ କରିଥିଲେ ରିସ୍ଲେ ସର୍କୁଲାର । ଏହାକୁ ଆଧାରକରି ଓଡ଼ିଶାର ବିଖଣ୍ଡିତ ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳ ୧୬ଅକ୍ଟୋବର,୧୯୦୫ରେ ଓଡ଼ିଶା ଡିଭିଜନ ସହିତ ସମ୍ମିଳିତ ହେଲା
ପୁଣି ମୂଳ କଥାକୁ ଫେରିଆସିବା । ତାହା ଥିଲା ୧୮୮୬ ସାଲ ଡିସେମ୍ବର ମାସର ମଧ୍ୟଭାଗ । ସେତେବେଳେ ପୁରୀର କଲେକ୍ଟର ଥିଲେ ମିଃ ସାଭାଜ୍ । ପୁରୀ ଶ୍ରୀମନ୍ଦିରକୁ ନିଜର ପ୍ରାଶାସନିକ ବ୍ୟବସ୍ଥା ମଧ୍ୟରେ ଗ୍ରହଣ ଲାଗି ପ୍ରାର୍ଥନାକରି କଟକ ଜିଲ୍ଲା କୋର୍ଟରେ ସେ ଏକ ମକଦ୍ଦମା ଦାଏର କରି ସଫଳ ହେଲେ । ଏହା ପରେ କଲେକ୍ଟର ମହୋଦୟ, ଜଣେ ଡେପୁଟି କଲେକ୍ଟର ଓ ଚମଡ଼ା କଟିମେଖଳା ପିନ୍ଧିଥିବା କନ୍ଷ୍ଟେବଲ୍ମାନଙ୍କ ସାହାଯ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜଉମୁଦ ଭାଂଗି ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଲାଗିଲେ । ଏହା ସମଗ୍ର ଦେଶରେ ଘୋର ଉଦ୍ବେଗ ସୃଷ୍ଟି କରିଥିଲା ।
ଏହି ସମୟରେ ପୁରୀର ପର୍ଦାନସୀନ ରାଣୀ ସୂର୍ଯ୍ୟମଣି ପାଟ ମହାଦେଈ ମଧୁସୂଦନଙ୍କୁ ପୁରୀ ଶ୍ରୀନଅରକୁ ନିମନ୍ତ୍ରଣ କରି କହିଲେ, ହେ ପୁତ୍ର ! ସବୁ ଅବଗତ ହେଲ । ମୋର ଏହି ପରିଣତ ବୟସରେ ମୋର ହାତ ଦୁଇଟି ଦ୍ରୁତ ଅସୀ ଚାଳନାରେ ପାରଦର୍ଶୀ, ମୁଁ ମଧ୍ୟ ତଡ଼ିତ ବେଗରେ ଅଶ୍ୱଚାଳନାରେ ପାରଙ୍ଗମ । ତୁମେ ଯଦି କଲିକତା ହାଇକୋର୍ଟର ଅପିଲ୍ କେଶରେ ପରାଜିତ ହୁଅ, ମୁଁ ମୋର ବଂଶର ଐତିହ୍ୟ ଓ ପରଂପରା ରକ୍ଷା କରିବାପାଇଁ ବ୍ରିଟିଶ୍ ସରକାରଙ୍କ ବିରୋଧରେ ରଣାଂଗନରେ ଲମ୍ଫଦେବାକୁ ପ୍ରସ୍ତୁତ ଅଛି । ହତଚକିତ ଆଉ ସ୍ତମ୍ଭୀଭୂତ ମଧୁସୂଦନ ରାଣୀଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରି କଟକ କୋର୍ଟଙ୍କ ଆଦେଶ ବିରୋଧରେ କଲିକତା ହାଇକୋର୍ଟରେ ବିଜୟ ଲାଭ କଲେ । ଏହା ଭାରତର ହିନ୍ଦୁ ସମାଜକୁ ସ୍ୱସ୍ତିରେ ନିଃଶ୍ୱାସ ମାରିବାକୁ ଅବକାଶ ଦେଲା । ମଧୁସୂଦନ ହାଇକୋର୍ଟର ଆଦେଶନାମା ଘେନି କଟକରୁ ପୁରୀ ପାଲିଙ୍କିରେ ପ୍ରତ୍ୟାବର୍ତ୍ତନ ପଥରେ ସାକ୍ଷୀ ଗୋପାଳଠାରେ ଓହ୍ଲାଇଲେ । ସେତେବେଳକୁ ଉଦ୍ବେଳିତ ଓ ଉତ୍ତାଳ ଜନତାର ସୁଅ ପୁରୀଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ଲମ୍ବି ଆସିଥିଲା । ସାକ୍ଷୀଗୋପାଳଠାରେ ସହର୍ଷ ପରମ ପ୍ରୋତ୍ସାହିତ ଜନତା ମଧୁସୂଦନଙ୍କୁ ନିଜର ସ୍କନ୍ଧ ଦେଶକୁ ଉତ୍ତୋଳିତ କଲେ । ଆଉ ସେହି ବହମାନ ତରଂଗାୟିତ ଜନତାଙ୍କର ସ୍କନ୍ଧଦେଶରେ ବସି ଭାସିଭାସି ଆସି ମଧୁସୂଦନ ପହଞ୍ଚିଲେ ଶ୍ରୀମନ୍ଦିରର ଦ୍ୱାରଦେଶରେ ରାଣୀଙ୍କ ନଅର ସମ୍ମୁଖରେ । ଏହାଥିଲା ଯେପରି ଦିଗ୍ବିଜୟୀ ସମ୍ରାଟଙ୍କର ବିଜୟବାହୁଡ଼ା ।
ସୂର୍ଯ୍ୟମଣି ପାଟମହାଦେଈଙ୍କର ପୌତ୍ର ମୁକୁନ୍ଦଦେବ ସାବାଳକ ହୋଇ ରାଜ ସିଂହାସନ ଆରୋହଣ କଲେ । ମାତ୍ର ସେ ଥିଲେ ଅତ୍ୟନ୍ତ ବିଳାସୀ ଓ ଖର୍ଚ୍ଚପ୍ରିୟ । ପରିଣାମରେ ପୁରୀ ରାଜ ନଅର ଓ ରାଣୀହଂସପୁର ଦର୍ପଣୀ ରାଜାଙ୍କ ପାଖରେ ବନ୍ଧାପଡ଼ି ନିଲାମର ଦିନ ଧାର୍ଯ୍ୟ ହେଲା । ଗଜପତି ମହାରାଜା ଗୃହଶୂନ୍ୟହୋଇ ପଥଚାରୀ ହେବା ଅବସ୍ଥାକୁ ଆସିଯାଇଥିଲେ । ଜାତିର ଏହି ଚରମ ଦୁର୍ଦିନରେ ସେହି ସମ୍ପତ୍ତିକୁ ମଧୁସୂଦନ ନିଲାମଧରି କିଛିକାଳ ପରେ ସେତିକି ମାତ୍ର ଅର୍ଥ ବିନିମୟରେ ସେହି ସଂପତ୍ତିକୁ ଶ୍ରୀମନ୍ଦିରକୁ ଫେରାଇ ଦେଇଥିଲେ । ଫଳରେ ଓଡ଼ିଆ ଜାତି ଏକ ଚରମ ଦୁର୍ବିପାକ ଓ ଦୁର୍ଦ୍ଦଶାରୁ ରକ୍ଷାପାଇଲା ।
୧୯୧୩ ମସିହା ଫେବ୍ରୁଆରି ମାସ ୯ ତାରିଖର ସେ ଥିଲା ଏକ ମୃଦୁ ରୌଦ୍ରତାପିତ ସକାଳ । ଓଡ଼ିଶାର ପ୍ରଥମ ନିର୍ବାଚିତ ସାଂସଦ ରୂପେ ମଧୁସୂଦନ ଫେରୁଥାନ୍ତି ଦିଲ୍ଲୀର ଇମ୍ପରିୟାଲ୍ କାଉନ୍ସିଲ୍ ବୈଠକରୁ । କଟକ ଷ୍ଟେସନ୍ରେ ଲୋକାରଣ୍ୟ ଆଉ ପ୍ରବଳ ଛାତ୍ରଜନତାଙ୍କର ଭିଡ଼ ଜମିଥିଲା,
ମଧୁସୂଦନଙ୍କୁ ସ୍ୱାଗତ କରିବାପାଇଁ । ମଧୁସୂଦନ ରେଳରୁ ଅବତରଣ କଲେ । ବିପୁଳ ଜନତା ଉଚ୍ଛ୍ୱସିତ ଓ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ଘେନିଗଲେ ଘୋଡ଼ାବିହୀନ ଅଶ୍ୱଯାନ ନିକଟକୁ । ସମ୍ବର୍ଦ୍ଧନାର ଏକ ପ୍ରତୀକ ରୂପରେ, ଏଥିରେ ତାଙ୍କୁ ନଗର ମଧ୍ୟକୁ ବାହିନେବା ଥିଲା ଉଦ୍ଦେଶ୍ୟ ।
ଠିକ୍ ଏହି ସମୟରେ ମଧୁସୂଦନଙ୍କ ତେଜୋଦୀପ୍ତ କଣ୍ଠରୁ ଉଚ୍ଚାରିତ ହେଲା ଏକ ଦୁର୍ନିବାର ଚେତାବନୀ, "ହେ ଶ୍ରୋତୃ ମଣ୍ଡଳି ! ଆପଣମାନେ ମହିମାମୟ ଶ୍ରୀଜଗନ୍ନାଥଙ୍କର ପୁଣ୍ୟ ରଥକୁ ବାହିନେବାପାଇଁ ଏକାନ୍ତ ଅଧିକାରୀ । ଏହା ଆପଣଙ୍କର ଜନ୍ମସିଦ୍ଧ ଅଧିକାର । ମାତ୍ର ସ୍ମରଣରଖ, କେବେ ହେଲେ ମନୁଷ୍ୟର ଦାସ ହେବାପାଇଁ ପ୍ରୟାସ କରନାହିଁ ।" ସମସ୍ତ ଜନତା ବିସ୍ମୟାଭିଭୂତ ହୋଇ ଚାହିଁ ରହିଥିଲେ ସତୃଷ୍ଣ ଆଉ ଅପଲକ ନୟନରେ ଏବଂ ସ୍ତମ୍ଭୀଭୂତ ହୋଇ ଶ୍ରବଣ କରୁଥିଲେ ମାନବବାଦର ଏହି ଉଦାତ୍ତ ଓ ମହନୀୟ ବ୍ୟାଖ୍ୟାକୁ ।
ବିଶ୍ୱନାଥ କରଙ୍କର ସ୍ମୃତିଚାରଣରେ, ଓଡ଼ିଆ ଜାତିର ଏହି ମହାନ ବ୍ୟାଖ୍ୟାକାର, ଏକ ହୋଇ ମଧ୍ୟ ଜାତୀୟ ଜୀବନର ସହସ୍ର କ୍ଷେତ୍ରରେ ସହସ୍ର ରୂପରେ ଅବତୀର୍ଣ୍ଣ ହୋଇଥିଲେ । ଗୌରୀଶଙ୍କର ରାୟ ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ମଧୁସୂଦନଙ୍କ ଯୁଗାନ୍ତକାରୀ ବିଜୟ ପରେ ଓଡ଼ିଆ ଜାତିକୁ ଏକ ଅମୋଘ ମହନୀୟ ମନ୍ତ୍ର ପ୍ରଦାନ କରିଥିଲେ । ତାହାଥିଲା - ବିପତ୍ତୌ ମଧୁସୂଦନ ମନ୍ତ୍ର । ଓଡ଼ିଆ ଜାତିର ବିପତ୍ତିବେଳାରେ ମଧୁସୂଦନ ଦାସ ହିଁ ଏକମାତ୍ର ସହାୟ ଆଉ ଆଶ୍ରୟ । ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି କଙ୍କାଳସାର ଓଡ଼ିଆଜାତି, ଏହି ତେଜୋଦୀପ୍ତ ମନ୍ତ୍ର ଉଚ୍ଚାରଣ କରିଚାଲିଥିଲା । ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅଚଳା ଶ୍ରଦ୍ଧା ଓ ଭକ୍ତିନିବେଦନ ମାଧ୍ୟମରେ ମଧୁସୂଦନ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ, ଗାରିମା ଆଉ ଅସ୍ମିତା ପ୍ରଦାନ କରିଥିଲେ, ଅନ୍ୟଥା ଓଡ଼ିଶାର ସତ୍ତା କେଉଁ କାଳୁ ବିଲୁପ୍ତ ଆଉ ବିଲୀନ ହୋଇ ଯାଇଥାଆନ୍ତା ।
ଜାତୀୟ ଗୌରବ ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ । ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ ପରଂପରା । ସେ ଓଡ଼ିଶାର ରାଜନୈତିକ ପଟ୍ଟଭୂମିରେ ଊନବିଂଶ ଶତାବ୍ଦୀ (୧୮୮୧)ରେ କେବଳ ପାଦଥାପି ନଥିଲେ, ସ୍ୱକୀୟ ପ୍ରତିଭା ବଳରେ ପ୍ରତିପକ୍ଷକୁ ପରାଜିତ କରି ବିସ୍ମୟାଭିଭୂତ ଓ ତଟସ୍ଥ କରିଦେଉଥିଲେ । ଓଡ଼ିଶାର ରାଜନୀତି କ୍ଷେତ୍ରରେ ତାଙ୍କର ଉତ୍ତରଣ ଥିଲା, ଗୋଟିଏ ଉତ୍କ୍ଷେପିତ ପ୍ରଚଣ୍ଡ ଉଲ୍କା ପରି, ଯାହା ଦିଗବିଦିଗକୁ ଉଦ୍ଭାସିତ କରି ଆପଣାର ମହିମାମୟ ଦୀପ୍ତିରେ ସମସ୍ତଙ୍କୁ ଚକିତ ଆଉ ଅନୁପ୍ରାଣିତ କରିଥିଲା, ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ । ମଧୁସୂଦନଙ୍କଠାରୁ ପ୍ରଥମେ ଓଡ଼ିଆମାନଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାର ମୁକ୍ତ ଅଧିକାର । ମଧୁସୂଦନଙ୍କ ପୂର୍ବରୁ ଓଡ଼ିଶା ରାଜନୀତିକୁ ପରିଚାଳିତ କରୁଥିଲେ ବହିରାଗତ ବଂଗୀୟ ନୌକର ସାହି ପ୍ରଶାସକ ଗୋଷ୍ଠୀ ତଥା ଜମିଦାରଗଣ ସାଙ୍ଗକୁ ଦକ୍ଷିଣ ଓଡ଼ିଶାର ଉଗ୍ର ଦକ୍ଷିଣ- ଭାରତୀୟ ଅମଲାତାନ୍ତ୍ରିକ ତଥା ନ୍ୟସ୍ତ ସ୍ୱାର୍ଥଗୋଷ୍ଠୀ ।
ମଧୁସୂଦନଙ୍କ ଆବିର୍ଭାବ ଓଡ଼ିଆ ଜାତିର ମୁକ୍ତି ଲାଗି ଏକ ପରମ ଆବଶ୍ୟକତା ଥିଲା । ଓଡ଼ିଶାର ସ୍ୱତନ୍ତ୍ରତାର ଅବଲୁପ୍ତି (୧୫୬୮)ପରେ ମଧ୍ୟବର୍ତ୍ତୀ କାଳରେ ବକ୍ସି ଜଗବଂଧୁ, ସୁରେନ୍ଦ୍ର ସାଏ ଓ ଚକରା ବିଶୋୟୀଙ୍କ ପରି ବହୁ ଦେଶଭକ୍ତ ସଂଗ୍ରାମୀଙ୍କର ବଳିଦାନ ସତ୍ତ୍ୱେ ମଧୁସୂଦନଙ୍କ ପରି ସମ୍ଭାବନାମୟ ଯୁଗାନ୍ତକାରୀ ପୁରୁଷଙ୍କର ଆବିର୍ଭାବ ଲାଗି ଓଡ଼ିଆ ଜାତିକୁ ତିନିଶହ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ତାଙ୍କର ଆବିର୍ଭାବ ଘଟିଥିଲା ଏକ ଯୁଗସନ୍ଧିରେ, ଯେତେବେଳେ ଅସ୍ତ୍ରର ରଣଝଂକାର ଅପେକ୍ଷା ଚେତନାର ଜାଗରଣ ଚରମ ଆବଶ୍ୟକତା ଥିଲା । ଏହାରି ମାଧ୍ୟମରେ ସେ ନଅଙ୍କ ଦୁର୍ଭିକ୍ଷର ପ୍ରାଣଶୋଷା ତାଡ଼ନାରେ ଅର୍ଦ୍ଧମୃତ କଙ୍କାଳସାର ଓଡ଼ିଆ ଜାତିକୁ ଉଦ୍ଧାରକରି, ଗୌରବୋଜ୍ୱଳ ଅସ୍ତିତ୍ୱ ଓ ସ୍ୱାଭିମାନର ପ୍ରଖର ଦିବାଲୋକକୁ ଆଣିପାରିଥିଲେଓ ଓଡ଼ିଆମାନେ ପାଦଥାପି ଛିଡ଼ାହେବାପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟି କରିପାରିଥିଲେ । ନିର୍ବିବାଦରେ ମଧୁସୂଦନ ହେଉଛନ୍ତି ନବୀନ ଓଡ଼ିଶା
ପ୍ରଦେଶର ସ୍ରଷ୍ଟା । ଅବଶ୍ୟ ଓଡ଼ିଶା ପ୍ରଦେଶ ଗଠନର ପହିଲି ପର୍ଯ୍ୟାୟରେ ଚନ୍ଦ୍ରଶେଖର ବେହେରା, ଧରଣୀଧର ମିଶ୍ର, ଶ୍ରୀପତି ମିଶ୍ର ଆଉ ପ୍ରକୃତି କବି ଗଙ୍ଗାଧର ପ୍ରମୁଖ ଅକୁଣ୍ଠିତ ଯୋଗଦାନ କରିଥିଲେ । ପ୍ରଦେଶ ଗଠନର ଅନ୍ତିମ ପର୍ଯ୍ୟାୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲ୍ଲିକୋଟ ରାଜା, ଭୁବନାନନ୍ଦ ଦାସ, ବ୍ରଜସୁନ୍ଦର ଦାସ ଓ ଶଶିଭୂଷଣ ରଥଙ୍କ
ପରି ବହୁ ଜନନାୟକ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ ।
ମଧୁସୂଦନ ଯେତେବେଳେ ରାଜନୀତିରେ ପ୍ରବେଶକଲେ, ଓଡ଼ିଶାର ରାଜନୈତିକ ପରିବେଶ ସଂପର୍କରେ ତାଙ୍କର ବକ୍ତବ୍ୟ ଥିଲା-
"ମୁଁ ଯେତେବେଳେ ଏ ଆନ୍ଦୋଳନ ଆରମ୍ଭ କଲି, ସେତେବେଳେ ଓଡ଼ିଆଜାତି ବୋଲି କିଛି ନଥିଲା । ମୁଁ କେବଳ କୁଢ଼କୁଢ଼ ଅସ୍ଥି ଦେଖିଥିଲି, ଚାରିଆଡେ଼ କେବଳ ଅସ୍ଥି, ଅସ୍ଥି, ଅସ୍ଥି । ଏହି ଅସ୍ଥିକଙ୍କାଳ ଭିତରେ ପ୍ରାଣ ସଞ୍ଚାର କରି ହସ୍ତପଦ ଓ ପେଶୀ ଯୋଗାଇବା ନିମନ୍ତେ ମୋତେ ବହୁତ କାର୍ଯ୍ୟ କରିବାକୁ ପଡ଼ିଛି । ମୋ ଜାତିକୁ ଯୁଦ୍ଧ ସରଂଜାମରେ ସଜ୍ଜିତ କରିବାପାଇଁ ମତେ ଏକାକୀ କାର୍ଯ୍ୟ କରିବାକୁ ହୋଇଛି ।"
ସେତେବେଳେ କଲିକତା ଥିଲା ଭାରତର ରାଜଧାନୀ ଆଉ କ୍ଷମତାର କେନ୍ଦ୍ରସ୍ଥଳୀ । ବଙ୍ଗ ପ୍ରଦେଶର ସୀମା ଥିଲା ବନାରସଠାରୁ ଆରମ୍ଭ କରି ପୂର୍ବରେ ସମଗ୍ର ଆସାମ, ମଣିପୁର ଡେଇଁ ବର୍ମାଞ୍ଚଳ ପର୍ଯ୍ୟନ୍ତ । ଏହି ସୁବିସ୍ତୀର୍ଣ୍ଣ ଅଞ୍ଚଳ ଅନ୍ତର୍ଗତ ବ୍ରିଟିଶ ଶାସନର ଛତ୍ରଛାୟା ତଳେ ବର୍ଦ୍ଧିତ ହୋଇଥିଲା ବଙ୍ଗୀୟ ନୌକରୀ ସାହି ଶାସନ । ମଧୁସୂଦନଙ୍କ ପ୍ରଥମ ସଂଗ୍ରାମ ଥିଲା, ବଙ୍ଗୀୟ ନୌକରୀ ସାହି ଶାସନକୁ ଦୁର୍ବଳ ଓ କ୍ଷୁଣ୍ଣ କରିବାପାଇଁ ଓ ଏଥିରେ ସେ ଆଶାତୀତ ଭାବେ ସଫଳତା ହାସଲ କରିଥିଲେ । ୧୯୧୫ବେଳକୁ ମଧୁସୂଦନ ଏକ ସୁସଂସ୍ଥାପିତ ଓଡ଼ିଆ ପ୍ରଶାସକ (ଡେପୁଟି କଲେକ୍ଟର ପୁଲିସ୍ ସୁପରିଟେଣ୍ଡେଣ୍ଟ) ମୁନ୍ସଫ୍ ଆଉ ବଳିଷ୍ଠ ଆଇନ୍ଜୀବୀ ଗୋଷ୍ଠୀ ତିଆରି କରିବା ପରେ, ବଙ୍ଗୀୟ ନୌକରୀ ସାହି ଶାସନକୁ ବହୁ ପରିମାଣରେ ପ୍ରତିହତ କରିପାରିଥିଲେ । ୧୯୨୧ସାଲରେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ, କଂଗ୍ରେସ ନେତୃସ୍ଥାନୀୟ ବ୍ୟକ୍ତିମାନେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ କରୁଥିବାବେଳେ, ୧୮୮୨ ସାଲରେ ମଧୁସୂଦନଙ୍କୁ ସଂଗ୍ରାମ ଜାରି ରଖିବାକୁ ପଡ଼ିଥିଲା, ଉଭୟ ନୌକରୀ ସାହି ଶାସନର ଉପନିବେଶବାଦ ଓ ବ୍ରିଟିଶ୍ ଶାସନର ସାମ୍ରାଜ୍ୟବାଦ ବିରୋଧରେ । ଏହାଛଡ଼ା ଥିଲା ଜମିଦାରୀ ଅତ୍ୟାଚାର ଓ ଗଡ଼ଜାତ ଶାସନର ଚକ୍ରାନ୍ତ ବିରୋଧରେ ସଂଗ୍ରାମ । ଏ ସବୁ ଭିତରେ ସବୁଠାରୁ ଅସହନୀୟ ଥିଲା ବଙ୍ଗୀୟ ନୈକରୀ ସାହି ଶାସନର ଦୁରଭିସନ୍ଧି । ଏଥିଯୋଗୁଁ ସୂର୍ଯ୍ୟାସ୍ତ ଆଇନ ଜାରି କରାଯାଇ ଓଡ଼ିଆଙ୍କ ଜମିଦାରୀ ଅପହୃତ ହେବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଲୋପ କରିବାଲାଗି କାନ୍ତି ଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ 'ଓଡ଼ିଆ ସ୍ୱତନ୍ତ୍ରଭାଷା ନୟ'ଭଳି ପ୍ରଚାର ଅଭିଯାନ ।
ମଧୁସୂଦନ ହେଉଛନ୍ତି ପରାଧୀନକାଳୀନ ଭାରତର ଶାସନ ବ୍ୟବସ୍ଥା ମଧ୍ୟରେ ଏକମାତ୍ର ଓଡ଼ିଆ, ଯାହାଙ୍କପାଇଁ ଶାସକୀୟ ପରିଧିର ଅଳିନ୍ଦ ସବୁ ଖୋଲା ରହିଥିଲା, ବ୍ରିଟେନ୍ର ପ୍ରଧାନମଂତ୍ରୀ ସାର୍ ରାମ୍ସେ ମ୍ୟାକ୍ଡୋନାଲଡ୍ଙ୍କଠାରୁ ଆରମ୍ଭ କରି ଭାରତ ସଚିବ, ବଡ଼ଲାଟ ଓ ପ୍ରାଦେଶିକ
ଗଭର୍ଣ୍ଣରଙ୍କ ପର୍ଯ୍ୟନ୍ତ । ଏସବୁଥିରେ ତାଙ୍କର ସ୍ୱଚ୍ଛନ୍ଦ ପ୍ରବେଶ ଥିଲା । ବ୍ରିଟେନ୍ର ପ୍ରଧାନମଂତ୍ରୀ ସାର୍ ରାମ୍ସେ ମ୍ୟାକ୍ଡୋନାଲ୍ଡ଼ ମଧୁସୂଦନଙ୍କୁ ଓଡ଼ିଶାର ମୁକୁଟ ବିହୀନ ଅଧୀଶ୍ୱର ବୋଲି ଆଖ୍ୟାୟିତ କରୁଥିବାବେଳେ ବଙ୍ଗର ଗଭର୍ଣ୍ଣର ବୋର୍ଡଲୀନ ମଧୁସୁଦନଙ୍କୁ ବଙ୍ଗଳା ବିଧାନ ସଭାର ସର୍ବଶ୍ରେଷ୍ଠ ତାର୍କିକ ରୂପେ ରୋମର ପ୍ରସିଦ୍ଧ ସମାଲୋଚକ ସିନେଟର 'କେଟୋ' ନାମରେ ସମ୍ବର୍ଦ୍ଧିତ କରିଥିଲେ ।
ଏହାଛଡ଼ା ବିଶ୍ୱାସ ହରାଇଥିବା ନିର୍ବାଚିତ ପ୍ରତିନିଧିମାନଙ୍କର ପ୍ରତ୍ୟାହାର ବ୍ୟବସ୍ଥା ସମ୍ବଳିତ ସ୍ୱାୟତ୍ତଶାସନ ଆଇନ ପ୍ରଣୟନ ହେବାର ପ୍ରାୟ ୪ ବର୍ଷ ପରେ, ଲଣ୍ଡନର କେକ୍ସଟନ୍ ହଲ୍ରେ ୧୯୨୭ ସାଲରେ ଅତ୍ୟନ୍ତ ମାର୍ମିକ ଭାବରେ ପ୍ରକାଶ କରି ବିହାର ଲାଟ୍ ସାର୍ ହେନେରୀ ଓ୍ୱିଲର୍ କହିଥିଲେ, ମଧୁସୂଦନ ବିହାର ଓଡ଼ିଶାର ମନ୍ତ୍ରୀ ରୂପେ ଏପରି ନୂତନ ବ୍ୟବସ୍ଥାମାନ ଖଞ୍ଜି ଦେଇଛନ୍ତି, ଯାହାକୁ ହାସଲ କରିବାଲାଗି ଏ ଦେଶର ସ୍ୱାୟତ୍ତଶାସନ ଅନୁଷ୍ଠାନମାନଙ୍କୁ ଆହୁରି କିଛିବର୍ଷ ଅପେକ୍ଷା କରିବାକୁ ପଡ଼ିବ ।" ଆଶ୍ଚର୍ଯ୍ୟ ଲାଗେ ପାର୍ଲାମେଣ୍ଟୀୟ ଗଣତନ୍ତ୍ରର ମୂଳପୀଠ ଇଂଲଣ୍ଡର ଉଦାର ସାମ୍ବିଧାନିକ ଓ ଶାସକୀୟ ବ୍ୟବସ୍ଥା ମଧ୍ୟରେ ଯାହା ଚିନ୍ତା ତଥା ଉପସ୍ଥାପନା କରିବାକୁ ବ୍ରିଟିଶ୍ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ପକ୍ଷରେ ସମ୍ଭବପର ହୋଇନଥିଲା, ପରାଧୀନ ଭାରତର ସଂକୁଚିତ ବୈଧାନିକ ବ୍ୟବସ୍ଥା ମଧ୍ୟରେ ଏପରି ପ୍ରଗତିଶୀଳ ଆଇନର ସଂଯୋଜନ କରିପାରିଥିଲେ ମଧୁସୂଦନ । ଏଥିରୁ ସୂଚିତ ହୁଏ ତାଙ୍କର ଗଣତନ୍ତ୍ର ପ୍ରତି ଅକୁଣ୍ଠ ସମର୍ଥନ ଓ ପ୍ରତିବଦ୍ଧତା ଯାହା ମଧ୍ୟରେ ତାଙ୍କର ପ୍ରମୁଖ ବୁଦ୍ଧିମତ୍ତା ଓ ଶାଣିତ ଚିନ୍ତାଧାରାର ଝଲକ ଫୁଟିଉଠେ ।
ସାମ୍ବିଧାନିକ ବ୍ୟବସ୍ଥାର କ୍ରମବିକାଶ ମଧ୍ୟରେ ସ୍ୱାଧୀନ ଭାରତର ପରିକଳ୍ପନା କରୁଥିବା ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ କରି ବିହାରର ଆଉ ଜଣେ ଗଭର୍ଣ୍ଣର ମିଷ୍ଟର ଏମ୍. ଜି ହାଲେଟ୍ କହିଛନ୍ତି, 'ମିଷ୍ଟର ଦାସଙ୍କ ପରି ଜନନାୟକମାନେ ଶାସନର ଭାରତୀୟକରଣରେ ଯେଉଁ ଉଜ୍ଜ୍ୱଳ ପରଂପରା ସୃଷ୍ଟି କରିଛନ୍ତି, ତାହା ହିଁ ଭାରତରେ ରାଜନୈତିକ ପକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି ।'
ଅସାଧାରଣ ଧୀସମ୍ପନ୍ନ ମଧୁସୂଦନଙ୍କ ଚିନ୍ତା ଓ ଚେତନାର ଚକ୍ରବାଳକୁ ଛୁଇଁବାପାଇଁ ବହୁ ଭାରତୀୟ ଜନନାୟକ ମଧ୍ୟ ସମର୍ଥ ହୋଇପାରି ନଥିଲେ । ସେତେବେଳର ସମଗ୍ର ଭାରତରେ ଯେଉଁ ରାଜନୈତିକ ଶକ୍ତିଗୁଡ଼ିକ କାର୍ଯ୍ୟ କରୁଥିଲା, ତାହାକୁ ଗଭୀର ଭାବେ ଅନୁଧ୍ୟାନ କରି ଭାରତର ଶାସକୀୟ ଅଳିନ୍ଦ ମଧ୍ୟରେ, ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ, ତାହାକୁ ଗଭୀର ଭାବେ ପ୍ରଭାବିତ କରି ମଧୁସୂଦନ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବାକୁ ସମର୍ଥ ହୋଇଥିଲେ । ତହିଁରେ ଜନ ଆନ୍ଦୋଳନର ଭୂମିକା ଅପେକ୍ଷାକୃତ ଗୌଣ ଥିଲା ।
୧୯୦୦ ସାଲରେ ମଧୁସୂଦନ ବଡ଼ଲାଟ ଲଡର଼୍ କର୍ଜନଙ୍କ ପାଖରେ ଅତ୍ୟନ୍ତ ମାର୍ମିକ ଭାବରେ ଦାବି ଉପସ୍ଥାପନା କରିବା ପରେ ଲର୍ଡ କର୍ଜନ ଏହାକୁ ଆଧାର କରି ଓଡ଼ିଆ ଭାଷାଭାଷୀ ଅଂଚଳର ମିଶ୍ରଣ ଦାବିକୁ ସ୍ୱୀକୃତି ପ୍ରଦାନ କରିଥିଲେ ୧୯୦୩ ସାଲ୍ର ଡିସେମ୍ବର ୩ ତାରିଖରେ, (ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାର ୨୭ ଦିନ ପୂର୍ବରୁ) ରିସ୍ଲେ ସର୍କୁଲାର
ମାଧ୍ୟମରେ । ରିସ୍ଲେ ସର୍କୁଲାର୍କୁ ଆଧାର କରି ୧୯୦୫ ସାଲ ଅକ୍ଟୋବର ୧୬ ତାରିଖରେ ମଧ୍ୟପ୍ରଦେଶରୁ ସମ୍ବଲପୁର ଜିଲ୍ଲା, କଳାହାଣ୍ଡି,ପାଟଣା,ସୋନପୁର, ବାମଣ୍ଡା, ରେଢ଼ାଖୋଲଗଡ଼ଜାତ ଏବଂ ବିହାରର ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣେଇର ମିଶ୍ରଣ ଘଟିଲା ଓଡ଼ିଶା ଡିଭିଜନ ସହିତ । ଏହି ମିଶ୍ରଣ ପରେ ଓଡ଼ିଶା ଡିଭିଜନର ପରିସର ପ୍ରସାରିତ ହୋଇଥିଲା(ଗଞ୍ଜାମ ଓ କୋରାପୁଟ ବ୍ୟତୀତ) ଅବିଭକ୍ତ ୧୧ଗୋଟି ଜିଲ୍ଲାକୁ ଘେନି । ଏହି ମିଶ୍ରଣର ସମସ୍ତ
କୃତିତ୍ୱ ମଧୁସୂଦନ ନିର୍ବାହ କରିଥିଲେ, ଲଡର଼୍କର୍ଜନଙ୍କ ଅକୁଣ୍ଠ ସହଯୋଗରେ । ଏହା ପରେ ଦକ୍ଷିଣ ଓଡ଼ିଶା ଆସି ମିଳିତ ହେଲା ୧୯୩୬ ସାଲରେ । ସବୁଗୁଡିକ ସମ୍ପାଦିତ ହୋଇଥିଲା ମଧୁସୂଦନଙ୍କ ବୁଦ୍ଧିମତ୍ତାର ପ୍ରୟୋଗରେ ।
ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ କାଳରେ ସମାନ୍ତରରାଳ ଭାବରେ ଆନ୍ଧ୍ରପ୍ରଦେଶ ଗଠନପାଇଁ ତୀବ୍ର ଆନ୍ଦୋଳନ ଚାଲିଥିଲା । ପଟ୍ଟାଭି ସୀତାରାମାୟା, ପ୍ରକାଶମ ଆଦି ଭାରତୀୟ ରାଜନୀତିର ବହୁ ପ୍ରଚଣ୍ଡ କ୍ଷମତାଶାଳୀ ଆନ୍ଧ୍ରନେତାଙ୍କ ଦାବି ଉପସ୍ଥାପନ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଗଠନ ହେବାକୁ ଓଡ଼ିଶା ଅପେକ୍ଷା ଆହୁରି ଷୋହଳ ବର୍ଷ ପ୍ରତୀକ୍ଷା କରିବାକୁ ପଡ଼ିଥିଲା । ଅନ୍ୟ ଦିଗରେ ମଧୁସୂଦନଙ୍କ ବଳିଷ୍ଠ ଅଧିନାୟକତ୍ୱରେ ଏବଂ ପାରଳା ମହାରାଜାଙ୍କ ସହଯୋଗରେ ହିଁ ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଲା । ଏକଥା ପ୍ରତିଷ୍ଠିତ ସତ୍ୟ ଯେ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶର ଗଠନ ସମ୍ଭବ ହୋଇନଥିଲେ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନର ସମ୍ଭାବନା ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥାନ୍ତା । ପଣ୍ଡିତ ନେହେରୁଙ୍କ ଭାଷାରେ, ଯେଉଁଠାରେ ଓଡ଼ିଶାର ନାମ ଉଚ୍ଚାରିତ ହୁଏ, ସେଠାରେ ମଧୁସୂଦନଙ୍କ ନାମ ସ୍ୱତଃ ଆସିଯାଏ । କ୍ଷମତାର ମୂଳକେନ୍ଦ୍ର ସହିତ ସଂପର୍କ ରଖୁଥିବା ମଧୁସୂଦନ ଥିଲେ, ଗଣତନ୍ତ୍ରଧାରାର ଜଣେ ଏକନିଷ୍ଠ ପ୍ରତିଶ୍ରୁତିବଦ୍ଧ ସଂରକ୍ଷକ । ତାଙ୍କର ଅଚ୍ଛେଦ୍ୟ ସଂପର୍କ ସ୍ଥାପିତ ହୋଇଥିଲା ଦେଶର ତଳ ସ୍ତରରେ ଅବସ୍ଥାନ କରୁଥିବା ଦଳିତ ଓ ଅବହେଳିତ ଜନଗୋଷ୍ଠୀ ସହିତ । ଉତ୍କଳ ଟ୍ୟାନେରିର ପ୍ରତିଷ୍ଠା ପରଠାରୁ ତାଙ୍କୁ ବହୁବାର ଦେଖିବାକୁ ମିଳୁଥିଲା ଟ୍ୟାନେରିର ପ୍ରାଙ୍ଗଣରେ ମୋଚି, ଚମାର, କେଳାମାନଙ୍କ ସହିତ ମଲାଗୋରୁ, ଗୋଧୀ, କୁମ୍ଭୀର ଆଦି ଜନ୍ତୁଙ୍କର ଚମଡ଼ା କାଟି, ଯୋତା ତିଆରି କରିବା ପ୍ରକ୍ରିୟା ମଧ୍ୟରେ ।
ତେଣୁ ୧୯୦୫ ସାଲରେ ରକ୍ଷଣଶୀଳ ଭାରତରେ ଗାନ୍ଧୀ ଓ ଆମ୍ବେଦକରଙ୍କ ଆବିର୍ଭାବର ବହୁବର୍ଷ ପୂର୍ବରୁ ମଧୁସୂଦନ କେବଳ ଅଚ୍ଛବ ଓ ଦଳିତମାନଙ୍କୁ ସାମାଜିକ ମାନ୍ୟତା ଦେବାପାଇଁ ନୁହେ,ଁ ଅର୍ଥନୈତିକ କ୍ଷେତ୍ରରେ ଟ୍ୟାନେରି ଆଦି ଉଦ୍ୟୋଗ ମାଧ୍ୟମରେ ଥଇଥାନ ବ୍ୟବସ୍ଥା କରିଥିଲେ । ଏଥିପାଇଁ ୧୯୨୫ ସାଲରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କୁ କେବଳ ଅନୁଧ୍ୟାନ କରି ନ ଥିଲେ, ମଧୁସୂଦନଙ୍କ ପ୍ରତି ହାର୍ଦ୍ଦିକ ପ୍ରଶଂସା ଅଜାଡ଼ିଦେଇ ଏ ସମସ୍ତ କ୍ଷେତ୍ରରେ ତାହାଙ୍କୁ ନିଜର ଅଗ୍ରଜ ଓ ମାର୍ଗଦର୍ଶକ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ ।
ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ଭାରତରେ କାର୍ଯ୍ୟକାରୀ ହେବାର ବହୁ ପୂର୍ବରୁ ମଧୁସୂଦନ ସେହି ବୈପ୍ଳବିକ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ କରିଥିଲେ ଓଡ଼ିଶା ମାଟିରେ । ସେଥି ମଧ୍ୟରୁ ପ୍ରଧାନ ହେଲା, ସ୍ୱଦେଶୀ ଓ ଗ୍ରାମ୍ୟ ଶିଳ୍ପ ଆନ୍ଦୋଳନ(୧୮୯୬-୧୯୨୩), ଲବଣ କରହ୍ରାସ ଓ ଉତ୍ପାଦନର ସଂରକ୍ଷଣ (୧୮୯୬), ଅସ୍ପୃଶ୍ୟତା ନିବାରଣ (୧୯୦୫), ହିନ୍ଦୁ-ମୁସଲମାନ ଏକତା (୧୮୮୮), ତନ୍ତଶିଳ୍ପର ଉନ୍ନୟନ (୧୯୦୫),ଚରଖା ପ୍ରଚଳନ (୧୯୦୦), ତାରକସି ଶିଳ୍ପ ପ୍ରତିଷ୍ଠାନ (୧୮୯୭), ତାଳଗୁଡ଼ ଉଦ୍ୟୋଗ(୧୯୦୪) ଆଦି ବହୁ ଆଗୁଆ କାର୍ଯ୍ୟକ୍ରମ । ଏ ସମସ୍ତ ଥିଲା ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରୋଧରେ ଅଘୋଷିତ ନୀରବ ସଂଗ୍ରାମ ।
ସେ ସମୟରେ ସାର୍ ହ୍ୟାଗ୍ ମ୍ୟାକ୍ଫରସନ୍, ବିହାରର ପ୍ରାକ୍ତନ ଗଭର୍ଣ୍ଣରଙ୍କ ପରି ବହୁ ଇଂରେଜ ପ୍ରଶାସକ ଲେଖିଛନ୍ତି, କୃଷକମାନଙ୍କର ସ୍ୱାର୍ଥ ଓ ସ୍ୱତ୍ତ୍ୱ ସୁରକ୍ଷିତ ରଖିବାଲାଗି ମଧୁସୂଦନ ଥିଲେ ଜଣେ ଅନମନୀୟ ସାଲିସ୍ ବିହୀନ ସଂଗ୍ରାମୀ । ଓଡ଼ିଶା ଭଳି କୃଷି ପ୍ରଧାନ କ୍ଷେତ୍ରରେ କୃଷକଙ୍କର ଅଧିକାର ଓ ସ୍ୱତ୍ତ୍ୱ ସୁରକ୍ଷାଲାଗି ସେ ଗଢ଼ିଥିଲେ ପ୍ରଜା ପରିଷଦ
(୧୯୦୯), ଯହିଁରେ ଉତ୍କଳମଣି ଗୋପବଂଧୁ ସଂପାଦକ ରୂପେ ଅବସ୍ଥାପିତ ହୋଇଥିଲେ । ଆଉ ୧୯୧୨ ସାଲରେ ବଙ୍ଗର ବ୍ୟବସ୍ଥାପକ ସଭାରେ ଉଗ୍ର ଶୋଷଣଭିତ୍ତିକ ପ୍ରଜାସ୍ୱତ୍ତ୍ୱ ବିଲ୍ର ତୀବ୍ର ପ୍ରତିବାଦ ସହ କଲିକତାରେ ଓଡ଼ିଆ କୃଷକମାନଙ୍କ ବିପୁଳ ସମାବେଶରେ ସରକାରଙ୍କୁ ଦୃଢ଼ ଚେତାବନୀ ଦେବା ଫଳରେ, ବିଲ୍ଟି ବଡ଼ଲାଟ ଲଡର଼୍ହାଡ଼ିଞ୍ଜ୍ଙ୍କଦ୍ୱାରା ଅଗ୍ରାହ୍ୟ ହୋଇଯାଇଥିଲା । ଏହା ଭାରତୀୟ ସାମ୍ବିଧାନିକ ଇତିହାସରେ ଏକ ବଳିଷ୍ଠ ବ୍ୟତିକ୍ରମର ନଜିର ରୂପେ ପ୍ରତିଷ୍ଠା ଲାଭ କରିଛି ।
ମଧୁସୂଦନଙ୍କର ଜୀବନବ୍ୟାପୀ ସଂଗ୍ରାମ ଫଳରେ, ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇପାରିଲା । ଭାରତୀୟ ନାରୀମାନେ ପାଇଥିଲେ ଆଇନଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ୧୯୨୩ ସାଲରେ । ଓଡ଼ିଶାର ଆଧ୍ୟାତ୍ମିକତାର ମୂଳ ପାଠ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ଇଂରେଜ ସରକାରଙ୍କର ଅଧିକାରକୁ ପ୍ରତିହତ କରିଥିଲେ ମଧୁସୂଦନ (୧୮୮୭) ଆଇନଗତ ସଂଗ୍ରାମରେ, ଯେଉଁଥିପାଇଁ ସମଗ୍ର ଓଡ଼ିଆ ଜାତି ତାଙ୍କ ନିକଟରେ କୃତଜ୍ଞ ରହିବ ।
ଏହାଛଡ଼ା ମଧୁସୂଦନ ଥିଲେ ସେ ଯୁଗର ଗଡ଼ଜାତ ଶାସନ ବ୍ୟବସ୍ଥାର ଦୃଢ଼ ସମାଲୋଚକ ।ଗଡ଼ଜାତଗୁଡ଼ିକର ଜିଲ୍ଲା ପ୍ରଶାସନ ସହିତ ମିଶ୍ରଣ ଲାଗି ସେ ଦୃଢ଼ ମତ ପ୍ରକାଶ କରିଥିଲେ । ଓଡ଼ିଶାରେ ବନ୍ୟା ଦୁର୍ଗତ ତଥା ମରୁଡ଼ି ପ୍ରପୀଡ଼ିତ ଭୋକିଲା ଲୋକଙ୍କର ସେବାଲାଗି ଧୁସୂଦନଙ୍କରଭୂମିକା ଥିଲା ଅବିସ୍ମରଣୀୟ ।
ଓଡ଼ିଆ ଜାତିକୁ ସଂସ୍ଥାପିତ କରିବାପାଇଁ ତାଙ୍କର ମହନୀୟ ଅବଦାନର ପୂର୍ଣ୍ଣ ଆକଳନ କରିବା ସମ୍ଭବ ନୁହେଁ । କାରଣ ତାଙ୍କ କାର୍ଯ୍ୟର ପରିସର ପ୍ରସାରିତ ହୋଇଥିଲା ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ, ଯହିଁରେ ସେ ଉଦ୍ଭାସିତ ହୋଇ ଉଠିଥିଲେ ପ୍ରଖର ସୂର୍ଯ୍ୟର ଆଲୋକ ପରି । ତେଣୁ ସେ ଥିଲେ ଶତାବ୍ଦୀର ସୂର୍ଯ୍ୟ । ହେଲେ ପ୍ରତିଦାନରେ ଜାତି ତାଙ୍କୁ କଣ ବା ଦେଇଛି?
