ଆମ ମଧୁସୁଦନ/ମଧୁସୂଦନଙ୍କ କ୍ରାନ୍ତିକାରୀ ଯାତ୍ରାପଥ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ମଧୁସୁଦନ ଲେଖକ/କବି: ସୁରସିଂହ ପଟ୍ଟନାୟକ
ମଧୁସୂଦନଙ୍କ କ୍ରାନ୍ତିକାରୀ ଯାତ୍ରାପଥ

୧୫୬୮:- ମୁକୁନ୍ଦଦେବ ହରିଚନ୍ଦନଙ୍କ ଅକାଳ ମୃତ୍ୟୁପରେ ବାରବାଟୀ ଦୁର୍ଗର ପୃଷ୍ଠଭୂମିରୁ ସ୍ବାଧୀନତାର ରବି ଚିରକାଳ ଲାଗି ଅସ୍ତମିତ ହେଲେ । ବଂଗର ଆଫଗାନ ଶାସକ ସୁଲେମାନ କିରାନୀ ଓଡ଼ିଶା ଅଧିକାର କଲେ । ଏଣେ ରାଜା ରାମଚନ୍ଦ୍ର ଦେବ ଖୋର୍ଦ୍ଧା ଅଞ୍ଚଳକୁ କେନ୍ଦ୍ର କରି ଏକ ନୂତନ ରାଜ୍ୟ ସ୍ଥାପନା କଲେ ।
୧୫୭୮ :- ଦକ୍ଷିଣ ଓଡ଼ିଶା ସମେତ ଚିକାକୋଲ (ଶ୍ରୀକାକୁଲମ୍) ଅଞ୍ଚଳ ଗୋଲକୋଣ୍ଡା ରାଜ୍ୟର ଶାସକ ଇବ୍ରାହିମ୍‌ଙ୍କ ଅଧୀନସ୍ଥ ହେଲା ।
୧୭୫୨ :- ଦକ୍ଷିଣ ଓଡ଼ିଶା ଆଉ ଚିକାକୋଲ୍ ଅଞ୍ଚଳ ଫରାସୀ ଶାସକ ବୁସିଙ୍କ ଶାସନାଧୀନ ହେଲା ।
୧୭୬୮ :- ଦକ୍ଷିଣ ଓଡ଼ିଶା ଆଉ ଚିକାକୋଲ ଅଞ୍ଚଳ ବ୍ରିଟିଶ ଶାସନାଧୀନ ହେଲା ।
୧୮୦୩:- ଓଡ଼ିଶାର ମୂଳ ଭୂଖଣ୍ଡ ଓ ଉତ୍ତରାଞ୍ଚଳ ବ୍ରିଟିଶ ଶାସନାଧୀନ ହେଲା । ଏଧିପାଇଁ ଦକ୍ଷିଣ ଓଡ଼ିଶା ତଥା ଦକ୍ଷିଣ ବଂଗ ଅଞ୍ଚଳରୁ ଆକ୍ରମଣର ବିଧିବଦ୍ଧ ସଂଯୋଜନା କରାଯାଇଥିଲା ।
୧୮୪୯/୧୮୬୨ :- ଓଡ଼ିଶାର ପଶ୍ଚିମାଞ୍ଚଳ ଇଂରେଜ ସେନାପତି ମେଜର ବ୍ରାଉଟନ୍ ଅଧିକାର କରିଥିଲେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ମରହଟ୍ଟା ମାନଙ୍କ ଅଧିକାରରେ ରହିଥିଲା । ସମ୍ବଲପୁରର ଶେଷ ରାଜା ନାରାୟଣ ସିଂହଙ୍କର୧୮୪୯ ସାଲରେ ମୃତ୍ୟୁ ପରେ ସମଗ୍ର ପଶ୍ଚିମାଞ୍ଚଳ ବ୍ରିଟିଶ ଶାସନାଧୀନ ହେଲା । ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନର ଅନ୍ତର୍ଭୁକ୍ତ ହୋଇଥିଲା । ୧୮୬୨ରେ ଏହି ଅଂଚଳ ମଧ୍ୟ ପ୍ରଦେଶର ଛତିଶଗଡ଼ ଡିଭିଜନର (ଗଡ଼ଜାତ ସମେତ) ଅନ୍ତର୍ଭୁକ୍ତ ହୋଇଥିଲା ।
୧୮୦୩/୧୮୫୮ :- ଓଡ଼ିଶା ମୂଳ ଭୂଖଣ୍ଡ (ଗଡ଼ଜାତ ସମେତ) ଓ ବିଭିନ୍ନ ଜିଲ୍ଲା ମାଧ୍ୟମରେ ଶାସିତ ହେଉଥିଲା । ୧୮୫୮ ବେଳକୁ କଟକ, ପୁରୀ, ବାଲେଶ୍ୱର ଜିଲ୍ଲା ସହିତ ସଂଲଗ୍ନ ସତର

ଗୋଟି ଗଡ଼ଜାତ ଓଡ଼ିଶା ଡିଭିଜନର ଶାସକୀୟ ପରିସର ମଧ୍ୟରେ ବ୍ରିଟିଶ ଶାସନର ଅନ୍ତର୍ଭୁକ୍ତ ହୋଇଥିଲା
୧୮୪୩ :- ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜନ୍ମ (୧୪.୧.୧୮୪୩) ମକର ସଂକ୍ରାନ୍ତି ।
୧୮୪୮ :- ବିଖଣ୍ଡିତ ଓଡ଼ିଶା ଡିଭିଜନର ଏଭଳି ମର୍ମନ୍ତୁଦ ଆଉ ଦୟନୀୟ ସ୍ଥିତିରେ ମଧୁସୂଦନଙ୍କ ଜନ୍ମ ୨୮ ଅପ୍ରେଲ ୧୮୪୮ରେ ସତ୍ୟଭାମାପୁରର ଜମିଦାର ଚୌଧୁରୀ ରଘୁନାଥ ଦାସଙ୍କର ଜ୍ୟେଷ୍ଠପୁତ୍ର ରୂପେ ହୋଇଥିଲା । ତାଙ୍କ ଜନ୍ମପୂର୍ବରୁ ସୂର୍ଯ୍ୟାସ୍ତ ଆଇନ ବଳରେ ତାଙ୍କ ପରିବାରର ଜମିଦାରି ହସ୍ତାନ୍ତରିତ ହୋଇଯାଇଥିଲା । ପିତା ରଘୁନାଥ ଦାସ ଥିଲେ ସେ ବେଳର ପାରସୀ ପଢ଼ା ଓକିଲ । ମାତା ପାର୍ବତୀ ଦେବୀଙ୍କର ଅତ୍ୟନ୍ତ ପ୍ରଖର ଆଉ ତେଜୋଦୀପ୍ତ ପ୍ରଭାବ ମଧୁସୂଦନଙ୍କ ଜୀବନର ଗତିପଥକୁ ପ୍ରଭାବିତ କରିଥିଲା । ସେ ବାଲ୍ୟକାଳରେ ବିଦ୍ୟା ଅଧ୍ୟୟନ ବେଳେ, ମା’ଙ୍କୁ ତାଳପତ୍ର ଖେଦାରୁ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ଆଉ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ସହିତ ଅନ୍ୟ ପୁରାଣମାନ ପଢ଼ି ଶୁଣାଉଥିଲେ । ଏହା ସହିତ ସେତେବେଳେର ପଠନ ଓ ଅଧ୍ୟୟନ ରୀତି ଅନୁସାରେ ସେ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ଲାବଣ୍ୟବତୀ, ଦୀନକୃଷ୍ଣ ଦାସଙ୍କର ରସକଲ୍ଲୋଳ ଆଉ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି ସମେତ ବହୁ ପ୍ରାଚୀନ ତାଳପତ୍ର ଖେଦାର ଅଧ୍ୟୟନ କରି ପାରଦର୍ଶିତା ଲାଭ କରିଥିଲେ । ହଁ, ସେ ଭଞ୍ଜର ଶବ୍ଦ ସମୁଦ୍ରକୁ ପାରିହୋଇଥିଲେ । ଏଥିରୁ ସହଜରେ ଅନୁମେୟ, ମଧୁସୂଦନ ଓଡ଼ିଆ ସଂସ୍କୃତିର ଗଭୀର ଓ ପ୍ରଗାଢ଼ ଧାରାରେ କିଭଳି ପ୍ରବେଶ ଆଉ ଅବଗାହନ କରିଥିଲେ । ସବୁଠାରୁ ମାର୍ମିକ ବିଷୟ ଥିଲା ଗ୍ରାମ ଗହଳରେ ଉତ୍ପାଡ଼ିତ କୃଷକ, ନିର୍ଦ୍ଧେଷିତ କାରିଗର ଆଉ ଦଳିତ ସଂପ୍ରଦାୟ ସହିତ ତାହାଙ୍କର ସଂପର୍କ ଥିଲା ଅତି ନିବିଡ଼ ଆଉ ଅନ୍ତରଙ୍ଗ ଏହି ୧୮୪୮ ସାଲର ସେପ୍ଟେମ୍ବର ମାସରେ କବିବର ରାଧାନାଥଙ୍କର ଜନ୍ମ ହୋଇଥିଲା ।
୧୮୬୦/୧୮୬୪ :- ଗ୍ରାମର ପ୍ରାଥମିକ ସ୍କୁଲ୍‌ରେ ଅଧ୍ୟୟନ ଶେଷ କରି ୧୮୬୦ ସାଲରେ କଟକ ସରକାରୀ ହାଇସ୍କୁଲ୍‌ରେ ଯୋଗଦାନ କରିଥଲେ । ଏହି ସମୟରେ ଓଡ଼ିଶାରେ ମଧ୍ୟବର୍ତ୍ତୀ ଶାସକ ଗୋଷ୍ଠୀ ବିଶେଷତଃ ବଂଗାଳୀ କିରାଣି ଓ ପ୍ରଶାସକଙ୍କର ବିଶ୍ଳେଷଣ ଅତ୍ୟନ୍ତ ଉତ୍ପୀଡ଼କ ଆଉ ଯନ୍ତ୍ରଣାଦାୟକ ଥିବାରୁ ତାହାରି ବିରୁଦ୍ଧରେ ସଂଗ୍ରାମରତ ଥିଲେ । ଏପରିକି ବଂଗାଳୀ ପ୍ରଧାନ ଶିକ୍ଷକଙ୍କର ଅନ୍ୟାୟୋଚିତ ସିଦ୍ଧାନ୍ତ ବିରୋଧରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପଶ୍ଚାତପଦ ହୋଇ ନଥିଲେ । ମଧୁସୂଦନ ଛାତ୍ରାବସ୍ଥାରେ କଟକରେ ଅବସ୍ଥାନ ସମୟରେ ସହରର ପ୍ରଚଳିତ ଶିଳ୍ପ ଉତ୍ପାଦନ ପ୍ରକ୍ରିୟାକୁ ଅତ୍ୟନ୍ତ ମନୋନିବେଶ ସହିତ ଅନୁଧ୍ୟାନ କରୁଥିଲେ । ତାରକସି ଶିଳ୍ପ ପ୍ରତି ସେ ଆକର୍ଷିତ ହୋଇଥିଲେ ।
୧୮୬୨ :- କବି ଗଙ୍ଗାଧର ମେହେରଙ୍କ ଜନ୍ମ ତା ୯.୮.୧୯୬୨ (ଶ୍ରାବଣ ପୂର୍ଣ୍ଣିମା)
୧୮୬୪/୧୮୬୫ :- ମଧୁସୂଦନ ୧୮୬୪ରେ କଟକ ହାଇସ୍କୁଲ୍‌ରୁ ଏଣ୍ଟ୍ରାନ୍‌ସ ପାସ କରିବା

ପରେ ୧୮୬୫ ସାଲରେ ବାଲେଶ୍ୱରରେ ଶିକ୍ଷକତା ଓ କିଛି କାଳ ସରକାରୀ ଚାକିରିରେ ନିଯୁକ୍ତ ରହିଥିଲେ । ଏହି ସମୟରେ ଶିକ୍ଷକତା କରୁଥିବା ଫକୀରମୋହନ ସେନାପତି ଓ ରାଧାନାଥ ରାୟଙ୍କ ସହିତ ତାଙ୍କର ସଂପର୍କ ଗଢ଼ି ଉଠିଥିଲା । ଏହା ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ।
୧୮୬୬/୧୮୭୦ :- ୧୮୬୬ସାଲର କରାଳ ଦୁର୍ଭିକ୍ଷରେ ଓଡ଼ିଶାର ଆର୍ଥିକ ସ୍ଥିତି ତଳିତଳାନ୍ତ ହୋଇଥିଲା । ଓଡ଼ିଶାର ଏକ ତୃତୀୟାଂଶ ଜନତା ମୃତ୍ୟୁମୁଖରେ ପଡ଼ିଥିଲେ । ସେହିବର୍ଷ ମଧୁସୂଦନ ଚାନ୍ଦବାଲି ବନ୍ଦର ଦେଇ କଲିକତା ଯାତ୍ରା କରିଥିଲେ । କଲିକତାରେ ସେ ଦାରିଦ୍ର୍ୟର ନିଶ୍ଳେଷଣ ଆଉ ପ୍ରବାସୀଙ୍କ ଉତ୍ପୀଡ଼ନ ମଧ୍ୟରେ ଅର୍ଦ୍ଧାହାର ଆଉ ଅନାହାରର କଷଣ ଭିତରେ ୧୮୬୮ ରେ ଏଫ୍.ଏ ଓ ୧୮୭୦ ସାଲରେ ବିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବି.ଏ ପରୀକ୍ଷା ପ୍ରଦାନ ସମୟରେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହିତ ତୁମୁଳ ପ୍ରତିବାଦ ମଧ୍ୟରେ ସଂସ୍କୃତ ପରୀକ୍ଷାର ଉତ୍ତର ଓଡ଼ିଆ ଲିପିରେ ପ୍ରଦାନ କରି ଯଶସ୍ୱୀ ହୋଇଥିଲେ । ଯୀଶୁଙ୍କର ଅନ୍ତିମ ଅବସ୍ଥାରେ ଶତ୍ରୁଗଣଙ୍କ ପ୍ରତି ପ୍ରଦତ୍ତ ଅପରୂପ କରୁଣାର ବାକ୍ୟ ଶ୍ରବଣ ଓ ଅନୁଧ୍ୟାନ କରି ୧୮୬୯ରେ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିଲେ ।
୧୮୭୩ :- ୧୮୭୧ ସାଲରେ ସ୍ବାସ୍ଥ୍ୟହାନି ଯୋଗୁଁ ମଧୁସୂଦନ ଏକ ବର୍ଷ ଶିକ୍ଷା ସ୍ଥଗିତ କରି ୧୮୭୩ ସାଲରେ ଇଂରାଜୀରେ କୃତିତ୍ୱର ସହ ଏମ୍ ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ବଂଗୀୟ ଖ୍ରୀଷ୍ଟିଆନ୍‌ ମହିଳା ସୌଦାମିନୀ ଦେବୀଙ୍କୁ ବିବାହ କରିଥିଲେ । କିଛି କଲେଜରେ ସ୍ୱଳ୍ପକାଳ ଲାଗି ଅଧ୍ୟାପନା କରିଥିଲେ । ଚନ୍ଦ୍ରଶେଖର ବେହେରାଙ୍କ ଆବିର୍ଭାବ ।
୧୮୭୪/୧୮୭୭ :- ୧୮୭୪ରୁ ୧୮୭୭ ମଧ୍ୟରେ ମଧୁସୂଦନ ଭବାନୀପୁର ଆଉ ଗାର୍ଡେନ ରିଚ୍ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରି ଅଶେଷ ଖ୍ୟାତି ଅଧିକାରୀ ହୋଇଥିଲେ । ୧୮୭୫ ସାଲରେ ଆଦର୍ଶ ପ୍ରଶ୍ନମାଳା ପ୍ରକାଶନ କରି ମ୍ୟାଟ୍ରିକ୍‌ ଇଂରାଜୀ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟାର ସମାଧାନ କରିଥିଲେ । ଡାକ୍ତର ଗଂଗାଧର ମୁଖାର୍ଜୀଙ୍କ ପୁତ୍ର ଆଶୁତୋଷ ମୁଖାର୍ଜୀଙ୍କର ଶିକ୍ଷାର ଦାୟିତ୍ୱ ବହନ କରିବା ସହିତ ଛାତ୍ର ବେଳର ଚିତ୍ତରଂଜନ ଦାସଙ୍କୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ । ୧୮୭୫ ସାଲରେ କଲିକତାର ମାଟିଆ ବ୍ରୁଜ୍‌ଠାରେ ଓଡ଼ିଆ ଶ୍ରମିକଙ୍କପାଇଁ ନୈଶ୍ୟ ବିଦ୍ୟାଳୟ ଓ ସାଧାରଣ ଶ୍ରମିକଙ୍କପାଇଁ ଏକ ଶ୍ରମିକ ସଂଘ ସ୍ଥାପନ କରିଥିଲେ । କଲିକତାର ପ୍ରଥମ ଶ୍ରମିକ ସଂଘ ୧୮୭୦ ସାଲରେ ସ୍ଥାପିତ ହୋଇଥିଲା ।
୧୮୭୭ :- ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ (୯.୧୦.୧୮୭୭)
୧୮୭୮ :- ଏହି ବର୍ଷ ମଧୁସୂଦନ ଆଇନ ଡିଗ୍ରୀ ହାସଲ କରି ଚବିଶି ପ୍ରଗଣା କୋର୍ଟରେ ଓକିଲାତି କରିଥିଲେ । ଏହି ବର୍ଷ ସୌଦାମିନୀ ଦେବୀଙ୍କର ପରଲୋକ ଘଟିଥିଲା । କଲିକତାର ବିଦ୍ବାନମଣ୍ଡଳୀ, ବିଭିନ୍ନ ରାଜନୈତିକ ସଂଗଠନ ସହିତ ତାଙ୍କର ଅନ୍ତରଂଗତା ଓ ଘନିଷ୍ଠତା ବୃଦ୍ଧି ପାଇଥିଲା । କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପରାମର୍ଶ କ୍ରମେ ସେ କଟକରେ ଆଇନ

ବ୍ୟବସାୟ ଆରମ୍ଭ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଏହି ସମୟରେ ସୁରେନ୍ଦ୍ରନାଥ ବାନାର୍ଜି, ଶିଶିର କୁମାର ଘୋଷ (ସଂପାଦକ ଆନନ୍ଦ ବଜାର ପତ୍ରିକା) ରାଜ ନାରାୟଣ ବୋଷ, ଶ୍ରୀ ଅରବିନ୍ଦଙ୍କର ଅଜା ଆଦିଙ୍କ ସହିତ ସଂପର୍କ ସ୍ଥାପିତ ହୋଇଥିଲା ।
୧୮୮୧ :- ମଧୁସୂଦନ ତାଙ୍କର ପରମ ମିତ୍ର ଗଡ଼ଜାତର ଡେପୁଟି ସୁପରିଟେଣ୍ଡେଣ୍ଟ ନନ୍ଦ କିଶୋର ଦାସଙ୍କ ଆହ୍ୱାନ ଓ ନିବେଦନ କ୍ରମେ ୨୦.୯.୧୮୮୧ରେ କଟକ ଯୋବ୍ରା ଘାଟରେ ପହଞ୍ଚି କଟକର ବିହାରୀବାଗ (ବର୍ତ୍ତମାନର ପ୍ରଜାତନ୍ତ୍ର ଅଫିସ୍)ରେ ଅବସ୍ଥାନ କରିଥିଲେ । ପ୍ରିଣ୍ଟିଂ ପ୍ରେସ୍ କୋଠାରେ ଭାରତୀୟ ବର୍ଣ୍ଣମାଳା ଉପରେ ପାଣ୍ଡିତ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ।
୧୮୮୨ :-ବଡ଼ଲାଟ ଲର୍ଡ଼ ରିପନ୍‌ଙ୍କର ସ୍ୱାୟତ୍ତ ଶାସନ ଆଧାରରେ ଅନୁଷ୍ଠାନ ସ୍ଥାପନର ଆହ୍ୱାନରେ ମଧୁସୂଦନ ୩୦ ଜୁନ୍ ୧୮୮୨ରେ ଗୌରୀଶଙ୍କର ରାୟଙ୍କର ଘନିଷ୍ଠତାରେ ଉତ୍କଳ ସଭାର ପ୍ରାକ୍ ବୈଠକ ଆହ୍ୱାନ କରିଥିଲେ । ଅଗଷ୍ଟ ୧୬ ତାରିଖରେ ଅନୁଷ୍ଠିତ ସଭାରେ "ଉତ୍କଳ ସଭା" ବା ଇଂରାଜୀରେ 'ଓଡ଼ିଶା ଆସୋସିଏସନ୍' ପ୍ରତିଷ୍ଠା ହୋଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବିଭାଜିତ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଓ ଉତ୍କଳର ସମସ୍ୟାର ସମାଧାନ । ଏହି ବର୍ଷ ପୁରୀର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ସୂର୍ଯ୍ୟମଣି ପାଟ ମହାଦେଈଙ୍କର ନାତି ଜଗନ୍ନାଥ ଜେନାମଣିଙ୍କୁ ରାଜା ମୁକୁନ୍ଦଦେବ ତୃତୀୟ ନାମରେ ଅଭିଷିକ୍ତ କରିବାର ଉଦ୍ୟମ ଲାଗି ମଧୁସୂଦନ ଆବେଦନ ପତ୍ରର ଚିଠା କରିଥିଲେ । ମଧୁସୂଦନ ରେଭେନ୍‌ସା କଲେଜର ଅବୈତନିକ ଆଇନ ଅଧ୍ୟାପକ ରୂପେ କାର୍ଯ୍ୟ କରିଥିଲେ । ଏହିବର୍ଷଠାରୁ ପ୍ରତି ଶନିବାର ସନ୍ଧ୍ୟାରେ ସଂଗୀତ ମହୋତ୍ସବର ଆୟୋଜନ କରୁଥିଲେ ।
୧୮୮୫ :- ବଂଗର ଗଭର୍ଣ୍ଣର ସାର୍ ରିଚାର୍ଡ ଥମ୍ପସନ୍ ୧୮୮୫ ସାଲରେ କଟକ ପରିଦର୍ଶନରେ ଆସିବା ସମୟରେ ମଧୁସୂଦନ ଉତ୍କଳ ସଭା ପକ୍ଷରୁ ଓଡ଼ିଶାର ବିଭିନ୍ନ ସମସ୍ୟାର ସମାଧାନ ସହିତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ଦାବି ଉପସ୍ଥାପନ କରିଥିଲେ । ଏହି ବର୍ଷ ପ୍ରିଣ୍ଟିଂ ପ୍ରେସ୍ ତରଫରୁ ପ୍ରକାଶିତ ଉପେନ୍ଦ୍ର ଭଞ୍ଜଙ୍କ କବିତା ଆଉ ବିଶ୍ୱନାଥ ଖୁଣ୍ଟିଆଙ୍କ ରଚିତ ବିଚିତ୍ର ରାମାୟଣର ଯେଉଁ ପ୍ରତିରୋଧ ଥିଲା ତାହାକୁ ଦୂର କରିପାରିଥିଲେ । 'ଦି ଓରିଆ' ଲେଖକୀୟ ନାମରେ ଇଂରେଜୀରେ ଓଡ଼ିଶାର ସ୍ୱାର୍ଥରକ୍ଷାପାଇଁ ପ୍ରବନ୍ଧମାନ ଉତ୍କଳଦୀପିକାର ପତ୍ରିକାରେ କ୍ରମାନ୍ୱୟରେ ଲେଖି ଚାଲିଥିଲେ ।
୧୮୮୬ :- ମଧୁସୂଦନ କଟକ ଜିଲ୍ଲା ବୋର୍ଡ଼ର ଭାଇସ୍‌ ଚେୟାରମ୍ୟାନ୍ ନିର୍ବାଚିତ ହୋଇ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ । ଏହି ବର୍ଷ ମଧୁସୂଦନ ଭାରତୀୟ ଜାତୀୟ କଂଗ୍ରେସର କଲିକତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଯୋଗଦାନ କରିଥିଲେ । ୧୫.୧୨.୧୮୮୬ରେ କଟକ ଜିଲ୍ଲା ଜଜ୍ ମିଷ୍ଟର ବ୍ରାଉନ୍, ଶ୍ରୀମନ୍ଦିର ପରିଚାଳନା ସରକାରଙ୍କ ନିଯୁକ୍ତ କମିଟିଦ୍ୱାରା ସମାହିତ କରିବା ବ୍ୟବସ୍ଥାର ଅନୁମୋଦନ କରିଥିଲେ । ଏହି ଆଦେଶ କ୍ରମେ ଶ୍ରୀମନ୍ଦିରର କିଛି ଅଂଶକୁ ଜଉମୁଦ ଦେଇ ସଂପତ୍ତି ତାଲିକା ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଣୀ ସୂର୍ଯ୍ୟମଣି