ଫ୍ରାନ୍ସର ଜୋନ୍ ଅଫ୍ ଆର୍କ ପରିଶ୍ରାନ୍ତ, କ୍ଲାନ୍ତ, ଭୀତତ୍ରସ୍ତ ଫରାସୀ ଜାତିର କାନେକାନେ ଗାରିମାମୟ ଐତିହ୍ୟ ଓ ପ୍ରଚଣ୍ଡ ସ୍ୱାଭିମାନର ବାର୍ତ୍ତା ଶୁଣାଇ ଜାଗ୍ରତ କଲା ପରି, ମଧୁସୂଦନ ପରିଚୟହୀନ ନିଷ୍ପ୍ରଭ କଙ୍କାଳସାର ଓଡ଼ିଆ ଜାତିର ଉତ୍ଥାନ କରାଇ ସ୍ୱତନ୍ତ୍ର ସ୍ଥିତି ଓ ସତ୍ତା ପ୍ରଦାନ କରିଥିଲେ । ହେଲେ କାର୍ଯ୍ୟ ସମ୍ପାଦନ ପରେ ଜୋନ୍ ଅଫ୍ ଆର୍କଙ୍କୁ ଅଗ୍ନିରେ ନିକ୍ଷେପ ଅଥବା ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପରି ଆମେ ତାହାଙ୍କୁ ଲାଞ୍ଛିତ ଓ ଅପମାନିତ କରି ବିସ୍ମୃତିର ଅତଳ ଗହ୍ୱରକୁ ଠେଲି ଦେଇଛୁ କି ନାହିଁ, ତାହାର ବିଚାର ଅନ୍ୟ କ୍ଷେତ୍ରରେ ।
ମାତୃଭୂମିର ମନ୍ତ୍ରଦାତା ମଧୁସୂଦନ
ସ୍ୱାଧୀନତାର ବିଲୁପ୍ତି ପରେ ୧୫୬୮ସାଲରୁ ପ୍ରାୟ ଚାରିଶହ ବର୍ଷଧରି ଦାସତ୍ୱର ଶୃଙ୍ଖଳରେ ନିଷ୍ପେଷିତ ଆଉ ବିଖଣ୍ଡିତ ଓଡ଼ିଆ ଜାତିକୁ ଏକତ୍ରିତ କରିବାର ପ୍ରୟାସ ମଧ୍ୟରେ, ମଧୁସୂଦନ ଜନ୍ମଭୂମିକୁ ମାତୃସ୍ୱରୂପା କରୁଣାଦାୟିନୀ ଜନନୀ ରୂପେ ଆବାହନ କରିଥିଲେ । ଆପଣାର ଆତ୍ମପରିଚୟ ଓ ସ୍ୱାଭିମାନକୁ ଫେରିପାଇବାପାଇଁ ଏହା ହିଁ ସମଗ୍ର ଓଡ଼ିଆ ଜାତି ମଧ୍ୟରେ ସୃଷ୍ଟି କରିଥିଲା ପ୍ରବଳ ଉଦ୍ଦୀପନା ଓ ଜାଗରଣ ।
ଜନନୀର ମହିମାଗାନରେ ମହିମାନ୍ୱିତ ମଧୁସୂଦନଙ୍କ କଣ୍ଠରେ ଉଚ୍ଛୁଳି ଉଠିଥିଲା,ମାତୃବନ୍ଦନାର ଅମରଗାନ, ଜନସମାଜକୁ ଦେଶମାତୃକାର ସେବାରେ ନିବେଦିତ କରିବାପାଇଁ-
"ଜନ୍ମ ହେଲାକ୍ଷଣି ସ୍ତନ୍ୟଦାନ କରି
ମାତା ମନ୍ତ୍ର ଦେଲେ ପରାର୍ଥେ ଜୀବନ
ଆଶାଥିଲା ମନେ ଦେଖିବି ଜୀବନେ
ଉତ୍କଳ ମାତାର ସହାସ୍ୟ ବଦନ
ସେ ଆଶା ତୁଟିଲା ସ୍ୱପନ ଭାଙ୍ଗିଲା
୧୯୦୪ ସାଲରେ, ବ୍ରିଟିଶ ସରକାରଙ୍କ ପକ୍ଷରୁ ମଧୁସୂଦନଙ୍କୁ ସି.ଆଇ.ଇ ଭଳି ସର୍ବୋଚ୍ଚ ଉପାଧିରେ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ବିଭିନ୍ନ ସଂପ୍ରଦାୟ ଓ ଗୋଷ୍ଠୀ ପକ୍ଷରୁ ତାଙ୍କୁ ଯେଉଁ ସମ୍ବର୍ଦ୍ଧନା ଦିଆଯାଇଥିଲା, ତାହାରି ଉତ୍ତରରେ ମଧୁସୂଦନ କହିଥିଲେ "ଆପଣମାନେ ଶ୍ରଦ୍ଧାର ସହ ଯେଉଁ ଫୁଲମାଳାଟି ଅର୍ପଣ କରିଛନ୍ତି, ତାହାକୁ ମୁଁ ଉତ୍କଳ ଜନନୀଙ୍କର କଣ୍ଠଦେଶରେ ଲମ୍ବାଇ ଦେଉଛି । ଅପୂର୍ବ କୀର୍ତ୍ତିରାଜି ବିମଣ୍ଡିତା ପରମ ଐଶ୍ୱର୍ଯ୍ୟଶାଳିନୀ ଉତ୍କଳ ଜନନୀଙ୍କର ଦୁର୍ଦ୍ଦଶା ଦେଖି ଯୌବନକାଳରେ କାନ୍ଦିଥିଲି, ଆଉ ଜୀବନସାରା ଏଥିପାଇଁ କେତେ ଯେ କାନ୍ଦିଛି, ହେଲେ ଜାଣିପାରୁ ନାହିଁ ସେ ଦୁର୍ଦ୍ଦଶାର ଅନ୍ତ କେବେ ହେବ ।"
ସିମଳାଠାରେ ୧୯୦୦ ସାଲ ଅକ୍ଟୋବର ମାସରେ, ସେତେବେଳର ପ୍ରଚଣ୍ଡ ପ୍ରତାପଶାଳୀ ବଡ଼ଲାଟ କର୍ଜନଙ୍କର ସମକ୍ଷରେ ମଧୁସୂଦନ ଦେଶ ମିଶ୍ରଣର ଦାବି ଉପସ୍ଥାପନ କରିଥିଲେ ।ଲଡର଼୍ କର୍ଜନ କହିଥିଲେ, "ତାହା ସମ୍ଭବ ହୋଇ ନ ପାରେ' । ସେତେବେଳେ ମଧୁସୂଦନଙ୍କ ଆଖିରେ ଉଚ୍ଛୁଳି ପଡ଼ିଥିବା ଅଶ୍ରୁ ଆଉ ବାଧା ମାନି ନଥିଲା । ତାଙ୍କର ଆଖିରେ ଯେପରି ଆସିଥିଲା ଲୁହର ବନ୍ୟା । ଅଶ୍ରୁ ବିଗଳିତ ନୟନ ଓ ଭାବବିହ୍ୱଳ କଣ୍ଠରେ ମଧୁସୂଦନ କହିଲେ, ତାହେଲେ ଅତୃପ୍ତ ଆଉ ଆକୁଳ ନୟନରେ ମାତୃ କରୁଣାର ସ୍ପର୍ଶ ପାଇବାପାଇଁ ଚାହିଁ ବସିଥିବା ଝିଅମାନେ (ବିଚ୍ଛିନ୍ନାଞ୍ଚଳ)ଚିରକାଳ ମାତା (ଓଡ଼ିଶାର ମୂଳ ଭୂଖଣ୍ଡ)ଙ୍କଠାରୁ ବିଚ୍ଛିନ୍ନ ହୋଇ ରହିବେ ? ଝିଅମାନଙ୍କର କ'ଣ ମାତୃସ୍ନେହ ପାଇବାର ଅଧିକାର ନାହିଁ ? ଝିଅମାନଙ୍କୁ ସେହି ଅଧିକାରରୁ ବଂଚିତ କରାହୋଇଛି, ବ୍ରିଟିଶ୍ କାଳର କେଉଁ ଐତିହାସିକ ଘଟଣାବଳୀର ଦୁର୍ବିପାକ ମଧ୍ୟରେ । ତେଣୁ ଏହାର ସମାଧାନ ଆପଣଙ୍କର ପାଖେ ହିଁ ସମ୍ଭବ ହେବ । ମଧୁସୂଦନଙ୍କର ବାଷ୍ପାକୁଳ କଣ୍ଠରେ ଫୁଟିଉଠିଥିଲା ଦୃଢ଼ ଦମ୍ଭୋକ୍ତି ।
ମଧୁସୂଦନଙ୍କ ଅନୁପ୍ରେରିତ ଜାତୀୟତାରେ ସାମାନ୍ୟତମ ଉତ୍କଳୀୟତାର ସ୍ପର୍ଶ ନଥିଲା । ଏହାଥିଲା ଭାରତମାତାଙ୍କର ଯଶୋଗାନରେ ମହିମାନ୍ୱିତ । ତେଣୁ ସେ ଉତ୍କଳ ସମ୍ମିଳନୀର ଆରାଧନା ମଣ୍ଡପରେ ବରାଭୟଦାୟିନୀ ଭାରତମାତାଙ୍କର ମୂର୍ତ୍ତିିସ୍ଥାପନାକରି ତାହାଙ୍କୁ ଅର୍ଚ୍ଚନା କରିଥିଲେ ସର୍ବେଷାଂ ନୋ ଜନନୀ ଭାରତ ମାଧ୍ୟମରେ । ଏହି ଦୃଷ୍ଟିରୁ ମଧୁସୂଦନ ପ୍ରଥମେ ଥିଲେ ଭାରତୀୟ । ତାପରେ ଥିଲେ ଉତ୍କଳୀୟ ।
୧୯୦୮ ସାଲରେ ପୁରୀଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ଜନସାଧାରଣଙ୍କ ମଧ୍ୟରେପ୍ରବଳ ଉଦ୍ଦୀପନା ଦେଖି, ସେମାନଙ୍କୁ ମାତୃମଂତ୍ରରେ ଅଭିମଂତ୍ରିତ କରି ନିମ୍ନ ପ୍ରକାରେ ଭାଷଣପ୍ରଦାନ କରିଥିଲେ-
"ବଡ଼ଦେଉଳ ବାଲିରେ ପୋତିହୋଇ ପଡ଼ିଥିଲା । ରାଜାଙ୍କର ଘୋଡ଼ାଟାପୁ ବାଜିବାରୁ ରାଜା ତା'ର ପୁନରୁଦ୍ଧାର କରିଥିଲେ । ଏହି ସ୍ଥାନରେ ବଡ଼ଦେଉଳକୁ ଚାହିଁ ଏ ଜାତିର ପୁନରୁଦ୍ଧାର କର । ଏହା ଆମ୍ଭମାନଙ୍କର ବୀଜମଂତ୍ର ହେବା ଆବଶ୍ୟକ । ଏହିଠାରେ ଆମ୍ଭେମାନେ ଉତ୍କଳ ଜନନୀ ତଥା ଭାରତ ଜନନୀର କ୍ରୋଡ଼ରେ ବସିଥାଉ । ସମସ୍ତେ ଏହିକଥା ଭାବ ଓ ପ୍ରତିଜ୍ଞା କର...... ମୁଁ ଏହି ସଭାରେ ଦୃଢ଼ ପ୍ରତିଜ୍ଞା କରୁଛି, ପ୍ରତିଦିନ ୫ ମିନିଟ୍ ଦେଶକଥା ଭାବିବି । ସମ୍ମିଳନୀ ସକାଶେ, ଉତ୍କଳ ନିମନ୍ତେ ଓ ଭାରତ ନିମନ୍ତେ ପାଞ୍ଚ ମିନିଟ୍ ସମୟ ବ୍ୟୟ କରିବି । ଏହାହିଁ ହେଉଛି ମଂତ୍ର । ଏହି ମଂତ୍ରରେ ଆଜି ସମ୍ମିଳନୀର ବିଦ୍ୟାରମ୍ଭ ।"
ମଧୁସୂଦନ ଏହି କଥାକୁ ବୁଝାଇବାକୁ ଯାଇ ବିଷୟଟିର ବିଶ୍ଳେଷଣ କରି କହିଛନ୍ତି, ""ଉତ୍କଳ ଜନନୀ ଓ ଭାରତ ଜନନୀଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ । ଶରୀରର କୌଣସି ଅଂଶରେ ପୀଡ଼ା ହେଲେ, ସେହି ଅଂଶର ଚିକିତ୍ସା କରିବାକୁ ହେବ । ତେଣୁ ଏହି ଅଂଶବିଶେଷର ଚିକିତ୍ସାଦ୍ୱାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳରେ ଚିକିତ୍ସାର ଉଦ୍ଦେଶ୍ୟ, ଭାରତର ଉନ୍ନତି ।"
ଋଷି ଶ୍ରୀ ଅରବିନ୍ଦ କହିଛନ୍ତି ଯେ, ପ୍ରତ୍ୟେକ ଦେଶର ଅନ୍ତରାଳରେ ଗୋଟିଏ ସ୍ୱତନ୍ତ୍ର ମାତୃସତ୍ତା ବିଦ୍ୟମାନ । ଦେଶ ବିଖଣ୍ଡିତ ହେଲେ ଯେଉଁ ଅସ୍ୱାଭାବିକ ବିପର୍ଯ୍ୟସ୍ତ ଅବସ୍ଥାର ସୃଷ୍ଟିହୁଏ, ତାହା ହିଁ
ଅନୁପ୍ରେରିତ କରେ ସମଗ୍ର ଦେଶକୁ ଏକତ୍ରିତ କରିବାପାଇଁ । ଏହିଭଳି ଅବସ୍ଥାର ସୃଷ୍ଟି ହୋଇଥିଲା ୧୯୦୫ ସାଲରେ । ବଙ୍ଗଳା ପ୍ରଦେଶର ବିଶାଳତା ଦୃଷ୍ଟିରୁ ଲଡର଼୍ କର୍ଜନ ବଂଗଳା ପ୍ରଦେଶକୁ ବିଖଣ୍ଡିତ କରି ପୂର୍ବ ବଙ୍ଗକୁ ଆସାମ ପ୍ରଦେଶ ସହିତ ମିଶାଇ ଦେଇଥିଲେ । ଏହି ବଙ୍ଗ ଭଂଗ ବିରୁଦ୍ଧରେ ଦେଶରେ ଯେଉଁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା, ତାହା ସମକାଳୀନ ଭାରତର ସମସ୍ତ ରାଜନୈତିକ ପରିସ୍ଥିତିକୁ ପ୍ରଚଣ୍ଡ ଭାବେ ଦୋହଲାଇ ଦେଇଥିଲା । ଏହି ସମୟରେ ଶ୍ରୀ ଅରବିନ୍ଦ ତାଙ୍କ ସଂପାଦିତ "ବନ୍ଦେ ମାତରମ୍' ପତ୍ରିକାରେ ୧୯୦୭ ଡିସେମ୍ବର ୧୩ ତାରିଖରେ ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲେ- ଓଡ଼ିଶାରେ ବର୍ତ୍ତମାନ ଏକ ନବଚେତନା ଓ ନବଜାଗରଣର ସୂତ୍ରପାତ ହୋଇଛି । ଓଡ଼ିଶା ତା'ର ଅସ୍ତିତ୍ୱ ରକ୍ଷାଲାଗି ମଧୁସୂଦନଙ୍କ ପରି ଜଣେ ସୁଦକ୍ଷ ଶକ୍ତିଶାଳୀ ନେତାଙ୍କର ଅଧିନାୟକତ୍ୱରେ ଲାଗି ପଡ଼ିଥିବା ଦେଖାଯାଏ । ଏହା ସହିତ ଶ୍ରୀ ଅରବିନ୍ଦ, ଏହି ଆନ୍ଦୋଳନ ଆଂଚଳିକତାବାଦର ସୃଷ୍ଟି କରିପାରେ ବୋଲି ମଧ୍ୟ ଆଶଂକା ପ୍ରକାଶ କରିଥିଲେ ।
ଏହାର ଉତ୍ତରରେ ମଧୁସୂଦନ କହିଥିଲେ, "ଯଦି ବିଖଣ୍ଡିତ ବଂଗଳାର ମିଶ୍ରଣ ଲାଗି ଆହୂତ ଜନଜାଗରଣକୁ ଜାତୀୟ (ସର୍ବଭାରତୀୟ) ଆନ୍ଦୋଳନ ରୂପେ ଆଖ୍ୟା ପ୍ରଦାନ କରାଯାଏ, ତାହେଲେ ଚାରିଖଣ୍ଡ ରାଜ୍ୟରେ ବିଭାଜିତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣକୁ କାହିଁକି ଆଂଚଳିକତାର ନାମରେ ସୂଚାଇ ଦିଆଯାଉଛି ? ବଂଗ ଭଂଗ ଆନ୍ଦୋଳନ ଯେଉଁ ଉଦ୍ଦେଶ୍ୟ ଘେନି କରାଯାଉଛି, ଠିକ୍ ସେହି ଲକ୍ଷ୍ୟରେ ଓଡ଼ିଆଭାଷୀ ଅଂଚଳର ମିଶ୍ରଣଲାଗି ପ୍ରଚେଷ୍ଟା ଜାରି ରହିଛି । ତେଣୁ ବଂଗ ଭଂଗ ଆନ୍ଦୋଳନରେ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତି ଓଡ଼ିଆମାନଙ୍କର ଏହି ଦାବି ଲାଗି ଅକୁଣ୍ଠ ସମର୍ଥନ ଜଣାଇବା ଉଚିତ ।"
ବହୁ ସର୍ବଭାରତୀୟ ନେତାଙ୍କର ଓଡ଼ିଶା ମିଶ୍ରଣର ଦାବିକୁ ଅବଜ୍ଞା ପରିପ୍ରେକ୍ଷୀରେ ମଧୁସୂଦନ ୧୯୧୫ ସାଲରେ ସେମାନଙ୍କୁ ପ୍ରତ୍ୟୁତ୍ତରରେ କହିଥିଲେ, "ଆପଣମାନଙ୍କର ଏପରି ଜାଗରଣର ଆବଶ୍ୟକତା ପଡ଼ୁନାହିଁ, କାରଣ ହିନ୍ଦୀଭାଷୀମାନେ ବିରାଟ ଉତ୍ତର ଖଣ୍ଡକୁ ମାଡ଼ି ବସିଛନ୍ତି । ସେମାନଙ୍କର ସ୍ୱତନ୍ତ୍ର ପ୍ରଦେଶର ଆବଶ୍ୟକତା ନାହିଁ । ମହାରାଷ୍ଟ୍ରୀୟମାନେ ଶିବାଜୀଙ୍କର ସ୍ମୃତି ଧରି ଗୋଟିଏ ପ୍ରାଦେଶିକ ଗର୍ବ ଭାବ ଅକ୍ଷୁଣ୍ଣ ରଖିଛନ୍ତି । କର୍ଣ୍ଣାଟକବାସୀମାନେ ମହୀଶୂର ଭଳି ଏକ ଅର୍ଦ୍ଧ ସ୍ୱାଧୀନ ରାଜ୍ୟରେ ସୀମାବଦ୍ଧ । ବଙ୍ଗାଳୀମାନେ ଉତ୍ତର ଓଡ଼ିଶାରେ ଓ ତେଲୁଗୁମାନେ ଗଂଜାମ ଓ ଜୟପୁରରେ ମଧ୍ୟସ୍ତନ ଶାସକ ଭାବେ ଶାସନ କରୁଅଛନ୍ତି । ଏବେ ତେଲୁଗୁମାନେ ତାମିଲ୍ମାନଙ୍କ ମଧ୍ୟସ୍ତନ ଶାସନରେ ବିକ୍ଷୁବ୍ଧ ହୋଇ ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଦାବି କରୁଅଛନ୍ତି ।"
"ଅତଏବ ଅନ୍ୟାନ୍ୟ ଅଂଚଳରୁ ଓଡ଼ିଶାର ପରିସ୍ଥିତି ସ୍ୱତଂତ୍ର । ଆମେ ଓଡ଼ିଆମାନେ ଏକ ଶାସନାଧୀନ ନହେଲେ, ଅନ୍ୟ ପ୍ରଦେଶମାନଙ୍କ ସଙ୍ଗେ କାନ୍ଧମିଳାଇ ଚାଲିପାରିବୁ ନାହିଁ । ତାହା ନହେବା ପର୍ଯ୍ୟନ୍ତ ଭାରତୀୟ ସଂହତିର କ୍ଷେତ୍ର ସୁଗମ ହେବ ନାହିଁ । ଆମ୍ଭେ ଓଡ଼ିଆମାନେ ଭାରତୀୟ ଜାତୀୟତାର ବିରୁଦ୍ଧରେ ଯାଉଛୁ, ତାହା କଳ୍ପନା କରିହେବ ନାହିଁ । କିନ୍ତୁ ଯେପରି ବୃକ୍ଷର ସବୁଶାଖା
ବର୍ଦ୍ଧିତ ହେଲେ ବୃକ୍ଷ ବର୍ଦ୍ଧିତ ହେବ ଓ ସୌଷ୍ଠବପୂର୍ଣ୍ଣ ହେବ, ସେହିପରି ଭାରତର ପ୍ରତ୍ୟେକ ଅଂଚଳ,ତାର ନିଜ ଇତିହାସ, ପରଂପରା ଓ ସଂସ୍କୃତିକୁ ମୂଳକରି ଗଢ଼ି ଉଠିବ ଓ ପରେ ସମସ୍ତ ଅଂଚଳରପରସ୍ପର ଭାବ ଆଦାନ ପ୍ରଦାନ ଓ ସହଯୋଗଦ୍ୱାରା ମହାଭାରତୀୟ ଜାତି ଦୃଢ଼ୀଭୂତ ହେବ ।
ଏହା ଥିଲା ମଧୁସୂଦନଙ୍କର ଯୁକ୍ତିସମ୍ବଳିତ ତାତ୍ତ୍ୱିକ ଉତ୍ତର, ଯହିଁରେ ଉତ୍କଳୀୟ ଜାଗରଣ,ଭାରତୀୟ ଉତ୍ଥାନ ଓ ସମୃଦ୍ଧିର ପରିପୂରକ ଥିଲା । ଏହି ପରିପ୍ରେକ୍ଷୀରେ ସୂଚାଇ ଦିଆଯାଉଛି ଯେ, ୧୯୨୮ ସାଲରେ ସମଗ୍ର ଭାରତର ରାଜନୈତିକ ନେତାମାନେ ସାଇମନ୍ କମିଶନକୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ମଧୁସୂଦନଙ୍କ ନିର୍ଦ୍ଦେଶରେ ଓଡ଼ିଆମାନଙ୍କଦ୍ୱାରା ପାଟନାଠାରେ କମିଶନଙ୍କୁ ସ୍ୱାଗତ କରାଯାଇ ଓଡ଼ିଶାର ଦାବି ଉପସ୍ଥାପିତ କରାଯାଇଥିଲା । କାରଣ ଭାରତର ବହୁ ନେତାଙ୍କର ନାଡ଼ି ଚିପିଥିବା ମଧୁସୂଦନ ନିଃସନ୍ଦେହ ଥିଲେ ଯେ, ସ୍ୱାଧୀନତା ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନ ନ ହେଲେ, ସ୍ୱାଧୀନତାର ପରବର୍ତ୍ତୀ ଯୁଗରେ ପଡେ଼ାଶୀ ରାଜ୍ୟର ନେତାଙ୍କ ଚକ୍ରାନ୍ତରେ ଓଡ଼ିଶା ପ୍ରଦେଶ ଗଠନର ଦାବି ସୁଦୂର ପରାହତ ହେବ । ଏହି ସାଇମନ କମିଶନଙ୍କର ସୁପାରିଶକ୍ରମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସୃଷ୍ଟି ସମ୍ଭବ ହୋଇପାରିଲା ଓ ଓଡ଼ିଆମାନେ ନିଜର ପାଦଥାପି ଛିଡ଼ାହେବାର ସ୍ୱତନ୍ତ୍ର ଭୂମି ପାଇପାରିଲେ । ଅନ୍ୟଥା ଭାରତୀୟ ମାନଚିତ୍ରରେ ଓଡ଼ିଶାର ସ୍ଥାନ କେଉଁକାଳୁ ବିଲୁପ୍ତ ହୋଇସାରନ୍ତାଣି । ଏଥିପାଇଁ ମଧ୍ୟ ପାରଳା ମହାରାଜାଙ୍କର ଦାନଅବିସ୍ମରଣୀୟ ।
ବହୁ ଜନ- ଆନ୍ଦୋଳନ ଓ ବିପ୍ଳବର ପଶ୍ଚାତରେ ରହିଥାଏ ଚିନ୍ତାନାୟକଙ୍କର ପ୍ରେରଣା । ସେମାନଙ୍କର ଲେଖାବଳୀ ମାଧ୍ୟମରେ ସମାଜରେ ଜାଗରଣପାଇଁ ତାହା କ୍ଷେତ୍ର ପ୍ରସ୍ତୁତ କରିଥାଏ । ଯେପରି ରୁଷୋ, ଭଲ୍ଟେୟାର୍ ବା ମାର୍କସ୍ କିମ୍ବା ଏଞ୍ଜେଲେସ୍ଙ୍କର ଚିନ୍ତାଧାରାଦ୍ୱାରା ଫରାସୀ ଓ ରୁଷ୍ବିପ୍ଳବ ସଂଘଟିତ ହୋଇଥିଲା ନେପୋଲିୟନ୍ କିମ୍ବା ଲେନିନ୍ଙ୍କ ଭଳି ଅଧିନାୟକମାନଙ୍କ ନେତୃତ୍ୱରେ । ମାତ୍ର ଉତ୍କଳୀୟ ଜାଗରଣ କ୍ଷେତ୍ରରେ ମଧୁସୂଦନ ଥିଲେ ମନ୍ତ୍ରଦାତା, ଉତ୍କଳୀୟ ଜାତୀୟତାର ବ୍ୟାଖ୍ୟାକାର । ତାଙ୍କର ଲେଖା ଓ ଭାଷଣରେ ଥିଲା, ମଂତ୍ରର ଉଦାତ୍ତ ଉଚ୍ଚାରଣ ଭଳି ବିଖଣ୍ଡିତ ଓଡ଼ିଆ ଜାତିର ଏକତ୍ରୀକରଣପାଇଁ ପ୍ରବଳ ଉଦ୍ଦୀପନାର ବାଣୀ, ଯାହାକୁ ଆଧାର କରି ମଧୁସୂଦନ ଆରମ୍ଭ କରିଥିଲେ ଓଡ଼ିଆ ଜାତି-ମୁକ୍ତିର ଦୁର୍ବାର ସଂଗ୍ରାମ ।
ମଧୁସୂଦନଙ୍କର ଆବିର୍ଭାବ, ଏ ଜାତିର ମୁକ୍ତିଲାଗି ଥିଲା ଚରମ ଆବଶ୍ୟକତା । ତାଙ୍କର ନିଜସ୍ୱ ବାଣୀରେ, ସେ ପ୍ରଦୀପର ଶିଖାଧରି ଜଳିଜଳି ନିଃଶେଷ ହୋଇ ଗଭୀର ଅନ୍ଧକାରରେ ଏ ଜାତିର ମାର୍ଗପ୍ରଦର୍ଶନ କରିଥିଲେ ।
ଓଡ଼ିଆ ଜାତୀୟ ଜୀବନର ଅନ୍ୟତମ ବ୍ୟାଖ୍ୟାକାର ତଥା ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଅର୍ଘ୍ୟଦାନରେ ମଧୁସୂଦନ ଏହିପରି ସମ୍ବୋଧିତ ହୋଇଛନ୍ତି -
"ମଧୁସୂଦନ କେବଳ ଓଡ଼ିଶାର ନୁହନ୍ତି, ତାଙ୍କର ପରିସ୍ଥିତି ଓ ପୃଷ୍ଠଭୂମିରେ ଭାରତୀୟ ଜାଗରଣର ଅନ୍ୟତମ ଆଦ୍ୟସ୍ୱର- ଜାତୀୟ ଗୌରବ ।"
ତାଙ୍କ କାର୍ଯ୍ୟଧାରାର ପରିସୀମା ଓ ପ୍ରଖର ଚେତନାର ବ୍ୟାପ୍ତି ପ୍ରଦେଶର ସୀମା ଅତିକ୍ରମ କରି ସମଗ୍ର ଦେଶର ବହୁ କ୍ଷେତ୍ରକୁ ବିଚ୍ଛୁରିତ ହୋଇଥିଲା । ମଧୁସୂଦନଙ୍କ ନାମ ସହିତ ଉତ୍କଳଗୌରବ ପଦର ସଂପୃକ୍ତି ତାହାଙ୍କର ପରିବ୍ୟାପକ, ପ୍ରତିଭାଦୀପ୍ତ, ମହନୀୟ ବ୍ୟକ୍ତିତ୍ୱକୁ ଏହି ପ୍ରଦେଶର ପରିଧି ମଧ୍ୟରେ ସୀମିତ କରାଯାଇଛି । କେଉଁ ମୁହୂର୍ତ୍ତରେ ଦେଶର ମହନୀୟ ବ୍ୟକ୍ତିତ୍ୱ ଗୋପବଂଧୁଙ୍କୁ ଜଣେ ପଡେ଼ାଶୀ ପ୍ରଦେଶର ଜନନାୟକ ଉତ୍କଳମଣି ବୋଲି ଆଖ୍ୟାୟିତ କରିଥିଲେ ବୋଲି ତାହାରି ଅନୁସରଣରେ ଓଡ଼ିଶାର ବହୁ ପ୍ରତିଭାଧର ପୁରୁଷମାନେ ନାମିତ ହୋଇଛନ୍ତି- ଉତ୍କଳଗୌରବ, ଉତ୍କଳଜ୍ୟୋତି ଓ ଉତ୍କଳକେଶରୀ ରୂପେ ଅଥଚ ପଡେ଼ାଶୀ ରାଜ୍ୟର ନେତୃପୁରୁଷମାନେ ଆଖ୍ୟାୟିତ ହୋଇଛନ୍ତି ଦେଶବଂଧୁ, ବିଦ୍ୟାସାଗର,ବିଦ୍ୟାବାରିଧି ଆଉ ବିଶ୍ୱକବି ଭାବରେ; ମାତ୍ର ସଂସ୍କୃତିପ୍ରେମୀ ବିଚ୍ଛନ୍ଦ ମଧୁବାବୁଙ୍କୁ ଉତ୍କଳମାର୍ତ୍ତଣ୍ଡ ବୋଲି ସମ୍ବୋଧିତ କରିଥିଲେ । ହେଲେ ସୁରେନ୍ଦ୍ର ମହାନ୍ତି ମଧୁସୂଦନଙ୍କର ବହୁଧା ପ୍ରସାରିତ ଜ୍ୱଳନ୍ତ ଦୀପ୍ତିରେ ସ୍ତବ୍ଧ ଆଉ ସମ୍ମୋହିତ ହୋଇ ଏହାଙ୍କୁ ଆବାହନ କରିଥିଲେ ଶତାବ୍ଦୀର ସୂର୍ଯ୍ୟ ରୂପରେ ।
ସଂଗ୍ରାମର ପ୍ରଥମ ପର୍ଯ୍ୟାୟରେ ମଧୁସୂଦନ ବିହାର ଓଡ଼ିଶାର ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ବିଭାଗର ମଂତ୍ରୀ ରୂପେ ପ୍ରଣୟନ କରିଥିଲେ ଏକ ପ୍ରଗତିଶୀଳ ସ୍ୱାୟତ୍ତଶାସନ ବିଲ୍, ଯହିଁରେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ପ୍ରାଣସତ୍ତାକୁ ଅଭିମଂତ୍ରିତ କରି, ଜନଗଣଙ୍କର ବିଶ୍ୱାସ ହରାଇଥିବା ନିର୍ବାଚିତ ପ୍ରତିନିଧିଙ୍କର ପ୍ରତ୍ୟାହାରର ବ୍ୟବସ୍ଥା ସନ୍ନିବେଶିତ କରାଯାଇଥିଲା । ଏହା ଥିଲା ସେ ଯୁଗରେ ଅଚିନ୍ତନୀୟ, ଆଉ ଓ ବର୍ଷ ପରେ ଏହିପରି ଏକ କ୍ରାନ୍ତିକାରୀ ପ୍ରସ୍ତାବକୁ କାର୍ଯ୍ୟକାରୀ