ପାଟମହାଦେଈ ମଧୁସୂଦନଙ୍କୁ ଆହ୍ବାନ କରି ତୁରନ୍ତ କଲିକତା ହାଇକୋର୍ଟରେ ଏହି ବ୍ୟବସ୍ଥା ବିରୁଦ୍ଧରେ ଅପିଲ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମଧୁସୂଦନ କଲିକତା ଯାଇ ଅପିଲ୍ ଦାଖଲ କରିଥିଲେ । ଏହି ବର୍ଷ କବି ରାଧାନାଥ ରାୟ ଓଡ଼ିଆ ଜାତୀୟତାର ଆଧାରରେ 'ଚନ୍ଦ୍ରଭାଗା' କାବ୍ୟ ରଚନା କରିଥିଲେ ।
୧୮୮୭ :- କଲିକତା ହାଇକୋର୍ଟରେ ପୁରୀ ମନ୍ଦିର ବିଷୟ ମାର୍ଚ୍ଚ ମାସରେ ଆଗତ ହେଲା । ଅବଶେଷରେ ଏପ୍ରିଲ୍‌ ମାସରେ ପ୍ରଦତ୍ତ ହାଇକୋର୍ଟ ରାୟ ଅନୁସାରେ ରାଣୀଙ୍କର ବିଜୟ ହେଲା । ବଂଗର ନବନିଯୁକ୍ତ ଗଭର୍ଣ୍ଣର ସାର୍‌ ଷ୍ଟୁଆର୍ଟ ବେଲି ଏହି କ୍ଷେତ୍ରରେ ମିଳାମିଶାର ଉଦ୍ୟମ କରିଥିଲେ । ୧୮୮୭ ସାଲରୁ କଲିକତା ହାଇକୋର୍ଟର ଏଡ଼ଭୋକେଟ ରୂପେ ଗୃହୀତ ହେଲେ ।
୧୮୮୮ :- ବଂଗର ଗଭର୍ଣ୍ଣର ସାର୍ ଷ୍ଟୁଆର୍ଟ ବେଲିଙ୍କର କଟକରେ ସମ୍ବର୍ଦ୍ଧନା ସଭାରେ ବିଖଣ୍ଡିତ ଓଡ଼ିଆ ଅଂଚଳ ମିଶ୍ରଣପାଇଁ ଦାବି ଉପସ୍ଥାପନ ଉତ୍କଳ ସଭା ପକ୍ଷରୁ କରିଥିଲେ । ୧୩.୩.୧୮୮୮ରେ ମଧୁସୂଦନ ଓଡ଼ିଶା ଗ୍ରାଜୁଏଟ୍ ଆଉ ଅଣ୍ଡର ଗ୍ରାଜୁଏଟ୍ ସମିତି ସ୍ଥାପନ କରିଥିଲେ । ମଧୁସୂଦନଙ୍କର କନିଷ୍ଠ ଭ୍ରାତା ଗୋପାଳବଲ୍ଲଭଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ୧୮୮୬ ସାଲରୁ ମଧୁସୂଦନ କଟକ ଜିଲ୍ଲାବୋର୍ଡ଼ର ଉପସଭାପତି ରୂପେ କଲେକ୍ଟରଙ୍କଠାରୁ ସଭାପତିଙ୍କ ସମସ୍ତ କ୍ଷମତା ପ୍ରାପ୍ତ ହୋଇ ପ୍ରାଥମିକ ଶିକ୍ଷାର ବିସ୍ତାର ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପୁରୀ ଓ ବାଲେଶ୍ୱର ଜିଲ୍ଲାକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରିତ ହୋଇଥିଲା । ଏହି ବର୍ଷଠାରୁ ମଧୁସୂଦନଙ୍କର ରଂଗମଞ୍ଚରେ ଧାରାବାହିକ ଭାବେ ନାଟକ ପ୍ରଦର୍ଶନ ଚାଲୁ ରହିଥିଲା । ଜଣେ ମ୍ୟାନେଜର ଓ ଏକ କମିଟିଦ୍ୱାରା ରାଣୀ ସୂର୍ଯ୍ୟମଣି ଶ୍ରୀମନ୍ଦିରର ପରିଚାଳନା କରୁଥିଲେ ।
୧୮୯୨ :- ଏହି ବର୍ଷ କଟକ ଚଣ୍ଡୀ ନିକଟରେ ଏକ ଭୂ-ସଂପତ୍ତିକୁ ନିଲାମରେ ଧରି ନିଜସ୍ୱ ରୁଚି ଅନୁସାରେ ଏକ ସ୍ବତନ୍ତ୍ର କୋଠା ସ୍ଥାପନ କରିଥିଲେ । ୧୮୮୧ଠାରୁ ବିହାରୀବାଗରେ ବାସ କରୁଥିବା ମଧୁସୂଦନ ଏହି ନୂତନ କୋଠାରେ ଆସି ଅବସ୍ଥାନ କରିଥିଲେ, ଯାହା ମଧୁସ୍ମୃତି ନାମରେ ପରିଚିତ । ପ୍ରକୃତରେ ସ୍ବତନ୍ତ୍ର ଓଡ଼ିଶାର ସ୍ଥାପନାପାଇଁ ଏହାଥିଲା ଓଡ଼ିଶାର ଦ୍ବିତୀୟ ବାରବାଟୀ ଦୁର୍ଗ । ଦୁର୍ଭାଗ୍ୟର ବିଷୟ ଆଜି ତାହା ମହିଳା କଲେଜ ପରିସରରେ ଅବରୁଦ୍ଧ ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ୨୬.୪.୧୮୯୨, ତିରୋଧାନ୨୫-୫-୧୯୭୪ । ଏହି ବର୍ଷ ରାଜସ୍ୱ ବନ୍ଦୋବସ୍ତରେ ପ୍ରଜାଙ୍କ ସ୍ବାର୍ଥରକ୍ଷା ପାଇଁ ଉତ୍କଳ ସଭା ପକ୍ଷରୁ ଏକ ସ୍ମାରକ ପତ୍ର ମଧୁସୂଦନ ସରକାରଙ୍କୁ ପ୍ରେରଣ କରିଥିଲେ ।
୧୮୯୩:- ଝାରସୁଗୁଡ଼ାରୁ ସମ୍ବଲପୁରକୁ ରେଲ ଲାଇନ ସଂପ୍ରସାରିତ ହେଲା, ପରିଣାମରେ ମଧ୍ୟପ୍ରଦେଶ ସରକାର ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଭାଷା ପ୍ରଚଳନପାଇଁ ଚିନ୍ତା କଲେ ।
୧୮୯୪ :- ଏହି ବର୍ଷଠାରୁ ମଧୁସୂଦନଙ୍କ ପରିକଳ୍ପନାରେ ତାପୂର୍ଯ୍ୟପୂର୍ଣ୍ଣ ଭାବେ ସ୍ୱଦେଶୀ ନିୟୋଜନ ଓ ବିଦେଶୀ ବର୍ଜନର ଚିନ୍ତା ଆରମ୍ଭ ହୋଇଥିଲା । ପ୍ରଥମେ ସେ ନିଜ ଜୋତାକୁ ସ୍ୱଦେଶୀ କରିବାପାଇଁ ପରୀକ୍ଷା ଆରମ୍ଭ କରିବା ସହିତ କଟକ ଓ ପଟିଆ ମୋଚିବସ୍ତିରେ ସେମାନଙ୍କ କାର୍ଯ୍ୟ

ଅନୁଧ୍ୟାନ କରିଲେ । ଆଉ ପାଞ୍ଚ ଜଣ ମୋଚିଙ୍କୁ ମଧୁସ୍ମୃତିରେ ଅବସ୍ଥାନ କରାଇ ଏଥିପାଇଁ ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ । ଏହି ବର୍ଷଠାରୁ ଓଡ଼ିଶାର ଉପକୂଳରେ ମଧୁସୂଦନଙ୍କ ପ୍ରଚେଷ୍ଟାରେ ଟ୍ରେନ୍‌ ଲାଇନ୍‌ର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା ।
୧୮୯୫ :- ମଧ୍ୟପ୍ରଦେଶ ସରକାର ସମ୍ବଲପୁର ଜିଲ୍ଲାରେ ପ୍ରଚଳିତ ରାଜଭାଷା ଓଡ଼ିଆକୁ ଉଚ୍ଛେଦ କରି ଏହା ପରିବର୍ତ୍ତେ ହିନ୍ଦୀକୁ ରାଜ ଭାଷା ରୂପେ ବଦଳାଇବାର ସିଦ୍ଧାନ୍ତ ଗ୍ରହଣ କରି ୧୫.୧.୧୮୯୫ରେ ଓଡ଼ିଆ ଭାଷା ଉଚ୍ଛେଦର ନିର୍ଦ୍ଦେଶନାମା ପ୍ରଚାରିତ କରିଥିଲେ । ଏହି ନିର୍ଦ୍ଦେଶନାମା ବିରୁଦ୍ଧରେ ୧୧.୨.୧୮୯୫ରେ ଧରଣୀଧର ମିଶ୍ରଙ୍କ ନେତୃତ୍ୱରେ ଓ ୧୩.୬.୧୮୯୫ରେ ୨୩୬୪ ବ୍ୟକ୍ତିଙ୍କର ଦସ୍ତଖତ ସଂବଳିତ ମେମୋରାଣ୍ଡମ୍ ଭାରତର ବଡ଼ଲାଟ ଲର୍ଡ଼ ଏଲିଗିନ୍‌ଙ୍କୁ ପ୍ରେରିତ ହୋଇଥିଲା ।
ସମ୍ବଲପୁର ଜିଲ୍ଲାରେ ହିନ୍ଦୀ ଭାଷା ପ୍ରଚଳନ ପରିପ୍ରେକ୍ଷୀରେ ମଧୁସୂଦନ କଟକ ଜିଲ୍ଲା ବୋର୍ଡ଼ର ଭାଇସ୍‌ ଚେୟାର୍‌ମ୍ୟାନ୍ ପଦବୀରୁ ୧୮୯୫ ସାଲରେ ଇସ୍ତଫା ପ୍ରଦାନ କରିଥଲେ । ଏହି ବର୍ଷ ରୂପନାରାୟଣ ନଦୀକୂଳସ୍ଥ କୋଲାଘାଟଠାରୁ କଟକ ଅଭିମୁଖେ ରେଳ ଲାଇନ ସ୍ଥାପନାର କାର୍ଯ୍ୟ ଆରମ୍ଭ ହେଲା, ଯାହାପାଇଁ ମଧୁସୂଦନଙ୍କର ଉଦ୍ୟମ ଅବିସ୍ମରଣୀୟ ।
୧୮୯୬:- ମଧୁସୂଦନ ଦାସ, ଓଡ଼ିଶା ଓ ଛୋଟନାଗପୁର ଡିଭିଜନର ମ୍ୟୁନିସିପାଲିଟି ନିର୍ବାଚନ ମଣ୍ଡଳୀରୁ ବଂଗ ବିଧାନସଭାକୁ ପ୍ରଥମ ଓଡ଼ିଆ ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ। ସେ ଏହି ବର୍ଷ ଅପ୍ରେଲ ମାସରେ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ କୃଷି ଶିକ୍ଷାକୁ ନିୟମିତ କରିବାପାଇଁ ବଂଗ ବିଧାନ କାଉନ୍‌ସିଲ୍‌ରେ ପ୍ରସ୍ତାବ ଆଗତ କରିଥିଲେ । ଏହି ବର୍ଷ ଖଡ଼ଗପୁର ପଟୁ ମଧୁସୂଦନଙ୍କ ପ୍ରଚେଷ୍ଟାରେ ରେଳଲାଇନ୍ ସ୍ଥାପନାରେ ଅଗ୍ରଗତି ହୋଇଥିଲା ।
୧୮୯୭:- ବଂଗ ବିଧାନ କାଉନ୍‌ସିଲ୍‌ର ଅଧିବେଶନ ପରେ ୟୁରୋପ ଯାତ୍ରା ଲାଗି ମଧୁସୂଦନ ୨୬.୪.୧୮୯୭ରେ ଭାରତରୁ ଜଳପଥରେ ବାହାରି ଫ୍ରାନ୍‌ସ ପରିଦର୍ଶନ ପରେ ଇଂଲଣ୍ଡରେ ପହଞ୍ଚି ଥିଲେ । ଲଣ୍ଡନରେ ଭାରତ ସଚିବ ହାମିଲ୍‌ଟନ୍‌ଙ୍କ ସହିତ ଓଡ଼ିଶାବାସୀଙ୍କ ପକ୍ଷରୁ ଦାବି ଉପସ୍ଥାପନ ପରେ ମଧୁସୂଦନ ଇଂଲଣ୍ଡର ରାଜନୈତିକ, ପ୍ରାଶାସନିକ, ଶିଳ୍ପଭିତ୍ତିକ ପରମ୍ପରା ସହିତ ସମବାୟ ଆନ୍ଦୋଳନର ଉନ୍ମେଷ ଓ ଅଗ୍ରଗତି ସଂପର୍କରେ ଅଧ୍ୟୟନ କରିଥିଲେ । ସେ ଉତ୍କଳୀୟ ଶିଳ୍ପକଳାର ଏକ ମନୋଜ୍ଞ ପ୍ରଦର୍ଶନୀ ଆୟୋଜିତ କରିବା ସହିତ ବିଭିନ୍ନ ସଭା ଆହୂତ କରି ଯେଉଁ ଭାଷଣମାନ ପ୍ରଦାନ କରିଥିଲେ, ତାହା ଲଣ୍ଡନର ଦୈନିକ ସଂବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । ଏହି ବର୍ଷ ସେପ୍ଟେମ୍ବର ମାସରେ ଭାରତ ସଚିବ ଲର୍ଡ଼ ହାମିଲ୍‌ଟନ୍‌ଙ୍କୁ ଭେଟି ବିଭାଜିତ ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣ ଆଉ ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ଦୁଇଟି ମେମୋରାଣ୍ଡମ୍ ଦାଖଲ କରିଥିଲେ । ଲଣ୍ଡନରେ ଓଡ଼ିଶାର ପୂର୍ବତନ କମିଶନର ରେଭେନ୍‌ସା ସାହେବଙ୍କୁ ମଧୁସୂଦନ ଭେଟିଥିଲେ । ଏହାପରେ ୧୬.୧୦.୧୮୯୭ରେ ଲଣ୍ଡନ ପରିତ୍ୟାଗ କରି ଜର୍ମାନୀ, ଇଟାଲୀ, ବେଲ୍‌ଜିଅମ୍, ସୁଇଜର୍‌ଲ୍ୟାଣ୍ଡ, ଆଦି ଦେଶ ପରିଦର୍ଶନ କରିଥିଲେ ।

ଏହି ୧୮୯୭ ସାଲରେ ମଧୁସୂଦନ ଓଡ଼ିଶା ଆର୍ଟ ରସ ବା ଓଡ଼ିଶା ଶିଳ୍ପୀଗାର ମଧୁସ୍ମୃତିରେ ପ୍ରତିଷ୍ଠା କରିଥିଲେ ।
୧୮୯୮: କଟକ ଫେରିଲା ପରେ ୧୮୯୮ ସାଲର ଫେବ୍ରୁଆରି ମାସର ପ୍ରତି ଶନିବାର ସନ୍ଧ୍ୟାରେ ନିଜର ପ୍ରାସାଦରେ ବିଭିନ୍ନ ସ୍ତରର କଟକବାସୀଙ୍କୁ ଆହ୍ବାନ କରି ତାହାଙ୍କର ୟୁରୋପ ଭ୍ରମଣର ଅନନ୍ୟ ଅନୁଭୂତିମାନ ବ୍ୟାଖ୍ୟାନ କରୁଥିଲେ । ଏହରି ମାଧ୍ୟମରେ ଜୁନ୍ ୧୧ ତାରିଖରେ ‘କଟକ କୋ-ଅପରେଟିଭ୍ ଷ୍ଟାର ସ୍ଥାପନା ପରେ ବର୍ଷର ମଧ୍ୟଭାଗରୁ ତାହାର କାର୍ଯ୍ୟ ଆରମ୍ଭ କରିଥିଲେ ।
୧୮୯୯ ଏହି ବର୍ଷ ଲର୍ଡ କର୍ଜନ ଭାରତର ବଡ଼ଲାଟ ରୂପେ ଅବସ୍ଥାପିତ ହୋଇଥିଲେ । କଟକ କୋ-ଅପରେଟିଭ୍ ଷ୍ଟାର୍ ଲାଭଦାୟକ ସଂସ୍ଥାରେ ପରିଣତ ହୋଇଥିଲା । ଓଡ଼ିଶା ଶିଳ୍ପୀଗାର ଓଡ଼ିଶା ଆର୍ଟ ୱାରସର ଅଭୂତପୂର୍ବ ଉନ୍ନତି ସାଧୃତ ହୋଇଥିଲା ।
୧୯୦୦ :-ଏହି ବର୍ଷ ମାନ୍ଦ୍ରାଜଠାରୁ କଲିକତାର ହାୱାଡ଼ା ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହେବା ଦୃଷ୍ଟିରୁ ଓଡ଼ିଶା ସମଗ୍ର ବିଶ୍ୱ ସହିତ ସଂଯୁକ୍ତ ହୋଇ ପାରିଥିଲା । ଡିସେମ୍ବର ୧୪- ଲର୍ଡ଼ କର୍ଜନ ରାଜ ମହେନ୍ଦୀଠାରେ ବୃହତ ଗୋଦାବରୀ ନଦୀ ଉପରେ ପୋଲ ଉଦ୍‌ଘାଟନ କରିଥିଲେ । ଡିସେମ୍ବର ୧୬- ଲର୍ଡ କର୍ଜନଙ୍କ ପୁରୀ ଓ ଭୁବନେଶ୍ୱର ନଗରୀ ପରିଦର୍ଶନ । ଲର୍ଡ କର୍ଜନ ସମ୍ବଲପୁରର ଭାଷା ସମସ୍ୟା ସଂପର୍କରେ ଏହିଠାରେ ଅବହିତ ହୋଇଥିଲେ ।
୧୯୦୧ :- ସମ୍ବଲପୁରରେ ୧୮୯୯ ସାଲରୁ ୮୨ ଗୋଟି ପ୍ରାଇମେରୀ ସ୍କୁଲ୍‌ର ଉଚ୍ଛେଦ କରାଯାଇ ତୃତୀୟ ଶ୍ରେଣୀରୁ ହିନ୍ଦୀଭାଷା ବାଧ୍ୟତାମୂଳକ କରାଯାଇଥିଲା । ଏହି ଦୃଷ୍ଟିରୁ ମଦନମୋହନ ମିଶ୍ରଙ୍କର ଦ୍ୱିତୀୟ ସ୍ମାରକ ପତ୍ର ବଡ଼ଲାଟ ଲର୍ଡ କର୍ଜନଙ୍କୁ ପ୍ରେରଣ କରାଗଲା । ଜୁଲାଇ ମାସରେ ଭାଷା ସଂଗ୍ରାମୀମାନେ ବ୍ରଜମୋହନ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ମଧ୍ୟପ୍ରଦେଶର ଚିଫ୍ କମିଶନର ସାର୍ ଏଣ୍ଡ୍ରୁ ଫ୍ରେଜରଙ୍କୁ ଭେଟିଥିଲେ । ବଡ଼ଲାଟଙ୍କ ନିର୍ଦ୍ଦେଶ ମତେ ସିମଲାରୁ ସିଧା ମଧ୍ୟପ୍ରଦେଶର ଚିଫ୍ କମିଶନର୍ ସାର୍ ଏଣ୍ଡୁ ଫ୍ରେଜର ସମ୍ବଲପୁର ଆସି ସେପ୍ଟେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁସନ୍ଧାନ କଲେ । ଏହି ତାତ୍ପର୍ଯ୍ୟପୂର୍ଣ୍ଣ ଅନୁସନ୍ଧାନ ଲାଗି ମଧୁସୂଦନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଅନସ୍ୱୀକାର୍ଯ୍ୟ ।
୧୯୦୨ :- ୨୩.୮.୧୯୦୨ ରେ ବଂଗର ଗଭର୍ଣ୍ଣର ସାର୍ ଜନ୍ ଉର୍ଡ଼ ବର୍ଣ୍ଣ ମଧୁସ୍ମୃତିରେ ତାରକସି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଏକ ନେତୃବର୍ଗ ସମ୍ମିଳନୀ ରମ୍ଭାଠାରେ ଆହ୍ୱାନ କରି ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ପ୍ରସ୍ତାବ ଆଗତ କରିଥିଲେ । ଏଥିରେ ମଧୁସୂଦନ, ଫକୀର ମୋହନ ସେନାପତି, ଗୌରୀଶଙ୍କର ରାୟ, ଗୋପବଂଧୁ ଦାସ ପ୍ରମୁଖ ଯୋଗଦେଇ ଥିଲେ ।
୧୯୦୩:- ୭.୧.୧୯୦୩ରେ ଓଡ଼ିଶାର ବୁଦ୍ଧିଜୀବୀ, ରାଜନ୍ୟଗୋଷ୍ଠୀ ଆଉ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଆହ୍ୱାନ କରି ଉତ୍କଳୀୟ ଭାବ ଜାଗ୍ରତ କରାଇଥିଲେ । ଏପ୍ରିଲ୍ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରରେ

ଗଂଜାମ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ମଧୁସୂଦନ ସଭାପତିତ୍ୱ କରି ସମ୍ଭାବ୍ୟ ଉତ୍କଳ ସମ୍ମିଳନୀର ଅଧିବେଶନ ସଂପର୍କରେ ଘୋଷଣା କରିଥିଲେ । ମଧୁସୂଦନଙ୍କ ପରାମର୍ଶରେ କଟକରେ ୭.୫.୧୯୦୩ରେ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠିତ ହୋଇଥିଲା ।
୧୯୦୩ ସାଲରେ ବଂଗର ଗଭର୍ଣ୍ଣର ସାର୍‌ଜନ୍ ବୋର୍ଡ଼ ଲିନ୍ ମଧୁସୂଦନଙ୍କୁ ବଂଗ ବ୍ୟବସ୍ଥାପକ କାଉନ୍‌ସିଲ୍‌ର ଶ୍ରେଷ୍ଠ ସଦସ୍ୟ ରୂପେ ରୋମ୍‌ର ସିନେଟର୍ ‘କେଟୋ’ ନାମରେ ଆଖ୍ୟାୟିତ କରିଥିଲେ । ଏହି ବର୍ଷ ମଧୁସୂଦନଙ୍କ ପ୍ରେରଣାରେ ବାଙ୍କୀ, ଖୋର୍ଦ୍ଧା, ନିମାପଡ଼ା ଅଞ୍ଚଳରେ ପ୍ରାଥମିକ ଋଣ ସମବାୟ ସମିତିମାନ ସ୍ଥାପିତ ହୋଇଥିଲା ।
ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୩ ସାଲର ଡିସେମ୍ବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା । ମାତ୍ର ଏହାର କିଛିଦିନ ପୂର୍ବରୁ ୩.୧୨.୧୯୦୩ରେ ଲର୍ଡ କର୍ଜନ ଓଡ଼ିଆଭାଷୀ ଅଂଚଳର ମିଶ୍ରଣକୁ ସ୍ୱୀକୃତି ଜଣାଇ ରିଲେ ସାର୍କୁଲାର୍ ପ୍ରଚଳିତ କରିଥିଲେ । ଏହି ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ମୟୁରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଇଂଜଦେଓ ଅଧ୍ୟକ୍ଷତା କରିଥିଲେ । ମଧୁସୁଦନ ୧୯୩ ସାଲରେ ସର୍ବପ୍ରଥମେ ସାରା ଭାରତରେ ଉତ୍କଳ ସମିଳନୀରେ ଗୃହୀତ ପ୍ରସ୍ତାବବଳୀ ଓଡ଼ିଆ ଭାଷାରେ ଗ୍ରହଣ କରିଥିଲେ । ମଧୁସୂଦନଙ୍କର ସ୍ୱତନ୍ତ୍ର ଅନୁରୋଧରେ ଲର୍ଡ କର୍ଜନ କୋଣାର୍କ ତଥା ଭୁବନେଶ୍ବରର ମନ୍ଦିରମାନଙ୍କର ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିଲେ ମଧୁସୂଦନଙ୍କ ପ୍ରେରଣାରେ ବାଙ୍କଠାରେ ପ୍ରଥମ କୃଷିଋଣ ସମବାୟ ସମିତିମାନ ସ୍ଥାପିତ ହୋଇଥିଲା ।
୧୯୦୪ :- ଭାରତ ସରକାରଙ୍କ ପକ୍ଷରୁ ମଧୁସୂଦନଙ୍କୁ ‘ସି.ଆଇ.ଇ' ବା ‘କମ୍ପାନିଅନ୍ ଅଫ୍ ଇଣ୍ଡିଆନ୍ ଏମ୍ପାୟର' ପଦବୀ ପ୍ରଦାନ କରାଯାଇଥିଲା । ଏହି ବର୍ଷ 'ଓଡ଼ିଶା ସ୍ପୋଟର୍ସ ଆସୋସିଏସନ୍' ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଜୁନ୍ ୧୬ ତାରିଖରେ 'ଓଡ଼ିଶା ୟଙ୍ଗ୍‌ମ୍ୟାନ୍‌ସ ଆସୋସିଏସନ୍' ପ୍ରତିଷ୍ଠା ହୋଇଥିଲା । ମଧୁସୂଦନଙ୍କର ଅର୍ଥ ସାହାଯ୍ୟରେ ଗଂଗାଧର ମେହେରଙ୍କର ରଚନା 'କୀଚକ ବଧ', ପ୍ରକାଶିତ ହୋଇଥିଲା । ମଧୁସୂଦନ ବିଭିନ୍ନ ସଭା ଆହ୍ବାନ କରି ସାରା ଜୀବନ ଧରି ‘ସ୍ୱଦେଶୀ ବସ୍ତୁ ନିୟୋଜନ ଓ ବିଦେଶୀ ବର୍ଜନ' ଲାଗି ଶପଥ ପାଠ କରାଇଲେ । ମଧୁସୂଦନ ଉତ୍କଳ ସମ୍ମିଳନୀ ପକ୍ଷରୁ କେତେକ ପ୍ରଚାରକ ନିଯୁକ୍ତ କରାଇଥିଲେ । ଫଳରେ ଏହି ସାଲରେ ଉତ୍କଳ ସମ୍ମିଳନୀ ପକ୍ଷରୁ ୩୫୦ରୁ ଉର୍ଦ୍ଧଶାଖା ଖୋଲା ଯାଇଥିଲା । ଡିସେମ୍ବର ୨୮ଓ୨୯ ତାରିଖରେ କଟକରେ ଇଦ୍‌ଗା ପଡ଼ିଆରେ ଧରାକୋଟର ରାଜା ମଦନ ମୋହନ ସିଂହ ଦେଓଙ୍କର ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର ୨ୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
୧୯୦୫ :-ନବ ସ୍ୱତନ୍ତ୍ର ଓଡ଼ିଶାର ଆଦ୍ୟ ଜନ୍ମୋତ୍ସବ । ବଡ଼ଲାଟ ଲର୍ଡ କର୍ଜନ ଇଂଲଣ୍ଡରୁ ଫେରି ୩.୧୨.୧୯୦୩ରେ ପ୍ରଚାରିତ ରିଲେ ସାର୍କୁଲାର୍‌କୁ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଲର୍ଡ଼ ଏମ୍ପଥିଲ୍‌ଙ୍କର ବିରୋଧଯୋଗୁଁ ଦକ୍ଷିଣ ଓଡ଼ିଶାର ମିଶ୍ରଣ ସମ୍ଭବପର ହୋଇନଥିଲା । ବଂଗର ଗଭର୍ତର ସାର୍ ଏଣ୍ଡ ଫେଜର ୧୬.୧୦.୧୯୦୫ରେ ସମ୍ବଲପୁରରେ ଦରବାରର ଆୟୋଜନ