କରିବାର ସାହସ ସଂଗ୍ରହ କରିପାରିନାହିଁ ଏ ଯୁଗର ଶାସନ ବ୍ୟବସ୍ଥା ।
ଏହି ଆଇନ ପ୍ରସ୍ତୁତିର ଇତିବୃତ୍ତ ସଂପର୍କରେ ସ୍ମୃତିଚାରଣ କରି ବିଭାଗୀୟ ଇଂରେଜୀ ସଚିବ ମିଷ୍ଟର ହାଲେଟ୍ କହନ୍ତି ଯେ, "ମିଃ ଏମ୍. ଏସ୍. ଦାସ ମୋତେ ନର୍ଦ୍ଦେଶ ଦେଇଥିଲେ ଯେ ନିର୍ଦ୍ଦିଷ୍ଟ ତାରିଖରେ ବଛାବଛା ଆଠଜଣ ପାରଦର୍ଶୀ ଷ୍ଟେନୋ-ଟାଇପିଷ୍ଟଙ୍କ ସହିତ ଉପସ୍ଥିତ ରହିବାପାଇଁ । ମତେ ସେହି ଆଦର୍ଶ ରହସ୍ୟଜନକ ବୋଧ ହେଲା, ହେଲେ ନିର୍ଦ୍ଦିଷ୍ଟ ତାରିଖରେ ମୁଁ କିଛି ଷ୍ଟେନୋ- ଟାଇପିଷ୍ଟ୍ଙ୍କ ସହ ଉପସ୍ଥିତ ଥିଲି । ମତେ ପାଖ ଆସନରେ ବସିବାପାଇଁ ନିର୍ଦ୍ଦେଶ ଦେଇ ମଧୁସୂଦନ ଆରମ୍ଭ କରିଦେଲେ ତାଙ୍କର ବକ୍ତବ୍ୟ, ଶ୍ରୁତଲିଖନ ମାଧ୍ୟମରେ ଲିପିବଦ୍ଧ କରିବାପାଇଁ । ନିରବଚ୍ଛିନ୍ନ ଭାବରେ ଦଶଘଣ୍ଟା ଧରି ଅବାରିତ ଗତିରେ ତାଙ୍କର ବକ୍ତବ୍ୟର ଅଫୁରନ୍ତ ସ୍ରୋତ ବହିଚାଲିଥାଏ । ଆଉ ଷ୍ଟେନୋମାନେ ସେହି ଦ୍ରୁତଶୈଳୀରେ ବକ୍ତବ୍ୟ ଶ୍ରବଣକରି କ୍ଲାନ୍ତ ହୋଇଯାଇଥାନ୍ତି । ତାଙ୍କର ବକ୍ତବ୍ୟର ପରିସମାପ୍ତି ପରେ ସେ ମୋତେ ପଚାରିଲେ- ବିଷୟର ଉପସ୍ଥାପନାରେ କିଛି ଅସଂଗତି ରହିଯାଇଛି କି ? ମୁଁ କିଛି ଅସଂଗତି ନଥିବାର ଜଣାଇଲି । ଏହିପରି ଭାବରେ କାହାରି ସାହାଯ୍ୟ ନନେଇ ମଧୁସୂଦନ ନିଜେ ପ୍ରସ୍ତୁତ କରିଥିଲେ ଅଭିନବ ସ୍ୱାୟତ୍ତଶାସନ ବିଲ୍ଟି ।
ଏଭଳି ପ୍ରଖର ବ୍ୟକ୍ତିତ୍ୱ ଏ ଯୁଗରେ ଅପରିକଳ୍ପନୀୟ । ସେଇଥିପାଇଁ ମୁଖ୍ୟ ବିଚାରପତି ସାର୍ କୋରଟନେ ଟରେଲା ତାଙ୍କର ମହାନ ପ୍ରତିଭା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି- "ମଧୁସୂଦନ ହେଉଛନ୍ତି, ଭାରତର ଚିନ୍ତା ଓ ଚେତନାର ଏକ ବିରଳ ପ୍ରତିଭା ।"
ହେଲେ ଏ ମନ୍ତ୍ରିପଦର ପରିସମାପ୍ତି ଘଟିଥିଲା ଅତ୍ୟନ୍ତ ରୋମାଞ୍ଚକର ଭାବେ । ଜଣେ ଦଳିତ ଓ
ବୁଭୁକ୍ଷୁ ସମାଜର ପ୍ରତିନିଧି ଭାବେ ମାନବୀୟ ମୂଲ୍ୟବୋଧକୁ ପ୍ରାଧାନ୍ୟଦେଇ ସେ ମନ୍ତ୍ରୀପଦ ଅବୈତନିକ ହେବାର ଦାବିରେ ଅଟଳ ରହିଥିଲେ । ଏହା ଗୃହୀତ ନହେବାରୁ ସେ ଇସ୍ତଫା ପ୍ରଦାନକରି ଭାରତୀୟ ଶାସନବ୍ୟବସ୍ଥାରେ ଏକ ଉଜ୍ଜ୍ୱଳ ପରଂପରା ସୃଷ୍ଟି କରିଥିଲେ, ଯାହାଥିଲା ସମଗ୍ର ଭାରତବର୍ଷରେ ଅଭୂତପୂର୍ବ ।
ଭାଷା ହିଁ ଐକ୍ୟର ପ୍ରତୀକ, ମମତାର ସୁଦୃଢ଼ ବନ୍ଧନ । ଆଉ ଭାଷାର ଭିତ୍ତିଭୂମି ହେଉଛି ରାଜ୍ୟଗଠନର ସ୍ୱାଭାବିକ ନିୟାମକ । ୧୮୮୧ ସାଲରେ ମଧୁସୂଦନଙ୍କର ଓଡ଼ିଶାକୁ ଘରବାହୁଡ଼ା ଆରମ୍ଭ ହୋଇଥିଲା । ଏକଦା ଗଂଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପ୍ରସାରିତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ପ୍ରକ୍ରିୟା ସର୍ବପ୍ରଥମେ ମଧୁସୂଦନ ହିଁ ଆରମ୍ଭ କରିଥିଲେ ଉତ୍କଳସଭା ଆଉ ଉତ୍କଳ ସମ୍ମିଳନୀ ମାଧ୍ୟମରେ । ଏହାର ପରିଣତି ସ୍ୱରୂପ ସାରାଦେଶରେ ଓଡ଼ିଶା ହିଁ ପ୍ରଥମେ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା, ଯଦିଓ ସେ ସମୟରେ ତେଲ୍ଗୁ, ତାମିଲ୍, ମାଲାୟଲମ୍, ମରାଠୀ, ଗୁଜୁରାଟୀ, ପଞ୍ଜାବୀ ପରି ଭାଷାର ପ୍ରଭାବଶାଳୀ ଗୋଷ୍ଠୀର ଜନନାୟକମାନେ ଭାରତର ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ । ଏଥିପାଇଁ ସ୍ୱନାମଧନ୍ୟ ଭାଷାତତ୍ତ୍ୱବିତ୍ ଗୋପଳ ଚନ୍ଦ୍ର ପ୍ରହରାଜଙ୍କର ସ୍ମୃତିତର୍ପଣରେ ମଧୁସୂଦନ ହେଉଛନ୍ତି ଓଡ଼ିଶାର ମାଦିନୀ, ଯାହାଙ୍କର ପ୍ରଚେଷ୍ଟାରେ ସମଗ୍ର ଇଟାଲୀର
ଏକତ୍ରୀକରଣ ସଂଭବ ହୋଇଥିଲା ।
ସମଗ୍ର ଦେଶରେ ଭାଷାଭିତ୍ତିକ ପ୍ରଦେଶ ଗଠନରେ ମଧୁସୂଦନ ହିଁ ଥିଲେ ପଥପ୍ରଦର୍ଶକ । ଏହି ପ୍ରକି୍ରୟା ହିଁ ଅବାରିତ ଭାବେ ପ୍ରବର୍ତ୍ତିତ ହୋଇଥିଲା ସାରା ଭାରତରେ , ସ୍ୱାଧୀନତାର ପରବର୍ତ୍ତୀ
ଯୁଗରେ ଏହି ନିଶ୍ଚିତ ସଂଭାବନାର ବାଣୀ ମଧୁସୂଦନଙ୍କ ଦୃଢ଼ କଣ୍ଠରେ ଉଦ୍ଘୋଷିତ ହୋଇଥିଲା -What Odisha thinks today, rest of India thinks tomorrow. ବୋଲି ଏକ ବାକ୍ୟ ମଧ୍ୟରେ । କେବଳ ଭାଷା ସୂତ୍ରରେ ନୁହେଁ ଭାରତର ବହୁ କ୍ଷେତ୍ରରେ ମଧୁସୂଦନ ହିଁ ଛାଡ଼ିଯାଇଛନ୍ତି ଆଦ୍ୟ ସ୍ୱାକ୍ଷର, ନୂତନ ପରିବର୍ତ୍ତିତଧାରାର ଅୟମାରଂଭ କରି ।
ମଧୁସୂଦନଙ୍କ ଗୃହରେ ରହି ସୁଧାଂଶୁବାଳା ହାଜରା ୧୯୨୧ ସାଲରେ ହାସଲ କରିଥିଲେ ଆଇନରେ ଡିଗ୍ରୀ । ମାତ୍ର ଆଇନକୁ ବୃତ୍ତି ଭାବରେ ଗ୍ରହଣ କରିବା ଲାଗି ସେତେବେଳେ ମହିଳାମାନଙ୍କର ଅଧିକାର ନ ଥିଲା । ଏହା ବିରୁଦ୍ଧରେ ମଧୁବାବୁଙ୍କ ସଂଗ୍ରାମ ଫଳରେ ନାରୀମାନେ ପାଇଲେ ଯୁଗାନ୍ତକାରୀ ଅଧିକାର । ଏହା ଥିଲା ମଧୁସୂଦନଙ୍କର ନାରୀମୁକ୍ତିପାଇଁ ଏକ ଦୁର୍ବାର ଅଭିଯାନ ।
ମଧୁସୂଦନ ନିରବଚ୍ଛିନ୍ନ ଭାବରେ ୧୮୯୬ରୁ ୧୯୨୪ ପର୍ଯ୍ୟନ୍ତ ବଂଗ, ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଥିଲେ । ଏହା ଛଡ଼ା ମାଲବ୍ୟ, ଗୋଖଲେ, ସୁରେନ୍ଦ୍ର ବାନାର୍ଜି, ଜିନ୍ନାଙ୍କ ସହିତ ସେ ସଦସ୍ୟ ଥିଲେ ଇମ୍ପାରିଆଲ୍ କାଉନ୍ସିଲ୍ରେ । ସୁଦୀର୍ଘ କାଳର ବ୍ୟବସ୍ଥାପକ ଜୀବନରେ ସମଗ୍ର ଦେଶରେ ରାଜନୈତିକ ପରିପ୍ରକାଶ, ଅର୍ଥନୈତିକ ବିକାଶ ସହିତ ଦେଶବାସୀ ତଥା ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ସେ ଥିଲେ ବି୍ରଟିଶ୍ ପ୍ରଶାସନର ଜଣେ ଦୁର୍ବାର ଆଉ ଅନମନୀୟ ସମାଲୋଚକ । ଦଳିତ ଜାତି ତଥା କୃଷିଜୀବୀଙ୍କର ଉନ୍ନତିଠାରୁ ଆରମ୍ଭକରି ରେଳବାଇ ପ୍ରସାର, ଦେଶୀୟ ଚିକିତ୍ସା ବ୍ୟବସ୍ଥା, ଶିଳ୍ପ ଲବଣକରର ସମାପ୍ତି, ପ୍ରଜାଙ୍କର ସ୍ୱତ୍ତ୍ୱ ରକ୍ଷା, ନ୍ୟାୟ ବ୍ୟବସ୍ଥାରୁ ପ୍ରଶାସନର ପୃଥକ୍କରଣ ବ୍ୟବସ୍ଥା ଥିଲା ତାହାଙ୍କ ବକ୍ତବ୍ୟର ବିଷୟବସ୍ତୁ । ତାହାଙ୍କ ପ୍ରଖର ବାଗ୍ମିତା ଆଉ ଯୁକ୍ତିସମ୍ବଳିତ ବିତର୍କ ବ୍ୟବସ୍ଥାପକ ସଭାରେ ସୃଷ୍ଟି କରୁଥିଲା ଉତ୍ତେଜନାର ଝଡ଼ । ତାହା ସହିତ ମଧ୍ୟେ ମଧ୍ୟେ ଉର୍ଦ୍ଦୁ ଆଉ ପାରସ୍ୟ ସାୟରୀରୁ ଶାଣିତ ଆବୃତ୍ତି ଏହି ବିତର୍କକୁ କରୁଥିଲା ଆହୁରି ପ୍ରଖର ଓ ଚମକପ୍ରଦ । ଏହା ଉପଭୋଗ୍ୟ ହେଉଥିଲେ ମଧ୍ୟ ଥିଲା ଜ୍ୱଳନଶୀଳ ଆଉ ଉଦ୍ଗୀରଣପ୍ରବଣ । ଏଣୁ ବଂଗର ଗଭର୍ଣ୍ଣର ବୋଡର଼୍ଲିନ୍ ମଧୁସୂଦନଙ୍କୁ ବଂଗ ବ୍ୟବସ୍ଥାପକ ସଭାର "କେଟୋ' ବୋଲି ଆଖ୍ୟାୟିତ କରିଥିଲେ । "କେଟୋ' ଥିଲେ ପ୍ରାଚୀନ ରୋମର ପ୍ରସିଦ୍ଧ ସମାଲୋଚକ ସିନେଟର, ଯିଏକି ଅବହେଳିତ ଆଉ ପରାଜିତ ବିଷୟବସ୍ତୁକୁ ଅଗ୍ରାଧିକାର ଭିତ୍ତିରେ ଆଲୋଚନାର ପରିସରକୁ ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରୁଥିଲେ । ମଧୁସୂଦନ ତାଙ୍କର ପ୍ରତ୍ୟୁପùନ୍ନମତିସଂପନ୍ନ ଚିନ୍ତାଧାରା ଓ ତୀକ୍ଷ୍ମ ବିଚକ୍ଷଣତାଯୋଗୁଁ ୧୯୧୬ରୁ ୧୯୧୮ ସାଲ ପର୍ଯ୍ୟନ୍ତ ସର୍ବଭାରତୀୟ ଖ୍ରୀଷ୍ଟିଆନ ଏସୋସିଏସନ୍ର ଅଧ୍ୟକ୍ଷ ପଦ ଅଳଂକୃତ କରିଥିଲେ । ଏହା ସତ୍ତ୍ୱେ ସେ ଇଂରାଜୀ ପ୍ରଶାସନର ସ୍ତାବକ ନ ଥିଲେ । ଅତର ପାଟଣାର ୟୁରୋପୀୟ କ୍ଲବ୍ର ଜଣେ ତୁଙ୍ଗ ଅଫିସର୍ ମଧୁସୂଦନଙ୍କୁ କହିଲେ- ମିଃ ଦାସ ! ଆପଣ ଜାଣନ୍ତି କି ନାହିଁ ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ ଅସ୍ତ ଯାଆନ୍ତି ନାହିଁ । ଏହି ଆକ୍ଷେପ ବିରୋଧରେ ମଧୁବାବୁଙ୍କର ଶାଣିତ ଉତ୍ତର ଥିଲା- ହଁ ଜାଣେ, କାରଣ ଅନ୍ଧକାରରେ ସୂର୍ଯ୍ୟଦେବ ଇଂରେଜମାନଙ୍କୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ ।
ଓଡ଼ିଶାର ମୂଳ ଅନ୍ତର୍ନିହିତ ସମସ୍ୟାର ସମାଧାନପାଇଁ ମଧୁସୂଦନ ୧୮୯୭ ଓ ୧୯୦୭ରେ
ଇଂଲଣ୍ଡ ଯାଇଥିଲେ ମଧ୍ୟ ତାଙ୍କର ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା ଭାରତରେ ଶାସକୀୟ
ଅବ୍ୟବସ୍ଥା, ଯାହା ଉପରେ "ଭାରତର ଅଶାନ୍ତି' ନାମରେ ଏକ ପୁସ୍ତକ ରଚନାକରି ସେ ବିଦେଶରେ
ବାଣ୍ଟିଥିଲେ ।
ଏ ସମସ୍ତ ଛଡ଼ା ମଧୁସୂଦନ ଭାରତରେ ସ୍ମରଣୀୟ ହୋଇ ରହିବେ, ସ୍ୱଦେଶୀ ଶିଳ୍ପର ଅଗ୍ରଦୂତ
ଓ ପଥପ୍ରଦର୍ଶକ ରୂପେ । ମାତ୍ର ୧୯୦୫ରେ ବଂଗଭଂଗ ଆନ୍ଦୋଳନର ଅନୁପୂରକ କାର୍ଯ୍ୟକ୍ରମ
ରୂପେ ଗଢ଼ି ଉଠିଥିଲା ସ୍ୱଦେଶୀ ଶିଳ୍ପ ଆନ୍ଦୋଳନ ୧୯୦୬ ସାଲରେ ସମଗ୍ର ଦେଶରେ ।
ମଧୁସୂଦନ ଏହାର ବହୁ ପୂର୍ବରୁ ତାଙ୍କର ଉତ୍ସର୍ଗୀକୃତ ପ୍ରୟାସ ବଳରେ ତାରକସି ଶିଳ୍ପର
ପୁନଃ ପ୍ରତିଷ୍ଠା (୧୮୯୬), ଲଣ୍ଡନଠାରେ ସ୍ୱଦେଶୀ ଶିଳ୍ପ ପ୍ରଦର୍ଶନୀର ଆୟୋଜନ (୧୮୯୭),
ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିବା ଉତ୍କଳଟ୍ୟାନେରିର ସ୍ଥାପନ (୧୯୦୫), ଆଉ ଜନତାଙ୍କ
ମଧ୍ୟରେ ସ୍ୱଦେଶୀ ବସ୍ତୁର ସଂକଳ୍ପବଦ୍ଧ ବ୍ୟବହାରର ଡାକରାଦେଇ ମହାତ୍ମାଗାନ୍ଧୀଙ୍କ ଭାଷାରେ
ସେ ନିଜକୁ ତିଳତିଳ ନିଃଶେଷ କରିଦେଇଥିଲେ । ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କର
ଶ୍ରଦ୍ଧାଞ୍ଜଳିରେ ସେ ଶିଳ୍ପର ଉନ୍ନତି ଓ ଦେଶବାସୀଙ୍କର ଉତ୍ଥାନ ଲାଗି ଶହିଦର ମୃତ୍ୟୁକୁ ହିଁ
ବରଣ କରିଥିଲେ ।
ତେଣୁ ମଧୁସୁଦନଙ୍କର କ୍ରାନ୍ତିକାରୀ ଚିନ୍ତା-ଚେତନା ଓ ତାହାର ପାରଦର୍ଶୀ ରୂପାୟନରେ
ସମୃଦ୍ଧ ହୋଇଥିଲା ଏ ଦେଶର ବହୁକ୍ଷେତ୍ର । ହେଲେ ମଧୁସୂଦନ ବାଢ଼ିଥିଲେ ପୂଜାର ପ୍ରଥମ ଅର୍ଘ୍ୟ
ଭାରତ ମାତାଙ୍କର ଚରଣ ପ୍ରାନ୍ତରେ- "ସର୍ବେଷାଂ ନୋ ଜନନୀ ଭାରତ" ବନ୍ଦନା ମାଧ୍ୟମରେ ।
ତେଣୁ ତାଙ୍କ ଚିନ୍ତାରେ ସ୍ଥାନ ପାଇଥିଲା ସମଗ୍ର ଭାରତବର୍ଷ, ସମଗ୍ର ଭାରତବର୍ଷର ବିକାଶଲାଗି
ଏକ ଜନଜାଗରଣ ଏବଂ ଉନ୍ନୟନର ପରିକଳ୍ପନା ।
ଏହି ବକ୍ତବ୍ୟକୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାଷାରେ ସେ ବାଢ଼ିଥିଲେ୧୯୧୨ ସାଲରେ ବିହାର
ଛାତ୍ର ସମ୍ମିଳନୀରେ ତାଙ୍କର ଜ୍ୱାଳାମୟୀ ଭାଷଣରେ । ଏ ସଂପର୍କରେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି
ସେ କାଳର ଛାତ୍ରନେତା ରାଜେନ୍ଦ୍ର ପ୍ରସାଦ ସ୍ମୃତିଚାରଣ କରି କହନ୍ତି:
ମୋର ସ୍ମରଣରେ ଆସୁଛି ସେହି ଗୁରୁତ୍ୱପୂର୍ଣ୍ଣ ଦିନଟି ଯେତେବେଳେ "ମଧୁସୂଦନ ୧୯୧୨
ସାଲରେ ମୋତିହାରୀକୁ ଆସିଥିଲେ ବିହାର ଛାତ୍ର ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ।
ମତେ ତାଙ୍କ ସହିତ କେତେଘଣ୍ଟା ମିଶିବାଲାଗି ସୁଯୋଗ ମିଳିପାରିଥିଲା । ସେହି କେତେଘଣ୍ଟାର
ସାନ୍ନିଧ୍ୟ ମଧ୍ୟରେ ସେ ତାଂକର ଅସାଧାରଣ ବ୍ୟକ୍ତିତ୍ୱ, ବିଚକ୍ଷଣତା, ଭୀତିହୀନତା ଆଉ ଦେଶମାତୃକା
ପ୍ରତି ନିବେଦିତ ଭକ୍ତି ଓ ଶ୍ରଦ୍ଧାଭାବଦ୍ୱାରା ମୋ ମନରେ ଗୋଟିଏ ଅଲିଭା ଛାପ ଛାଡ଼ିଯାଇଛନ୍ତି ।"
ମଧୁସୂଦନଙ୍କର ଜ୍ୱାଳାମୟୀ ଭାଷଣର ଦୁର୍ବାର ଅଭିବ୍ୟକ୍ତିରେ ଜାତୀୟ ଜୀବନର ମୂଳସୂତ୍ରଟି
ଜାଗରିତ ହୋଇଥିଲା ଏହିପରି ଭାବରେ:
"ବ୍ୟକ୍ତିଗତ ଜୀବନ ନଗଲେ ଜାତୀୟ ଜୀବନ ଉଠିବ ନାହିଁ । ଆମ୍ବଟାକୁଆ ପୋତିଲେ ଆଗେ ଆମ୍ବ ଟାକୁଆ ନପଚିବା ପର୍ଯ୍ୟନ୍ତ ଗଛ ଉଠିବ ନାହିଁ । ସେହପରି ଯହିଁରୁ ଜାତୀୟ ଜୀବନ ଉଠିବ ସେ ମରିବ, ସେ ପଚିବ ।"
ହଁ, ମଧୁସୂଦନ ଥିଲେ ଜାତୀୟ ଜୀବନ ବୃକ୍ଷର ମୂଳ ଟାକୁଆ ମଂତ୍ର । ସେ ପଚିଥିଲେ, ସେ ସଢ଼ିଥିଲେ, ତିଳତିଳ କରି ନିଜ ଜୀବନକୁ କ୍ଷୟକରି ନିଃସ୍ୱ ହୋଇ ସେ ମରିଥିଲେ, ହେଲେ ତାଙ୍କଠାରୁ ଜାତୀୟ ଜୀବନର ସୂତ୍ରପାତ ହୋଇଥିଲା ।
ସେ ଥିଲେ ଏ ଜାତିର ଦଧିଚୀ । ତାହାଙ୍କର ବଳିଦାନରେ ସୃଷ୍ଟି ହୋଇଥିଲା ଏ ଜାତିର ସ୍ୱାଭିମାନର ବଜ୍ର ଶପଥ । ତାହାହିଁ ପ୍ରତିଧ୍ୱନିତ ହୋଇଛି ଫକୀରମୋହନଙ୍କର ସ୍ମୃତିଚାରଣରେ
ଏହିପରି ଭାବରେ-
"ଯାଉଥିଲା ଗୋଟା ଜାତିଟା ଭାସି
ରକ୍ଷା କରିଅଛ ସ୍ୱର୍ଗରୁ ଆସି ।"
୧୯୨୧ ସାଲ ନଭେମ୍ବର ୨୩ ତାରିଖରେ ବିହାର ଓ ଓଡ଼ିଶା ବ୍ୟବସ୍ଥାପକ କାଉନ୍ସିଲ ମଞ୍ଚରେ ମଧୁସୂଦନ ଏକ ଜ୍ୱାଳାମୟୀ ଭାଷଣ ଦେଇ କହିଥିଲେ-
"ନାରୀତ୍ୱ କୌଣସି ଅକ୍ଷମତା ନୁହେଁ । ଏହା ଏକ ଗୌରବଶାଳୀ ମହିମାଦୀପ୍ତ ସମ୍ମାନର ଅଧିକାରୀ ।" ଏହି ଦୃଷ୍ଟିରୁ ନାରୀ ଜାତିକୁ ଯେଉଁଠାରେ ଅକ୍ଷମତାର ପରିଧି ମଧ୍ୟକୁ ଠେଲିଦେବାପାଇଁ ପ୍ରୟାସ ହୋଇଛି, ସେଠାରେ ମଧୁସୂଦନଙ୍କର ବଦ୍ଧମୁଷ୍ଠି ଉତ୍ତୋଳିତ ହୋଇଛି ସେହି ଅକ୍ଷମତାର କାରାଗାର ମଧ୍ୟରୁ ନାରୀଜାତିକୁ ଉଦ୍ଧାର କରିବାପାଇଁ ।
ଥରେ ପୂର୍ବାହ୍ନରେ ହାଇଦ୍ରାବାଦରେ ପହଞ୍ଚିବାର କିଛିଦିନ ପରେ ଟାଉନବସ୍ରେ ମୁଁ ଯାଉଥାଏ । ଟିକେ ଅନ୍ୟମନସ୍କ ହୋଇପଡ଼ିଥାଏ । ଏହି ସମୟରେ ହଠାତ୍ ଆବିଷ୍କାର କଲି, ବୁର୍ଖା ପରିହିତା କେତେଜଣ ମହିଳା ମୋର ଆଗ ସିଟ୍ରେ ବସିଛନ୍ତି । ସେଦିନ ବସ୍ଟିରେ ପ୍ରବଳ ଭିଡ଼ । କିଛି ସମୟ ପରେ ବସ୍ଷ୍ଟପ୍ରେ ଗାଡ଼ିଟି ଲାଗିଲା । ବସ୍ର ଆଗ ଦରଜା ଦେଇ ସେମାନେ ଓହ୍ଲାଇଗଲେ । ପାର୍ଶ୍ୱରେ ନ୍ୟାୟାଳୟର ସୁବିଶାଳ ସୌଧ । ସେହି ସୌଧର ପରିସରକୁ ପ୍ରବେଶ କଲେ ସେମାନେ । ହଠାତ୍ ଫେରି ବସ୍ ଆଡ଼କୁ ଚାହିଁଲେ । ନାଁ, ଏମାନେ ତ ବୁର୍ଖା ପରିହିତା ମହିଳା ନୁହନ୍ତି, ଅନ୍ୟ କିଏ ? ଏମାନେ ନାରୀ ଜାତିର ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଉଭାହୋଇଥିବା ମହିଳା ଆଇନଜୀବୀଗଣ । ଗୃହର ଅଙ୍ଗନରେ ଆବଦ୍ଧ ବୁର୍ଖା ପରିହିତା ନାରୀଗଣଙ୍କର ଦେହରେ ଆଜି ଆଇନର ସୁରକ୍ଷା ପ୍ରଦାନପାଇଁ ଅବତୀର୍ଣ୍ଣ ହୋଇଥିବା ଆଇନଜୀବୀର ପରିଚ୍ଛଦ- କଳା ଗାଉନ । ମୁଁ ହତଚକିତ ହୋଇଗଲି, ପୁଣି ନିରେଖି ଚାହିଁଲି । ସେହି କଳା ଗାଉନ୍ର ପୃଷ୍ଠ ଉପରେ ଯେପରି ଝଲସି ଉଠୁଛି, କେଉଁ ପ୍ରଚଣ୍ଡ ପ୍ରତିଭାଶାଳୀ ମହାନାୟକଙ୍କର ଛବି- ଜାତୀୟଗୌରବ ମଧୁସୂଦନଙ୍କର । କେବଳ ହାଇଦ୍ରାବାଦ ନୁହେଁ, ଆଜି କାଶ୍ମିରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର ପ୍ରତି କୋଣ-ଅନୁକୋଣରେ ଭାରତୀୟ ନାରୀମାନେ ଭାରତରେ ଆଇନ ଡିଗ୍ରୀ ହାସଲ କରିଥିବା ମହିଳାମାନଙ୍କପାଇଁ ଆଇନଜୀବୀ ବୃତ୍ତିଗ୍ରହଣ ନିଷିଦ୍ଧ ଥିଲା । ଏହା ବିରୋଧରେ
୧୯୨୧ ସାଲରୁ ମଧୁସୂଦନ ଚଳାଇ ଆସିଥିଲେ ଅବାରିତ ସଂଗ୍ରାମ । ଏହି ଦାବି ହାସଲପାଇଁ ଉପଲକ୍ଷ୍ୟ ମାତ୍ର ଥିଲେ, ମଧୁସୂଦନଙ୍କର ଏକମାତ୍ର ପାଳିତା କନ୍ୟା- ସୁଧାଂଶୁବାଳା ହାଜରା, ଯାହାକୁ ପ୍ରତୀକ କରି ମଧୁସୂଦନ ଚଳାଇଥିଲେ ଅବିରାମ ପ୍ରଚେଷ୍ଟା । ଏଥିପାଇଁ ତାଙ୍କର ଉଦ୍ୟମରେ ବିଭିନ୍ନ ହାଇକୋର୍ଟ, ପ୍ରିଭି କାଉନ୍ସିଲ୍ ତଥା ବ୍ୟବସ୍ଥାପକ ସଭାରେ ଦୃଢ଼ଦାବି ଉପସ୍ଥାପନ କରାଯାଇଥିଲା । ଅବଶେଷରେ ୧୯୨୩ ସାଲରେ ଭାରତୀୟ ଲିଗାଲ୍ ପ୍ରାକ୍ଟିସନର୍ସ ଆକ୍ଟରେ ନାରୀ ଜାତି ପ୍ରତି କରାଯାଇଥିବା ଅବିଚାର ଦୂର ହୋଇଥିଲା ଓ ଭାରତୀୟ ନାରୀ ପାଇଥିଲା ଐତିହାସିକ ଅଧିକାର । ଏଥିପାଇଁ ମଧୁସୂଦନଙ୍କର ଅବଦାନ ଅବିସ୍ମରଣୀୟ । କିନ୍ତୁ ମଧୁସୂଦନଙ୍କର ଏହି ମହନୀୟ ଅବଦାନ ଆଜି ଭାରତୀୟ ମହିଳା ଆଇନଜୀବୀଙ୍କପାଇଁ ସତେ ଯେପରି ଗୋଟାଏ ଅଜ୍ଞାତ ଅଧ୍ୟାୟ!