୩୬୮ ଆମ ମଧୁସୂଦନ

କରିଥିଲେ । ଏହି ଉପଲକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ସଭାପତି ମଧୁସୂଦନ ଦାସ ଯଶସ୍ତ୍ରୀ କବି ଆଉ ଲେଖନୀକାର ଦାମୋଦର କର, ଚନ୍ଦ୍ରଶେଖର ନନ୍ଦ, ବ୍ରହ୍ମାନନ୍ଦ ଷଡ଼ଙ୍ଗୀଙ୍କୁ ସମ୍ବଲପୁର ପ୍ରେରଣ କରିଥିଲେ ।
୧୯୦୬ :- ଉତ୍କଳ ସମ୍ମିଳନୀର ତୃତୀୟ ଅଧୁବେଶନ ବାଲେଶ୍ୱରଠାରେ ତାଳଚେରର ରାଜା କିଶୋର ଚନ୍ଦ୍ରଦେବଙ୍କ ସଭାପତିତ୍ୱରେ ଓ ଡିସେମ୍ବର ୨୭ ଆଉ ୨୮ ତାରିଖରେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଂଜ ଦେଓଙ୍କର ସଭାପତିତ୍ୱରେ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଚତୁର୍ଥ ଅଧୁବେଶନ ଅନୁଷ୍ଠିତ ହୋଇଥିଲା ।
। ୧୯୦୭ :- ଜୁନ୍ ୩ ତାରିଖରେ ମଧୁସୂଦନ କନିକା ରାଜା ରାଜେନ୍ଦ୍ର ନାରାୟଣ ଇଂଜଦେଓଙ୍କର ସହିତ ଲଣ୍ଡନ ଯାତ୍ରାକରି ଭାରତ ସଚିବ ଲର୍ଡ଼ ମର୍ଲିଙ୍କ ସହିତ ସାକ୍ଷାତ କରି ଦାବି ଉପସ୍ଥାପନା କରିଥିଲେ । ଏହି ବର୍ଷ ଲଣ୍ଡନ ଟାଉନ ହଲ୍‌ରେ ଓ ବିଭିନ୍ନ ସାମ୍ବାଦିକ ସମ୍ମିଳନୀରେ ମଧୁସୂଦନ ଯେଉଁ ଭାଷଣ ପ୍ରଦାନ କରିଥିଲେ ତାହା ଲଣ୍ଡନର ଦୈନିକ ପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ପ୍ରବଳ ବନ୍ୟାପରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ମଧୁସୂଦନ ଗ୍ଲାସ୍କୋ ହେରାଲଡ଼୍‌ର ସାମ୍ବାଦିକ ନାଭିନ୍‌ସନ୍‌ଙ୍କ ସହିତ ଓଡ଼ିଶା ଫେରିଆସି ସାହାଯ୍ୟ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଏହି ବର୍ଷଠାରୁ ବନ୍ୟାଞ୍ଚଳରେ ସେବା କାର୍ଯ୍ୟ ଆରମ୍ଭ କରିଥିଲେ । ମଧୁସୂଦନ ଏହି ବର୍ଷ ବାଳିକା ବିଦ୍ୟାଳୟକୁ ହାଇସ୍କୁଲ୍‌ରେ ପରିଣତ କରିଥିଲେ । ବଙ୍ଗର ଗଭର ଏଣ୍ଡୁ ଫେଜର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।
୧୯୦୮ :- ଏହି ବର୍ଷ ମଧୁସୁଦନ ଶାସନ ସଂସ୍କାର କ୍ଷେତ୍ରରେ କଲିକତାରେ ଲର୍ଡ ବି କମିଶନ୍ ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହି ବର୍ଷ ଉତ୍କଳ ସମ୍ମିଳନୀର ପୁରୀଠାରେ ପଞ୍ଚମ ଅଧୁବେଶନରେ ଯେଉଁ ମନ୍ତ୍ରପାଠ କରାଯାଇଥିଲା ତାହାଲା ଏହିପରି- "ଏହିଠାରେ ଆମ୍ଭ ଉତ୍କଳ ଜନନୀ ତଥା ଭାରତ ଜନନୀଙ୍କ କ୍ରୋଡ଼ରେ ବସିଥାଉ । ସମସ୍ତେ ଏକଥା ଭାବ ଆଉ ପ୍ରତିଜ୍ଞା କର ଯେ, ପ୍ରତିଦିନ ୫ମିନିଟ୍ ଦେଶ କଥା ଭାବିବି । ସମ୍ମିଳନୀ ସକାଶେ ଉତ୍କଳ ନିମନ୍ତେ ଓ ଭାରତ ନିମନ୍ତେ ୫ମିନିଟ୍ ବ୍ୟୟ କରିବି । ଏହା ହେଉଛି ମନ୍ତ୍ର ଏବଂ ଏହି ମନ୍ତ୍ରରେ ଆଜି ସମ୍ମିଳନୀର ବିଦ୍ୟାରମ୍ଭ ।"
୧୯୦୯ - ମଧୁସୂଦନଙ୍କ ଏକାନ୍ତ ପ୍ରଚେଷ୍ଟାରେ ଆଉ ଆଶୁତୋଷ ମୁଖାର୍ଜୀଙ୍କର ସହଯୋଗରେ କଲିକତାରେ ଆଇନ ପଢ଼ିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ଛାତ୍ରଙ୍କୁ ମାସିକ ମଧୁସୂଦନ ତିରିଶିଟଙ୍କୁ ବୃତି ପ୍ରଦାନ କଲେ । ଏହା ଫଳରେ ବହୁ ବୁଦ୍ଧିଜୀବୀ ଛାତ୍ର କଲିକତାରେ ସ୍ନାତକୋତ୍ତର ଡିଗ୍ରୀ ସହିତ ଆଇନ ଅଧ୍ୟୟନ କରିଥିଲେ । ଏହା ମଧ୍ୟରେ ଥିଲେ ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ମିଶ୍ରଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି । ମଧୁସୂଦନ ଜମିଦାର ପ୍ରଥା ବିରୁଦ୍ଧରେ କୃଷକଙ୍କ ସ୍ୱାର୍ଥରକ୍ଷା ଲାଗି ପ୍ରଜା ପରିଷଦ ଗଠନ କରିଥିଲେ । ଏହିବର୍ଷ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟରେ ଦୁଇଜଣ ଛାତ୍ରୀ ଏଣ୍ଟ୍ରାନସ୍ ପାସ୍ କରିଥିଲେ ।

୧୯୧୦ :ବଜେଟରେ ମଧୁସୂଦନଙ୍କ ପ୍ରଚେଷ୍ଟାରେ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥାରେ ରେଭେନ୍ସା କଲେଜରେ ଇତିହାସ ବିଭାଗ ଖୋଲା ଯାଇଥିଲା । ଏହି ବର୍ଷ ମଧୁସୂଦନଙ୍କ ପ୍ରେରଣାରେ ଗୋପାଳବଲ୍ଲଭ ଦାସଙ୍କ ଷଢୁ ଭାଇ ବାଳମୁକୁନ୍ଦ କନ୍ମଗୋ ଓ ବିଦ୍ୟାଧର ପଣ୍ଡାଙ୍କର ପ୍ରଚେଷ୍ଟାରେ ପ୍ରଥମ ସମବାୟ ବ୍ୟାଙ୍କ ବାଙ୍କଠାରେ ଖୋଲା ଯାଇଥିଲା ।
୧୯୧୧ :- ଏହି ବର୍ଷ ମଧୁସୂଦନ ପ୍ରଜା ପରିଷଦର କାର୍ଯ୍ୟକୁ ବ୍ୟାପକ କରିଥିଲେ ଓ କଟକ ଜିଲ୍ଲାର ବନ୍ୟାଞ୍ଚଳରେ ସାହାଯ୍ୟଦାନର ବ୍ୟବସ୍ଥା କରିଥୁଲେ । ପ୍ରଜା ପରିଷଦରେ ପଣ୍ଡିତ ଗୋପବଂଧୁ ପଣ୍ଡିତ ନୀଳଙ୍କ ଯୁଗ୍ଧ ସଂପାଦକ ରହିଥିଲେ ।
୧୯୧୨ :- ଏହିବର୍ଷ ବଂଗ ବିଧାନସଭା କାଉନସିଲ୍‌ରେ ଆଗତ ଓଡ଼ିଶା ପ୍ରଜାସ୍ୱତ୍ର ଆଇନକୁ ବିରୋଧ କରିଲେ ମଧ୍ୟ ୨୩.୩.୧୯୧୨ରେ ଏ ବିଲିଟି ବିଧାନ କାଉନ୍‌ସିଲ୍‌ରେ ଗୃହୀତ ହୋଇଥିଲା । ମଧୁସୂଦନଙ୍କର ପ୍ରଚଣ୍ଡ ପ୍ରତିବାଦ ଫଳରେ ଭାରତର ବଡ଼ଲାଟ ଲର୍ଡ ହାଡ଼ିଞ୍ଜ ଏହି ବିଲ୍‌ଟିକୁ ଜୁରୀ ପ୍ରଦାନ କରିନଥିଲେ । ଏପ୍ରିଲ୍‌ ପହିଲାରେ ବଂଗ ପ୍ରଦେଶକୁ ବିଖଣ୍ଡିତ କରି ସ୍ବତନ୍ତ୍ର ବିହାର ଓ ଓଡ଼ିଶା ରାଜ୍ୟ ସ୍ଥାପନା ହୋଇଥିଲା । ଏଣେ ଇଂଲଣ୍ଡରେ “ହାଉସ୍ ଅଫ୍ ଲର୍ଡସ୍ ରେ ଲର୍ଡ କର୍ଜନ ଏ ବ୍ୟବସ୍ଥାକୁ ଆକ୍ଷେପ କରି ତୀବ୍ର ପ୍ରତିବାଦ କରିଥିଲେ । ବହୁପୁରଠାରେ ୨୨.୯.୧୯୧୨ ରେ ଏହି ଅନ୍ୟାୟ ଦୂର ହେବା ପର୍ଯ୍ୟନ୍ତ ପାଶ୍ମ ପରିବର୍ତ୍ତନ ଏକାଦଶୀ ପାଳନ କରିବାପାଇଁ ଆହ୍ବାନ ଦେଇଥିଲେ । ଏହି ବର୍ଷ ଡିସେମ୍ବର ମାସରେ ପାଟନାଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧୁବେଶନରେ ଅଭ୍ୟର୍ଥନା ସମିତିର ଉପସଭାପତି ରୂପେ ଯୋଗଦାନ କରିଥିଲେ । ଏହି ବର୍ଷ ଡିସେମ୍ବର ୨୮ ତାରିଖରେ ଭକ୍ତକବି ମଧୁସୂଦନ ରାଓଙ୍କର ପରଲୋକ ହୋଇଥିଲା ।
୧୯୧୩ :-ଏହି ବର୍ଷ ମଧୁସୂଦନ ଇଣ୍ଡିଆନ୍ ଇମ୍ପିରିଆଲ୍ କାଉନ୍ସିଲ୍‌ର ସଦସ୍ୟ ରୂପେ କଟକ ଓ ପାଟନା ମଧ୍ୟରେ ରେଳ ଚଳାଚଳ ଓ ଚାନ୍ଦବାଲି ବନ୍ଧର ସ୍ଥାପନା ପାଇଁ ପ୍ରସ୍ତାବ ଆଗତ କରିଲେ । ରେଭେନ୍ସା ଉଚ୍ଚବାଳିକା ବିଦ୍ୟାଳୟ ସରକାରୀ କର୍ତ୍ତୃତ୍ୱାଥୀନ ହେଲା ।
୧୯୧୪:- ଏହି ବର୍ଷ ମଧୁସୂଦନଙ୍କର କନିଷ୍ଠ ଭ୍ରାତା ଗୋପାଳବଲ୍ଲଭ ଦାସଙ୍କର ପରଲୋକର ଦୁଇଦିନ ପରେ ୨୬.୧୨.୧୯୧୪ରେ ସେ ପାରଳା ମହାରାଜାଙ୍କର ଆହୁତ ଉତ୍କଳ ସମ୍ମିଳନୀରେ ଯୋଗଦାନ କରି ପ୍ରେରଣା ପ୍ରଦାନ କରିଥିଲେ । ଏହି ଅଧୁବେଶନ ପାରଳାଖେମଣ୍ଡିରେ ଅନୁଷ୍ଠିତ ହୋଇଥୁଲା । ଉତ୍କଳ ସମ୍ମିଳନୀର ଏହି ଦଶମ ଅଧୁବେଶନରେ ରାଜା ବିକ୍ରମ ଦେବ ସଭାପତିତ୍ବ କରିଥିଲେ ।
୧୯୧୫ :-ମଧୁସୂଦନ ଇମ୍ପରିଆକେନ୍ଦ୍ରୀୟ କାଉନ୍ସିରେଲବଣ କରରେ ବୃଦ୍ଧି ବିରୋଧରେ ଦୃଢ଼ ପ୍ରତିବାଦ କରିଥିଲେ । ଏହି ବର୍ଷଠାରୁ ରେଭେନ୍ସା ଗାର୍ଲସ୍ ହାଇସ୍କୁଲ୍ କଲେଜରେ ପରିଣତ ହେଲା । ମଧୁସୂଦନଙ୍କ ପ୍ରଚେଷ୍ଟାରେ ମଧୁସୂଦନ ଇମ୍ପରିଆଲ୍‌ସେଣ୍ଟର କାଉନ୍‌ସିଲ୍‌ରେ ମଦନମୋହନ ମାଲବ୍ୟ, ଜିନ୍ନା, ସୁରେନ୍ଦ୍ର ନାଥ ବାନାର୍ଜି, ଆଦି ସହ ବକ୍ତବ୍ୟ ରଖିଥିଲେ ।