ଅନ୍ୟ ଗୋଟିଏ ଘଟଣା । ମଧୁସୂଦନ, ବିହାର ଓଡ଼ିଶା ସରକାରଙ୍କ ମନ୍ତ୍ରିତ୍ୱ ଗ୍ରହଣ କରିବାର କିଛି ମାସ ବିତିଯାଇଥାଏ । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିବସରେ ଗଭର୍ଣ୍ଣରଙ୍କ ସାନ୍ଧ୍ୟଭୋଜି ନିମନ୍ତ୍ରଣର ବିଧିବ୍ୟବସ୍ଥା ପ୍ରସଙ୍ଗରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥାଏ । ମଧୁସୂଦନଙ୍କର ଦାବିଥିଲା, ଭାରତୀୟ ପୋଷାକରେ ସେ ଏହି ଭୋଜି ସଭାରେ ଯୋଗଦେବେ । ଏ ସଂପର୍କରେ ମଧୁସୂଦନ ଗଭର୍ଣ୍ଣରଙ୍କୁ ଲେଖିଥିବା ଏକ ଚିଠିର କିଛି ଅଂଶ -
"ମୁଁ ଏହି ସମସ୍ତ ନିମନ୍ତ୍ରଣ ତଥା ଭୋଜି ସଭାରେ ଯୋଗଦେବାପାଇଁ ଗୁରୁତ୍ୱ ଆରୋପ କରେନାହିଁ । ଉଚ୍ଚସ୍ଥାନ ଅଧିଷ୍ଠିତ ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସି କୌଣସି ଅଯଥା ଗୌରବର ଅଧିକାରୀ ନହେବାପାଇଁ ମୋର ମା ମୋତେ ଉପଦେଶ ଦେଇଛନ୍ତି । ସେ କହିଛନ୍ତି, ଗୋଲାପ ଗଛର ଚାରିପାଖେ ବଢ଼ିଥିବା ଘାସ, ଗୋଲାପର ରଂଗ ଓ ସୁବାସର ଅଧିକାରୀ ହୋଇପାରେ ନାହିଁ । ସେହିପରି କେବଳ ଉଚ୍ଚବ୍ୟକ୍ତିଙ୍କ ସାନ୍ନିଧ୍ୟର କୌଣସି ପ୍ରଭାବ ନାହିଁ ।"
ବହୁ ସ୍ମରଣୀୟ ବ୍ୟକ୍ତିଙ୍କ ଚରିତ୍ରଗଠନରେ, ସେମାନଙ୍କର ମାତାଙ୍କର ସର୍ବୋତ୍ତମ ଅବଦାନ ରହିଥାଏ । ଆଉ ମଧୁସୂଦନଙ୍କ ଜୀବନରେ ଯେଉଁ ଦୁଇଜଣ ନାରୀ ସର୍ବଦା ପ୍ରଭାବ ବିସ୍ତାର କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ତାଙ୍କର ଅତ୍ୟନ୍ତ ପ୍ରଭାବଶାଳୀ ପ୍ରପିତାମହୀ । ସେହି ପରମ ଐଶ୍ଚର୍ଯ୍ୟଶାଳିନୀ ପ୍ରପିତାମହୀ, ନିଜ ପତିଙ୍କ ଚିତାଗ୍ନିରେ ନିଜକୁ ସମର୍ପିଦେବାର ଜ୍ୱାଳାମୟ ଦୃଶ୍ୟ ତାଙ୍କର ମାନସପଟକୁ ସଦା ଆଚ୍ଛନ୍ନ କରି ରଖିଥାଏ । ତାଙ୍କର ମାତାଥିଲେ; ପରମ କରୁଣାମୟୀ, ସମ୍ବେଦନଶୀଳା ମହିୟସୀ ନାରୀ, ଯେ କି ନିଜକୁ ବିତରଣ କରିଦେବାର ପ୍ରୟାସରେ
ସର୍ବଦା ନିମଗା୍ନ ଥିଲେ ।
ମଧୁସୂଦନଙ୍କ ଦୃଷ୍ଟିରେ ନାରୀମାନଙ୍କ ମଧ୍ୟରେ, ସେହିମାନେ ହିଁ ପରମ ଗୌରବର ଅଧିକାରୀ ଯେଉଁମାନେ ସୃଷ୍ଟିର ସହାୟକ ହେବାପାଇଁ କରୁଣାମୟୀ ମାତୃତ୍ୱର ଅଧିକାରୀହୋଇ ନିଜକୁ ନିଃଶେଷ କରିଦେଇଛନ୍ତି । ସେହି ମହନୀୟ ମାତୃତ୍ୱରେ ଥାଏ କେବଳ ଦାନ ଆଉ ଦାନ, ନଥାଏ ପ୍ରତିଦାନ ବା ଫେରିପାଇବାର ପ୍ରତ୍ୟାଶା ।
ତେଣୁ ତାଙ୍କ କଂଠରୁ ନିର୍ଝର ପରି ଅନାୟାସରେ ଝରିପଡ଼ିଛି ମାତୃମଂତ୍ରରେ ଅଭିମଂତ୍ରିତହୋଇ ଦେଶ ଜାଗୃତିର ଗୀତିକା ।
କାନ ଦେଇ ଶୁଣ, ମାତା କହୁଛନ୍ତି
ଆସ ଆସ ବସୁ ନୀର ପାନକର
ଏଇ ନୀର ସେହି, ବୀର ମୋ ସନ୍ତାନେ
ବୀର ପ୍ରସବିନୀ କ୍ଷୀର ଏହି ନୀର
ଛାଡ଼ରେ ଆଳସ୍ୟ ବଢ଼ାଅ ସାହସ
ଜାତି ନନ୍ଦିଘୋଷ କର ଅଗ୍ରସର ।
ନାରୀ କାହାର କରୁଣା ଅଥବା ସହାନୁଭୂତିର ପାତ୍ର ନୁହେଁ । ସେମାନେ ସମାଜର ଅବହେଳିତ ଅଂଗ ନୁହଁନ୍ତି । ସେମାନେ ନିଜେ ହିଁ ସମୟ ସ୍ଥିତିର ଅଧିକାରୀ ।
ଏହା ଥିଲା ନାରୀଜାତି ପ୍ରତି ତାଙ୍କର ସନ୍ଦେଶ । ଅନ୍ୟ ଏକ ଘଟଣା-
୧୯୩୧ ସାଲର ଅଗଷ୍ଟ ୩୧ ତାରିଖ ବାଲେଶ୍ବରରେ ଗୋଟିଏ ନାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ । ଏହି ସମ୍ମିଳନୀ ଉପଲକ୍ଷେ ତାଙ୍କର ସନ୍ଦେଶ, ଭାବନାର ପ୍ରଖରତାରେ କିପିରି ଶିହରଣକରୀ ଥିଲା, ଅନୁଧ୍ୟାନ କଲେ ତାହା ଏବେ ଉପଲବ୍ଧହୁଏ ।
ଓଡ଼ିଶାର ପୁରୁଷମାନେ ନାରୀମାନଙ୍କୁ ସେମାନଙ୍କର ସେବାପ୍ରଦାନକାରୀ ଅଂଗ ରୂପେ ବ୍ୟବହାର କରିଅଛନ୍ତି ଓ ଭଗବତ ସୃଷ୍ଟିରେ ସେମାନଙ୍କର ଅନ୍ୟ କୌଣସି ଭୂମିକା ଅଛି ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ । ଏବେ କେତେକ ନାରୀ ରାଜନୈତିକ ଆନ୍ଦୋଳନରେ ଯୋଗଦାନ କରିଅଛନ୍ତି । ଗୃହର ଅଭ୍ୟନ୍ତରରେ ହେଉ ଅଥବା ରାଜନୈତିକ ଆନ୍ଦୋଳନରେ ହେଉ, ନାରୀ କେବଳ ପୁରୁଷର ସହାୟକ ଭୂମିକାରେ ଅଧସ୍ତନ ସ୍ଥାନରେ ରହିଅଛି । ଏହି ଉଭୟ କ୍ଷେତ୍ରରେ ଭଗବତ ଉଦ୍ଦେଶ୍ୟ ପ୍ରତି କେବଳ ଅବଜ୍ଞା ପ୍ରଦର୍ଶନ କରାଯାଇଛି । ଆପଣମାନେ ଅନୁଧ୍ୟାନ କରନ୍ତୁ, କିଏ ୟୁରେପୀୟ ଜାତିକୁ ମହନୀୟ କରିଛି, ପିତା ବା ମାତା ଏବଂ ଏହା ପରେ ଆପଣଙ୍କ କର୍ତ୍ତବ୍ୟ ଓ କାର୍ଯ୍ୟର ଧାରା ସ୍ଥିର କରନ୍ତୁ ।”
ଏହାର ପ୍ରାୟ ପାଞ୍ଚ ଛଅ ବର୍ଷ ପୂର୍ବର ଘଟଣା । ପ୍ରାୟ ୧୯୨୪-୨୫ ସାଲର ସମୟ । ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇସାରିଥାଏ । ମଧୁସୂଦନଙ୍କ ଉଦ୍ୟମରେ ପ୍ରାୟ ଦଶବର୍ଷ ତଳୁ ବିହାର- ଓଡ଼ିଶାର ପ୍ରଥମ ମହିଳା କଲେଜ କଟକରେ ସ୍ଥାପିତ ହୋଇଥାଏ ।
ଏହି ସମୟରେ ପ୍ରଖ୍ୟାତ ସମାଜବାଦୀ ଡକ୍ଟର ଜ୍ୟୋସ୍ନାଦେଶ ଓ ବୀଣାଦେଈ କଟକ ମହିଳା ରେଭେନ୍ସା କଲେଜରେ ଆଇ.ଏ ପଢୁଥାନ୍ତି, ମୁଖ୍ୟତଃ ପରବର୍ତ୍ତୀ କାଳରେ ଡାକ୍ତର ଭୂମିକାରେ ଅବତୀର୍ଣ୍ଣ ହେବାପାଇଁ । ସେମାନଙ୍କ ସ୍ମୃତିଚାରଣ -
- ଆମେମାନେ ମହିଳା କଲେଜରେ ଯୋଗଦେଇଥିଲେ ମଧ୍ୟ ଆମମାନଙ୍କପାଇଁ ବଟାନିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କ୍ଲାସ୍ ମହିଳା କଲେଜର ପରିସରରେ ହିଁ ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ହେଉଥାଏ । ମାତ୍ର ବଟାନି, ଥିଓରି ଆଉ ପ୍ରାକ୍ଟିକାଲ୍ର ସମସ୍ତ-କ୍ଳାସ୍ରେ ଯୋଗଦେବାପାଇଁ
ଆମେମାନେ ଗୋଟେ ଆବଦ୍ଧ ଘୋଡ଼ାଗଡ଼ିରେ ଜଣେ ଶିକ୍ଷୟିତ୍ରୀଙ୍କର ତତ୍ବାବଧାନରେ ରେଭେନ୍ସା କଲେଜକୁ ଲୋକଲୋଚନର ଅନ୍ତରାଳରେଯାଉ ଆଉ ଫେରୁ ।”- ଏହା ଥିଲା ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ, ରକ୍ଷଣଶୀଳତାର ତତ୍କାଳୀନ ସ୍ଥିତି । ଏବେ ଚିନ୍ତାକଲେ ଆତଙ୍କରେ ଶିହରିତ ହେବାକୁ ପଡ଼େ ।
ଓଡ଼ିଶାର ଏହିପରି ରକ୍ଷଣଶୀଳ ସମାଜରେ ମଧୁସୂଦନଙ୍କ ବ୍ୟତୀତ ଅନ୍ୟ କୌଣସି ଅଗ୍ରଗାମୀ ଚିନ୍ତାଧାରାର ପ୍ରଚଣ୍ଡ ପ୍ରତିଭାଶାଳୀ ପୁରୁଷ ନଥିଲେ, ଯିଏ କି ନାରୀଶିକ୍ଷାକୁ ଦୟନୀୟ ସ୍ଥିତାବସ୍ଥାରୁ ମୁକ୍ତ କରି, ୧୯୧୦ ବେଳକୁ ପ୍ରଥମ ପୂର୍ଣ୍ଣାଙ୍ଗ ବାଳିକା ବିଦ୍ୟାଳୟ ଓ ୧୯୧୫ ବେଳକୁ ପ୍ରଥମ ମହିଳା କଲେଜ ସ୍ଥାପନା କରିପାରିଥିଲେ । ପ୍ରାୟ ୧୯୨୬ ବେଳକୁ ଜୋସ୍ନା ଦେଈ ଓ ବୀଣା ଦେଈ ରେଭେନ୍ସା ମହିଳା କଲେଜରୁ ଆଇ.ଏ ପାଶ୍ କରିସାରିଥିଲେ । ସେମାନଙ୍କର ଡାକ୍ତରୀ ପାଠ (ଏମ୍.ବି.ବି.ଏସ୍) ପଢ଼ିବାପାଇଁ ପ୍ରବଳ ଇଚ୍ଛା ଥିଲା । ମାତ୍ର ଅର୍ଥ ଓ ସୁଯୋଗ ଅଭାବରୁ ତାହା ସମ୍ଭବପର ହୋଇ ନଥିଲା । ସେମାନେ ନିଜ ପିତାଙ୍କ ସହିତ ମଧୁସୂଦନଙ୍କୁ କଟକସ୍ଥିତ ତାଙ୍କ ବାସଭବନରେ ଭେଟି ଦୁଃଖ ଜଣାଇଲେ । ସେତେବେଳକୁ ପଟଣାରୁ ବିହାର-ଓଡ଼ିଶାର ଶିକ୍ଷାତ୍ରୀ କଟକ ଆସି ମଧୁସୂଦନଙ୍କର ଅତିଥି ହୋଇଥାଆନ୍ତି । ମଧୁସୂଦନଙ୍କର ସ୍ବତନ୍ତ୍ର ଅନୁରୋଧ କ୍ରମେ ଶିକ୍ଷାମ୍ୟତ୍ରୀ ସେମାନଙ୍କୁ ଦିଲ୍ଲୀର ପ୍ରଖ୍ୟାତ ମହିଳା ମେଡ଼ିକାଲ୍ କଲେଜରେ ଅଧ୍ୟୟନ କରିବାପାଇଁ ଉଚ୍ଚହାରରେ ଶିକ୍ଷା ବୃଦ୍ଧି ସଂଜୁର କରିଥିଲେ । ଫଳରେ ବୀଣା ଦେଈ ଓ ଜ୍ୟୋସ୍ନାଦେଈ ଓଡ଼ିଶାର ପ୍ରଥମ ସ୍ନାତକୋତ୍ତର ମହିଳା ଡାକ୍ତର ରୂପେ ଅଧିଷ୍ଠିତ ହୋଇ ପ୍ରଚୁର ଖାତିର ଅଧିକାରୀ ହୋଇଥିଲେ ।
ଏ ସମୟ ଥିଲା ନାରୀ ଜାତିର ଅଭ୍ୟୁଥାନ ପାଇଁ ମଧୁସୂଦନଙ୍କର ଅକଳ୍ପନୀୟ ଅବଦାନ ।
ଦେଶର ନବଜାଗରଣରେ ମହାନ ଜାତୀୟତାବାଦୀ ନେତାରୂପେ ପ୍ରତିଷ୍ଠା ଲାଭକରିଥିବା ମଧୁସୂଦନ ଦାସ ହେଉଛନ୍ତି, ଭାରତର ଜଣେ ଆଦ୍ୟ ସମାଜବାଦୀ ଅଗ୍ରନାୟକ । ତାଙ୍କର ଜନ୍ମ ହୋଇଥିଲା, ବିଶ୍ବ ଘଟଣାପ୍ରବାହର ଏକ ସ୍ମରଣୀୟ ବର୍ଷ ୧୮୪୮ ସାଲରେ, ଯେଉଁ ବର୍ଷ ସମାଜବାଦୀ ଚିନ୍ତାଧାରାର ଆଦ୍ୟସ୍ଫୁରଣ ରୂପରେରଚିତ ହୋଇଥିଲା କମ୍ୟୁନିଷ୍ଟ ମେନିଫେଷ୍ଟା ଓ ତିରୋଧାନ ଘଟିଥିଲା ଏହାର ଛୟାଅଶୀ ବର୍ଷ ପରେ, ଅନ୍ୟ ଏକ ତାତ୍ପର୍ଯ୍ୟ ପୂର୍ଣ୍ଣ ବର୍ଷ ୧୯୩୪ ସାରେ । ଏହି ବର୍ଷ ଭାରତ ଭୂମିରେ କଂଗ୍ରେସ ସମାଜବାଦୀ ଦଳର ଅଭ୍ୟୁଦୟ ଘଟିଲା । ଆଶ୍ଚର୍ଯ୍ୟ ଲାଗେ ଏହି ମଧ୍ୟବର୍ତ୍ତୀ ୮ ବର୍ଷ କାଳ ଭାରତରେ ସମାଜବାଦୀ ଚିନ୍ତାଧାରା ଏକ ପ୍ରକାର ଅଜ୍ଞାତ ଥିବାବେଳେ, ଦେଶର ଏକ ନିଭୃତ କୋଣରେ ଓଡ଼ିଶାର ମଧୁସୂଦନ ଦାସଙ୍କ ମଧ୍ୟରେ ଏହାର ପରିପ୍ରକାଶ ଥିଲା କେତେ ସ୍ୱତଃସ୍ପୃର୍ଷ, ଅବାରିତ ଆଉ ପ୍ରତିଶ୍ରୁତିବଦ୍ଧ । ପଣ୍ଡିତ ନେହେରୁଙ୍କ ଭାଷାରେ, ମଧୁସୂଦନ ଭାରତର ସାମାଜିକ ଥାଉ ଅର୍ଥନୈତିକ ଉଥାନଲାଗି ମାର୍ଗଦର୍ଗୀ ପ୍ରକଳ୍ପମାନ ସ୍ଥାପନ କରିଥିଲେ ।
ମହାତ୍ମାଗାନ୍ଧୀ ୨୫୩/୧୯୩୮ରେ ମଧୁସୂଦନ ଦାସଙ୍କର ଗୃଢ଼ ସମାଜତାଦ୍ରିକ ଦର୍ଶନ ଉପରେ ଆଲୋକପାତ କରିବାକୁ ଯାଇ ଡେଲାଙ୍ଗଠାରେ କହିଥିଲେ, "ମଧୁସୂଦନ ଦାସଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ହେଲା- ମଣିଷ ଓ ପଶୁମାନଙ୍କ ମଧ୍ୟରେ ମୁଖ୍ୟ ବିଭେଦ ହେଉଛି ଶାରୀରିକ ଗଠନପ୍ରଣାଳୀ । ମଣିଷ ତାର ହସ୍ତ ଓ ପାଦରେ ରହିଥିବା ଅଙ୍ଗୁଳିଗୁଡ଼ିକୁ ବିଚକ୍ଷଣ ବୁଦ୍ଧିର ପ୍ରୟୋଗ ମଧ୍ୟରେ ଅତ୍ୟନ୍ତ କଳାତ୍ମକ ଭାବରେ ବ୍ୟବହାର କରିପାରେ ।"
ହଁ, ଏହିଠାରେ ହିଁ ରହିଛି ସମାଜବାଦୀ ଅଥବା ମାଇଁବାଦୀ ଦର୍ଶନର ମୂଳ ଭିତ୍ତି ।
ସମଗ୍ର ବିଶ୍ୱରେ ମଣିଷ ହେଉଛି ଏକମାତ୍ର ପାଣୀ, ଯାହା ମଧ୍ୟରେ ସବେଶିତ ହୋଇ ରହିଛି ଅନ୍ତର୍ନିହିତ ସର୍ଜନାତ୍ମକ ସୃଷ୍ଟି ଶକ୍ତି । ସେ ଏହାକୁ ତାହାର ହାତ ଆଉ ପାଦର ବିଚକ୍ଷଣ ପ୍ରୟୋଗ ମଧ୍ୟରେ ବିଶ୍ୱରେ ସୃଷ୍ଟ ପଦାର୍ଥମାନଙ୍କ ଉପରେ ଆରୋପିତ କରି, ସମାଜପାଇଁ ଆବଶ୍ୟକ
ଥିବା ପୟୋଜନୀୟ ବୟୁମାନ ସୃଷ୍ଟିକରେ । ମନୁଷ୍ୟ ସମାଜର ଏକ ଅଂଶରୂପେ, ଜଣେ ମଣିଷକୁ ତାହାର ଆବଶ୍ୟକତା ଅନୁଯାୟୀ ଏହି ବୟୁମାନ ଲଭ୍ୟହେବା ଆବଶ୍ୟକ । ମାତ୍ର ସଭ୍ୟତାର ଅଗ୍ରଗତି ମଧ୍ୟରେ ପୁଞ୍ଜିବାଦୀ ଶୋଷଣ ପ୍ରକ୍ରିୟାରେ ଜଣେ ଉତ୍ପାଦକ ମଣିଷଠାରୁ ତାର ଉତ୍ପାଦିତ ବୟୁ ସବୁ ବିଚ୍ୟୁତ ଅଥବା ବର୍ଜିତ ହୋଇଥାଏ । ଫଳରେ ସେ ଶୋଷିତ ହୋଇ ବସ୍ତୁରେ ପରିଣତ ହୋଇଯାଏ ।
ମଧୁସୂଦନ ଦାସଙ୍କର ଅବିଚ୍ଛେଦ୍ୟ ସଂପର୍କ ରହିଥିଲା ମଣିଷର ଏହି ଶୋ ଷଣବିହୀନ ସର୍ଜନାତ୍ମକ ପ୍ରକ୍ରିୟା ସହିତ । ମହାତ୍ମାଗାନ୍ଧୀ ୨୧.୧.୧୯୩୭ରେ ସେବାଶ୍ରମଠାରେ ଆହୃତ ଶିକ୍ଷା ସମ୍ମିଳନୀରେ ପ୍ରକାଶ କରିଥିଲେ, "ମଧୁସୂଦନ ଦାସଙ୍କର ଦୃଢ଼ ବିଶ୍ବାସ ଥିଲା ଯେ, ଆମମାନଙ୍କର ହସ୍ତ ଓ ପଦଗୁଡ଼ିକ ବିଧିବଦ୍ଧଭାବେ ଯଦି ସଂଚାଳିତ ଆଉ ନିୟୋଜିତ ନହୁଏ, ତାହେଲେ ମଣିଷର ମସ୍ତିଷ୍କ ସ୍ଥାଣୁ ଅଥବା ନିର୍ବେଦ ପାଲଟିଯିବ । ରୁ ଟଲଷ୍ଟୟ ତାଙ୍କର ବହୁ କାହାଣୀ ମାଧ୍ୟମରେ ଏହି ତଥ୍ୟକୁ ହିଁ ଉଦ୍ଭାସିତ କରିଛନ୍ତି ।
ଏଥିରେ ରହିଛି ହସ୍ତ ଆଉ ପଦର ସଂଯୋଗରେ ସର୍ଜନାତ୍ମକ କ୍ରିୟା ମାଧ୍ୟମରେ ମଣିଷର ସର୍ବାଙ୍ଗୀନ ବିକାଶର ସ୍ବରୂପ ଯାହା ହେଉଛି ସମାଜବାଦ ଅଥବା ସର୍ବୋଦୟର ଆଧାର ଶିଳା । ବହୁ ବିଚିତ୍ରତା ଓ ବିବିଧତା ମଧ୍ୟରେ ଏହି ସବୁ କାର୍ଯ୍ୟକ୍ରମ ରୂପାୟିତ ହୋଇଥିଲା ମଧୁସୂଦନଙ୍କ କର୍ମଶାଳାରେ ।
ସାଗର ବକ୍ଷରେ ଭାସମାନ ବରଫ ଖଣ୍ଡର ନିମଜ୍ଜିତ ବୃହଦଂଶ ଲୁକ୍କାୟିତ ହୋଇ ରହିଥିଲା ପରି, ମଧୁସୂଦନଙ୍କର ସବୁଦିଗକୁ ପ୍ରସାରିତ, ପରିବ୍ୟାପ୍ତ ବ୍ୟକ୍ତିତ୍ବର ଏହିସବୁ ଉପଲବ୍ଧ ହେଉଛି ଏକ ଅନାଲୋଚିତ ଦିଗ । ସୂର୍ଯ୍ୟାୟ ଆଇନ ବଳରେ ଜମିଦାରୀ ଉଚ୍ଛେଦ ହୋଇଯାଇଥିବା ଗୋଟିଏ କୁଳୀନ ପରିବାରରେ ଗ୍ରାମ ଗହଳରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳକୁ ତାଙ୍କର ଅସ୍ତବଳରେ କିଛି ଘୋଡା ପ୍ରତିପାଳିତ ହେଉଥିଲେ ମଧ୍ୟ ଅଶ୍ବର ପୃଷ୍ଠାରେ ନୁହେଁ, ତାଙ୍କର ପଦ ପ୍ରୋତ ହୋଇଯାଇଥିଲା, ଗ୍ରାମ ଗହଳର ଉତ୍ପାଦନସର୍ବସ୍ବ ମାଟିରେ । ସେହି ମାଟି ସମଗ୍ର ଭାରତରେ ଗ୍ରାମ ଗହଳକୁ ହିଁ ସୂଚିତ କରୁଥିଲା । ଆବାଲ୍ୟରୁ ସହରରେ ପ୍ରତିପାଳିତ ମହାତ୍ମାଗାନ୍ଧୀ ଅଥବା ପଣ୍ଡିତ ନେହେରୁଙ୍କ ପରି ଜନନାୟକଗଣ ପରିଦର୍ଶକ ଅଥବା ପରିବ୍ରାଜକ ପରି ଗ୍ରାମଗହଳକୁ ଅଧ୍ୟୟନର କ୍ଷେତ୍ର ରୂପେ ବାଛିନେଲା ପରି ନୁହେଁ, ମଧୁସୂଦନ ଦାସ ଆବାଲ୍ୟରୁ ସିଧାସଳଖ ମୁହାଁମୁହିଁ ଭାବେ ଗ୍ରାମ ଗହଳର ସ୍ଥିତି ସଂପର୍କରେ କେବଳ ପରିଚିତ ନଥିଲେ, ସେ ଏହା ସହିତ ଅଂଗାଗୀ ଭାବେ ଜଡ଼ିତ ହୋଇ ରହିଥିଲେ । ଅର୍ଥନୈତିକ ଦୃଷ୍ଟିରୁ ଅନ୍ତସାରଶୂନ୍ୟ ଦୁର୍ଭିକ୍ଷର କରାଳ ଗ୍ରାସରେ କଙ୍କାଳସାର ଓଡ଼ିଶାର ଜନଗୋଷ୍ଠୀ ମଧ୍ୟକୁ ୧୮୮୧ରେ ମଧୁସୂଦନ ଫେରିଲା ପରେ, ଏ ରାଜ୍ୟର ଦାରୁଣ ଦୁର୍ଗତି ତଥା ମର୍ମନ୍ତୁଦ ଅବସ୍ଥା ତାଙ୍କୁ ଆକ୍ରାନ୍ତ ଆଉ ଆଚ୍ଛନ୍ନ କରିରଖିଥିଲା ।
୧୧.୨.୧୮୮୮ରେ ଲବଣର ବୃଦ୍ଧି ବିରୋଧରେ କଟକର ବିରାଟ ଜନସଭାରେ ତାଙ୍କର ଜ୍ୱଳାମୟୀ ଭାଷଣ, ବ୍ରିଟିଶ୍ ଉପନିବେଶବାଦର ତୀବ୍ର ନିଶ୍ଳେଷଣକୁ ସୂଚିତ କରୁଥିଲା, ଯାହାର
ପ୍ରଚଣ୍ଡ ଆଘାତରେ ସମସ୍ତ ଗ୍ରାମ୍ୟ ଶିଳ୍ପ ବିଧ୍ୱସ୍ତ ହୋଇଯାଇଥିଲା । କିଛିବର୍ଷ ଗଭୀର ଅନ୍ତର୍ଦାହର ତୀବ୍ର ଢାଳାରେ ଜର୍ଜରିତ ହୋଇ ୧୮୯୨ ରେ ମଧୁସୂତିକୁ ଆସିଲା ପରେ, ତାଙ୍କ ସମ୍ମୁଖରେ ସୀମାହୀନ ଦିଗନ୍ତ ଉନ୍ମୋଚିତ ହୋଇଯାଇଥିଲା । ହଁ, ସେହି ସମାଧାନର ଚକ୍ରବାଳରେ ଉଦିତ ହୋଇଥିଲେ ସ୍ବଦେଶୀ ଶିଳ୍ପାୟନରୂପୀ ମୁକ୍ତ ଶିଳ୍ପର ସୂର୍ଯ୍ୟ । ସ୍ୱଦେଶୀ ଶିଳ୍ପାୟନ ଓ ସ୍ବାବଲମ୍ବନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି । ସମସ୍ତ ସମାଜକୁ ଏହି ମୁକ୍ତିତ୍ରରେ ଦୀକ୍ଷିତ କରିବା ପୂର୍ବରୁ ଏହାର ପରୀକ୍ଷା ଓ ନିରୀକ୍ଷା ନିଜଠାରୁ ହିଁ ସେ ଆରଂଭ କରିଥିଲେ । ତାଙ୍କର ସମସ୍ତ ବସ୍ତୁ ସ୍ବଦେଶୀ ହେବା ପଛରେ ପ୍ରଥମେ ପାଦରେ ପିନ୍ଧୁଥିବା ଜୋତାକୁ ହିଁ ସେ ଚିହ୍ନିତ କରିଥିଲେ । ଏହାର ସର୍ବୋତ୍ତମ ଉତ୍ପାଦନର ସୂତ୍ର-ଅନ୍ବେଷଣରେ ସେ ପରିବ୍ରାଜକ ରୂପେ ଘୂରିବୁଲିଥିଲେ ଚର୍ମକାର ଅଧୁଷିତ ବସ୍ତିସବୁ । ଆଉ ଚାରିଜଣ ଚର୍ମକାରଙ୍କୁ ନିଜ ପରିବାରର ସଂଗୀଭୂତକରି, ମଧୁସ୍ମତିରେ ବସତି ପ୍ରଦାନ କରିଥିଲେ । ୧୮୯୨ରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଅବାରିତ ଯାତ୍ରା ଲମ୍ବିଯାଇଥିଲା ୧୯୦୨ ସାଲ ଯାଏ, ଯେଉଁ ବର୍ଷ ତାଙ୍କର ବ୍ୟବହୁତ ସମୟ ବୟୁ ସୁଦେଶୀରେ ପରିଣତ ହୋଇଥିଲା । କାର୍ତ୍ତିକାରୀ ଏହି ଯାତ୍ରା ପଥରେ ୧୯୦୦ ସାଲରେ ଉନ୍ନତ ଚରଖାର ଉଭାବନ ଆଉ ୧୯୦୫ରେ ଫୁଇ ସଟଲ୍ ତନ୍ତ ସାହାଯ୍ୟରେ ତ୍ବରିତ ବୟନ ପ୍ରଣାଳୀର ଉପସ୍ଥାପନ ମାଧ୍ୟମରେ ନିଜର ଅଭିଳାଷକୁ ସେ ପୂର୍ଣ୍ଣ କରିପାରିଥିଲେ । ବ୍ୟବହାରପାଇଁ ଗ୍ରାମୀଣ କାରିଗରଙ୍କ ମାଧ୍ୟମରେ ସମସ୍ତ ସ୍ବଦେଶୀ ବସ୍ତୁ ଉପଲ ପରେ ବିଦେଶୀ ବର୍ଜନ ଆଉ ସ୍ବଦେଶୀ ଉତ୍ପାଦନ ଓ ବ୍ୟବହାରର ସଂକଳ୍ପବଦ୍ଧ ଶପଥପାଇଁ ସେ ଗ୍ରାମ ଆଉ ଜନପଦରେ ଘୂରିବୁଲିଥିଲେ । ଏ ସମୟ ଥିଲା ବ୍ରିଟିଶ୍ ନିଶ୍ଳେଷଣ ବିରୋଧରେ ଏକ ଅଘୋଷିତ ମୁକ୍ତି ସଂଗ୍ରାମ । ସ୍ୱାବଲମ୍ବନ ଥିଲା ଏହାର ମୂଳଭିତ୍ତି । ମଧୁସୂଦନଙ୍କ ଭାଷାରେ 'ଯେଉଁ ହାତରେ ଜଣେ ରୁଟି ଖାଏ, ସେହି ହାତରେ ହିଁ ତାହାକୁ ରୁଟିର ଉପାର୍ଜନ କରିବାକୁ ପଡ଼ିବ’ (୧୯୨୪ରେ ପାଟନାଠାରେ ପ୍ରଦତ୍ତ ଭାଷଣ) ।
ମଧୁସୂଦନ ଦାସ ୧୮୯୭ରେ ସୁଦୀର୍ଘ ନଅମାସ ଧରି ଇଂଲଣ୍ଡ ସମେତ ୟୁରୋପର ପ୍ରମୁଖ ଦେଶଗୁଡ଼ିକ ଜଣେ ଅନୁସନ୍ଧିସୁର ଜିଜ୍ଞାସା ନେଇ ପରିଭ୍ରମଣ କରିଥିଲେ । ସେହି ଦେଶ ସମୂହର ସଂବିଧାନ, ଲୋକତ୍ର ଶାସନ, କ୍ରାନ୍ତିକାରୀ ଉଦ୍ୟୋଗ ଭଳି ସ୍ବୟଂଶାସିତ ସଂସ୍ଥା ଆଉ ପ୍ରଗତିଶୀଳ ଜନଜାଗରଣର ବିଭିନ୍ନ ପର୍ଯ୍ୟାୟ (ସମାଜବାଦ ମଧ୍ୟ) ଅଧ୍ୟୟନ କରିଥିଲେ, ଯାହା ତାଙ୍କ
ଚେତନାର ଦିଗନ୍ତକୁ ପ୍ରସାରିତ କରିଥିଲା । ସମାଜବାଦର ପ୍ରାରମ୍ଭିକ ପଦକ୍ଷେପ ରୂପେ ଚିହ୍ନିତ ଓୟୁନଙ୍କ ସମବାୟ ଜନସଂପ୍ରଦାୟର ଆଧାରରେ, ୧୮୯୮ ସାଲରେ କଟକ କୋ ଅପରେଟିଭ୍ ଇଂଡ଼ାର (ଯାହା ସମଗ୍ର ଭାରତରେ ପ୍ରଥମ ବହୁମୁଖୀ ସମବାୟଭିତିକ ଉଦ୍ୟୋଗ) ସ୍ଥାପନକରି କ୍ଷୁଦ୍ର କୃଷିଜୀବୀଙ୍କୁ ଋଣଦାନ ମାଧ୍ୟମରେ ସେମାନଙ୍କଠାରୁ ଯୁକ୍ତିଯୁକ୍ତ ମୂଲ୍ୟର ପଣ୍ୟ ସଂଗ୍ରହ ତଥା କଟକର ନିମ୍ନବର୍ଗ ବ୍ୟକ୍ତିଙ୍କ ମଧ୍ୟରେ ସୁଲଭ ମୂଲ୍ୟରେ ବିକ୍ରୟର ବ୍ୟବସ୍ଥା କରିଥିଲେ ।