୧୯୧୬ :- ୮.୫.୧୯୧୬ରେ ପାଟନା ହାଇକୋର୍ଟର ସର୍କିଟ୍ କୋର୍ଟ କଟକରେ ମଧୁସୂଦନଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା, ଯାହା ୧୯୪୮ ସାଲରେ ଓଡ଼ିଶା ହାଇକୋର୍ଟରେ ପରିଣତ ହୋଇଥୁଲା । ମଧୁସୂଦନ ଏହି ବର୍ଷ ଲକ୍ଷୌରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଅଧୁବେଶନରେ ଯୋଗଦାନ କରି କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଥୁଲେ ଏବଂ ଏହି ବର୍ଷ ଭାରତୀୟ ଇମ୍ପରିଆଲ୍ କାଉନ୍ସିଲ୍‌ର ସଦସ୍ୟ ରୂପେ ଦଳିତ ଜାତିର ମୁକ୍ତି ଆନ୍ଦୋଳନ, ଭାରତୀୟ ରେଳବାଇର ଜାତୀୟକରଣ, ଭାରତୀୟ ଶିଳ୍ପର ଉନ୍ନତି ଆଦି ବହୁମୁଖୀ ବିଷୟରେ ଭାଷଣ ପ୍ରଦାନ କରି ସଦସ୍ୟମାନଙ୍କୁ ସ୍ତବ୍ଧ କରିଦେଇଥିଲେ । ୨୭.୧୨.୧୯୧୬ରେ ମାଡ଼ାରେ ଭାରତୀୟ ଖ୍ରୀଷ୍ଟିଆନ୍ ଆସୋସିଏସନ୍‌ର ସଭାପତି ପଦ ଅଳଂକୃତ କରିଥୁଲେ । ଏହି ବର୍ଷ ମଧୁସୂଦନ ‘ଲବଣ କର’କୁ ବ୍ରିଟିଶ ପ୍ରଶାସନର କଳଙ୍କ ବୋଲି ଆଖ୍ୟାୟିତ କରି ସଂସଦରେ ଭାଷଣ ଦେଇଥିଲେ । ବ୍ୟାସକବି ଫକୀର ମୋହନଙ୍କର ତିରୋଧାନ ୧୪.୬.୧୮୧୬
୧୯୧୭:- ଡିସେମ୍ବର ୧୧ ତାରିଖରେ କଲିକତାରେ ମଣ୍ଟରୁ ମ ର୍ଡ଼ ସଂସ୍କାର କମିଟି ଆଗରେ ଓଡ଼ିଶା ତରଫରୁ ମଧୁସୂଦନଙ୍କ ସାକ୍ଷ୍ୟ ପ୍ରଦାନ । ମଧୁସୂଦନଙ୍କ ସଂପାଦନାରେ ଉତ୍କଳ ସମ୍ମିଳନୀର ମୁଖପତ୍ର ରୂପେ “ଦି ଓରିଆ ଇଂରାଜୀ ପତ୍ରିକା ସାପ୍ତାହିକ ରୂପେ ପ୍ରକାଶ ପାଇଲା; ଯହିଁରେ ମଧୁସୂଦନଙ୍କ ବଳିଷ୍ଠ ପ୍ରକାଶରଂଗୀ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ କରିଲା । ଏହି ବର୍ଷ ମଧୁସୂଦନଙ୍କ ପ୍ରେରଣା ଓ ପ୍ରଚେଷ୍ଟାରେ ପଣ୍ଡିତ ଗୋପବନ୍ଧୁ, ବିହାର ଓ ଓଡ଼ିଶା କାଉନ୍ସିର ସଦସ୍ୟ ନିର୍ବାଚିତ ହୋଇଥିଲେ ।
୧୯୧୮: ଜୁଲାଇ ମାସରେ ମଣ୍ଟଗୁ ଫୋର୍ଡ କମିଟି ରିପୋର୍ଟ ପ୍ରକାଶିତ ହୋଇଥିଲା । ଏଣୁ ଉତ୍କଳ ସମ୍ମିଳନୀର ଏକ ସ୍ବତନ୍ତ୍ର ଅଧିବେଶନ କଟକଠାରେ ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ମଧୁସୂଦନଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିଲା । ଏଥୁରେ ମଣ୍ଟଗୁ ଚେଫୋର୍ଡ କମିଟି ରିପୋର୍ଟରେ ଓଡ଼ିଶାକୁ ଉପପ୍ରଦେଶରେ ପରିଣତ କରିବାକୁ ଯେଉଁ ଅନୁମୋଦନ କରାଯାଇଥିଲା, ମଧୁସୂଦନ ତାହାକୁ ତୀବ୍ର ଭାବରେ ଆକ୍ଷେପ କରିଥିଲେ । ଏହି ସମ୍ମିଳନୀର ଖର୍ଚ୍ଚ ବ୍ରଜସୁନ୍ଦର ଦାସ ବହନ କରିଥିଲେ ।
୧୯୧୯ : -ମଧୁସୂଦନ ଓ କନିକା ରାଜା ମଣ୍ଟଗୁ ଚେମସଫୋର୍ଡ଼ ରିପୋର୍ଟ ଉପରେ ବିହାର ବିଧାନ କାଉନ୍ସିଲ୍ ପ୍ରଶ୍ନ ଉତଥାପନ କରି ସମାଧାନ ଚାହିଁ ଥିଲେ । ଏହି ବର୍ଷ ମଧୁସୂଦନଙ୍କ ୩୦ ଟଙ୍କାର ସାହାଯ୍ୟ ଦାନରେ ହିଂରଜନ ପଟ୍ଟନାୟକ ଓ ଚକ୍ରପାଣି ପ୍ରଧାନଙ୍କର ପ୍ରଣୀତ “ଦି ଓରିଆ ମୁଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା ।
୧୯୨୦:- ବ୍ରଜସୁନ୍ଦର ଦାସଙ୍କ ପ୍ରେରିତ ପତ୍ର ଉପରେ ମହାତ୍ମାଗାନ୍ଧୀ, ୧୮ ତାରିଖରେ "ୟଙ୍ଗ ଇଣ୍ଡିଆ" ପତ୍ରିକାରେ "ଉତ୍କଳର ଚିତ୍କାର" ନାମକ ଏକ ନିବନ୍ଧରେ ସଂଖ୍ୟାଲଘୁ ରୂପେ ପରିଗଣିତ ହୋଇଥିବା ଓଡ଼ିଆମାନଙ୍କର ଦେଶ ମିଶ୍ରଣ ଆନ୍ଦୋଳନ ସହିତ, ସମଗ୍ର ଭାରତରେ ଭାଷା ଭିତ୍ତିରେ ପ୍ରଦେଶ ଗଠନ ପ୍ରସ୍ତାବକୁ ସମର୍ଥନ ଜଣାଇଲେ । ଏହି ଅବକାଶରେ ମଧୁସୂଦନଙ୍କର କଲିକତାରେ ମହାତ୍ମାଗାନ୍ଧୀଙ୍କ ସହିତ ସାକ୍ଷାତ ଅନୁଷ୍ଠିତ ହୋଇଥିଲା ।

ଡିସେମ୍ବର ୨୬ ତାରିଖରେ ନାଗପୁରଠାରେ ଭାରତୀୟ ଜାତୀୟ କଂଗ୍ରେସର ୩୫ ତମ ଅଧୁବେଶନରେ ଚିତ୍ତରଂଜନ ଦାସ ଅସହଯୋଗ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହାକୁ ଗାନ୍ଧିଜୀ ସମର୍ଥନ କରିଥିଲେ । ଭାଷାଭିତ୍ତିରେ ପ୍ରଦେଶ ଗଠନର ପ୍ରସ୍ତାବ ମଧ୍ୟ ଏହି ଅଧୁବେଶନରେ ଗୃହୀତ ହୋଇଥୁଲା । ଏହି ନାଗପୁରଠାରୁ କଂଗ୍ରେସରୁ ଓଡ଼ିଆ ସଦସ୍ୟମାନେ ଫେରି ବିହାରର ଚକ୍ରଧର ପୁରଠାରେ ଡିସେମ୍ବର ୩୦ ଓ ୩୧ ତାରିଖରେ ଉତ୍କଳ ସମ୍ମିଳନୀର ଷୋଡ଼ଶ ଅଧୁବେଶନରେ ଯୋଗଦାନ କରିଲେ । ଏହି ସଭାରେ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରସ୍ତାବ ଆଣିଲେ ଯେ, ସମିଳନୀର ବର୍ତ୍ତମାନ ଯେଉଁ ଉଦ୍ଦେଶ୍ୟରେ ନିରୂପିତ ହୋଇଛି, ତାହା ସ୍ଥିର ରଖାଯାଇ ଜାତୀୟ ମହା ସମିତିର ଯେଉଁ ଉଦ୍ଦେଶ୍ୟ ଓ ଆକାକ୍ଷ୍ୟ ରହିଛି ତାହା ଏହି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆକାଂକ୍ଷା ରୂପେ ଗୃହୀତ ହେଉ । ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଏହାକୁ ସମର୍ଥନ କଲେ । ଏହି ପ୍ରସ୍ତାବ ବହୁ ସଂଖ୍ୟକ ମତରେ ଗୃହୀତ ହୋଇଥିଲା । ବ୍ରଜସୁନ୍ଦର ଦାସ ଓ ବିଶ୍ବନାଥ କର ପ୍ରମୁଖ ଏହି ପ୍ରସ୍ତାବରୁ ବିରୋଧ କରିଥିଲେ ।
୧୯୨୧ :- ସତେନ୍ଦ୍ର ପ୍ରସାଦ ସିହ୍ନା ପ୍ରଥମ ଭାରତୀୟ ଗଭର୍ଣ୍ଣର ରୂପେ ବିହାର ଓଡ଼ିଶା ପ୍ରଦେଶ ଗଭର୍ଣର ପଦରେ ଅଧୁଷ୍ଠିତ ହୋଇଥୁଲେ । ଏହିଠାରୁ ମଣ୍ଟଫୋର୍ଡ କମିଟିର ସୁପାରିଶ ସହିତ ଦୈତ ଶାସନ ବିଧୁ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା । ଏହା ପରୀକ୍ଷଣ କରିବା ଏକ ଜଟିଳ ସମସ୍ୟା ଥିଲା । ଏଣୁ ବିହାର ଏବଂ ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ର ପ୍ରସାଦ ସିହ୍ମା, ମଧୁସୂଦନଙ୍କୁ ବିହାର ଓ ଓଡ଼ିଶା ପ୍ରଦେଶର ମନ୍ତ୍ରୀ ପଦ ଗ୍ରହଣ କରିବାକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ ଜଣାଇଥିଲେ । ମଧୁସୂଦନ ଏହି ବର୍ଷ ଜାନୁଆରି ୬ ତାରିଖରେ ବେସରକାରୀ ସଦସ୍ୟ ରୂପରେ ସ୍ବାୟତ୍ତ ଶାସନ, ପୂର୍ତ୍ତ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ପଦରେ ଅଧୁଷ୍ଠିତ ହେଲେ । ମଧୁସୂଦନ ମନ୍ତ୍ରୀପଦରେ ଯୋଗ ଦେଇଥିବାରୁ , ଚକ୍ରଧରପୁରର ଉତ୍କଳ ସମ୍ମିଳନୀରୁ ପ୍ରତ୍ୟାବର୍ତ୍ତନ କରିବା ଯଦୁମଣି ମଙ୍ଗରାଜ ଆଉ ହରେକୃଷ୍ଣ ମହତାବ ପ୍ରମୁଖ ମଧୁସୂଦନଙ୍କ ବିରୁଦ୍ଧରେ ପ୍ରଚାର କରି ନବକୃଷ୍ଣ ଚୌଧୁରୀ ଓ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ସହିତ ମିଶି କଟକରେ ମଧୁସୂଦନଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।
ନଭେମ୍ବର ମାସ ୨୫ ତାରିଖରେ ବିହାର ଓଡ଼ିଶା କାଉନ୍ସିଲ୍‌ର ଅନ୍ୟତମ ସଦସ୍ୟ ବିଶ୍ୱନାଥ କର ଓଡ଼ିଆ ଭାଷାରେ ବିହାର ଓ ଓଡ଼ିଶା ବିଧାନ କାଉନ୍‌ସିଲ୍‌ରେ ଓଡ଼ିଆଭାଷୀ ଅଂଚଳ ମିଶ୍ରଣ ଲାଗି ଓଡ଼ିଆ ଭାଷାରେ ଯେଉଁ ପ୍ରସ୍ତାବ ଆଗତ କରିଥଲେ ତାହାକୁ ଇଂରାଜୀରେ ଅନୁବାଦ କରି ମଧୁସୂଦନ ଏହି ପ୍ରସ୍ତାବକୁ ସମର୍ଥନ କରିଲେ । ଏହି ଘଟଣା କାଉନ୍ସିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ସାଲରେ ମଧୁସୂଦନ ସ୍ବାୟତ୍ତ ଶାସନ, ପୂର୍ତ୍ତ ଓ ସ୍ବାସ୍ଥ୍ୟ ବିଭାଗର ବଜେଟରେ ଅର୍ଥ ଅନୁଦାନ ଉପରେ ଆଲୋଚନା କରିବା ସହିତ ମ୍ୟୁନିଲ୍ ଜିଲ୍ଲାବୋର୍ଡ଼ ଓ ଲୋକାଲ୍ ବୋର୍ଡ଼ର ସ୍ଥାପନା ଓ ନିର୍ବାଚନ ଉପରେ ତାତ୍ତିକ ଆଲୋଚନା କରିଲେ । ଏହାଛଡ଼ା ନାରୀମାନଙ୍କୁ ଭୋଟ ଅଧୁକାର ପ୍ରଦାନ, ପ୍ରାଥମିକ ଶିକ୍ଷାର ପ୍ରସାର, ପବିତ୍ର ସଂଗାଜଳକୁ ପ୍ରଦୂଷଣ ମୁକ୍ତ କରିବା, ଆୟୁର୍ବେଦିକ, ୟୁନାନୀ ଚିକିତ୍ସାଳୟ ସ୍ଥାପନ ସହିତ କୃଷି କଲେଜର ପ୍ରତିଷ୍ଠା ଉପରେ ତାଙ୍କର