ଆଲୋଚନାକୁ ଏହିଠାରେ ଅସମାପ୍ତ ରଖି, ଚାଲନ୍ତୁ ଯିବା ୧୯୩୪ ସାଲରେ ଭାରତର ଦୃଶ୍ୟପଟକୁ । ସେହିବର୍ଷ ନାସିକ୍ ଜେରେ ଆବଦ୍ଧ ଜୟପ୍ରକାଶ ନାରାୟଣ, ଅଶୋକ ମେହେଟ୍ଟା, ଅଚ୍ୟୁତ ପଟ୍ଟବର୍ତ୍ତନ ଆଦି ତରୁଣ ଦେଶବତ୍ସଳ ଯୁବ ନେତୃବୃନ୍ଦ, ବନାରସର ଆଚାର୍ଯ୍ୟ ନରେନ୍ଦ୍ର
ଦେବ ପ୍ରମୁଖଙ୍କ ସହିତ ମିଳିତ ହୋଇ ପାଟନାଠାରେ କଂଗ୍ରେସ ସମାଜବାଦୀ ଦଳ ଗଠନ କରିଥିଲେ । ଅକ୍ଟୋବର ମାସରେ ବମ୍ବେରେ ସ୍ବରାଜ ପ୍ରାପ୍ତିଲାଗି ଯେଉଁ ସମାଜବାଦୀ କାର୍ଯ୍ୟକ୍ରମର ଚିଠା ପ୍ରସ୍ତୁତ ହୋଇଥିଲା, ତାହା ମଧ୍ୟରେ ଥିଲା - ଜମିଦାରି ଓ ଗଡ଼ଜାତ ପ୍ରଥାର ଉଚ୍ଛେଦ; କୃଷକକୁ ଭୂମି ଉପରେ ଅଧିକାର ପ୍ରଦାନ; ସମବାୟ ମାଧ୍ୟମରେ କୃଷି ଉତ୍ପାଦନ ଓ ବଣ୍ଟନ; ପ୍ରତ୍ୟେକ ବ୍ୟକ୍ତିଙ୍କୁ କର୍ମସଂ ପ୍ଳାନ ଏବଂ ନାରୀଜାତିକୁ ଅଧିକାର ପ୍ରଦାନ । ସମାଜବାଦୀ ଯୁବନେତୃବୃନ୍ଦ ଏ ସମୟକୁ ଜନଜାଗରଣ ଓ ଗଣ ଆନ୍ଦୋଳନ ମଧ୍ୟରେ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ । ମାତ୍ର ଆଶ୍ଚର୍ଯ୍ୟ ଲାଗେ, ମଧୁସୂଦନ ଦାସ ପ୍ରାୟ ୧୯୧୫ ସାଲ ବେଳକୁ ଏହି ସମସ୍ତ କାର୍ଯ୍ୟକ୍ରମରେ କେବଳ ସକ୍ରିୟ ଅଂଶଗ୍ରହଣ କରିନଥିଲେ, ଏଗୁଡ଼ିକର ମୁଖ୍ୟ ପ୍ରକ୍ରିୟାରେ ନିମଜ୍ଜିତ ରହିଥିଲେ । ଜଣେ ନିପୂଣା ନୃତ୍ୟାଙ୍ଗନା ପରି ସେ ବିନା କାଳାତିପାତରେ ତତ୍କ୍ଷଣାତ୍ ଓହ୍ଲାଇ ପଡ଼ିଥିଲେ ପ୍ରକଳ୍ପ ସବୁର ଆଶୁ ଆଉ ସଫଳ ରୂପାୟନପାଇଁ । ଯାହା ଚିନ୍ତା କରୁଥୁଲେ, ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରୁଥିଲେ ।
ମଧୁସୂଦନଙ୍କର ସମାଜବାଦୀ କାର୍ଯ୍ୟକ୍ରମ ମଧ୍ୟରେ ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା ପ୍ରଜା ପରିଷଦ (୧୯୦୯) ଗଠନ, ଯାହାର ଛତ୍ରଛାୟା ତଳେ ହଜାର ହଜାର କୃଷିଜୀବୀ ସମ୍ମିଳିତ ହୋଇ ସେମାନଙ୍କର ଭୂମି ଉପରେ ସୃତ୍ବ ଲାଭ କରିବାପାଇଁ ସଂଗ୍ରାମ କରିଥିଲେ । ୧୯୧୨ ସାଲରେ ସେ ଯେଉଁ ମେମୋରାଣ୍ଡମ୍ ପ୍ରଜାମାନଙ୍କ ପକ୍ଷରୁ ଦାଖଲ କରିଥିଲେ, ତାହା ପ୍ରଜାମାନଙ୍କର ଅଧିକାର ପ୍ରଦାନ କ୍ଷେତ୍ରରେ ସର୍ବୋତ୍ତମ ଦଲିଲ୍ ଥିଲା, ଯାହା ବିନା କ୍ଷତିପୂରଣରେ ଜମିଦାରି ପ୍ରଥା ଉଚ୍ଛେଦ ଲାଗି ଅଭିପ୍ରେତ ଥିଲା । ମଧୁସୂଦନଙ୍କର ସମସ୍ତ ପ୍ରତିବାଦ ସତ୍ତେ,ବଙ୍ଗ କାଉନ୍ସିଲ୍ରେ ଓଡ଼ିଶା ପ୍ରଜାସ୍ୱତ୍ଥ ବିଲ୍ ପ୍ରଣୀତ ହେବା ପରେ, ଏହା ଓଡ଼ିଶାର ପ୍ରଜାମାନଙ୍କର ଶୋଷଣପାଇଁ ଉଦ୍ଦିଷ୍ଟ ବୋଲି ମଧୁସୂଦନଙ୍କ ଚେତାବନୀ ଯୋଗୁଁ, ବଡ଼ଲାଟ ଲର୍ଡ ହାଡ଼ି ଏହି ବିଲ୍କୁ ମଂଜୁରୀ ପ୍ରଦାନ କରିନଥିଲେ । ଏହା ଥିଲା ପାର୍ଲାମେଣ୍ଟାରୀ ଇତିହାସରେ ଏକ ବିରଳ ବ୍ୟତିକ୍ରମ । ୧୯୧୫ରେ ମଧୁସୂଦନ ଗଡ଼ଜାତ ଉଚ୍ଛେଦ ଲାଗି ତାଙ୍କର ଦୃଢ଼ଦାବି ଉପସ୍ଥାପନ କରିଥିଲେ ।
କଲିକତାରେ ପ୍ରଥମ ଶ୍ରମିକ ୟୁନିଅନ ୧୮୭୦ରେ ପ୍ରତିଷ୍ଠିତ ହୋଇଥିଲା । ଏହାର ମାତ୍ର ୫ବର୍ଷ ପରେ ମଧୁସୂଦନ ମାଟିଆବରରେ ଶ୍ରମିକଙ୍କ ଲାଗି ଏକ ନୈଶ୍ୟ ବିଦ୍ୟାଳୟ ଓ ୟୁନିୟନର ସ୍ଥାପନା କରିଥିଲେ । କଲିକତାରେ ପରବର୍ତ୍ତୀ କାଳରେ ବୃହତ ଶ୍ରମିକ ୟୁନିୟନର ସ୍ଥାପନା ସହିତ ୧୯୨୯ରୁ ୧୯୩୧ ମଧ୍ୟରେ ମଧୁସୂଦନ ନେତାଜୀ ସୁବାଷ ବୋଷଙ୍କର ସାହଚର୍ଯ୍ୟରେ ଜାମସେଦପୁରଠାରେ ଶ୍ରମିକମାନଙ୍କୁ ୟୁନିୟନ୍ ଗଠନ ମାଧ୍ୟମରେ ସମ୍ମିଳିତ କରିଥିଲେ । ଦଳିତମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଥଇଥାନ କରିବାପାଇଁ ଉତ୍କଳ ଟାନେରି ସ୍ଥାପନ କରିଥିଲେ, ଯାହାର ମାନବୀୟ ମୂଲ୍ୟବୋଧ ମହାତ୍ମାଗାନ୍ଧୀଙ୍କର ଭାଷାରେ, "ସମାଜର ଗୋଟିଏ ଅଂଶ ଉପରେ ଆମେ ଯେଉଁ ଅପରାଧ କରିଚାଲିଛେ ମଧୁସୂଦନ ଦାସ ସେ ସଂପର୍କରେ ମୋର ଆଖି
ଖୋଲିଦେଇଥିଲେ । ମଧୁସୂଦନଙ୍କ ପ୍ରଣୀତ ଆଇନ (୧୯୨୩)ରେ ସ୍ବାୟତ୍ତ ଶାସନ ସଂସ୍ଥାମାନଙ୍କରେ ଦଳିତମାନଙ୍କପାଇଁ ସ୍ଥାନ ସଂରକ୍ଷିତ ଥିଲା ।
ଏ ସମୟ ଉପଲବ୍ଧ ସମାଜବାଦୀ କାର୍ଯ୍ୟକ୍ରମର ଉତ୍କଳ କୀର୍ତ୍ତିସ୍ତମ୍ଭ ରୂପେ ବିବେଚିତ, ଯାହା ନିଶ୍ଳେଷିତଙ୍କୁ ପ୍ରଦାନ କରିଥିଲା ସ୍ବାଭିମାନ ସହକାରେ ବଂଚି ରହିବାପାଇଁ ସର୍ବନିମ୍ନ ପ୍ରତିଶ୍ରତି । ପ୍ରାୟ ଏକଶହ ବର୍ଷ ପୂର୍ବେ ଓଡ଼ିଶାର ପ୍ରଥମ ସାଂସଦ (୧୯୧୩-୧୯୧୬)ରୂପେ ଭାରତୀୟ ଇମ୍ପରିଆଲ୍ କାଉନ୍ସିରେ ବ୍ରିଟିଶ୍ ଉପନିବେଶବାଦ ତଥା ୟୁରୋପୀୟ କ୍ରମପ୍ରସାରିତ
ଶୋଷଣଭିତ୍ତିକ ଶିଳ୍ପ ସାମ୍ରାଜ୍ୟବାଦ ବିରୋଧରେ ମଧୁସୂଦନ ଦାସ ସେମାନଙ୍କୁ 'ରକ୍ତଶୋଷକ ଦଳ’ ବୋଲି ଆଖ୍ୟାୟିତ କରି ଯେଉଁ ସାଲିହୀନ ସଂଗ୍ରାମର ଡାକରା ଦେଇଥିଲେ, ତାହା ଆଜିର ଜଗତୀକରଣ ତଥା ବିଶ୍ବ ଅର୍ଥାୟନ ଯୁଗରେ କାଳର କଷଟିରେ ପରୀକ୍ଷିତହୋଇ ନିଜସ୍ ଦୀପ୍ତି ରେ ଜାଜୁଲ୍ୟମାନ । ଘାତ, ପ୍ରତିଘାତ ଆଉ ସମୟର କ୍ରମବିକାଶର ଧାରାରେ, ମଣିଷ ସହିତ ପ୍ରକୃତିର ସଂଘାତ ସୃଷ୍ଟି ହୁଏ । ମାତ୍ର ଏ କ୍ଷେତ୍ରରେ ମଧୁସୂଦନଙ୍କ ଶାଣିତ ବକ୍ତବ୍ୟ ଥିଲା - କଲ୍ୟାଣମୟୀ ପ୍ରକୃତିର ନିଷଣ ନୁହେଁ, ସୌହାର୍ଘ୍ୟପୂର୍ଣ୍ଣ ସହାବସ୍ଥାନ ମଧ୍ୟରେ ଭାରସାମ୍ୟ ରକ୍ଷା, ଯାହା ଆଜିର ପରିବେଶବିତ୍ରମାନଙ୍କ ଆଧାରରୂପେ ଗୃହୀତ । ତେଣୁ ଆଜି ବିସ୍ମୟାଭିଭୂତ ହେବାକୁ ପଡେ ଯେ,ସେହି ଉନବିଂଶ ଶତାବ୍ଦୀର ମଧୁସୂଦନ ଆଜି ଏକବିଂଶ ଶତାବ୍ଦୀର ପ୍ରେକ୍ଷାପଟରେ କିଭଳି ତାତ୍ପର୍ଯ୍ୟପୂର୍ଣ୍ଣ ଆଉ ପ୍ରାସଙ୍ଗିକ !
ଓଡ଼ିଆମାନଙ୍କ ପାଇଁ ଏହା ଏକାନ୍ତ ଗୌରବର ବିଷୟ ଯେ, ମଧୁସୂଦନ ଦାସ ତାଙ୍କର ପରିବ୍ୟାପ୍ତ ସମାଜବାଦ କାର୍ଯ୍ୟକ୍ରମକୁ, ଓଡ଼ିଆ ଭାଷା-ସଂସ୍କୃତି- ମୁକ୍ତି ସଂଗ୍ରାମର ଏକ ଅବିଚ୍ଛେଦ୍ୟ ଅଂଗ ରୂପେ ଗଢ଼ି ତୋଳିଥିଲେ ।
ହଁ, ସେ ଥିଲେ ଅଗ୍ରନାୟକ
ଅଥଚ ଆମେ ସତେ ରହିଯାଇଛୁ କେଡ଼େ ନିର୍ବେଦ ।
'ମଧୁସୂଦନ ଦାସ ଥିଲେ ଭାରତୀୟ ଜାତୀୟ ଜାଗରଣର ଜଣେ ଉଭୁଙ୍ଗ ନେତୃପୁରୁଷ । (ଶ୍ୟାମା ପ୍ରସାଦ ମୁଖାର୍ଜୀ) । ସେ ଥିଲେ ସ୍ୱଦେଶୀ ଶିଳ୍ପାୟନର ଆଦ୍ୟ ଉଦ୍ଗାତା ଏବଂ ଦଳିତ ଜାତିର ଅର୍ଥନୈତିକ ଅଗ୍ର ସଂସ୍ଥାପକ । ତାଙ୍କଯୋଗୁଁ ଭାରତୀୟ ନାରୀ ପାଇଥିଲା ଆଇନଜୀବୀ ବୃତ୍ତି ଗ୍ରହଣର ଅଧିକାର । ସେ ଥିଲେ ଭାରତର ପ୍ରଥମ ଭାଷା ଭିତ୍ତିକ ପ୍ରଦେଶର ମୁଖ୍ୟ ବିନ୍ଧାଣୀ । ଏହିସବୁ ଦୃଷ୍ଟିରୁ, ତାଙ୍କୁ ଉତ୍କଳଗୌରବ ପଦରେ ଆଖ୍ୟାୟିତକରି, ଆମେ କ'ଣ ତାଙ୍କର ସ୍ମୃତି ପ୍ରତି ଯଥାର୍ଥତା ପ୍ରତିପାଦନ କରିଛେ ?
ପ୍ରକୃତରେ ମଧୁସୂଦନ ଦାସଙ୍କର ଚିନ୍ତନ, ମହା ସାଗର ପରି ସୁବିଶାଳ ଓ ବିଶ୍ୱାଭିମୁଖୀ ଥିଲା । ତାଙ୍କର ଚିନ୍ତାଧାରା ସମଗ୍ର ବିଶ୍ୱକୁ ଆଶ୍ଳେଷରେ ନେଇଥିଲା । ତତ୍କାଳୀନ ଭାରତର ରାଜଧାନୀ କଲିକତାକୁ ୧୮୬୬ସାଲରେ ଯାତ୍ରାକରି ୧୯୩୪ ସାଲରେ ତାଙ୍କର ମହାପ୍ରୟାଣ ପର୍ଯ୍ୟନ୍ତ ସେ ତାଙ୍କ ଜୀବନର ଅର୍ଦ୍ଧାଧିକ କାଳ ଓଡ଼ିଶାର ବାହାରେ ହିଁ ବିତାଇଛନ୍ତି ଏବଂ ସର୍ବ ଭାରତୀୟ କ୍ଷେତ୍ରରେ ଅତ୍ୟନ୍ତ ନିବିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି । ସେ ୧୮୯୭ ସାଲରୁ ୧୯୧୨ ସାଲ ପର୍ଯ୍ୟନ୍ତ ବଂଗ ବି ଧାନ କାଉନ୍ସିଲ୍ରେ ପ୍ରଭାବଶାଳୀ ସଦସ୍ୟ ହେବା { ଅଳ୍ପ କିଛିକାଳ ପାଇଁ ଥିଲେ) ସହିତ ୧୯୨୧ ସାଲରେ ବିହାର ଓ ଓଡ଼ିଶାର
ତ୍ରୀପଦରେ ରହି ଅଳ୍ପ କାଳ ଭିତରେ ଅଶେଷ ଖ୍ୟାତିର ଅଧୁକାରୀ ହୋଇଥିଲେ । ଏହାଛଡ଼ା ୧୯୧୩ରୁ ୧୯୧୭ ସାଲ ପର୍ଯ୍ୟନ୍ତ ଇମ୍ପିରିଆଲ୍ କାଉନ୍ସିଲ୍ ସାମ୍ରାଜ୍ୟବାଦ ବିରୁଦ୍ଧରେ ତାଙ୍କର ପ୍ରଦତ୍ତ ଭାଷଣ ମାଧ୍ୟମରେ ଜଣେ ଅନମନୀୟ ସମାଲୋଚକ ରୂପେ ବିପୁଳ ପ୍ରତିଷ୍ଠା ଅର୍ଜନ କରିଯାଇଛନ୍ତି । ଆହୁରି ମଧ୍ୟ ୧୮୯୭ ସାଲ ରେ ସୁଦୀର୍ଘ ଆଠମାସ ଧରି ଇଂଲଣ୍ଡ ସମେତ ୟୁରୋପ ଓ ମଧ୍ୟପ୍ରାଚ୍ୟ ପରିଭ୍ରମଣ କଲା ପରେ ସେ ୧୯୦୭ ସାରେ ଇଂଲଣ୍ଡରେ କିଛିକାଳ ଅବସ୍ଥାନକରି ଇଉରୋପର ସମସ୍ତ ଗଣତା ଡ୍ରିକ, ରାଜନୈତିକ ଓ ସମାଜବାଦୀ ଚିନ୍ତାଧାରା ଓ କାର୍ଯ୍ୟକାରିତା ସିଧାସଳଖ ଭାବେ ଇଉରୋପର ପଟ୍ଟଭୂମିରୁ ଅଧ୍ୟୟନ ଓ
ଅନୁଧ୍ୟାନ କରିଥିଲେ । ତେଣୁ ଏ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ସେ ଥିଲେ ଜଣେ ଅପ୍ରତିଦ୍ୱନ୍ଦୀ, ପ୍ରଗତିଶୀଳ ଚିନ୍ତାନାୟକ । କେବଳ ସେତିକି ନୁହେଁ, ସେ ମଧ୍ୟ ଥିଲେ, ମହାତ୍ମାଗାନ୍ଧୀଙ୍କର ଅନ୍ୟତମ ମାର୍ଗଦର୍ଶକ ।
ମଦୁସୂଦନ ଦାସ ସର୍ବପ୍ରଥମେ ବଂଗ କଉସିରେ ୧୯୧୨ ସାଲରେ ବିନା କ୍ଷତିପୂରଣରେ ଜମିଦାରି ପ୍ରଥାକୁ ଉଚ୍ଛେଦ କରିବାପାଇଁ ଆହ୍ବାନ ଦେବା ଅବକାଶରେ ସେହିବର୍ଷ ଓଡ଼ିଶାର ସମସ୍ତ ବ୍ୟସ୍ତସ୍ୱାର୍ଥଗୋଷ୍ଠୀ (ଜମିଦାର, ମହାଜନ, ସାହୁକାର ଓ ବ୍ୟବସାୟୀମାନଙ୍କୁ ବର୍ଜନକରି କୃଷକ, ଭୂମିହୀନ ଏବଂ କୃଷିଜୀବୀଙ୍କୁ ଘେନି ଯେଉଁ ପ୍ରଜାପରିଷଦ ସଭା ଗଠନ କରିଥିଲେ ତାହା ସମଗ୍ର ରାଜନୈତିକ ଦୃଶ୍ୟପଟ୍ଟରେ ଅଦ୍ବିତୀୟ ଓ ଅନନ୍ୟ ଥିଲା । ଏପରିକି ସେ ୧୯୧୫ ସାଲରେ ଓଡ଼ିଶାର ଗଡ଼ଜାତ ମାହାଲର ଆଶୁ ସମାପ୍ତି ଘଟାଇ ସେଗୁଡ଼ିକୁ ନିକଟସ୍ଥ ଜିଲ୍ଲାମାନଙ୍କରେ ସଂଯୁକ୍ତ କରିବାପାଇଁ ଆହ୍ବାନ ଦେଇଥିଲେ ।
ମଧୁସୂଦନ ୧୮୯୭ ସାଲରେ ଇଂଲଣ୍ଡ ସମେତ ସମଗ୍ର ୟୁରୋପ ପରିଦର୍ଶନ ପରେ ସମାଜବାଦୀ ଚିନ୍ତାନାୟକ ରବଟ୍ ୟେଙ୍କ ଦର୍ଶନରେ ପ୍ରଭାବିତ ହୋଇ ୧୮୯୮ ସାରେ ଜଣେ ଆଦ୍ୟ ପ୍ରବକ ଭାବରେ କଟକରେ କଟକ-କୋ-ଅପରେଟିଭ ଷ୍ଟାର୍ ସ୍ଥାପନ କରିଥିଲେ ଏବଂ ପରବର୍ତ୍ତୀକାଳରେ କୃଷିଭିତ୍ତିକ ସମବାୟ ସମିତିମାନ ସ୍ଥାପନାରେ ଏହା ସାହାଯ୍ୟ କରିଥିଲା ।
ମଧୁସୂଦନଙ୍କ ପରିକଳ୍ପିତ ଭାରତଥିଲା ଇଉରୋପ ଭଳି ଏକ ମହାଦେଶ । ଏହା ମଧ୍ୟରେ ପ୍ରତିଟି ପ୍ରଦେଶର ଭାଷା ଓ ସଂସ୍କୃତିକୁ ଘେନି ନିର୍ଦ୍ଦିଷ୍ଟ ଜାତି ଓ ସମଗ୍ର ମହାଦେଶକୁ ଘେନି ମହାଭାରତ ଜାତି ଏବଂ ଅବଶେଷରେ ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ କରିଥିବା ବିଶ୍ବମାନବୀୟ ଜାତିକଥା ସେ ପରିକଳ୍ପନା କରିଥିଲେ । ଏଥିରେ ସଂକୀର୍ଣ୍ଣତାର ସାମାନ୍ୟ ମାତ୍ର ସ୍ଥାନ ନ ଥିଲା । ଆଜି ଭାରତୀୟ ସମ୍ବିଧାନରେ ମଧ୍ୟ ଏଭଳି ବିଶ୍ବମୁଖ ଚିନ୍ତାଧାରା ପ୍ରତିଫଳିତ ହୋଇଛି ।
ମଧୁସୂଦନ ୧୯୦୩ ସାଲରେ ଉତ୍କଳ ସମ୍ମିଳନୀର ଆଦ୍ୟ ପ୍ରସ୍ତୁତି ବୈଠକରେ ଜାତୀୟ ଜୀବନ ସଂପର୍କରେ କହିଥିଲେ-
‘ଇଉରୋପରେ ନେସନ୍ ଅର୍ଥାତ୍ ଜାତି ଶବ୍ଦ ଗୋଟାଏ ଦେଶର ଲୋକ ସମୂହକୁ ବୁଝାଏ । ଇଉରୋପୀୟ ଜାତି ସମୁହ ପରପ୍ପରଠାରୁ ଯେଉଁ ପରିମାଣରେ ଭିନ୍ନ, ଭାରତବର୍ଷରେ ପ୍ରାଦେଶିକ ଲୋକସମୂହ ସେହିପରି ଭାବେ ପରସ୍ପରଠାରୁ ଭିନ୍ନ ।
ପ୍ରାୟ ୧୮୭୦ ବେଳକୁ ବିଖଣ୍ଡିତ ଜର୍ମାନୀ ଭାଷୀ ଓ ଇଟାଲି ଭାଷୀ ଅଂଚଳର ସମିଶ୍ରଣରେ ନୂତନ ଜର୍ମାନୀ ଓ ଇଟାଲି ରାଷ୍ଟ୍ର ଗଠିତ ହୋଇଥିଲା । ୧୮୯୭ ସାଲରେ ଇଉରୋପ ଭ୍ରମଣ ବେଳେ ମଧୁସୂଦନ ଏଇ ଦୁଇଟି ଦେଶକୁ ପରିଦର୍ଶନ କରି ସବିଶେଷ ଭାବେ ଅନୁଧ୍ୟାନ କରିଥିଲେ ଓ ଏହି ଦୁଇ-ଦେଶର ସ୍ଥାପନା ଓ କାର୍ଯ୍ୟକାରିତା ସଂପର୍କରେ ଅବଗତ ହୋଇଥିଲେ ।
ପ୍ରକୃତରେ ୧୯ ୩୩ ସାଲ ରେ ଓଡ଼ିଶାର ପ୍ରାଶାସନିକ କମିଟିର ସଦସ୍ୟ ରୂପେ ବୁ ହୁ ପୁର ପରି ଦର୍ଶନବେଳେ ଶଶି ଭୂଷଣ ରଥଙ୍କଦ୍ୱାରା ଆହୂତ ଏକ ସଭାରେ
ଅଧ୍ୟକ୍ଷତା କରି ମଧୁସୂଦନ କହି ଥିଲେ- "ମୋର ପ୍ରିୟ ଓଡ଼ିଆ ମାନେ ରୁଷି ଓ ମୁନିର ସର୍ବତ୍ୟାଗୀ ଜୀବନ ଯାପନ କରନ୍ତୁ ବୋଲି ମୁଁ ଚାହେଁ ନାହିଁ । ମୁଁ ଚାହେଁ ପ୍ରତ୍ୟେକ ଓଡ଼ି ଆ ନିଜ ପ୍ରାସାଦରେ ବାସକରୁ ଯହିଁ ରେ ଉଦ୍ୟୋଗଶୀଳତା ଓ କଳାପ୍ରାଣତାର ଭରପୂର ସମାହାର ରହିଥିବ ।"
ଇଉରୋପୀୟ ଜାତିମାନଙ୍କ ମଧ୍ୟରେ ଫ୍ରାନ୍ସ ତାଙ୍କୁ ଅଧିକ ରୋମାଞ୍ଚିତ ଆଉ ଆକର୍ଷିତ କରିଥିଲା । ମଧୁସୂଦନଙ୍କ ଅନୁସାରେ ଫ୍ରାନ୍ସ ସମସ୍ତ ସଭ୍ୟ ପୃଥିବୀକୁ ମନଛୁଆଁ ରଂଗ, କଳାପ୍ରାଣ ଆକୃତି ଓ ରୁଚିପୂର୍ଣ୍ଣ ସାମଗ୍ରୀ ଯୋଗାଇଥିଲା । କେବଳ ସେତିକି ନୁହେଁ, ଫରାସୀମାନଙ୍କର କଣ୍ଠସ୍ବରରୁ ସୁମଧୁର ଭାଷା ଉତ ହେଉଥିଲାବେଳେ ଜିହ୍ନିପାଇଁ ଅତ୍ୟନ୍ତ ସୁସ୍ବାଦୁ ରସଯୁକ୍ତ ଖାଦ୍ୟ ବା ବ୍ୟଞ୍ଜନ ଫରାସୀ ପାଚିକମାନେ ପ୍ରସ୍ତୁତ କରୁଥିଲେ । ଜର୍ମାନୀ, ଉଦ୍ୟୋଗର ଏକ ସଫଳ କ୍ଷେତ୍ର ଥିଲା । ପ୍ରକୃତରେ ମଧୁସୂଦନ ଉତ୍କଳ ଟାନେରି ପ୍ରସ୍ତୁତିର କିଛି ପ୍ରୟୋଗାତ୍ମକ ଶୈଳୀ ଜର୍ମାନୀରୁ ହିଁ ଗ୍ରହଣ କରିଥିଲେ । ସେହିଭଳି ଜର୍ମାନୀ କଣ୍ଠିକୁ ସମୋହିତ କଲାଭଳି କିଛି ସୂକ୍ଷ୍ମ ତାନଯୁକ୍ତ ସଂଗୀତ ପ୍ରାଣ ବାଦ୍ୟମାନ ସମଗ୍ର ବିଶ୍ୱକୁ ଆକର୍ଷିତ କରିଥିଲା । ମଧୁସୂଦନ ଚାହିଁଥିଲେ ଗୌରବାନ୍ବିତ ଓଡ଼ିଆ ଜାତି ତାହାର ନିଜସ୍ୱ ସଂସ୍କୃତିକୁ ଅକ୍ଷୁଣ୍ଡ ରଖି ଏହି ମହାନ ଇଉରୋପୀୟ ଜାତିମାନଙ୍କର କିଛି ଗୁଣକୁ ନିଜ ସାଥେ ସଂଶ୍ଳିଷ୍ଟ କରିବାର ଆବଶ୍ୟକବୋଧକୁ ଗ୍ରହଣଶୀଳତାର ସହ ପର୍ଯ୍ୟାଲୋଚନା କରୁ । ଏହା ଫଳରେ ପୃଥିବୀ ପୃଷ୍ଠରେ ଓଡ଼ିଆ ଜାତି ତାହାର ନିଜସ୍ ମହାନ ଐତିହ୍ୟ ସହିତ କିଛି ଯୁଗୋପଯୋଗୀ ବିକାଶ ପ୍ରକ୍ରିୟା ସଂଗେ ସଂଯୁକ୍ତ ହୋଇ ଏକ ମହାନ କଳାପ୍ରାଣ ଉଦ୍ୟୋଗଶୀଳ ଜାତିରେ ପରିଣତ ହୋଇପାରିବ ।
ମଧୁସୁଦନ ଦାସ ଭାରତୀୟ ତଥା ଓଡ଼ିଶାର ସଂସ୍କୃତି ଓ ଗ୍ରାମ୍ୟ ଅର୍ଥନୀତି ସହିତ ଆବାଲ୍ୟ ପରିଚିତ ଥିଲେ । ଏବଂ ଇଉରୋପୀୟ ତଥା ବ୍ରିଟିଶ୍ ସାମ୍ରାଜ୍ୟବାଦ ତଥା ଉପନିବେଶବାଦ ଏହି ବ୍ୟବସ୍ଥାକୁ କିପରି ନିଷିତ ଓ ଭୂଲୁଣ୍ଡିତ କରିଥିଲା, ତାହା ମଧ୍ୟ ଅଧ୍ୟୟନ କରିଥିଲେ । ଆଜିର ବିଶ୍ୱୟନ ବା ଜଗତୀକରଣ ଯୁଗରେ ସେହି ଉପନିବେଶବାଦର ଯେଉଁ ପୁନରାବୃତ୍ତି ଘଟୁଛି,
ସେ ସଂପର୍କରେ ମଧୁସୂଦନଙ୍କ ଲିଖିତ “ଭାରତରେ ଜର୍ମାନୀ ନାମକ ନିବନ୍ଧର କିଛି ଅଂଶ ପ୍ରଣିଧାନଯୋଗ୍ୟ । ତାହା ନିମ୍ନରେ ପ୍ରଦତ୍ତ ହେଲା ।
"ମୁଁ ଯେତେବେଳେ ଜର୍ମାନୀର ସର୍ବବୃହତ କଳକାରଖାନାଗୁଡ଼ିକ ପରିଦର୍ଶନ କଲି, ମୁଁ ଦେଖିଲି କିପରି ସେହି କଳକାରଖାନାମାନଙ୍କର ସୁବିଶାଳ ଚକ୍ରଗୁଡ଼ିକ ଭାରତର ବହୁ ହଜାର ମାଇଲ ଦୂରରେ ଘୃଣ୍ଡାୟମାନ ହୋଇ ସୁଦ୍ଧା ଭାରତରେ ବ୍ୟାବସାୟିକ ସାମ୍ରାଜ୍ୟର ଭିତ୍ତିଭୂମି ପ୍ରତିଷ୍ଠା କରିଚାଲିଛନ୍ତି । କିପରି ଜର୍ମାନୀ ସମସ୍ତଙ୍କର ଅଜାଣତରେ ଭାରତର ଜନତାଠାରୁ କର ଆଦାୟ କରି ଚାଲିଛି । ଏପରିକି ଭାରତର ଛୋଟ ଶିଶୁଟାଏ ଯେ ଜର୍ମାନୀ ତିଆରି ଖେଳଣା ଖେଳୁଛି; ଅଥବା ଜଣେ ସମ୍ରାନ୍ତ ମହିଳା ଯେ ପିଆନୋ ଯନ୍ତ୍ର ସାହାଯ୍ୟରେ ତାହାର ଅତିଥିମାନଙ୍କ ମନୋରଂଜନ କରୁଛି, ସେମାନଙ୍କଠାରୁ ମଧ୍ୟ କର ଆଦାୟ କରିଚାଲିଛି । ଭାରତର ପ୍ରତିଦିନର ଜୀବନକୁ ହଜାର ହଜାର ମାଇଲ୍ ଦୂରରେ ଥିବା ଜର୍ମାନୀ କମ୍ପାନିର ପରିଚାଳକ ବର୍ଗ ନିୟନ୍ତ୍ରଣ କରିଚାଲିଛନ୍ତି ।
ଏ ସମସ୍ତ ବିରୋଧରେ ମଧୁସୂଦନ ଦାସଙ୍କର ଏକମାତ୍ର ପ୍ରତ୍ୟୁତ୍ତର ଥିଲା, ବୋଧହୁଏ ସ୍ବଦେଶୀ ଶିଳ୍ପାୟନ । ଏବେ ଏକବିଂଶ ଶତାବ୍ଦୀରେ ପରିବେଶ ସଂରକ୍ଷଣ ବିଷୟରେ ଅଧିକ ଚିନ୍ତନ କରାଯାଉଛି ସିନା ହେଲେ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମଧୁସୂଦନଙ୍କ ଚିତ୍ତ ଆଲୋଡ଼ନକାରୀ ବକ୍ତବ୍ୟ ଥିଲା- ପ୍ରାଚୀ ବା ଭାରତୀୟ ପ୍ରକୃତି ଅତ୍ୟନ୍ତ ସମ୍ବେଦନଶୀଳା ଓ କଲ୍ୟାଣମୟୀ । ଏଣୁ ଏହା ସହିତ ସୌହାର୍ଘ୍ୟପୂର୍ଣ୍ଣ ଅବସ୍ଥାନ ଅତ୍ୟନ୍ତ ଆବଶ୍ୟକ ।
ଏହି ସମସ୍ତ ଦୃଷ୍ଟିରୁ ଆଜିର ଏହି ଏକବିଂଶ ଶତାବ୍ଦୀର ଦୁନିଆରେ ମଧ୍ୟ ମଧୁସୂଦନଙ୍କର ପ୍ରଖର ଓ ଯୁଗାନ୍ତକାରୀ ଚିନ୍ତାଧାରା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ପ୍ରାସଙ୍ଗିକ ବୋଧହୁଏ ।
ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବଂଗ ପ୍ରେସିଡେସିର ଆୟତନ ଥିଲା ପଶ୍ଚିମରେ ଆଗ୍ରାଠାରୁ ପୂର୍ବରେ ବର୍ମା ସୀମାନ୍ତ ଏବଂ ଦକ୍ଷିଣରେ ଚିଲିକାର ଶେଷପାନ୍ତି । ଆଉ ୧୮୬୩ରେ ଆଗ୍ରା ଓ ୧୮୭୪ରେ ଆସାମ ବିଚ୍ଛିନ୍ନ ହେବା ପରେ ଦଶଗୋଟି ଡିଭିଜନ ବିଶିଷ୍ଟ ବିଶାଳ ବଙ୍ଗ ପ୍ରେସିଡେନ୍ସିର ଦଶମ କ୍ଷୁଦ୍ର ଓଡ଼ିଶା ଡିଭିଜନ (୧୯୧୨ରେ ବିହାର ଓଡ଼ିଶାର ପଞ୍ଚମ ଅବହେଳିତ ଡିଭିଜନ)ରେ ସେ ବେଳରେ ଓଡ଼ିଆ ନାମରେ ଏକ ଅପାୟ ଭାଷା ପ୍ରଚଳିତ ଥିଲା । ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ନଗଣ୍ୟ ଏହି ଓଡ଼ିଶା ଭୂଖଣ୍ଡ ଉପରେ ବ୍ରିଟିଶ୍ ଉପନିବେଶବାଦର କ୍ରରତମ ଆୟୁଧ ସବୁ ପ୍ରୟୋଗ ହୋଇଥିବା ସନ୍ଦେ ୧୯୩୫ ସାର ଭାରତ ଆଇନ ପ୍ରଣୟନ ମାଧ୍ୟମରେ ଓଡ଼ିଶା ଭାରତର ସର୍ବପ୍ରଥମ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ଲାଭ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।
ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବୀର ସୁରେନ୍ଦ୍ରସାଏ, ବକ୍ସି ଜଗବଂଧୁ, ଚକରା ବିଶୋୟୀ ପ୍ରମୁଖ ବିପ୍ଳବର ଅଗ୍ନିଶିଖା ରୂପେ ବିଚ୍ଛିନ୍ନ ଭାବେ ଓଡ଼ିଶାର ବିଭିନ୍ନ କୋଣରେ ଯେଉଁ ଦୂରନ୍ତ ସଂଗ୍ରାମର ଆହ୍ବାନ ଦେଇଥିଲେ, ତାହା ବ୍ରିଟିଶ୍ ପ୍ରସାଶନପାଇଁ ଆତଙ୍କର କାରଣ ହୋଇଥିଲେ ମଧ୍ୟ ୧୮୫୭ ସାଲର ସିପାହୀ ବିଦ୍ରୋହର ଅବସାନ ପରେ ନିରୟ ଓଡ଼ିଆ ଜାତି ନଅଙ୍କ ଦୁର୍ଭିକ୍ଷର କରାଳ ଗ୍ରାସରେ ପଡ଼ି ଏକ କଂକାଳସାର ଜାତିରେ ପରିଣତ ହୋଇଥିଲା ।
ନଅଙ୍କ ଦୁର୍ଭିକ୍ଷର ଧ୍ବଂସସ୍ତୁପ ଉପରେ ଠିଆହୋଇଥିବା ଓଡ଼ିଆ ଜାତି ପ୍ରତି ବ୍ରିଟିଶ୍ ଉପନିବେଶବାଦର ଚରମ ଅପ୍ରୟୋଗ କରାଯାଇଥିଲା, ଓଡ଼ିଶାର ଭାଷା ଓ ସଂସ୍କୃତିକୁ ବିଲୁପ୍ତ କରିଦେବାପାଇଁ । ଏଠାରେ ବ୍ରିଟିଶ ଉପନିବେଶବାଦର ପ୍ରତିଭୁ ରୂପେ ଇଂରେଜ ପ୍ରଶାସକ ଗୋଷ୍ଠୀଙ୍କୁ କେବଳ ସୂଚିତ କରାଯାଉନାହିଁ । ସେମାନଙ୍କ ଅଧୀନରେ କାର୍ଯ୍ୟରତ ବଶମ୍ବଦ ଦେଶୀୟ
କର୍ମଚାରୀ ଗୋଷ୍ଠୀ, ଯେଉଁମାନଙ୍କର ଦଂଶନର ଜ୍ୱଳା ସେମାନଙ୍କ ପ୍ରଭୁଙ୍କର ଆଘାତ ଅପେକ୍ଷା ଅଧିକ ପ୍ରାଣଘାତୀ ଥିଲା, ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ୧୮୬୭ ସାଲରୁ ୧୮୭୭ ସାଲ ମଧ୍ୟରେ ରାଜେନ୍ଦ୍ର ଲାଲ ମିତ୍ର, କାନ୍ତଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଆଦି ବ୍ରିଟିଶ ଉପନିବେଶବାଦର ପ୍ରତି ରୂପେ ଓଡ଼ିଆ ଭାଷା ସଂସ୍କୃତି ଉପରେ ଯେଉଁ ଆକ୍ରମଣ କରିଥିଲେ, ତାହାର ପ୍ରତିରୋଧରେ ଗୌରୀଶଙ୍କର ରାୟ, ଫକୀରମୋହନ ପ୍ରମୁଖ ଯେଉଁ ବ୍ୟୁହ ରଚନା କରିଥିଲେ, ତାହା ଭାଷା ସୁରକ୍ଷା ଆନ୍ଦୋଳନର ଏକ ଚର୍ଚ୍ଚିତ ଅଧ୍ୟାୟ ।
ଉପନିବେଶ ବାଦ ପକ୍ଷରୁ ଆୟୋଜିତ ଆକ୍ରମଣର ମୂଳ ତାତ୍ପର୍ଯ୍ୟ ବିଟିଶପାଇଁ ଆଫ୍ରିକୀୟ ମୁକ୍ତିସଂଗ୍ରାମୀମାନଙ୍କ ବକ୍ତବ୍ୟର ମହତ୍ତ୍ବ ପ୍ରଣିଧାନଯୋଗ୍ୟ । ଦକ୍ଷିଣ ଆଫ୍ରିକାର ବିଶାରଦ ଆଲୋକ୍ସ ଗୁମା ତାଙ୍କର ଗବେଷଣା ପ୍ରସୂତ ଗ୍ରରୁ ସଂସ୍କୃତି ଓ ମୁକ୍ତି ଗ୍ରଛରେ ୧୯୭୭ରେ ଲେଖିଛନ୍ତି ଯେ, "ଉପନିବେଶବାଦର ମୁଖ୍ୟ ଚାରିତ୍ରିକ ପ୍ରକୃତି ହେଲା, ଗୋଟିଏ ଜାତିର ନିଜସ୍ବ ପରିଚୟକୁ ଧ୍ୱସଂ କରିବା ପରେ ଗୋଟିଏ ଜାତି ଅନ୍ୟ ଏକ ଜାତିକୁ ଅଧିକାର କରିବା । ବିଜିତ ବା ପରାଜିତ ଜାତିର ମୂଳ ସଂସ୍କୃତି ବା ପରମ୍ପରାଗତ ଜୀବନଧାରଣର ଶୈଳୀକୁ ବିଲୁପ୍ତ କରି ବହିରାଗତ ବା ବିଦେଶୀୟ ଚିନ୍ତାଧାରା ଓ ମୂଲ୍ୟବୋଧକୁ ଆରୋପିତ କରିବା ହେଉଛି ଉପନିବେଶବାଦର ମୂଳ ଆଭିମୁଖ୍ୟ ।”
ଏହି ନିଦାରୁଣ ସ୍ଥିତିରୁ ରକ୍ଷାପାଇବା ସଂପର୍କରେ ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ ବିଶାରଦ ଆକ୍ସିଲାନ୍ କବ୍ରାଲ୍ ୧୯୭୬ରେ ୟୁନେସ୍କୋକୁ ପ୍ରଦାନ କରିଥିବା ତାଙ୍କର ଗବେଷଣା ପ୍ରସ୍ତୁତ ପ୍ରବରେ କହିଛନ୍ତି ଯେ ଗୋଟିଏ ସାମ୍ରାଜ୍ୟବାଦୀ ମତ୍ତ ପ୍ରଶାସନର ଉପସ୍ଥାପନାପାଇଁ ମୂଳ ଆୟଧ ହେଉଛି ସାଂସ୍କୃତିକ ନିକ୍ଷେପଣ । ମାତ୍ର ପରାଧୀନ ନିରୟ ଜନଗୋଷ୍ଠୀ, ସାମରିକ ଶକ୍ତି ବିହୀନ ହୋଇ ସାଂସ୍କୃତିକ ସଂରକ୍ଷଣ ଓ ପୁନଃଜାଗରଣ ମାଧ୍ୟମରେ ମୁକ୍ତି ସଂଗ୍ରାମକୁ ବଂଚାଇ ରଖେ ଓ ସାଂସ୍କୃତିକ ନିଶ୍ଳେଷଣକୁ ପ୍ରତିରୋଧ କରେ ।
ଏହି ଦୃଷ୍ଟିରୁ ଓଡ଼ିଆ ଆନ୍ଦୋଳନର ଇତିହାସ ତଥା ମଧୁସୂଦନ ଦାସ, ଗୌରୀ ଶଙ୍କର ରାୟ ଆଦି ବରପୁତ୍ରମାନଙ୍କର ଅବଦାନ ସଂପର୍କରେ ସମ୍ୟକ ଆଲୋଚନା କରିବାର ଆବଶ୍ୟକତା ରହିଛି ।
କେବଳ ଭାଷା ଓ ସାହିତ୍ୟ ଗୋଟିଏ ଜାତିର ଏକାନ୍ତ ପରିଚୟ ନୁହେଁ । ଯେଉଁ ଭୌଗୋଳିକ ପରିବେଶରେ ଗୋଟିଏ ଭାଷାଭାଷୀ ଜନସଂପ୍ରଦାୟ ବା ଜାତି ବାସକରନ୍ତି, ସେହି ସମାଜ ମଧ୍ୟରେ ଉଲ୍ଲେଷିତ ବିବିଧ ସାଂସ୍କୃତିକ ବିଭବ ମଧ୍ୟ ଜାତିର ଅନ୍ୟତମ ପରିଚୟ । ଏଥିରେ ଲୋକନୃତ୍ୟ ସଂଗୀତ, ବାଦ୍ୟ ପରଂପରାଠାରୁ ଆରମ୍ଭ କରି ଜୀବନଧାରଣ ଶୈଳୀ, ଦିନଚର୍ଯ୍ୟା, କଳାସ୍ଥାପତ୍ୟ, କ୍ରୀଡ଼ା-କସରତ, କୁଟୀରଶିଳ୍ପ, ବସ୍ତ୍ର ପରିଧାନର ପ୍ରସ୍ତୁତି, କୃଷି ପରଂପରା ତଥା କୃଷକ ଓ ନାଗରିକଙ୍କର ପ୍ରୟୋଗ ବିଧି ଆଦି ଅନ୍ତର୍ଭୁକ୍ତ କରାଯାଇପାରେ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ ବ୍ରିଟିଶ୍ ଉପନିବେଶବାଦର ଚରମ ଦୁର୍ଦର୍ଷ ଆକ୍ରମଣର ଆୟୁଧ ଏହି ସମସ୍ତ ବିଭବ ମାନଙ୍କ ପ୍ରତି ଏଭଳି ପ୍ରୟୋଗ କରାଯାଉଥିଲା ଯେ ତାହା ମଧ୍ୟରୁ ବହୁଭାଗ ବିନଷ୍ଟ ହୋଇଯାଇଥିଲା । ଫଳରେ ମଧୁସୂଦନଙ୍କ ଭାଷାରେ କୃଷିକର୍ମ ସଂପାଦନପାଇଁ ଗ୍ରାମବାସୀମାନେ ଯେଉଁ ପଶୁମାନଙ୍କ ସହ ଦୀର୍ଘକାଳ ସହାବସ୍ଥାନ କରୁଥିଲେ; ସାଂସ୍କୃତିକ ପରଂପରା,
ଶିଳ୍ପ ଆଦି ଅବଲୁପ୍ତ ହେବା ପରେ ଗ୍ରାମବାସୀମାନେ ସେହି ପଶ୍ନତ୍ବର ପର୍ଯ୍ୟାୟରୁ ଖସିପଡ଼ିଥିଲେ । ମଧୁସୂଦନଙ୍କ ସେହି ମହାନ ବକ୍ତବ୍ୟକୁ ମହାତ୍ମାଗାନ୍ଧୀ ଅକୁଣ୍ଠ ଚିତ୍ତରେ ସମର୍ଥନ କରିଥିଲେ ।
ମଧୁସୂଦନ ୧୮୮୧ରେ କଟକ ଫେରିଲା ପରେ ଓଡ଼ିଆ ଜାତିର ଯେଉଁ ପୁନର୍ଜାଗରଣ ପର୍ବ ଆରମ୍ଭ କରିଥିଲେ, ସେଥିରେ ଉଚ୍ଚାଙ୍ଗ ଭାଷା ଓ ସାହିତ୍ୟ ବିକାଶର ଦାୟିତ୍ବ ଉତ୍କଳ ସାହିତ୍ୟ ସମାଜ ପରି ଅନୁଷ୍ଠାନ ସବୁ (ଯହିଁରେ ରାଧାନାଥ,ଫକୀରମୋହନ, ଗ୍ୟ ଗାଧର, ମୃତ୍ୟୁଞ୍ଜୟ, ନନ୍ଦକିଶୋର, ଗୋପୀନାଥ ନନ୍ଦ ପ୍ରମୁଖ ଅଧିଷ୍ଠିତ ଥିଲେ) ଉପରେ ନ୍ୟସ୍ତ କରିଥିଲେ । ଅବଶ୍ୟ ବହୁ ଦୃମୂଳକ ସମସ୍ୟାର ସମାଧାନସୂତ୍ର ନିଜେ ପ୍ରଦାନ କରୁଥିଲେ । ମାତ୍ର ମଧୁସୂଦନ, ଗୌରୀଶଙ୍କର ରାୟ ଆଦି ସହଯୋଗୀଙ୍କ ସହାୟତାରେ ଓଡ଼ିଆ ଜାତିର ସାଂସ୍କୃତିକ ପୁନର୍ବିନ୍ୟାସ କ୍ଷେତ୍ରରେ ଏକାନ୍ତ ଭାବେ ମନୋନିବେଶ କରିଥିଲେ । ଏହାର ଦିଗନ୍ତ ଏଭଳି ସୁଦୂରପ୍ରସାରୀ ଥିଲା ଯେ, ତାହା ଓଡ଼ିଆ ସଂସ୍କୃତିର ପ୍ରତିଟି ଦିଗକୁ ଆବୃତ କରିଥିଲା । ଏହାର କିଛି ସୂଚନା ଦିଆଗଲା । ଯେପରିକି ସାପ୍ତାହିକ ନୃତ୍ୟସଂଗୀତ ସମାରୋହ (୧୮୮୨ଠାରୁ), ସ୍ଥାୟୀ ରଂଗମଂଚର ସ୍ଥାପନ (୧୮୮୭), ଶ୍ରୀମନ୍ଦିର ତଥା ଗଜପତି ପରଂପରାର ସଂରକ୍ଷଣ (୧୮୮୭), ଚରଖାର ପୁନଃସଂସ୍ଥାପନ (୧୯୦୦), ଓଡ଼ିଶା ଶିଳ୍ପୀଗାର ସ୍ଥାପନ (୧୮୯୭), ବିଦେଶୀ ବର୍ଜନ ଓ ଓଡ଼ିଶୀ ଏବଂ ସ୍ୱଦେଶୀ ବର ବ୍ୟବହାର (୧୯୦୩), ତନ୍ତଶିଳ୍ପର ପୁନର୍ବିନ୍ୟାସ (୧୯୦୩), ଆର୍ଟ ସ୍କୁଲ୍ର ସ୍ଥାପନା ଓ ବସ୍ରେ ନୂତନ ନନ୍ସାର ପ୍ରୟୋଗ (୧୯୦୧) କୋଣାର୍କ ଓ ଭୁବନେଶ୍ବର ମନ୍ଦିରର ସଂରକ୍ଷଣ, ଦଳିତ ଜାତିର ଉତ୍ଥାନ ଓ ଅର୍ଥନୈତିକ କ୍ଷେତ୍ରରେ ସଂ ସ୍ଥାପନ (୧୮୯୪ଠାରୁ ଉତ୍କଳ ସମ୍ମିଳନୀ (୧୯୦୩), ଓଡ଼ିଶା ସ୍ପୋର୍ଟସ ଆସୋସିଏସନ୍ (୧୯୦୪), ନାରୀ ଶିକ୍ଷାର ଉନ୍ନତି (୧୯୦୮), ପ୍ରଜାପରିଷଦ ଗଠନ (୧୯୦୯), ଉତ୍କଳ । ଟାନେରି (୧୯୦୫) ଆଦି ବହୁ କ୍ଷେତ୍ରକୁ ମଧୁବାବୁଙ୍କର ଉଦ୍ୟମ ପରିବ୍ୟାପ୍ତ ହୋଇଥିଲା । କୁହାଯାଏ ଯେ କେନ୍ଦୁଝର ଆଦି ବହୁ ଗଡ଼ଜାତ ଗୟ କଲାବେଳେ ମଧୁବାବୁ ଘୋଡ଼ାରେ ଚଢ଼ି କାରିଗର ପଲ୍ଲୀମାନଙ୍କରେ ତାଙ୍କର ସମୟ ବିତାଉ ଥିଲେ ଓ ସେହି କାରିଗରମାନଙ୍କୁ ମାର୍ଗଦର୍ଶନ ଦେଉଥିଲେ ।
ସାରା ବିଶ୍ୱରେ କ୍ଷୁଦ ଘାଷ୍ଟ ଓ ଭାଷାମାନଙ୍କ ସୁରକ୍ଷା ପ୍ରଦାନପାଇଁ ପ୍ରତିଶତିବଦ୍ଧ ବୋଲି ବ୍ରିଟିଶ ପ୍ରଶାସନ ଡିଣ୍ଡିମ ପିଟୁଥିଲାବେଳେ, ବିଭିନ୍ନ ପ୍ରାନ୍ତରେ ଓଡ଼ିଆମାନଙ୍କୁ ବିଭାଜିତ କରି ରଖୁବା ବ୍ରିଟିଶ ଉପନିବେଶବାଦର ଏକ ଚକ୍ରାନ୍ତ ବୋଲି ୧୯୧୮ ସାଲରେ ମୁଦ୍ରିତ ଓଡ଼ିଆ ପତ୍ରିକାରେ ମଧୁବାବୁ ପ୍ରକାଶ କରିଥିଲେ । ବିସ୍ତୀର୍ଣ୍ଣ ଓଡ଼ିଆ ଭାଷୀ ଅଞ୍ଚଳ ସମୂହକୁ ଗଡ଼ଜାତର ପରିସର ମଧ୍ୟରେ ଆବଦ୍ଧ ରଖୁ, ଓଡ଼ିଆତ୍ମକ ଭୂଖଣ୍ଡରୁ ତାହାକୁ ବିଛିନ୍ନ କରି ରଖିବା ବ୍ରିଟିଶ ସାମ୍ରାଜ୍ୟବାଦର ନିଷ୍ଣୁର ଚକ୍ରାନ୍ତ ବୋଲି ଆଖ୍ୟାୟିତ କରି, ୧୯୧୫ ସାଲ ଜାନୁଆରି ପହିଲାରେ ଏହି ଗଡ଼ଜାତ ପ୍ରଥାକୁ ଉଚ୍ଛେଦ କରି ସେମାନଙ୍କୁ ନିକଟବର୍ତ୍ତୀ ଜିଲ୍ଲା ମାନଙ୍କରେ ସଂଲଗ୍ନ କରିଦେବାପାଇଁ ମଧୁବାବୁ ଆହ୍ବାନ ଦେଇଥିଲେ । ଉଦ୍ଦେଶ୍ୟହୀନ ଭାବେ ତିଷ୍ଠି ରହିଥିବା ଏହି ଗଡ଼ଜାତମାନଙ୍କୁ ଉତ୍କଳ ସମ୍ମିଳନୀ ପରିସର ମଧ୍ୟକୁ ଆଣି ମଧୁବାବୁ ସେମାନଙ୍କପାଇଁ କିଛି
ଲକ୍ଷ୍ୟ ଓ ଆଦର୍ଶ ଉପସ୍ଥାପନ କରିଥିଲେ । ଶ୍ରୀ ଜଗନ୍ନାଥ ଓ ଗଜପତି ପରଂପରା ମାଧ୍ୟମରେ ଗଡ଼ଜାତର ରାଜାମାନଙ୍କୁ ଓଡ଼ିଆ ଆନ୍ଦୋଳନର କେନ୍ଦ୍ରବିନ୍ଦୁକୁ ଆକର୍ଷିତ କରିଥିଲେ ଓ ମୟରରଂ ଜରେ ଉତ୍ତରଦାୟୀ କାଉନ୍ସିଲ୍ ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନକୁ ସଂଚାଳିତ କରିଥିଲେ ।
ଓଡ଼ିଆ ଜାତିର ଅନ୍ୟତମ ପରିଚୟ ହେଉଛି ଜଗନ୍ନାଥ ସଂସ୍କୃତି, ଯାହା ସହିତ ପ୍ରତ୍ୟେକ ଓଡ଼ିଆ ଅଂ ଗାର୍ଗୀଭାବେ ଜଡ଼ିତ । ଏଣୁ ବ୍ରିଟିଶ୍ ଉପନିବେଶବାଦର ଶ୍ରୀମନ୍ଦିର ଅଧିକାର କରିବା ଚକ୍ରାନ୍ତକୁ ମଧୁସୂଦନ ମାଧ୍ୟମରେ କେବଳ ପ୍ରତିହତ କରିପାରି ନଥିଲେ, ତାହାଙ୍କର ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ସୁପରିଚାଳନା ଓ ଗଜପତି ପରଂପରାକୁ ଅକ୍ଷୁଣ୍ଣ ରଖିବାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । ଏହି କ୍ଷେତ୍ରରେ ସୁଦୀର୍ଘ ସତୁରୀ ବର୍ଷ ଧରି ଚାଲିଥିବା ଅବିରାମ ସଂଗ୍ରାମରେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସୋନପୁର ରାଜବଂଶ ପ୍ରସୂତ ପୁରୀ ଗଜପତି ବଂଶର ମର୍ଯ୍ୟାଦା ତିଳକ ସ୍ବରୂପା ଶ୍ରୀମତୀ ସୂର୍ଯ୍ୟମଣି ପାଟମହାଦେଈଙ୍କର ଗୌରବୋଜ୍ଜଳ ଭୂମିକା ସ୍ମରଣୀୟ ।
ଓଡ଼ିଆ ଭାଷା ତଥା ଜଗନ୍ନାଥ ସଂସ୍କୃତି ଉପରେ ବ୍ରିଟିଶ ଉପନିବେଶବାଦଦ୍ୱାରା କ୍ରରତମ ପ୍ରହାର କରାଯାଇଥିଲା, ୧୮୯୫ରେ ମଧ୍ୟପ୍ରଦେଶ ସରକାରଙ୍କର ଓଡ଼ିଆ ଭାଷା ଉଚ୍ଛେଦ ସଂପର୍କୀୟ ନିର୍ଦ୍ଦେଶନାମାରେ । ଏହାର ପ୍ରଥମ ଅନୁଚ୍ଛେଦରେ ଉଲ୍ଲିଖିତ ରହିଥିଲା ଯେ ସମ୍ବଲପୁରର ବିଭିନ୍ନ ଜାତି ଓ ଗୋଷ୍ଠୀ ମଧ୍ୟରେ ମହାପ୍ରସାଦ ବସିବା ପରଂପରା ଯୋଗେ ମୈତ୍ରୀପୂର୍ଣ୍ଣ ବନ୍ଧୁତ୍ବ ଗଢ଼ିଉଠିଥିଲେ ମଧ୍ୟ ଏହା ଅପରାଧର ସୂତ୍ର ସଂଧାନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଓଡ଼ିଆ ଭାଷା ସହିତ ଏହି ମହାପ୍ରସାଦ ବସିବା ପରଂପରା ଅଚ୍ଛେଦ୍ୟ ଭାବେ ଜଡ଼ିତ ଥିବାରୁ, ଓଡ଼ିଆ ଭାଷାର ଉଚ୍ଛେଦ କରାଯିବା ଅବଶ୍ୟମ୍ଭାବୀ ହୋଇପଡ଼ିଛି । ଏହି ନିର୍ଦ୍ଦେଶନାମା ବିରୋଧରେ ଯେଉଁ ସ୍ବତଃସ୍ପୃର୍ଷ ଜନ ଆନ୍ଦୋଳନ ସଂଘଟିତ ହୋଇଥିଲା, ତାର ତୁଳନା ନାହିଁ ।
ଏହି ସଂଗ୍ରାମ ପ୍ରତି ଆକୃଷ୍ଠ ସମର୍ଥନ ପ୍ରଦାନକରି ମଧୁସୂଦନ ଉତ୍କଳ ସଭା ପକ୍ଷରୁ ଯେଉଁ ପ୍ରତିବାଦ ପତ୍ର ବଡ଼ଲାଟଙ୍କୁ ପ୍ରେରଣ କରିଥିଲେ ସେଥିରେ ଏହିଭଳି ଉଲ୍ଲେଖ ରହିଥିଲା– ମାତୃଭାଷାର କଣ୍ଠରୋଧ କରିବା ଭଳି ବୀଭତ୍ସତମ ପ୍ରକ୍ରିୟା ବିଶ୍ବର ନିଷ୍ଣୁରତମ ପ୍ରଶାସନରେ ମଧ୍ୟ ଦୃଷ୍ଟି ଗୋଚର ହୁଏ ନାହିଁ ।
ମଧୁସୂଦନ ତାଙ୍କ ଜୀବନର ଶେଷ ମୁହୁର୍ଷ ପର୍ଯ୍ୟନ୍ତ ଓଡ଼ିଆ ଭାଷା ସଂରକ୍ଷଣ ଲାଗି ନିରବଚ୍ଛିନ୍ନ ପ୍ରଚେଷ୍ଟା କରିଆସିଛନ୍ତି । ପ୍ରଖ୍ୟାତ ସ୍ଥପତି ବିପ୍ରଚରଣ ମହାନ୍ତିଙ୍କ ଭାଷାରେ- ମଧୁସୂଦନ ତାଙ୍କ ଜୀବନର ଅନ୍ତିମ ବର୍ଷ (୧୯୩୨-୩୩)ରେ ଉତ୍କଳୀୟ ସ୍ଥାପତ୍ୟ ଏବଂ ବିଦେଶୀୟ ମୂଷିକଳା ମଧ୍ୟରେ ସମୟ ଆଣିବାପାଇଁ ମଧୁସୁତିଠାରେ କଳା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ସେତେବେଳେ ସେହି ଅତିକ୍ରାନ୍ତ ବୟସରେ ମଧୁବାବୁଙ୍କର ଧମନୀରେ କେବଳ ନୁହେଁ ତନ୍ତ୍ର ତନ୍ତ୍ରରେ ମଧ୍ୟ କଳା ସଂସ୍କୃତିର ଅବିରାମ ପ୍ରବାହ ଛୁଟିଚାଲିଥିଲା ।
ପ୍ରକୃତରେ ଏହି ମଧୁସୂତି, ଯାହା ଓଡ଼ିଆ ଜାତିର ମହାତୀର୍ଥ, ଯେଉଁଠାରେ କଳାସଂସ୍କୃତି ସଂରକ୍ଷଣ ଲାଗି ସଂଗ୍ରାମର ମହାନ ଅଧ୍ୟାୟମାନ ରୂପ ନେଇଥିଲା,ତାହାକୁ ସ୍ମାରକୀ ରୂପେ ପରିଣତ କରିବାର ସରକାରୀ ଘୋଷିତ ପ୍ରୟାବନା ଶୀଘ୍ର କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି ।
ମଧୁସୂଦନ ଦାସ ଆଉ ତାଙ୍କର ସହଯୋଗୀମାନେ ବ୍ରିଟିଶ ଉପନିବେଶବାଦର ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆରୋପିତ ହୋଇଥିବା ଚରମ ନିଷଣ ବିରୋଧରେ ଓଡ଼ିଆ ଜାତି ମଧ୍ୟରେ ସାଂସ୍କୃତିକ ଅଭ୍ୟୁଦୟ ପୁନର୍ବିନ୍ୟାସ ଓ ଜନଜାଗରଣ ମାଧ୍ୟମରେ ଯେଉଁ ମୁକ୍ତି ସଂଗ୍ରାମର ଯାତ୍ରା ଅବ୍ୟାହତ ରଖିଥିଲେ,ତାହା ଅବଲୁପ୍ତ ପ୍ରାୟ ଓଡ଼ିଆ ଜାତିକୁ ସ୍ବାଭିମାନ କେବଳ ପ୍ରଦାନ କରିନଥିଲା, ନିଜର ଭାଗ୍ୟ ନିର୍ଦ୍ଧାରଣପାଇଁ ନିଜସ୍ବ ରାଜ୍ୟ ଓ ପ୍ରଶାସନ ମଧ୍ୟ ପ୍ରଦାନ କରିଥିଲା ।
ଏହି ଦୃଷ୍ଟିରୁ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ମୁକ୍ତି ସଂଗ୍ରାମୀ ।
ସେ ଯୁଗରେ ଭାରତୀୟ ରାଜନୈତିକ ବାତାବରଣ ସଂପର୍କରେ ଏକ ମହତ୍ତ୍ୱପୂର୍ଣ୍ଣ ତଥା ପ୍ରାମାଣିକ ଗ୍ରଛ ରଚିତ ହୋଇଥିଲା ୧୯୦୮ ସାଲରେ ଇଂଲଣ୍ଡର ପ୍ରଖ୍ୟାତ ସମ୍ବାଦପତ୍ର ଗ୍ୟାଙ୍ଗେ ହେରାଲଡ଼ ପତ୍ରିକାର ସାମ୍ବାଦିକ ନେଭିସନଙ୍କଦ୍ୱାରା । ଗ୍ରଛର ନାମ ଥିଲା ନିଉ ସ୍ପିରିଟ୍ ଇନ୍ ଇଣ୍ଡିଆ ।
ଗ୍ରନ୍ଥଟିର ଆରମ୍ଭ ହୋଇଛି ୧୯୦୭ ସାଲର ସେପ୍ଟେମ୍ବର ମାସରେ, ଏହାର ପ୍ରଥମ ଭାଗଟି ରଚିତ ହୋଇଥିଲା, ଜାତୀୟ ଗୌରବ ମଧୁସୂଦନଙ୍କ ଓଡ଼ିଶାର ବନ୍ୟାବିପନ୍ନ ତଥା ମରୁଡ଼ିପ୍ରପୀଡ଼ିତ ବୁଭୁକ୍ଷୁ ଜନତାର ସେବାରେ ସମର୍ପିତ ତାଙ୍କ ଜୀବନର ସେହି ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ ବିଷୟରେ; ଆଉ ଅନ୍ତିମ ପର୍ଯ୍ୟାୟଟିରେ ବର୍ଣ୍ଣିତ ହୋଇଥିଲା ୧୯୦୭ ସାଲର ଡିସେମ୍ବର ମାସରେ ସୁରାଟଠାରେ ଅନୁଷ୍ଠିତ ସେହି ବୈପ୍ଲବିକ ଅଗ୍ନିଗର୍ଭା କଂଗ୍ରେସର ଅଧିବେଶନ ସଂପର୍କରେ, ଯେଉଁଠାରେ ଶ୍ରୀ ଅରବିନ୍ଦଙ୍କ ଆହ୍ବାନରେ ବିପିନ ବିହାରୀ ପାଲ ପ୍ରମୁଖ ନରମପନ୍ଥୀଙ୍କ ହସ୍ତରୁ କଂଗ୍ରେସର ଅଧିକାରକୁ ଛିନ୍ନ କରି ଅଣାଯାଇଥିଲା । ତେଣୁ ନେଭିନ୍ସଙ୍କର ରଚିତ ସେହି ପୁସ୍ତକଟି ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟଭିତ୍ତକ ଗ୍ରର ରୂପେ ଖ୍ୟାତି ଅର୍ଜନ କରିପାରିଛି ।
୧୯୦୭ସାଲର ଜୁମାସରେ ମଧୁସୂଦନ ଦ୍ବିତୀୟବାର ଇଂଲଣ୍ଡ ଯାତ୍ରା କରିଥିଲେ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବା ସହିତ ୟୁରୋପୀୟ ରାଜନୈତିକ ପରିବେଶକୁ ଅନୁଧ୍ୟାନ କରିବାପାଇଁ । ମାତ୍ର ମଧୁସୂଦନର ଇଂଲଣ୍ଡ ଯାତ୍ରାର ଅବ୍ୟବହିତ ପରେ ସେହି ବର୍ଷା ଋତୁରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀରେ ଅଭୂତପୂର୍ବ ବନ୍ୟା ଆସି ତାର କରାଳ ଗ୍ରାସରେ ଓଡ଼ିଶାର ଉପକୂଳକୁ ବିଧ୍ୱସ୍ତ କଲା ପରେ ଦୀର୍ଘକାଳ ଧରି ଲାଗିରହିଲା କଂସକାରୀ ଅନାବୃଷ୍ଟି, ଯାହା ୧୮୬୬ର ନଅଙ୍କ ଦୁର୍ଭିକ୍ଷର ପୁନରାବୃଦ୍ଧିର ସୂଚନା ପ୍ରକଟ କଲା । ଅନାହାର ମୃତ୍ୟୁସଂଖ୍ୟା ବଢ଼ିଚାଲିଲା । ଖବର ପାଇବା ପରେ ଇଂଲଣ୍ଡ ରେ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଗୁଗୋ ହେରାଲ ପତ୍ରିକାର ପ୍ରତିନିଧି ନାଭିନସଙ୍କ ସହ ମଧୁସୂଦନ ଓଡ଼ିଶା ଫେରିଆସିଲେ ।
ଦୀର୍ଘଦିନ ଧରି ମଧୁସୂଦନ ଓ ନାଭିନ୍ସନ୍ ଏକ ହାତୀ ପିଠିରେ ବସି ପରିବ୍ୟାପ୍ତ, ବିୟୀ ଓ ବିପର୍ଯ୍ୟୟ ବନାଞ୍ଚଳ ଭ୍ରମଣ କରି ବିପନ୍ନଙ୍କର ସେବା ସଙ୍ଗେ ସତ୍ୟାନାଶୀ ମରୁଡ଼ିର ଆକଳନ ସହିତ ମୃତ୍ୟୁସଂଖ୍ୟା ନିର୍ଦ୍ଧାରଣ କରିଥିଲେ । ନାଭିସ୍ଙ୍କ ବିବରଣୀରେ ମଧୁସୂଦନ ଥିଲେ ଏକ ମଧ୍ୟଯୁଗୀୟ ସର୍ ଯେ କି ତାଙ୍କର ଅଙ୍ଗୁଳିର ସୂର୍ଶ ଓ ବାର୍ତ୍ତାଳାପରେ ବୁଭୁକ୍ଷୁ ଓ ପ୍ରପୀଡ଼ିତ ଜନତାଙ୍କ ମଧ୍ୟରେ ଏକ ଆଶ୍ବାସନାର ପରିବେଶ ସୃଷ୍ଟି କରିପାରିଥିଲେ । ଅନେକ ସମୟ ସେମାନେ ବନ୍ୟାଞ୍ଚଳରେ ଆଶ୍ରୟହୀନ ହୋଇ ହାତୀ ପିଠିରେ ଉଜାଗରରେ ରାତି ବିତାଇ ଦେଉଥିଲେ । ମଧୁସୂଦନ ରେଭିନ୍ୟୁ ଅଫିସରଙ୍କ ମୁକାବିଲା କରି ମୃତ୍ୟୁହାର ସଂପର୍କରେ ସଠିକ୍ ବିବରଣୀ ପ୍ରଦାନପାଇଁ ପରିସ୍ଥିତି ସୃଷ୍ଟି କରିଥିଲେ ।
ବନ୍ୟାଞ୍ଚଳରୁ ଫେରି ଉଭୟ ମଧୁସୂଦନ ଓ ନାଭିସନ ଭାରତ ତଥା ବିଦେଶର ବିଭିନ୍ନ ପତ୍ରିକାରେ ଘଟଣାବଳୀର ଭୟାବହି ଓ ମର୍ମନ୍ତୁଦ ଚିତ୍ର ଉପସ୍ଥାପନ କଲେ, ଯାହା ଭାରତ ସରକାରଙ୍କ ଦୃଷ୍ଟିକୁ ଆଲୋଡ଼ିତ କରିଥିଲା । ଫଳରେ ବଂଗଳାର ଗଭଣ୍ଠିର ଏଣ୍ଡୁ ଫେଜର ଓଡ଼ିଶାର ବନ୍ୟାଞ୍ଚଳ ଗସ୍ତରେ ଆସିଥିଲେ ଓ ମଧୁସୂଦନ କିପରି ବିପନ୍ନ ଲୋକଙ୍କର ସମାବେଶରେ ଧର୍ମଶାଳା ଓ ଜେନାପୁରରେ ଗଭଣ୍ଠିରଙ୍କୁ ଭେଟି ପରିସ୍ଥିତିର ମାର୍ମିକ ଚିତ୍ର ପ୍ରଦାନ କରିଥିଲେ, ତାହାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଉତ୍କଳଦୀପିକାର ପୃଷ୍ଠାମାନଙ୍କରେ ଅତ୍ୟନ୍ତ ପ୍ରାଣସ୍ବର୍ଶୀ ଭାବେ ବର୍ଣ୍ଣିତ ହୋଇଛି । ଏହାର ଅବ୍ୟବହିତ ପରେ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ କଟକରେ ଏକ ଅଧିବେଶନରେ ମଧୁସୂଦନଙ୍କର ସାକ୍ଷ୍ୟ ପ୍ରଦାନ ପରେ ସରକାରୀ ସାହାଯ୍ୟ ଓ ପୁନର୍ବାସର ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଏହା ଛଡ଼ା ମଧୁସୂଦନଙ୍କ ଅଧ୍ୟକ୍ଷତାରେ ବିପନ୍ନଙ୍କପାଇଁ ସାହାଯ୍ୟ କମିଟି ଗଠିତ ହୋଇଥିଲା ଓ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଘେନି ବେସରକାରୀସ୍ତରରେ ବ୍ୟାପକ ଭାବରେ ସାହାଯ୍ୟ ପ୍ରଦାନକାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ତାହା ରୂପୟିତ ହୋଇଥିଲା ।
୧୯୦୭ ସାଲ ଡିସେମ୍ବର ମାସ ୧୭ ତାରିଖରେ ପ୍ରକାଶିତ ବନ୍ଦେ ମାତରମ୍ ପତ୍ରିକାରେ ଶ୍ରୀ ଅରବିନ୍ଦ ମଧୁସୂଦନଙ୍କୁ ଓଡ଼ିଶା ତଥା ଭାରତର ଜାଗରଣ କ୍ଷେତ୍ରରେ ଜଣେ ଶକ୍ତି ଧର ପ୍ରତିଭାଶାଳୀ ନେତା ରୂପେ ଚିହ୍ନିତ କରି ଉଚ୍ଛସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଣ୍ଡିତ ନୀଳକଣ୍ଠଙ୍କର ଆତ୍ମଚରିତରୁ ଜଣାଯାଏ ଯେ, ଓଡ଼ିଶାର ପ୍ରଖ୍ୟାତ ଜନସେବୀ ଉତ୍କଳମଣି ଗୋପବଂଧୁ ବନ୍ୟା ବିପତ୍ତା ବେଳେ ପ୍ରଥମେ ୧୯୦୭ ସାଲରେ ତାଙ୍କର ଉତ୍ସର୍ଗୀକୃତ ଜୀବନର ଆରମ୍ଭ କରିଥିଲେ ।
ସୂର୍ଯ୍ୟନାରାୟଣ ଦାସଙ୍କ ସଂକଳିତ ତଥ୍ୟଭିତିକ ଜୀବନୀ ଗୁଛି ଦେଶପ୍ରାଣ ମଧୁସୂଦନ ପୁସ୍ତକରୁ ଜଣାଯାଏ, ଏହି କ୍ଷେତ୍ରରେ ମଧୁସୂଦନ ୧୮୮୭ ସାଲରୁ ଅବତୀର୍ଣ ହୋଇ ସାରାଜୀବନ ନିରବଚ୍ଛିନ୍ନ ଭାବରେ ବିପନ୍ନଙ୍କ ସେବାରେ ତାଙ୍କ ଜୀବନକୁ ସମର୍ପିତ କରିଥିଲେ । ସେହି ପୁସ୍ତକର ଉଦ୍ଧୃତାଶ ଏଠାରେ ପ୍ରଦାନ କରାଗଲା । (ପୃଷ୍ଠା ୮୨)
୧୮୮୭ ସାଲରେ ମଧୁବାବୁ କଟକ ଜିଲ୍ଲାର ପ୍ରଥମ ବେସରକାରୀ ଭାଇସ୍ ଚେୟାରମ୍ୟାନ୍ ପଦବୀରେ ଅଧିଷ୍ଠିତ ହୋଇଥିଲେ ।
"ତାଙ୍କ ଅମଳରେ ପୁରୀ ରଥଯାତ୍ରା ସମୟରେ ହଇଜାର ପ୍ରତିକାର ଓ ନିବାରଣ ନିମନ୍ତେ ଜଗନ୍ନାଥ ରୋଡ଼ର ସ୍ଥାନେସ୍ଥାନେ ଚିକିତ୍ସା ଓ ପ୍ରତିଷେଧକ କେନ୍ଦ୍ରମାନ ସ୍ଥାପିତ ହୋଇଥିଲା । ବନ୍ୟା ସାହାଯ୍ୟ କ୍ଷେତ୍ରରେ ସେ ବିଶେଷ ରୂପେ କାର୍ଯ୍ୟ କରିଥିଲେ । ସମଗ୍ର ବନ୍ୟାଞ୍ଚଳ ବୁଲିବୁଲି ଲୋକଙ୍କର ସେବା କରିଥିଲେ । ଅତିରୁ ଶରୀରରେ ସେ ପାଲିଙ୍କି ଓ ବଳଦ ଗାଡ଼ିରେ ଯାଇଥିଲେ; କେତେକ ସ୍ଥାନକୁ ଚାଲିଚାଲି ମଧ୍ୟ ଯାଇଥିଲେ ।’ ଉତ୍କଳଦୀପିକାର ପ୍ରକାଶିତ ବିବରଣୀରେ ମଧୁବାବୁ ବହୁ ବର୍ଷ ଧରି ବନ୍ୟା, ବାତ୍ୟା ତଥା ମରୁଡ଼ି ପ୍ରପୀଡ଼ିତ ଲୋକଙ୍କର ସେବାରେ ସମର୍ପିତ ରହିଁ ଅତ୍ୟନ୍ତ ସମ୍ବେଦନଶୀଳ ତଥା ସହାନୁଭୂତିପୂର୍ଣ୍ଣ ହୃଦୟରେ ଜନତାଙ୍କୁ ସାହାଯ୍ୟ ପ୍ରଦାନ କରିଥିବା ବିଷୟ ଉଲ୍ଲେଖ ରହିଛି । ବହୁ ଜନସେବୀଙ୍କର ଜୀବନ ଚରିତ ତଥା ସ୍ମତିରେ ଏହି ସଂପର୍କୀୟ ଘଟଣାବଳୀ ସ୍ଥାନପାଇଛି । ୧୯୧୯ ସାଲର ଅନ୍ତର ଘାଇ ଭାଗିବାଯୋଗୁଁ ପୁରୀ ଜିଲ୍ଲାରେ ବନ୍ୟାଜନିତ ଯେଉଁ ଭୀଷଣ ପରିସ୍ଥିତି ଉପୁଜିଥିଲା ଓ ତାହା ପଛେପଛେ ସେ ଅଂଚଳରେ ଅନାବୃଷ୍ଟି ଓ ଅନ୍ୟାନ୍ୟ ଘଟଣା ଫଳରେ ଯେଉଁ ଅନାଟନ ଦେଖା ଦେଇଥିଲା, ମଧୁସୂଦନ ଏହି ଅଂଚଳ ବୁଲି ସେସବୁର ପ୍ରତିକାର କରିଥିଲେ । ଏହି ବର୍ଷ ହିନ୍ଦୁ ସମାଜ ସେବକ ପକ୍ଷରୁ ଅମୃତଲାଲ୍ ଭିଠଲଭାହ ଠକର ମଧ୍ୟ ଓଡ଼ିଶା ଆସି ସେବାକାର୍ଯ୍ୟ ଆରମ୍ଭ କରିଥିଲେ । ସେହିପରି ୧୯୨୦ ସାଲରେ ବ୍ରାହ୍ମଣୀ ବନ୍ୟାବେଳେ ମଧୁସୂଦନ ଜେନାପୁର ଅଂଚଳକୁ ଯାଇ ବନ୍ୟାକ୍ଳିଷ୍ଟ ଲୋକଙ୍କର ସେବା ଓ ସାହାଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କର ସେବାରୁ ହିଁ ଓଡ଼ିଶାର ବହୁ ନେତୃବର୍ଗଙ୍କର ରାଜନୈତିକ ଜୀବନର ଖଡ଼ିପାଠ ଆରମ୍ଭ ହୋଇଥିଲା । ଏବେ ତାହା ଇତିହାସର ଗର୍ଭରେ ବିସ୍ତୃତ ।
ମଧୁସୂଦନଙ୍କର ଅଙ୍ଗୁଳିରେ ଯେପରି ଥିଲା ଯାଦୁକରୀ ସ୍ପର୍ଶର ସମୋହନ ଓ ସାଳ୍ପନାଦାୟକ ପ୍ରଲେପର ଆଶ୍ୱାସ । ଏହି କଥା ଭାରତର ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ତାଙ୍କର ପ୍ରାରମ୍ଭିକ ରାଜନୈତିକ ଜୀବନର ସ୍ମୃତିଚାରଣରେ ଉଲ୍ଲେଖ କରିଛନ୍ତି ।
"ମଧୁସୂଦନ ଦାସ ମନ୍ତ୍ରୀ ଥିବା ସମୟରେ ସରକାରୀ ଗସ୍ତରେ ଆସିଥିବା ବେଳେ ମୁଁ ଅସୁସ୍ଥ ଥିବା ଜାଣି ମୋ ପାଖକୁ ଆସିଥିଲେ । ସେ ମୋ ଶଯ୍ୟପାଖକୁ ଆସି ତାଙ୍କ ହସ୍ତର ଅଙ୍ଗୁଳ ପର୍ଶରେ ଏଭଳି ଭାବରେ ଆଉଁସି ଦେଇଥିଲେ ଯେ, ମୁଁ ପରମ ଆଶ୍ବସ୍ତି ଲାଭ କରିଥିଲି ।”
ତାଙ୍କର ଉଦ୍ୟମ ଓ ପ୍ରଚେଷ୍ଟାରେ ପ୍ରଥମ କୃଷ୍ଠାଶ୍ରମ କଟକରେ ପ୍ରତିଷ୍ଠିତ ହୋଇଥିଲା, ଯାହା ମହାତ୍ମାଗାନ୍ଧୀ କଟକ ଅବସ୍ଥାନ କାଳରେ ପରିଦର୍ଶନ କରିଥିଲେ । କଟକରେ ସ୍ତ୍ରୀ ଲୋକଙ୍କ ପାଇଁ ଲେଡ଼ି ଟନ୍ ଡି ନ୍ସରୀ, ମଧୁସୂଦନଙ୍କ ତତ୍ତ୍ୱାବଧାନ ଏବଂ ସହଯୋଗରେ ପ୍ରତିଷ୍ଠିତ ହୋଇଥିଲା । ଏହା ନାରୀମାନଙ୍କ ପାଇଁ ସୁଲଭ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା ।
ମଧୁସୂଦନଙ୍କ ସହିତ ତାଙ୍କର ନିଜସ୍ବ ମହର ଦାନରକୌଣସି ତୁଳନା ନଥାଏ । ତାଙ୍କର ସଂପୂର୍ଣ୍ଣ ଦାନ ଗୋପନୀୟ ବିଧିରେ ହିଁ ସଂଚାଳିତ ହୋଇଥାଏ । ଏହା ଯେପରି ଉତ୍ସର୍ଗୀକୃତ ଥିଲ, ସେହିପରି ନିଜସ୍ୱ ଅହଂକାରବିବର୍ଜିତ ମଧ୍ୟ ଥିଲା । ତାହା ନିମ୍ନରେ ପ୍ରଦତ୍ତ ଏହି ଆପ୍ତ ବାକ୍ୟରୁ ହିଁ ସତତ ପ୍ରମାଣିତ ।
ଡାହାଣ ହାତରେ ଦେଇଥିବା ଦାନ ବାମ ହାତକୁ ଅଗୋଚର ଥିଲା । ଆଉ ବାମ ହାତରେ ପ୍ରଦତ୍ତ ଦାନ ଡାହାଣ ହାତପାଇଁ ମଧ୍ୟ ଅପ୍ରକାଶ୍ୟ ଥିଲା ।
ଓଡ଼ିଶାର କଙ୍କାଳସାର ଜନଜୀବନର ଅବସ୍ଥା ଏହିପରି ଦୁର୍ଗତି ଆଉ ଦୁଃସ୍ଥିତି ମଧ୍ୟରେ ଗତିକରୁଥିଲା ଯେ ବନ୍ୟା, ବାତ୍ୟା କିମ୍ବା ଗୃହଦାହ କ୍ଷେତ୍ରରେ ତ୍ବରିତ ଦାନର ଆବଶ୍ୟକତା ଅପରିହାର୍ଯ୍ୟ ରହିଥିଲା, କାରଣ ସରକାରୀ କଳର ଚରମ ନିଷ୍କ୍ରିୟତା ଆଉ ନିର୍ବେଦତା, ଦୁର୍ଦ୍ଦଶାକୁ ଅଧିକ ଗମ୍ଭୀର, ଯନ୍ତ୍ରଣାଦାୟକ ଓ ଦୟନୀୟ ସ୍ଥିତିରେ ପହଞ୍ଚାଇ ଦେଇଥିଲା । ଏହି ଦୂରନ୍ତ ପରିସ୍ଥିତିରେ ଆଶୁ ସହାୟତା ଆଉ ସାହାଯ୍ୟ ଦାନ ସଂପର୍କରେ ଉତ୍କଳ ଦୀପିକାରେ ପ୍ରକାଶିତ ସମ୍ବାଦର ଏକ ସଂକ୍ଷିପ୍ତ ସାର ପ୍ରଦାନ କରାଗଲା ।
ଅଫିସ୍ ଫେରନ୍ତା ସାକାଳ, ହାଟ ସଉଦାର ବେଳା, ଜନଗହଳିର ବିପୁଳ ସମାଗମ । ବିପର୍ଯ୍ୟୟର ସମ୍ମୁଖୀନ ହେବାପାଇଁ ଆଶୁ ଦାନଗ୍ରହଣର ସମୟ ଓ ସ୍ଥାନ ସୂଚିତ ହୋଇଥାଏ । ଚାନ୍ଦିନଚୌକ କିମ୍ବା ବକ୍ସିବଜାର ଛକ । ସ୍ୱେଚ୍ଛାସେବୀ ଦଳ ଉପସ୍ଥିତ ଥାଆନ୍ତି । ବିପୁଳ ଜନସମାଗମରେ କୋଳାହଳ ଅବ୍ୟାହତ ରହିଥାଏ । ଜନଗହଳି ମଧ୍ୟକୁ ଅଚାନକ ଆସିଯାଆନ୍ତି ପ୍ରଖର ଆଉ ଉତ୍କଳ ମୂର୍ତ୍ତା ବହନ କରିଥିବା ମଧୁସୂଦନ ଦାସ । ସମୟ କୋଳାହଳ ନୀରବି ଯାଏ । ମଧୁସୂଦନ ଏହି ଦୂରନ୍ତ ପରିସ୍ଥିତିର ଆଶୁ ସହାୟତା ତଥା ସାହାଯ୍ୟଦାନ ସଂପର୍କରେ ଏକ ଯୋଜନାବଦ୍ଧ ବ୍ୟବସ୍ଥା ଓ ପରିକଳ୍ପନାର ରୂପରେଖ ପ୍ରଦାନକରି ସହାୟତାର ବିଧାନ ବିଷୟରେ ପର୍ଯ୍ୟାଲୋଚନା କରନ୍ତି । ମଧୁସୂଦନ ଏହିଁ ସଶ୍ରଦ୍ଧ ସୁନା ଜଣାଇବା ପରେ ଗୋଟିଏ ଫିତାଲଗା ଲମ୍ବାଥଳି ଯହିଁରେ ତାହାଙ୍କର ପ୍ରଦତ୍ତ ଦାନ ଗଚ୍ଛିତ ଥାଏ ଅପ୍ରକାଶ ରୀତିରେ ତାହାକୁ ବଢ଼ାଇ ଦିଅନ୍ତି । ସ୍ୱେଚ୍ଛାସେବକର ସହଯୋଗରେ ଥଳିଟି ବୁଲିଯାଏ ହାତକୁ ହାତ । କିଛିକାଳ ପରେ ଦାନ ସଂଗ୍ରହ ସମାପ୍ତ ହୁଏ । ମାତ୍ର ସେତେବେଳକୁ ମଧୁସୂଦନ ଅନ୍ତର୍ହିତ ହୋଇଯାଆନ୍ତି ଏକ ଜରୁରୀ କାମର ଆହ୍ବାନରେ । ସକଳ ଦାନର ଗଣନା ତତ୍କ୍ଷଣାତ୍ ହୁଏ ସମସ୍ତଙ୍କ ଉପସ୍ଥିତିରେ । ମାତ୍ର । ଅପ୍ରକାଶ୍ୟ ଭାବେ ଉପଲବ୍ଧ ହୁଏ ଯେ ସମସ୍ତ ଦାନର ଦୁଇତୃତୀୟାଂଶ କିମ୍ବା ତିନି ଚତୁର୍ଥାଶ ହିଁ ଥିଲା ମଧୁସୂଦନଙ୍କର ପ୍ରଦତ୍ତ ନିଜସ୍ବ ଦାନ । ଅତୀବ ବିସ୍ମୟାଭିଭୂତ ଆଉ ସ୍ତମ୍ଭୀଭୂତ ହୋଇ ଚାହିଁ ରହିଥାନ୍ତି ଉପସ୍ଥିତ ଶ୍ରଦ୍ଧାଳ୍ପିତ ବିପୁଳ ଜନତା ।
ମାତ୍ର ମାନବିକତାର ଉଦାତ୍ତ ଆଉ ଅପରିମେୟ ଆହ୍ବାନରେ ଏହି ମହିମାଦ୍ଭିତ ବିରଳ ଦାନ ରହିଯାଏ ଅପ୍ରକାଶ୍ୟ ଆଉ ସଂଗୋପିତ ।
ଓଡ଼ିଶାର ସୀମାତୀତ କ୍ଷେତ୍ରରେ ମଧୁସୂଦନ ରହିଯାଇଛନ୍ତି ଅନତିକମ୍ପ । ଉନବିଂଶ ଶତାବ୍ଦୀର ଶେଷ ପାଦରେ ମଧ୍ୟ ଓଡ଼ିଆଙ୍କ ପାଇଁ କଲିକତା ଦୁର୍ଗମ ରହିଥିଲା ବେଳେ, ମଧୁସୂଦନ କଲିକତା ଓ କ୍ଷମତାର କେନ୍ଦ୍ରସ୍ଥଳୀ ସିଲ୍ଲା ଅତିକ୍ରମ କରି ପହଞ୍ଚି ପାରିଲେ ଲଣ୍ଡନରେ, ୧୮୯୭ ସାଲରେ । ଏହା ଥିଲା ଗଣତନ୍ତ୍ରର ଜନ୍ମଭୂମି ଓ ସାମ୍ରାଜ୍ୟବାଦର ଅବଦମିତ ଆଧାର । ମଧୁସୂଦନ ପହଞ୍ଚିଲେ ମଇମାସର ଶେଷ ସପ୍ତାହରେ । ପ୍ରତ୍ୟାବର୍ତ୍ତନର ତାରିଖ ଥୁଲା ୧୦.୯.୧୮୯୭ । ମାତ୍ର ୪ମାସରୁ କମ୍ ସମୟର ରହଣିକାଳ ମଧ୍ୟରେ ମଧୁସୂଦନ ସେଠାକାର ବୁଦ୍ଧିଜୀବୀ, ସାମ୍ବାଦିକ ଗୋଷ୍ଠୀ ଓ ପାର୍ଲାମେଣ୍ଟ ସଦସ୍ୟଙ୍କ ଗହଣରେ ଭାରତ ତଥା ଓଡ଼ିଶାର ସ୍ବାର୍ଥରକ୍ଷା ଲାଗି ଆଲୋଚନାଚକ୍ର, ବିତର୍କ, ସାମ୍ବାଦିକ ସମ୍ମିଳନୀ ଓ ଆବେଦନର ଆସରରେ ଯେଉଁ ପ୍ରଚଣ୍ଡ ପ୍ରଭାବ ବିସ୍ତାର କରିଥିଲେ, ଆଜି ସୁଦ୍ଧା ତାହା ରହିଯାଇଛି ଅନତିକ୍ରମ୍ୟ ।
ସେ ସମୟରେ କେତେକ ଭାରତୀୟ ଛାତ୍ର ଓ ନାଗରିକଙ୍କର ଅପକୀର୍ତ୍ତି ସ୍ଥାନୀୟ ପାର୍ଲାମେଣ୍ଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମାତ୍ର ମଧୁସୂଦନଙ୍କୁ ପ୍ରଥମେ ଜଣେ ବୁଦ୍ଧିଦୀପ୍ତ ଭାରତୀୟ ଭାବରେ ଦେଖୁବାକୁ ମିଳିଥିଲା। ହାଇଡ଼ ପାର୍କଠାରୁ ଆରମ୍ଭକରି ଟାଉନ୍ ହଲ୍, ଆଲୋଚନା ସଭା, ପାର୍ଲାମେଣ୍ଟର ଲବି ଓ ତାହାର ଭୋଜନାଳୟରେ , କୌଳିନ୍ୟ ଇଂରାଜୀ ଭାଷାରେ, ଚାତୁର୍ଯ୍ୟପୂର୍ଣ୍ଣ ବାର୍ତ୍ତାଳାପରେ ଆଉ ଶାଣିତ ତେଜୋଦୀପ୍ତ ଆଲୋଚନାରେ ନିବିଷ୍ଟ ରହିବା ଅବସ୍ଥାରେ । ସେ ମଧ୍ୟ ଭେଟିଲେ ମହିଳା ଲିବରାଲ ଫେରେସନ୍ ପ୍ରତିନିଧୁ ଯୋସେଫାଇନ୍ ବଟଲାର୍, ଲେଡ଼ି କାର୍ଲାଇଲ୍ ପ୍ରମୁଖଙ୍କୁ ଯେଉଁମାନେ ଭାରତର ସ୍ବାର୍ଥରକ୍ଷା ଲାଗି ଆଗ୍ରହୀ ଥିଲେ । ଏହି ସମସ୍ତ ବିବରଣୀ କ୍ରମଶଃ ଲଣ୍ଡନର ଦୈନିକ ସମ୍ବାଦପତ୍ରର ପୃଷ୍ଠାସବୁ ଅଧୁକାର କରି ଚାଲିଥିଲା । ପ୍ରକୃତରେ ଏ ସମସ୍ତ କ୍ଷେତ୍ରରେ ସେ ପ୍ରଥମେ ଥିଲେ ଜଣେ ପ୍ରଗାଢ଼ ଭାରତୀୟ ଆଉ ପରେ ଜଣେ ନିଛକ ଓଡ଼ିଆ । ଏହି ସମୟରେ ଲଣ୍ଡନର କେନ୍ଦ୍ରସ୍ଥଳୀରେ ମଧୁସୂଦନ ଆୟୋଜନ କରିଲେ ଓଡ଼ିଶାର ଅନନ୍ୟ ଚାରୁକଳା
ସମ୍ବଳିତ ସୂକ୍ଷ୍ମ ତାରକସି ଓ ଉତ୍କଳୀୟ ହସ୍ତଶିଳ୍ପର ଏକ ମନୋଜ୍ଞ ପ୍ରଦର୍ଶନୀ । ଏହାର ବିବରଣୀ ମଧୁସୂଦନଙ୍କ ବକ୍ତବ୍ୟ ସହିତ ଇଂଲଣ୍ଡର ବହ୍ନ ପତ୍ର ପତ୍ରିକାରେ ସ୍ଥାନ ପାଇଥିଲା ।
ଏହି ସମସ୍ତ କ୍ଷେତ୍ରରେ ମଧୁସୂଦନଙ୍କୁ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ ବଂଗର ପୂର୍ବତନ ଗଭର ସାର୍ ଚାର୍ଲସ ଆଲ୍ ଫ୍ରିଡ୍ ଇଲିଅଟ୍; ଆଉ ଭାରତୀୟ କଂଗ୍ରେସ ଅଧିବେଶନର୧୮୮୯-୯୦ ସାଲରେ ଅଧ୍ୟକ୍ଷତା କରିଥିବା ତଥା ବ୍ରିଟିଶ କଂଗ୍ରେସ କମିଟିର ମୁଖ୍ୟ କଣ୍ଠିର ସାର୍ ୱିଲିୟମ୍ ର ବର୍ଣ । ପୂର୍ବ ସଂପର୍କ ଦୃଷ୍ଟିରୁ ଉଭୟେ ମଧୁସୂଦନଙ୍କୁ ଅତ୍ୟନ୍ତ ମର୍ଯ୍ୟାଦାସଂପନ୍ନ ଭାବେ ଉପସ୍ଥାପିତ କରିଥିଲେ, ସେକ୍ରେଟାରୀ ଅଫ୍ ଷ୍ଟାଟସ୍ ଲର୍ଡ଼ ଜର୍ଜ ହାମିଲ୍ଟନ୍ ଓ ତାଙ୍କର ସେକ୍ରେଟାରୀ ଚାର୍ଲସ୍ ଡିଲକିଙ୍କ ନିକଟରେ। ମଧୁସୂଦନ ସେମାନଙ୍କୁ ପ୍ରଦାନ କରିଥିଲେ ନିଜ ରଚିତ ଏକ ପୁସ୍ତିକା ‘ବ୍ରିଟିଶ ପ୍ରଶାସନରେ ଓଡ଼ିଶା ଅବସ୍ଥା’ । ବିଭାଜିତ ଓଡ଼ିଆଭାଷୀ ଅଂଚଳ ମିଶ୍ରଣର ଦାବି ସାଙ୍ଗକୁ ସମ୍ବଲପୁର ଅଂଚଳରେ ଓଡ଼ିଆ ଭାଷା ଉଚ୍ଛେଦର ପ୍ରତିବାଦପତ୍ର ସହିତ ତାରକସି କାମର ଉପହାର ସେ ପ୍ରଦାନ କରିଥିଲେ । ଏହି ଉପହାରର ଐନ୍ଦ୍ରଜାଲିକ ପ୍ରଭାବ ଉଭୟଙ୍କୁ ସମୋହିତ କରିଥିଲା । ଏହାର ଫଳ ସ୍ବରୂପ ଲର୍ଡ ଜର୍ଜ ହାମିଲ୍ଟନ୍ ମଧୁସୂଦନଙ୍କୁ ପାର୍ଲାମେଣ୍ଟରେ ଭାରତ ବଜେଟ ଉପସ୍ତାପନର ଅଧୁବେଶନରେ ଯୋଗଦେବା ପାଇଁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରିଲେ । (ଶୈଳବାଳାଙ୍କ କାଗଜ ପତ୍ର ) ।
ପରବର୍ତ୍ତୀ କାଳରେ ଏହି ସମସ୍ତ କାର୍ଯ୍ୟଧାରାର ଫଳଶ୍ରୁତି ମିଳିଥିଲା ୧୯୦୩ରେ । ଲର୍ଡ଼ କର୍ଜନଙ୍କର ସେହିବର୍ଷ ଡିସେମ୍ବର ୩ ତାରିଖରେ ପ୍ରସାରିତ ରିଲେ ସର୍କୁଲାର ମାଧ୍ୟମରେ ଓଡ଼ିଶା ପ୍ରଦେଶ ଗଠନର ଦାବି ଅଧୁଗ୍ରହଣ ଆଉ ତାହାରି ଆଧାରରେ ୧୯୦୫ ଅକ୍ଟୋବର ୧୬ରେ ସମଗ୍ର ପଶ୍ଚିମାଞ୍ଚଳ ଓଡ଼ିଶା ଡିଭିଜନ ସହ ମିଶ୍ରଣ ହେଲା ।
ଇଂଲଣ୍ଡରେ ଅବସ୍ଥାନ କାଳରେ ମଧୁସୂଦନ ଗାଣତନ୍ତ୍ରିକ ପାର୍ଲାମେଣ୍ଟାରୀ ପରଂ ପରା, ସମାଜବାଦଭିତ୍ତିକ ସାମ୍ୟବାଦୀ ଚିନ୍ତାଧାରା ଆଉ ସମବାୟଭିତ୍ତିକ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ପର୍ଯ୍ୟାଲୋଚନା କରି ଏହି ସମସ୍ତ କାର୍ଯ୍ୟଧାରାର ଦର୍ଶନ, ବିଭବ ଆଉ ଏହାର ମୁଖ୍ୟ କେନ୍ଦ୍ରୀୟ ସଂଗଠନ ପ୍ରତି ଆକର୍ଷିତ ହୋଇଥିଲେ ।
ଏହି ପ୍ରଥମ ଲଣ୍ଡନ ଯାତ୍ରାର ବାହୁଡ଼ା ପଥରେ ମଧୁସୂଦନ ପ୍ରାୟ ସମଗ୍ର ୟୁରୋପ ପରିଭ୍ରମଣ କରିଲେ । ଏହି ଅଭିଜ୍ଞତାର ଆଧାରରେ ୧୮୯୮ରେ ଭାରତର ପ୍ରଥମ ବହୁ ମୁଖୀ ସମବାୟ ପ୍ରତିଷ୍ଠାନ “କଟକ କୋ-ଅପରେଟିଭ ଷ୍ଟାର୍'ର ସଂଯୋଜନା, ଜର୍ମାନୀରେ ପ୍ରଚଳିତ ଯାନ୍ତ୍ରିକ ତଥା ରାସାୟନିକ କୌଶଳ ବିନ୍ୟାସରେ ୧୯୦୫ରେ ଉତ୍କଳ ଟ୍ୟାନେରି ସ୍ଥାପନା ଓ ସର୍ବୋପରି ୟୁରୋପରେ ପ୍ରଚଳିତ ସାମ୍ୟବାଦୀ ଚିନ୍ତାଧାରାର ଆଧାରରେ ଓଡ଼ିଶାରେ ଜମିଦାରି ପ୍ରଥାର ଉଚ୍ଛେଦପାଇଁ ଉଦ୍ଦିଷ୍ଟ ଥିବା ପ୍ରଜା ପରିଷଦ’ର ପ୍ରତିଷ୍ଠା ସମ୍ଭବପର ହୋଇଥିଲା । ଏହାଥୁଲା ସମଗ୍ର ଭାରତର ପ୍ରଥମ ସାମ୍ୟବାଦୀ ପ୍ରତିଷ୍ଠାନ ।
ଲଣ୍ଡନ ମେୟରଙ୍କ ଅଧ୍ୟକ୍ଷତାରେ ଇଷ୍ଟ ଇଣ୍ଡିଆ ଆସୋସିଏସନ୍ ପକ୍ଷରୁ ଲଣ୍ଡନର ଟାଉନ୍ ହ ରେ ବହୁ ବୁଦ୍ଧିଜୀବୀଙ୍କ ସମାବେଶରେ ଆହତ ହୋଇଥୁବା ସଭାରେ ମଧୁସୂଦନ “ଭାରତର ପାରମ୍ପରିକ ଶିଳ୍ପ ଉପରେ ତାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ଅନୁଶୀଳନ ପ୍ରଦାନ କରିଥଲେ । ଏହି ଅବସରରେ ସେ ଜଗନ୍ନାଥ ମନ୍ଦିରରେ ଜାତିଭେଦର ଅବସାନରେ ଓଡ଼ିଆ ସଂସ୍କୃତି କିପରି ସାର୍ବଜନୀନତା ଲାଭକରି ମହିମାନ୍ବିତ ହୋଇଛି, ତାହା ଉପରେ ଗୁରୁତ୍ବାରୋପ କରିଲେ । ସାର୍ ୱିଲିୟମ୍ ତରବର୍ଣ୍ଣଙ୍କଦ୍ବାରା ଆହୁତ ପାର୍ଲାମେଣ୍ଟର ‘ହାଉସ୍ ଅଫ୍ କମନସ୍ ରେ ଭାରତ ବ୍ୟାପାର ସଂପର୍କିତ ସଦସ୍ୟମାନଙ୍କର ସ୍ବତନ୍ତ୍ର ସମେଳନରେ ମୁଖ୍ୟ ବକ୍ତାରୂପେ ମଧୁସୂଦନଙ୍କ ବି ସଂପନ୍ନ ଭାଷଣ, ସମ୍ବାଦ ପତ୍ରରେ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଅଧୁକାର କରିଥିଲା ।
ଲଣ୍ଡନରେ ପ୍ରକାଶିତ ଟ୍ରିବୁନ୍ ପତ୍ରିକାରେ ମଧୁସୂଦନ ଦାସଙ୍କୁ ଏକ କୋଟି ଓଡ଼ିଆ ଜନତାର ପ୍ରତିନିଧୁ ରୂପରେ ଆଖ୍ୟାୟିତ କରି, ତାହାଙ୍କୁ ଦାଦାଭାଇ ନାରୋଜୀଙ୍କ ଭଳି ଜଣେ ପ୍ରଚଣ୍ଡ ଭାରତୀୟ ପ୍ରତିନିଧୁ ଭାବରେ ଉପସ୍ଥାପିତ କରାଯାଇଥିଲା । ଏହି ଅବସରରେ ଓଡ଼ିଶାରେ ପ୍ରତି ତିରିଶି ବର୍ଷରେ ବର୍ଦ୍ଧିତ କର ହାରରେ ପ୍ରପୀଡ଼ିତ ଚାଷୀଙ୍କର କଷଣ ଉପରେ ମଧୁସୂଦନଙ୍କ ବକ୍ତ ବ୍ୟକୁ ଅଗ୍ରାଧୁକାର ଭିତ୍ତିରେ ପ୍ରକାଶ କରାଯାଇଥିଲା । ଅନ୍ୟ ଏକ ସଭାରେ ମଧୁସୂଦନ ଓଡ଼ିଶାର ମଧ୍ୟବର୍ତ୍ତୀ ଶାସକ ଓ ଅମଲାତନ୍ମିକ ଗୋଷ୍ଠୀର ଚକ୍ରାନ୍ତ ମୂଳକ ନିଶ୍ଳେଷଣକୁ ଉପସ୍ଥାପିତ କରିଥଲେ । ତେଲି କ୍ରନିକା, ଲଣ୍ଡନ ଟାଇମସ୍, ଇଂଲିଶ୍ ମ୍ୟାନ୍, ଗ୍ଲୋଗୋ ହେରାଡ଼, ଟ୍ରିବ୍ୟୁନ୍ ଷ୍ଟାଣ୍ଡ ଆଦି ପତ୍ରିକାରେ ମଧୁସୂଦନଙ୍କ ସଂପର୍କୀୟ ବିବରଣୀକୁ ଗୁରୁତ୍ବ ଦିଆଯାଇ ପ୍ରକାଶ ପାଉଥିଲା । ଏ ସମୟ ମଧ୍ୟରେ ମଧୁସୂଦନଙ୍କର ମୁଖ୍ୟ କାର୍ଯ୍ୟକ୍ରମ ଥିଲା ଲଣ୍ଡନରେ ସେକ୍ରେଟାରୀ ଅଫ୍ ଷ୍ଟେଟସ୍ ଲର୍ଡ଼ ମୋରେଲ୍ଙ୍କ ସହିତ ତାତ୍ପର୍ଯ୍ୟପୂର୍ଣ୍ଣ ସାକ୍ଷାତକାର, ଯାହା କିଞ୍ଚିତ ବିରୋଧାଭାସ ଓ ଶାଣିତ ବାକ୍ୟ ବିନିମୟ ମାଧ୍ୟମରେ ଆରମ୍ଭ ହୋଇଥୁଲେ ହେଁ, ମଧୁସୂଦନ ତାହାଙ୍କର ପ୍ରଖର ବୁଦ୍ଧିମତ୍ତା ଓ ହାର୍ଦ୍ଦିକ ବାର୍ତ୍ତାଳାପ ଭିତରେ ବ୍ରିଟିଶ ପ୍ରଶାସକ ଗୋଷ୍ଠୀ କିଭଳି ସମ୍ବେଦନଶୀଳ ହେବା ଆବଶ୍ୟକ, ତାହା ସୂଚାଇ ଥିଲେ। ଏହି ସମୟର ଊର୍ଦ୍ଧରେ ମଧୁସୂଦନ ସେକ୍ରେଟାରୀ ଅଫ୍ ଷ୍ଟାଟସ୍ କାର୍ଯ୍ୟାଳୟ ଆଉ ଇଣ୍ଡିଆ ଅଫିସ୍ରେ ଅବସ୍ଥାପିତ ଅଧୁକାରୀବୃନ୍ଦଙ୍କ ସହିତ ଅନନ୍ୟ ତାରକସି କାରୁକାର୍ଯ୍ୟର ଉପଢୌକନ ପ୍ରଦାନ ଭିତରେ ଯେଉଁ ନିବିଡ଼ ସୌହାର୍ଘ୍ୟପୂର୍ଣ୍ଣ ସଂପର୍କ ସ୍ଥାପନକରି ଓଡ଼ିଶା ପ୍ରଦେଶ ଗଠନ ବିଷୟକ ନପତ୍ର ସଜାଡ଼ି ରଖୁଥଲେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୧ରୁ ୧୯୩୫ ସାଲ ପର୍ଯ୍ୟନ୍ତ ଲଣ୍ଡନରେ ସଂଚାଳିତ ହୋଇଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଓଡ଼ିଶା ପ୍ରଦେଶ ଗଠନର ଦୁର୍ବାର ସଂଗ୍ରାମରେ ଅତୀବ ସହାୟକ ହୋଇଥିଲା ।
ଓଡ଼ିଶାରେ ପ୍ରବଳ ବନ୍ୟାଜନିତ କରାଳ ଦୁର୍ଭିକ୍ଷ ପରିସ୍ଥିତି ଉପୁଜି ଥୁବାରୁ ମଧୁସୂଦନ ସେହି ବର୍ଷ ସେପ୍ଟେମ୍ବର ମାସର ଶେଷଭାଗରେ ଗୁଗୋ ହେରାଲ୍ଡ଼ ପତ୍ରିକାର ପ୍ରତିନିଧୂ ହେନେରୀ ତବୁ ନେଭିଲ୍ସଙ୍କ ସହ ଓଡ଼ିଶା ଫେରିଆସିଥିଲେ। ସେହି କାଳରେ ଲଣ୍ଡନଠାରେ ଅବସ୍ଥାପିତ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ବୋଷ ୧୮୯୭ ଓ ୧୯୦୭ସାଲର ମଧୁସୂଦନଙ୍କର ଐତିହାସିକ
ଲଣ୍ଡନ ଯାତାର ସମସ୍ତ ବିବରଣୀ ଆଉ ବତାନ୍ତ ଲଣ୍ଡନର ପତ୍ର ପତ୍ରିକାର ଅତୀବ ଯତ ସହକାରେ ସଂଗ୍ରହ କରି କଲିକତାଠାରେ ପ୍ରଦାନ କରିଥିଲେ । ଆଜି ସେ ସମସ୍ତ ପ୍ରାମାଣିକ ତଥ୍ୟରାଜି ପ୍ରକାଶିତ ନହୋଇ ବୋଧହୁଏ ଅବଲୁପ୍ତ । ସେ ଯାହାହେଉ ମଧୁସୂଦନଙ୍କର ଏହି ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ ଲଣ୍ଡନ ଯାତ୍ରାର ଆଲେଖ୍ୟ ଆଜି ନିଶ୍ଚିତରେ ଓଡ଼ିଆମାନଙ୍କର ଜାତୀୟ ସଂପତ୍ତିରେ ପରିଣତ ହୋଇଛି, ଯହିଁରେ ସ୍ବତନ୍ତ୍ର ଓଡ଼ିଶାର ସ୍ଥାପନା କ୍ଷେତ୍ରରେ ମଧୁସୂଦନଙ୍କର ଏହି ଅବିସ୍ମରଣୀୟ ଅବଦାନ ଜାତିକୁ କାଳକାଳ ଲାଗି ଅନୁପ୍ରେରଣା ଯୋଗାଇ ଆସୁଥିବ ।
(ପଣ୍ଡିତ ନୀଳକଣ୍ଠଙ୍କ ଲେଖାବଳୀରୁ ସଂଗୃହୀତ)
ମୁଁ କେବେ ପ୍ରଥମେ ମଧୁସୂଦନ ଦାସଙ୍କୁ ଜାଣିଲି ଏହା କହିବା ମୋ ପକ୍ଷରେ ଏକ କଠିନ ବ୍ୟାପାର । କରଣ ମୁଁ ଯେତେବେଳେ ଶିଶୁ ଥିଲି, ସେତେବେଳେ ମଧୁସୂଦନ ଦାସଙ୍କ ନାମ ଓଡ଼ିଶାର ଘରେଘରେ ସମୁମର ସହ ଉଚ୍ଚାରିତ ହେଉଥିଲା । ସେତେବେଳେ ଓଡ଼ିଶାର ଜନମାନସକୁ ତାଙ୍କର ବ୍ୟକ୍ତିତ୍ବର ଛାୟା ଆଛନ୍ନ କରି ରଖିଥିଲା, ଆଉ ଜନସମାଜ ତାର ଅସହାୟ ଅବସ୍ଥାରେ ଏବଂ ବିପଦାଚ୍ଛନ୍ନ ମୁହରେ, ତାଙ୍କର ସହାୟତାକୁ ଚାହିଁ ବସିଥିଲା । ହଁ, ଠିକ୍ ଏହି ଭାବରେ ଜନସମାଜକୁ ମାର୍ଗଦର୍ଶନ ପ୍ରଦାନ କରିଥିବା ମହାନ ବ୍ୟକ୍ତିଗଣ ତାଙ୍କ ଜୀବନର ଆରମ୍ଭ କରିଥାନ୍ତି ।
ଉତ୍କଳ ସମ୍ମିଳନୀ, ଯାହାର ସେ ପିତା ଓ ସ୍ରଷ୍ଟା ଥିଲେ, ତାହା ପ୍ରଥମେ ୧୯୩ ସାଲରେ କଟକଠାରେ ଅନୁଷ୍ଠିତ ହୋଇଥିଲା । ସେତେବେଳର ଭାରତୀୟ କଂଗ୍ରେସର ସଭାପତି ମି. ସୁରେନ୍ଦ୍ରନାଥ ବାନାର୍ଜୀ ବଂଗ ପ୍ରାଦେଶିକ ସଭାର ଏକ ଅଧିବେଶନ କଟକଠାରେ ଅନୁଷ୍ଠିତ କରାଇବାପାଇଁ ମଧୁସୂଦନଙ୍କୁ ଭେଟି ଅନୁରୋଧ ଜଣାଇଥିଲେ । ମାତ୍ର ସେହି ଅଧିବେଶନରେ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ଏକ ପ୍ରସ୍ତାବ ଗ୍ରହଣ କରିବାପାଇଁ ମି. ବାନାର୍ଜୀ ରାଜି ହୋଇ ନଥିଲେ । ପରିଣାମରେ ସେହି ନିର୍ଦ୍ଦିଷ୍ଟ ସମୟରେ ବଂଗ ପ୍ରାଦେଶିକ ସଭା ପରିବର୍ତ୍ତେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା । ମୁଁ ବସ୍ତୁତଃ ମଧୁସୂଦନ ଦାସଙ୍କୁ ପ୍ରଥମେ ୧୯୦୧ ସାଲରେ ଏବଂ ପରେ ୧୯୩ ସାଲରେ ଉତ୍କଳ ସମ୍ମିଳନୀର ମଣ୍ଡପରେ ଦେଖିଥିଲି । ମାତ୍ର ତାଙ୍କ ସହିତ ପ୍ରଥମ ସାକ୍ଷାତକାର ବା ଭେଟ ଘଟିଥିଲା ୧୯୦୪ ସାଲରେ, ଯେତେବେଳେ ପୁରୀ ହାଇସ୍କୁଲରେ ଅଧ୍ୟୟନ କରୁଥିଲି । ସେହି ସମୟରେ ପୁରୀ ଜଗନ୍ନାଥବଲ୍ଲଭ ମଠରେ ଅନୁଷ୍ଠିତ ଏକ ସଭାରେ ବହୁ ଭଦ୍ରବ୍ୟକ୍ତି ଓ ସ୍କୁଲ୍ ଛାତ୍ର ଉପସ୍ଥିତ ଥିଲେ ସ୍ୱଦେଶୀ ସଂପର୍କରେ ଏକ ଆବେଗମୟ ଭାଷଣରେ ମଧୁବାବୁ ସମସ୍ତଙ୍କୁ ତନ୍ମୟ କରି ରଖିଥିଲେ । ସେ ଏହି ସଭାରେ ଏକ ଶପଥ ପାଠ କରାଇଥିଲେ - ମୁଁ ପ୍ରାଣପଣେ ଦେଶୀ ଦ୍ରବ୍ୟ ବ୍ୟବହାର କରିବି ଓ ଦେଶୀ ଲୁଗା ଛଡ଼ା ଆଉ କିଛି ପିନ୍ଧିବି ନାହିଁ । ଏହି ଶପଥପାଠକୁ ଯେଉଁମାନେ ସ୍ୱୀକୃତି ପ୍ରଦାନ କରୁଥିଲେ,
ସେମାନେ ଗୋଟିଏ ଖାତାରେ ଦସ୍ତଖତ କରୁଥିଲେ । ଏହା ବିଟିଶ ଶାସନର ଦଣ୍ଡା ଲର୍ଡ କର୍ଜନଙ୍କର ବେଳ । ସଭାରେ ପୁଲିସ୍ ଜଗିରହିଛି । କିଏ ବା ଦସ୍ତଖତ କରୁଛି ? ସେ ଖାତାରେ ପ୍ରଥମେ ଦସ୍ତଖତ କଲେ ନରେନ୍ଦ୍ର ନାଥ ରକ୍ଷିତ ଓ ତାହା ପରେ ମୁଁ । ବିଦେଶୀ ବର୍ଜନ ଓ ସ୍ବଦେଶୀ ବ୍ୟବହାର । ସେହିଦିନ୍ତୁ ମୁଁ ଆରମ୍ଭ କରିଥିଲି । ଏହିଁ ଆରମ୍ଭ ମୂଳରେ ଥିଲା ଗୋଟିଏ ସଂକଳ୍ପ ଆଉ ଏହି ସଂକଳ୍ପକୁ । ଘେନି ଏକ ପ୍ରତିଜ୍ଞାପତ୍ରରେ ସ୍ବାକ୍ଷର ।
୧୯୧୧ରେ ଏମ.ଏ. ପାଶ୍ ପରେ ମୁଁ ସତ୍ୟବାଦୀ ବିଦ୍ୟାଳୟ ପ୍ରତିଷ୍ଠା କଲାପରେ, ମିଷ୍ଟର ଏମ୍. ଏସ୍. ଦାସ ମୋ ପାଖକୁ ଏକ ପ୍ରଶଂସାପତ୍ର ପଠାଇଲେ । ସେ ଖାଲି ମୋତେ ଧନ୍ୟବାଦ ଦେଇ ନ ଥୁଲେ, ଆଶ୍ଚର୍ଯ୍ୟାନ୍ବିତ ବି ହୋଇଥୁଲେ । ସେ ନିଜେ ଯେଭଳି ସ୍ବାର୍ଥତ୍ୟାଗ କରିଥଲେ, ମୁଁ ସେହିଭଳି କରିବାରୁ ସେ ମୋତେ ଉତ୍ସାହିତ କରିଥିଲେ ।
ନିଜ ଲୋକମାନେ କେଉଁଠି କିଛି ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି, ତା’ର ସେ ଖବର ରଖୁଥଲେ ଓ ସେମାନଙ୍କୁ ଉତ୍ସାହିତ କରିବା ଭଳି ତାଙ୍କ ପରି ଲୋକଟିଏ ମୁଁ ଦେଖୁ ନାହିଁ। ମଣିଷ ଭିତରର ଏଭଳି ବିକାଶର ଉଦ୍ରେକ କରାନ୍ତି କେବଳ ତାଙ୍କ ଭଳି ମହାନ ଜନନେତା ।
ଗୋପବନ୍ଧୁ ଦାସ ଯେ କିଛି ସମୟ ତାଙ୍କ ଜୁନିଅରଭାବରେ ଓକିଲାତି ତାଲିମ ପାଇଥିଲେ, ତାଙ୍କୁ ବିହାର ଓଡ଼ିଶା ଲେଜିସ୍ଲେଟିଭ କାଉନ୍ସିଲ୍ରେ ପ୍ରବେଶ କରାଇବା କାଳରେ ମୁଁ ତାଙ୍କଠାରେ ଏଭଳି । ମହନୀୟ ଗୁଣ ଦେଖୁବାକୁ ପାଇଲି । ଅବଶ୍ୟ ମିଷ୍ଟର ଏମ୍.ଏସ୍. ଦାସଙ୍କ ବହୁ ଉଲ୍ଲେଖନୀୟ ଘଟଣାବହୁଳ ଜୀବନରେ ଏଇଟି ଅତି ଛୋଟିଆ ଘଟଣା । କିନ୍ତୁ ବହୁତ ଛୋଟଛୋଟ ଘଟଣାରୁ ମହାନ ବ୍ୟକ୍ତିମାନଙ୍କର ମହତ୍ତ୍ୱ ଜଣାପଡ଼ିଥାଏ । ପଣ୍ଡିତ ଗୋପବନ୍ଧୁ ସେଠାକୁ ନ ଯାଆନ୍ତୁ ବୋଲି ବହୁ ଉଦ୍ୟମ ହେଉଥିଲା । କିନ୍ତୁ ସେ ସେସବୁକୁ କାନ ଦେଇ ନ ଥିଲେ । ତାଙ୍କ ଭଳି ଜାତିର ସର୍ବୋଚ୍ଚ ସ୍ୱାର୍ଥ ସୁରକ୍ଷାକାରୀ ସେଭଳି ଉଦ୍ୟମକୁ ହୀନ ଓ ଘୃଣ୍ୟ ବୋଲି କହୁଥିଲେ । ଜାତିର ମଙ୍ଗଳଲାଗି ସେ କିଭଳି ଭାବୁଥିଲେ ଓ ଅନୁଭବ କରୁଥିଲେ ଏଥିରୁ ତା’ର ପ୍ରମାଣ ମିଳେ । ଏହା ଦେଖାଇ ଦିଏ ଯେ, ସେ କିଭଳି ମଣିଷ ବାଛିବା ଦିଗରେ ଗୁଣିଆ । ମଜାର କଥା ଯେ, ୧୯୦୪ ମସିହାରେ ଯେତେବେଳେ ସମ୍ବଲପୁର ସମେତ ଅନ୍ୟାନ୍ୟ ଓଡ଼ିଆ ଭାଷାଭାଷୀ ଅଂଚଳ ବଂଗଳା ପ୍ରଦେଶ ସହିତ ରହିବ ବା କେନ୍ଦ୍ର ପ୍ରଦେଶ (ପରବର୍ତ୍ତୀ କାଳରେ ମଧ୍ୟ ପ୍ରଦେଶ) ସହିତ ରହିବ ବୋଲି ଦୁଇଟି ମତ ଚାଲିଥାଏ, ସେତେବେଳେ ମଧୁବାବୁଙ୍କ ମତକୁ ବିରୋଧ କରିବା ଜରିଅରେହିଁ ଗୋପବନ୍ଧୁ ସାଧାରଣ କ୍ଷେତ୍ରରେ କାମ କରିବା ଦିଗରେପ୍ରଥମେ ସ୍ୱୀକୃତି ଲାଭ କରିଲେ । ୧୯୦୪ ମସିହାରେ କଟକରେ ଉତ୍କଳ ସମ୍ମିଳନୀ ଅଧୁବେଶନ ଚାଲିଥାଏ । ସେହି ସମୟରେ ପୂର୍ବୋକ୍ତ ବିବାଦ ତୁଙ୍ଗରେ ପହଞ୍ଚି ଥାଏ । ସମ୍ମିଳନୀର ଶିବିରରେ ଗୋପବନ୍ଧୁଙ୍କର ପ୍ରାର୍ଥନା’ ଶୀର୍ଷକ ଏକ ପ୍ରଚାର ପତ୍ର ବଣ୍ଟାଯାଇଥିଲା ଓ ତାକୁ ପ୍ରତିନିଧୁମାନେ ଆଗ୍ରହର ସହିତ ପଢ଼ିଲେ ଓ ପସନ୍ଦ କରିଲେ ବୋଲି ମୋର ବେଶ୍ ମନେଅଛି । ମିଷ୍ଟର ଏମ୍. ଏସ୍ ଦାସ ଗୋପବନ୍ଧୁଙ୍କର ଏଭଳି କାର୍ଯ୍ୟକୁ ପସନ୍ଦ କରି ନ ଥୁଲେ । ଆଉ ତାଙ୍କ ଆଦର୍ଶ ଓ କାମକରିବାର ଶୈଳୀ ଥିଲା ଭିନ୍ନା କିନ୍ତୁ ସେ ନ ଥିଲେ ସ୍ୱାର୍ଥପର । ଗୋପବନ୍ଧୁଙ୍କ ମଧ୍ୟରେ ମୌଳିକତା ଓ ମହାନତାର ବୀଜ ସେ ସେହି ସମୟରୁ ହିଁ ଲକ୍ଷ୍ୟ କରିଥିଲେ । ଗୋପବନ୍ଧୁଙ୍କ
ପ୍ରତି ତାଙ୍କର ପସନ୍ଦ ବଢ଼ି ଚାଲିଲା ଓ ପରବର୍ତ୍ତୀ କାଳରେ ସେହି ଉଦୀୟମାନ ଦେଶଭକ୍ତଙ୍କ ପ୍ରତି ତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ବି ରହିଗଲା ।
ମିଃ ଦାସ ୧୯୧୨ ସାଲରେ ବିହାର ଓ ଓଡ଼ିଶା କାଉନ୍ସିରେ ଆଗତ ଓଡ଼ିଶା ପ୍ରଜାସ୍ୱତ୍ତ୍ବ ବିଲ୍ ଉପରେ ପ୍ରଜାମାନଙ୍କର ଜମିରେ ସୃଷ୍ମରକ୍ଷା ଲାଗି ଅନମନୀୟ ସଂଗ୍ରାମ ଜାରି ରଖିଥିଲେ । ପ୍ରଜାମାନଙ୍କର ସର୍ବୋତ୍ତମ ସ୍ୱତ୍ତ୍ୱରକ୍ଷା ଲାଗି ସେ ଏକ ମେମୋରାଣ୍ଡମ୍ ପ୍ରସ୍ତୁତ କରିଥିଲେ ।
ଏହା ପ୍ରଜାମାନଙ୍କ ଜମି ଉପରେ ଅଧିକାର ସାବ୍ୟସ୍ତ କରିବାଲାଗି ଯୁଗାନ୍ତକାରୀ ଦଲିଲ୍ ଥିଲା, ଯାହା ପ୍ରଜାମାନଙ୍କ ଜମି ଉପରେ ଅଶେଷ ଯତ୍ରଗହଣ ଓ ସର୍ବାଧିକ ଉତ୍ପାଦନ ଲାଗି ପ୍ରତିଶ୍ରୁତିବଦ୍ଧ ଥିଲା । ତାଙ୍କର ଏହି ସାଲିସ୍ ବିହୀନ ଉପସ୍ଥାପନାରୁ କେତେ ଅଂଶ ଆଇନରେ ପରିଣତ ହେଲା, ତାହା ଅଲଗା କଥା । ଏହା ବିରୋଧରେ ଥିଲେ ସରକାରୀ ସମର୍ଥନପ୍ରାପ୍ତ ନ୍ୟାୟସ୍ବାର୍ଥ ଗୋଷ୍ଠୀ, ଯେଉଁମାନେ ଆୟ ଓ ସଂପତ୍ତିର ସୁଷମ ବଣ୍ଟନ ବିରୋଧରେ କେବଳ ସଂଗ୍ରାମରତ ନଥିଲେ ବରଂ ଥିଲେ ବିଦେଶୀ ଢାଞ୍ଚାରେ ପ୍ରଜାମାନଙ୍କୁ ନବୀର୍ଯ୍ୟ ଓ ଶୋଷଣ କରିବାପାଇଁ ସଂକଳ୍ପବଦ୍ଧ । ପ୍ରକୃତରେ ଏହି ଦାବିପତ୍ରରେ ମଧୁସୂଦନ ସର୍ବଭାରତୀୟ ସ୍ତରରେ ବିନା କ୍ଷତି ପୂରଣରେଜମିଦାରି ପ୍ରଥା ଉଚ୍ଛେଦ କଥା ସର୍ବପ୍ରଥମେ ଉତ୍ଥାପନ କରିଥଲେ ।
ସମାଜର ନିମ୍ନସ୍ତରରେ ଥିବା ପ୍ରଜାମାନଙ୍କର ଦାବିକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଶକ୍ତିଶାଳୀ କରିବାପାଇଁ ମଧୁସୁଦନ ପ୍ରଜାମାନଙ୍କର ନିଜସ୍ୱ ସଂସ୍ଥା ପ୍ରଜା ପ୍ରତିନିଧି ସଭା ସ୍ଥାପନା କରି ନିଜେ ଏହାର ସଭାପତି ରହି ଗୋପବଂଧୁଙ୍କୁ ଓ ମୋତେ ସଂପାଦକ ରୂପେ ନିର୍ବାଚିତ କରାଇଥିଲେ । ମୋର ମନେପଡୁଛି, କିଭଳି ପ୍ରବଳ ଉତ୍ସାହ ଓ ଉଦ୍ଦୀପନାରେ ପୁରୀ, କଟକ ଆଉ ବାଲେଶ୍ବରରେ ହଜାର ହଜାର ଚାଷୀ ମଧୁସୂଦନଙ୍କ ସାମାନ୍ୟ ଆହ୍ମାନରେ ସମ୍ମିଳିତ ହେଉଥିଲେ । ଜନସାଧାରଣଙ୍କ ଉପରେ ତାଙ୍କର ଆକର୍ଷଣୀୟ ଆଉ ଚୁମ୍ବକୀୟ ପ୍ରଭାବ ବିସ୍ତାର ହେଉଥିଲା, ଯେଉଁ ମାନଙ୍କୁ ସୁରକ୍ଷା ଓ ନେତୃତ୍ବ ପ୍ରଦାନପାଇଁ ସେ ବିଧିନିର୍ଦ୍ଦିଷ୍ଟ ଥିଲେ ।
ମଧୁସୂଦନ ତାଙ୍କର ଜୀବନକାଳ ମଧ୍ୟରେ ଯେଉଁ ପ୍ରାଚୁର୍ଯ୍ୟର ଅଧିକାରୀ ହୋଇଥିଲେ, ତାହାକୁ ସମସ୍ତ ଜାତୀୟ କାର୍ଯ୍ୟରେ ବିନିଯୋଗ କରିଥିଲେ । ଓଡ଼ିଆ ଜାତିର ଶିଳ୍ପୀ ଓ ଜାତିର ଉନ୍ନୟନପାଇଁ ଶିଳ୍ପ ରେ ବିନିଯୁକ୍ତ ରହିବା ଥିଲା ତାଙ୍କ ଉଦ୍ଦୀପନାର ସର୍ବବ୍ୟାପୀ ନିଶା । ତାଙ୍କର ଏକ ପ୍ରଚେଷ୍ଟାରେ ସେ ଓଡ଼ିଶାକୁ ପୃଥିବୀ ବିଖ୍ୟାତ କରିପାରିଥିଲେ । ତାଙ୍କର କଳାବିନ୍ୟାସରେ ସଂଯୋଜିତ ତାରକସି କାର୍ଯ୍ୟ ଆଉ ବୈଚିତ୍ରୀମୟ ନକ୍ସା ରୂପାୟିତ ଚମଡ଼ା ବସ୍ତୁର ଉତ୍ପାଦନ ମାଧ୍ୟମରେ । ମାତ୍ର ଏହିସବୁ ଉଦ୍ୟୋଗ ଶିଳ୍ପୀକୂଳର ସହଯୋଗରେ ସମବାୟ ଭିତିରେ ଗଢ଼ିଉଠିଥିଲା, ଯାହା ସେ ଯୁଗରେ ଅତ୍ୟନ୍ତ ଅଗ୍ରଗାମୀ ରୋମାଞ୍ଚକର ସାହସିକ ପଦକ୍ଷେପ ଥିଲା, ଯେଉଁଥିପାଇଁ ଓଡ଼ିଶାର ରକ୍ଷଣଶୀଳ ବାତାବରଣ ପ୍ରସ୍ତୁତ ନଥିଲା । ଏଥିପାଇଁ ତାଙ୍କୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଥିଲେ ମଧ୍ୟ ଏହା ତାରକସି ଶିଳ୍ପୀ ଓ ଚର୍ମକାରମାନଙ୍କୁ ଅତ୍ୟନ୍ତ କୁଶଳୀ କଳାପ୍ରବଣ କାରିଗର ରୂପେ ପରିଣତ କରିଥିଲା । ମଧୁବାବୁଙ୍କ ଏହି ଉଦ୍ୟୋଗଶୀଳତା ୮୩ ବର୍ଷ ବୟସରେ ମଧ୍ୟ ଏକ ଦୀପ୍ତିମନ୍ତ ଦୀପଶିଖା ପରି ତାଙ୍କୁ ଉଦ୍ଦୀପ୍ତ ଆଉ କର୍ମପ୍ରବଣ ରଖିଥିଲା । ଏ ସମସ୍ତ ସତ୍ତ୍ୱେ କିଛି ତରୁଣ ଗୋଷ୍ଠୀ
ତାଙ୍କ ବିରୋଧରେ ସର ଉତ୍ତୋଳନ କରି ତାଙ୍କୁ କାନ୍ତ ମଧ୍ୟକୁ ଟାଣି ନେଇଥିଲେ । ହେଲେ ସେମାନଙ୍କ ପ୍ରତି ମଧୁସୂଦନଙ୍କ ମନରେ ସାମାନ୍ୟ ମାତ୍ର ଅସୂୟା ନଥିଲା । ମଧୁସୂଦନ ଥିଲେ କ୍ଷମାଶୀଳତାର ମୂର୍ତ୍ତିମନ୍ତ ଅବତାର । ସେ ଆମ୍ଭମାନଙ୍କୁ ପଥଭ୍ରଷ୍ଟ ଯୁବକ ଦଳ ବୋଲି ଆଖ୍ୟାୟିତ କରି ସର୍ବାନ୍ଧୀକରଣରେ ସଦାକ୍ଷମା ପ୍ରଦାନ କରିଚାଲିଥିଲେ ।
୧୯୩୪ ସାଲ, ଜାନୁଆରି ମାସର ଶେଷ ଭାଗରେ ମଧୁସୂଦନ ଦାସଙ୍କର ଗୁରୁତର ଅସୁସ୍ଥତା ସଂପର୍କରେ ଖବରକାଗଜରୁ ଅବଗତ ହୋଇ କଟକରେ ତାଙ୍କର ଶଯ୍ୟଧାରରେ ଯାଇ ପହଞ୍ଚିଲି। ତାଙ୍କର ଚକ୍ଷୁଯୁଗଳରେ ସେହି ପ୍ରଖର ଦ୍ୟୁତି ଝଲମଲ କରୁଥାଏ । ମୋର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ- ଜୟପୁର ନିଶ୍ଚୟ ଓଡ଼ିଶାରେ ସମ୍ମିଳିତ ହେବ, ଏଥିରେ ସନ୍ଦେହ ନାହିଁ । ଏହା ପରେ ମୁଁ ନିବେଦନ କଲି, ଦେଶବାସୀଙ୍କୁ କିଛି ସନ୍ଦେଶ ପ୍ରଦାନ କରିବାପାଇଁ । ତତ୍କ୍ଷଣାତ୍ ସେ କହିଲେ, ଦେଶବାସୀଙ୍କୁ କୁହ, ସେମାନେ ସେମାନଙ୍କର ଅନ୍ତକରଣକୁ ଶୁଦ୍ଧ ଆଉ ନିର୍ମଳ ରଖନ୍ତୁ । କ୍ରମେ ସେ ଅଧିକ ଅସୁସ୍ଥ ହୋଇପଡ଼ୁଥିଲେ । ମୁଁ ତାଙ୍କ ଶୟନାଗରର ବାରଣ୍ଡାରେ ବିଶ୍ରାମ ନେଉଥାଏ । କିଛି ସ୍କୁଲ୍ ଛାତ୍ର ତାଙ୍କ ଶଯ୍ୟଧାରରେ ପହଞ୍ଚି ପ୍ରଣିପାତ କଲେ । ଏହାର ଉତ୍ତରରେ ତାଙ୍କର କଣ୍ଠରେ ସେହି ବଜ୍ର ନିନାଦ ଫେରିଆସିଥିଲା । ସେ ଉରାଳ ଆଉ ଉଦାର ସ୍ବରରେ କହିଲେ, "ମନେରଖିଥିବା ଜଣେ ଓଡ଼ିଆ ଥିଲା, ଯେକି ପ୍ରଶାସନର ବଳିଷ୍ଠ ଶକ୍ତିକୁ ଆଦୌ ଭୟ କରିନଥିଲା ଆଉ ନିର୍ଦ୍ଧାରିତ ସଠିକ୍ ମାର୍ଗରୁ ତିଳେ ମାତ୍ର ବିଚ୍ୟୁତ ହୋଇନଥିଲା । କେବଳ ଏକାକୀ ନୀରବରେ ଭଗବାନଙ୍କର ସହାୟତାପାଇଁ ପ୍ରାର୍ଥନା କରିଥିଲା । ତାଙ୍କର ସେହି ଦୃଢ଼ କଣ୍ଠର ବଜ ନିଘୋଷ ଶୁଣି ଆମ୍ଭେମାନେ ହତଚକିତ ହୋଇଯାଇଥିଲୁ । ଏହାଥିଲା ମୋର ତାଙ୍କ ସହିତ ଶେଷ ସାକ୍ଷାତକାର । ସେ ଥିଲେ ଗୋଟିଏ ଯୁଗଧରି ଓଡ଼ିଶା ଇତିହାସର ମୂର୍ତ୍ତିମନ୍ତ ବିଗ୍ରହ । । ମଧୁସୂଦନ ଦାସ ଥିଲେ ଓଡ଼ିଶାର ମହାନ ସନ୍ତାନ ଆଉ ତାଙ୍କ ଯୁଗର ସର୍ବୋତ୍ତମ ଉଭୁଙ୍ଗ ବ୍ୟକ୍ତିତ୍ବ, ଯେ କି ଏକ ବିରାଟ ଶୁନ୍ୟତା ସୃଷ୍ଟି କରି ଚାଲିଗଲେ । ତାଙ୍କ ସ୍ଥାନ ଚିରକାଳ ଲାଗି ଅପୂରଣୀୟ ରହିଗଲା ।