ପ୍ରସ୍ତାବ ବିଧାନ କାଉନସିଲରେ ଗୃହୀତ ହୋଇଥିଲା । ମାର୍ଚ୍ଚ ୨୧ ତାରିଖରେ ମହାତ୍ମାଗାନ୍ଧୀ କଟକ ପରିଦର୍ଶନ କରିଥିଲେ। ୨୯ ତାରିଖରେ ବ୍ରହ୍ମପୁର ପରିଦର୍ଶନ ବେଳେ ଓଡ଼ିଶା ପ୍ରଦେଶକୁ ସମର୍ଥନ କରି ଆନ୍ଧିବାସୀଙ୍କୁ ଏଥିରେ ସହଯୋଗ କରିବାପାଇଁ ନିବେଦନ କରିଥିଲେ ।
ବ୍ରିଟିଶ ରାଜ ପରିବାରର ଏକ ସଦସ୍ୟଙ୍କର ସମ୍ବର୍ଦ୍ଧନା ଘେନି ପ୍ରଦତ୍ତ ଭୋଜି ସଭାରେ ମଧୁସୂଦନଙ୍କର ପ୍ରସ୍ତାବିତ ସ୍ବଦେଶୀ ପୋଷାକ ପରିଧାନ କରି ଯୋଗଦାନ ଉପରେ ଏକ ବିତର୍କ ସୃଷ୍ଟି ହୋଇଥିଲା । ଏହି ଭୋଜି ସଭାର ନିମନ୍ତ୍ରଣକୁ ମଧୁସୂଦନ ପ୍ରତ୍ୟାଖ୍ୟାନ କରିଥିଲେ ।
୧୯୨୨ :- ମ୍ୟୁନିସିପାଲିଟି, ଜିଲ୍ଲାବୋର୍ଡ଼ ଓ ଲୋକାର୍ଲ ବୋର୍ଡ଼ମାନଙ୍କରେ ଅସୃଶ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସ୍ତାବଏହି ବର୍ଷ ମଧୁସୂଦନ କାଉନ୍ସିରେ ଗୃହୀତ କରାଇ ନେଇଲେ । ମୋତିଲାଲ୍ ନେହେରୁ ତଥା ଚିତ୍ତରଂଜନ ଦାସଙ୍କ ପ୍ରତିଷ୍ଠିତ କଂଗ୍ରେସର ‘ସ୍ବରାଜ୍ୟ ଦଳର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରାଇବା ପାଇଁ ମଧୁସୂଦନ ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଲେ, ତାହା ସଫଳ ହୋଇଥିଲା ।
୧୯୨୩ :- ଫେବୁଆରି ମାସରେ ଯୁଗାନ୍ତକାରୀ ସ୍ବାୟତ୍ତ ଶାସନ ଆଇନ ବିଧାନ କାଉନ୍ସିଲରେ ଗୃହୀତ ହୋଇଥିଲା । ପରବର୍ତ୍ତୀକାଳରେ ୧୯୨୭ ସାଲରେ ବିହାର ଗଭର୍ଣ୍ଣର ଏଟ୍ ର ଲଣ୍ଡନର କଣ୍ଟ୍ ଟନ୍ ହଲରେ କହିଲେ ଯେ, “ମଧୁସୂଦନ ପ୍ରଣୀତ କରିବା ସ୍ୱାୟତ୍ତ ଶାସନ ଆଇନରେ ଯେଉଁ ପ୍ରଗତିଶୀଳ ଅଗ୍ରଗାମୀ ବ୍ୟବସ୍ଥା ସଂକଳିତ କରାଯାଇଛି, ତାହା ଇଂଲଣ୍ଡର ସ୍ବାୟତ୍ତ ଶାସନ ଆଇନରେ ମଧ୍ୟ ସ୍ଥାନ ପାଇପାରିବ ନାହିଁ ।” ଭାରତର ପ୍ରାଦେଶିକ ବ୍ୟବସ୍ଥାରେ ପ୍ରଚଳିତ ଦ୍ବୈତ ଶାସନକୁ ଅଲକ୍ଷଣା ପେଚା ଶାସନ ବୋଲି ଆଖ୍ୟାୟିତ କରି ସ୍ବାୟତ୍ତ ଶାସନ ମନ୍ତ୍ରୀଙ୍କର ପଦ ଅବୈତନିକ ହେବା ଦାବିରେ ମାର୍ଚ୍ଚ ମାସରେ ମଧୁସୂଦନ ଇସ୍ତଫା ପ୍ରଦାନ କରି ମନ୍ସିତ୍ ତ୍ୟାଗ କରିଥିଲେ । ମଧୁସୂଦନଙ୍କର ଅନ୍ୟତମ ପାଳିତା କନ୍ୟା ସୁଧ୍ୟଶୁବାଳା ହାଜରା ୧୯୨୧ ସାଲରେ ଆଇନ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତାଙ୍କର ଆଇନଜୀବୀ ବୃଦ୍ଧି ଗ୍ରହଣର ଅଧୁକାର ୧୯୨୩ ସାଲରେ ପ୍ରଦାନ କରାଯାଇଥିଲା । ଏହି ପରିବର୍ତ୍ତିତ ଆଇନ ବଳରେ ସୁଧ୍ୟଶୁବାଳା ହାଜରା ୧୨.୧୨.୧୯୨୩ରେ ପାଟନା ହାଇକୋର୍ଟରେ ପ୍ରଥମ ମହିଳା ଓକିଲ ରୂପରେ ଗୃହୀତ ହୋଇଥିଲେ ।
୧୯୨୪ :- ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ତିରୋଧାନ ୧୪.୪.୧୯୨୪ (ଶ୍ରାବଣ ପୂର୍ଣ୍ଣିମା)
୧୯୨୪:- ୨୩.୧.୧୯୨୪ରେ ମଧୁସୂଦନଙ୍କର ଜଣେ ଜୁନିଅର୍ ରୂପରେ କଳାକୋର୍ଟ ପିନ୍ଧି ସୁଧ୍ୟଶୁବାଳା ହାଜରା ପାଟନା ହାଇକୋର୍ଟରେ ଅବତୀର୍ଣ୍ଣ ହେବାର ଯୁଗାନ୍ତକାରୀ ସଂବାଦ ଆଉ ଦୃଶ୍ୟପଟ ସାରା ଭାରତର ସଂବାଦପତ୍ର ମାନଙ୍କର ପୃଷ୍ଠାମଣ୍ଡନ କରିଥିଲା । ମୁଡ଼ିମ୍ୟାନ୍ କମିଟି ସଂସ୍କାର ଅନୁଧ୍ୟାନପାଇଁ ଓଡ଼ିଶା ଆସିଥିଲେ । ନଭେମ୍ବର ମାସରେ ଫିଲ୍‌ଫ୍ ଡଫ୍ କମିଟି ଦକ୍ଷିଣ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଅନୁସନ୍ଧାନ କରିଥିଲେ । ମଧୁସୂଦନ ଏହି କମିଟିକୁ ଓଡ଼ିଶା

ପକ୍ଷର ତାହାଙ୍କର ଦାବିପତ୍ର ଦାଖଲ କରିଥିଲେ ।ଏହି ବର୍ଷର ମଧ୍ୟଭାଗରେ ସାବରମତୀ ଆଶ୍ରମରେ ମଧୁସୂଦନ ମହାତ୍ମାଗାନ୍ଧୀଙ୍କୁ ଭେଟି ସ୍ବଦେଶୀ ଶିଳ୍ପାୟନର ମହତ୍ତର ଚିନ୍ତାଧାରା ତାଙ୍କ ନିକଟରେ ଉପସ୍ଥାପିତ କରିବା ସହିତ କଟକ ଆସି ଉତ୍କଳ ଟାନେରି ପରିଦର୍ଶନ କରିବାପାଇଁ ନିବେଦନ ଜଣାଇଥିଲେ । ଏହି ବର୍ଷ ନଭେମ୍ବର ଡିସେମ୍ବର ମାସରେ ଫିଲିଫ୍ ଡେ କମିଶନ, ପଂଜାମ ଓ ଜୟପୁର ଜମିଦାରି ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଗସ୍ତକରି ଓଡ଼ିଶା ଦାବିପ୍ରତି ସମର୍ଥନ ଜଣାଇଥିଲେ ।
୧୯୨୫ :-ସବୁଠାରୁ ସ୍ମରଣୀୟ ଘଟଣା ହେଲା ମହାତ୍ମାଗାନ୍ଧୀଙ୍କର ୧୯.୮.୧୯୨୫ରେ ଉତ୍କଳ ଟାନେରି ପରିଦର୍ଶନ, ଯାହା ମହାତ୍ମାଗାନ୍ଧୀଙ୍କର ଦୃଷ୍ଟିଭ୍ୟ ଗାଁରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହି ବର୍ଷ ୨୫.୧୦.୧୯୨୫ରେ "ମଧୁସୁତି’ ନିଲାମରେ ବିକ୍ରି ହୋଇଯାଇଥିଲା । ମଧୁସୂଦନ ୧୨.୯.୧୯୨୫ରେ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନରେ ଯୋଗଦାନ କରି ସଭାପତି ରୂପେ ଅତ୍ୟନ୍ତ ଭାବଗର୍ଭକ ଭାଷଣ ପ୍ରଦାନ କରିଥିଲେ।
୧୯୨୬ :- ଜାନୁଆରି୨୪ ତାରିଖରେ ପୁରୀ ରାଜା ଗଜପତି ମୁକୁନ୍ଦଦେବ ତୃତୀୟଙ୍କର ପରଲୋକ ଘଟିଥିଲା । ଏହାପରେ ସୂର୍ଯ୍ୟମଣି ପାଟମହାଦେଈଙ୍କ ନିର୍ବାଚିତ ବାମଣ୍ଡାର ସୁଢ଼ଳଦେବଙ୍କର ନାତି ଓ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କର ତୃତୀୟ ପୁତ୍ର ଲାଲା ମୋହିନୀ ମୋହନ ଦେବ, ରାମଚନ୍ଦ୍ର ଦେବ (୪ର୍ଥ) ନାମଧାରଣ କରି ଗାଦିନସୀନ ହେଲେ । ଏହା ପଶ୍ଚାତରେ ମଧୁସୂଦନଙ୍କର ପ୍ରଚେଷ୍ଟା ଥିଲା ଅନସ୍ବୀକାର୍ଯ୍ୟ ।
୨୨.୧୧.୧୯୨୬ରେ ଉତ୍କଳ ଟାନେରି ନିଲାମରେ ଉଠିଥିଲା, ଯାହାକୁ ପୁରୀ ରାଜା ରାମଚନ୍ଦ୍ର ଦେବ (୪ର୍ଥ) ନିଲାମରେ ଧରିଲେ । ୨୪.୧୧.୧୯୨୬ ବିପ୍ଳବିନୀ ନାରୀ ନେତ୍ରୀ ସୂର୍ଯ୍ୟମଣି ପାଟ ମହାଦେଈଙ୍କ ମହାପ୍ରୟାଣ ଘଟିଥିଲା ।
୧୯୨୭ - ୪.୮.୧୯୨୭ରେ ମଧୁସୂଦନ ଦେଖ୍ଲିଆ ଘୋଷିତ ହୋଇଥିଲେ । ଏହି ବର୍ଷ ମହାତ୍ମାଗାନ୍ଧୀଙ୍କର ତୃତୀୟ ଓଡ଼ିଶା ଯାତା ବ୍ରହ୍ମପୁରଠାରୁ ୪.୧୨.୧୯୨୭ରେ ଆରମ୍ଭ ହୋଇ ଛତ୍ରପୁର, ବାଣପୁର, ବୋଲଗଡ଼, ଖୋର୍ଜାପୁରୀ, ବାଲେଶ୍ବର, ଭଦ୍ରକ ଦେଇ କଟକରେ ୨୮ ତାରିଖରେ ସମାପ୍ତ ହୋଇଥିଲା, ଯାହା ଖଦୀ କାର୍ଯ୍ୟକ୍ରମରେ ପ୍ରୋତ୍ସାହନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥୁଲା । ଏହି ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଗାନ୍ଧିଜୀଙ୍କର ତୀବ୍ର ଅସୁସ୍ଥତା ଯୋଗୁଁ ଡିସେମ୍ବର ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ମଧୁସୂଦନଙ୍କ ସେବା ଶ୍ରଶୁଷା ମଧ୍ୟରେ ଗାନ୍ଧିଜୀ ମଧୁସୂଦନଙ୍କର ବାସଭବନ ମଧୁସ୍ମତିରେ ହିଁ ବିତାଇଥିଲେ ।
୧୯୨୮ :- ମଧୁସୂଦନ ଓଡ଼ିଶା ବରାଲ ଲିଗ୍ ନାମକ ଏକ ଅନୁଷ୍ଠାନ ଗଢ଼ି ବ୍ରଜସୁନ୍ଦର ଦାସଙ୍କର ନେତୃତ୍ବରେ ସାଇମନ କମିଶନଙ୍କୁ ସ୍ବାଗତ କରିବା ପାଇଁ ପାଟନା ପ୍ରେରଣ କରିଥିଲେ । ଏହି ପ୍ରତିନିଧୁ ଦଳ ୧୨.୧୨.୧୯୨୮ରେ ପାଟନା ରେଳ ଷ୍ଟେସନଠାରେ ସାଇମନ କମିଶନକୁ ସ୍ବାଗତ ଜଣାଇଲେ । ଏଥୁରେ ଅନ୍ୟମାନଙ୍କ ମଧ୍ୟରେ ଭିକାରୀ ଚରଣ ପଟ୍ଟନାୟକ, ବ୍ରଜାନନ୍ଦ



ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, ବିଶ୍ବନାଥ ମିଶ୍ର (ବାରିଷ୍ଟର), ଲୋକନାଥ ମିଶ୍ର, କନିକା ରାଜା ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ କମିଶନକୁ ପାଟନା ସେକ୍ରେଟାରୀଏରେ ଦାବିପତ୍ର ପ୍ରଦାନ କରିଲେ ଯହିଁରେ ବିହାର ଓ ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ କନିକା ରାଜା ରାଜେନ୍ଦ୍ର ନାରାୟଣ ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥୁଲେ । ଏହି ବର୍ଷ ଦଶହରାରେ ମଧୁସୂଦନ ଛିନ୍ନ ମସ୍ତା ଦିବସ ପାଳନ କରି ଶୋଭାଯାତ୍ରାର ଅଗ୍ରଭାଗରେ ବାହାରି ଥୁଲେ । ମାର୍ଚ୍ଚ ୧୬ ତାରିଖରେ ଗାନ୍ଧିଜୀ ସାବରମତୀ ଆଶ୍ରମରେ ମଧୁସୂଦନଙ୍କର ନିର୍ଦ୍ଦେଶନାମାରେ ଏକ କ୍ଷୁଦ୍ର ଚ୍ୟାନେରି ପ୍ରତିଷ୍ଠା କରି, ପରବର୍ତ୍ତୀ ସମୟରେ ମଧୁସୂଦନଙ୍କର ବି ନିର୍ଦ୍ଦେଶ ଗ୍ରହଣ କରିବା ସହିତ ଭାରତ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଚମଡ଼ା କଷେଇ ବ୍ୟବସ୍ଥାକୁ ରଚନାତ୍ମକ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲେ ।
ବ୍ରିଟିଶ ପ୍ରଶାସିତ ଅଞ୍ଚଳର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଯେପରି ସାଇମନ୍ କମିଶ ସ୍ଥାପନ ୧୯୨୭ରେ ହୋଇଥିଲା, ସେହିପରି ବ୍ରିଟିଶ୍ ଭାରତୀୟ ଦେଶୀୟ ରାଜ୍ୟ ଓ ଗଡ଼ଜାତ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ସଂସ୍କାର ଆଣିବା ପାଇଁ ୧୯୨୭ ସାଲରେ ‘ବଟଲୋର କମିଟି ଗଠିତ ହୋଇଥିଲା । ଏହି ବଟଲାର କମିଟି ୧୯୨୮ ସାଲ ଏପ୍ରିଲ୍ ୨ୟ ସପ୍ତାହରେ ବମ୍ବେରେ ଆସି ପହଞ୍ଚିଥୁଲା ସାକ୍ଷ୍ୟ ଗ୍ରହଣ କରିବାପାଇଁ । ଏହି କମିଟି ସମକ୍ଷରେ ସାକ୍ଷ୍ୟ ପ୍ରଦାନପାଇଁ ଗଡ଼ଜାତର କିଛି ରାଜା ଆଉ ମଧୁସୂଦନ ଆସି ବମ୍ବେରେ ପହଞ୍ଚିଲେ । ଏହି କମିଟି ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରି ମଧୁସୂଦନ ଷଢ଼େଇକଳା, ଖରସୁଆଁ ଗଡ଼ଜାତ ଦୃୟକୁ ବିହାରରୁ ଆଣି ଓଡ଼ିଶା ଡିଭିଜନ ସହିତ ମିଶ୍ରଣ ପାଇଁ ଦାବି ଉପସ୍ଥାପନ କରିଲେ, ଯାହାର ପରିଣାମରେ ଲୋଥିୟାନ କମିଟିର ସୁପାରିଶ କ୍ରମେ ଏହି ଗଡ଼ଜାତୟ ୧୯୩୩-୧୯୩୪ ସାଲ ବେଳକୁ ଓଡ଼ିଶା ଡିଭିଜନ ସହିତ ସଂଯୁକ୍ତ ହୋଇପାରିଥିଲା ।
ସାଇମନ କମିଶନ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାପାଇଁ ଅଟିଲି କମିଟି ସ୍ଥାପନା କରିଥଲେ, ଯହିଁରେ ସି.ଆର୍.ଅଟଲିଙ୍କର ଅଧ୍ୟକ୍ଷତାରେ ବଂଗର ସୁରାବନ୍ଧିଙ୍କ ସହିତ କନିକା ରାଜା ରାଜେନ୍ଦ୍ର ନାରାୟଣ ଇଂଜଦେଓ ଓ ଲକ୍ଷ୍ମୀଧର ମହାନ୍ତି ସଦସ୍ୟ ରହିଥୁଲେ । ୧୭.୬.୧୯୨୮ରେ ଉତ୍କଳମଣି ଗୋପବଂଧୁ ଦାସଙ୍କର ତିରୋଧାନରେ ମଧୁସୂଦନ ବେଦନା ବିଧୂର ଶୋକ ବାର୍ତ୍ତାଟିଏ ପ୍ରେରଣ କରିଥିଲେ ।
୧୯୨୯:-ଉତ୍କଳ ସମ୍ମିଳନୀର ବିଂଶ ଅଧୁବେଶନ ବ୍ରହ୍ମପୁରରେ ଲକ୍ଷ୍ମୀଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
୧୯୩୦:- ମଧୁସୂଦନଙ୍କର ନିର୍ଦ୍ଦେଶରେ ୧୨.୧୨.୧୯୨୮ରେ ଓଡ଼ିଶାର ପ୍ରତିନିଧିମାନେ ପାଟନାଠାରେ ସାଇମନ୍ କମିଶନଙ୍କୁ ସ୍ବାଗତ ଜଣାଇଲେ । ଫଳରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାର ଗର୍ଭାଧନ ଘଟିଥିଲା । ସାଇମନ କମିଶନ ରିପୋର୍ଟ ୧୯୩୦ ସାଲର ମଇ ତିରିଶି ତାରିଖରେ ଦାଖଲ ହେଲା, ଯାହା ଓଡ଼ିଶା ପ୍ରଦେଶ ଗଠନପାଇଁ ସ୍ବୀକୃତି ପ୍ରଦାନ କରିଥିଲା । ଏହି

ରିପୋର୍ଟ ୭.୬.୧୯୩୦ରେ ପ୍ରକାଶିତ ହେଲା । ଏହି କମିଶନର ପ୍ରସ୍ତାବ ଉପରେ ଆଲୋଚନା କରିବାପାଇଁ ୧୨.୧୦.୧୯୩୦ରୁ ୧୯.୧.୧୯୩୧ ପର୍ଯ୍ୟନ୍ତ ପ୍ରଥମ ଗୋଟେବୁଲ୍ ବୈଠକ ଲଣ୍ଡନଠାରେ ଅନୁଷ୍ଠିତ ହେଲା । ମଧୁସୂଦନଙ୍କର ସିଦ୍ଧାନ୍ତ କ୍ରମେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଲଣ୍ଡନର ପ୍ରଥମ ଗୋଲଟେବୁଲ୍ ବୈଠକରେ ଯୋଗଦେବା ସ୍ଥିର ହୋଇଥିଲା ।
୧୯୩୧ :- ମଧୁସୂଦନଙ୍କଦ୍ୱାରା ଅନୁପ୍ରେରିତ ପାରଳା ମହାରାଜା ୧୬.୧.୧୯୩୧ରେ ଲଣ୍ଡନରେ ପ୍ରଥମ ଗୋଲଟେବୁଲ୍ ବୈଠକରେ ଯୋଗଦେଇ ଓଡ଼ିଶା ପକ୍ଷରୁ ଦାବି ଉପସ୍ଥାପନ କରିଥିଲେ । ଗୋଲଟେବୁଲ ବୈଠକରେ ଏହି ଦାବି ପ୍ରତି ପ୍ରଭାତ ଚନ୍ଦ୍ର ମିତର, ଡକ୍ଟର ମୁଞ୍ଜ ଏବଂ ସାର୍ ଏ ପର୍ଶୁରାମ ପାତ୍ର ମଧ୍ୟ ସମର୍ଥନ ଜଣାଇଲେ । ପାରଳା ମହାରାଜାଙ୍କର ଦାବି ଉପସ୍ଥାପନା ପରବର୍ତ୍ତୀ ପର୍ଯ୍ୟାୟ ଥିଲା ପ୍ରସ୍ତାବିତ ଓଡ଼ିଶା ସୀମା ନିର୍ଦ୍ଧାରଣ କରିବାପାଇଁ ଏକ କମିଟିର ଗଠନ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭବ ହୋଇଥିଲା ।
ପାରଳା ମହାରାଜା ୧୬.୧.୧୯୩୧ରେ ଲଣ୍ଡନରେ ଗୋଟେବୁଲ୍ ବୈଠକରେ ଓଡ଼ିଶା ପାଇଁ ଦାବି ଉପସ୍ଥାପନାର ଫଳଶ୍ରୁତି ସ୍ବରୂପ ୧୩.୯.୧୯୩୧ରେ ଭାରତ ସରକାର ପ୍ରସ୍ତାବିତ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବା ପାଇଁ ସାର୍ ସାମୁଏଲ୍ ଓଡ଼େନାର ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଲେ । ଏଥିରେ ଅନ୍ୟ ଦୁଇଜଣ ସଭ୍ୟ ଥୁଲେ ଏଚ୍.ଏମ୍.ମେହେଟ୍ଟା ଆଉ ତରୁଣ ରାମ ଫୁକନ । ଏହାଛଡ଼ା ବିହାରୀ, ତେଙ୍ଗୁ ଓ ଓଡ଼ିଆ ଗୋଷ୍ଠୀଙ୍କୁ ପ୍ରତିନିଧୂତ୍ବ କରୁଥିଲେ ସଚ୍ଚିଦାନନ୍ଦ ସିହ୍ନା, ସି.ବି.ଏସ୍ ନାରାୟଣ ରାଜୁ ଆଉ ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ଏହି କମିଟି ୧୯୩୧ ସାଲର ନଭେମ୍ବର ୨୩ଠାରୁ ୧୪ ଜାନୁଆରି ୧୯୩୨ ମଧ୍ୟରେ ଜାମସେଦପୁର, ଚାଇଁବସା, ସମ୍ବଲପୁର, ରାୟପୁର, ମେଦିନୀପୁର, ଗୋପାଳପୁର, କାକିନାଡ଼ା ଆଉ କଟକ ପରିଦର୍ଶନ କରି ୪୧୦ ଜଣ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଲେ । ଏହି କମିଟିର ପରିଦର୍ଶନ ପୂର୍ବରୁ ମଧୁସୂଦନ ତାଙ୍କର ବାର୍ଦ୍ଧକ୍ୟ ଜର୍ଜରିତ, ଜୀଶୀର୍ଣ ଶରୀରରେ ଜାମସେଦପୁର ଅଂଚଳକୁ ଯାଇ ପ୍ରସ୍ତାବିତ ଓଡ଼ିଶାରେ ସିଂହଭୂମି ଜିଲ୍ଲାର ମିଶ୍ରଣ ପାଇଁ ଇସ୍ପାତ କାରଖାନାର କର୍ତ୍ତୁପକ୍ଷ ତଥା ଓଡ଼ିଆ ଶ୍ରମିକ ସଂଗଠନ ଜରିଆରେ ପ୍ରବଳ ଜନମତ ସୃଷ୍ଟି କରିଲେ । ୧୯୩୨ ସାଲର ଜାନୁଆରି ପ୍ରଥମ ସପ୍ତାହରେ ଓଡ଼େନାଲ୍ କମିଟିର କଟକ ପରିଦର୍ଶନ ବେଳେ ମଧୁସୂଦନ କଟକର ରେଳ ଷ୍ଟେସନକୁ ଯାଇ କମିଟିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ । ନିଜର ବାସ ଭବନରେ ଉଦ୍ୟାନମିଳନୀ ଉତ୍ସବ ଆୟୋଜନ କରି କମିଟିକୁ ଅତ୍ୟନ୍ତ ଉଜ୍ଜ୍ୱସିତ ସ୍ବାଗତ ଜଣାଇଥିଲେ ।
୧୯୩୨ - ଏହି ବର୍ଷ ଓଡ଼େନାଲ୍ କମିଟି ୪.୧.୧୯୩୨ ରେ କଟକଠାରେ ତାହାଙ୍କର ପରିଦର୍ଶନ ସମାପ୍ତି କରି ୧୯.୪.୧୯୩୨ ରେ ରିପୋର୍ଟ ଦାଖଲ କରିଥିଲେ, ଯାହା ଜୁନ୍ ମାସର ପ୍ରଥମ ସପ୍ତାହରେ ଆପାତତଃ ପ୍ରକାଶ ପାଇଲା । ଏଥୁରେ ପାରଳାଖେମୁଣ୍ଡି ଜମିଦାରି ତଥା ପଂଜାମ ଉପକୂଳ ଅଂଚଳର ମଞ୍ଜୁଷା, ଟିକାଲି, ଇଚ୍ଛାପୁର, ସମେତ ବହୁ ଆକାଂକ୍ଷିତ କ୍ଷେତ୍ର ସହିତ ସିଂହଭୂମି ମଧ୍ୟ ବାଦ୍ ପଡ଼ିଲା । ଏହା ଓଡ଼ିଶାବାସୀଙ୍କୁ ଅତ୍ୟନ୍ତ ଗଭୀର ଅବସାଦ ମଧ୍ୟକୁ ଟାଣି ନେଇଥିଲା ।

ପାରଳା ମହାରାଜା ଅତ୍ୟନ୍ତ ମର୍ମାହତ ହୋଇଥଲେ । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡିର "ଉତ୍କଳ ହିତୈଷିଣୀ’ ସଭାର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ବୟସର ଗୁରୁତ୍ବ ଦୃଷ୍ଟିରୁ ମଧୁସୂଦନଙ୍କର ଆହ୍ବାନରେ ତାଙ୍କର ବାସଭବନରେ ୪.୭.୧୯୩୨ ଏବଂ ୨୬.୭.୧୯୩୨ ରେ ଦୁଇଟି ସଭା ଅନୁଷ୍ଠିତ ହୋଇ ଭବିଷ୍ୟତର ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।
ତୃତୀୟ ଗୋଲଟେବୁଲ୍ ବୈଠକ ଲଣ୍ଡନରେ ୧୭.୧୧.୧୯୩୨ଠାରୁ ୨୪.୧୨.୧୯୩୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥୁଲା । ୨୪.୧୨.୧୯୩୨ ରେ ଭାରତ ସଚିବ ସାର୍ ସାମୁଏଲ୍‌ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାର ଘୋଷଣା କରିଥିଲେ ।
୧୯୩୩ :- ତିନିଗୋଟି ଗୋଲ ଟେବୁଲ୍ ବୈଠକ ସମାହିତ ହେବାପରେ ଏହାର ନିର୍ଯ୍ୟାସ ଶ୍ୱେତପତ୍ର ଆକାରରେ ୧୮.୩.୧୯୩୩ରେ ପ୍ରକାଶିତ ହେଲା । ଏହା ଥିଲା ଓଡ଼ିଶା ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ରିପୋର୍ଟରେ ଉଭୟ ପାରଳା ଖେମୁଣ୍ଡି ଓ ଜୟପୁର ଜମିଦାରି ବାତ୍ ପଡ଼ିଥିବାରୁ ଓଡ଼ିଶା ପ୍ରଦେଶର ଆୟତନ ୩୩୦୦ ବର୍ଗମାଇରୁ ୨୧୦ବର୍ଗ ମାଇକୁ ଖସି ଆସିଲା । ଏହି ଶ୍ୱେତପତ୍ର ପ୍ରକାଶ ପାଇଲାପରେ ସମଗ୍ର ଓଡ଼ିଆ ଜାତି ସ୍ତବ୍ଧ ହୋଇଯାଇଥିଲା । ପାରଳା ମହାରାଜାଙ୍କ ପାଇଁ ଏହାଥିଲା ଦାରୁଣ ଆଘାତ । ଏଣେ ଶ୍ୱେତପତ୍ର ପ୍ରକାଶ ପାଇଲା ପରେ ବିହାର, ଓଡ଼ିଶା ବିଧାନ କାଉନ୍ସିରେ ସଚ୍ଚିଦାନନ୍ଦ ସିହ୍ନ ୧୨.୩.୧୯୩୩ରେ ବକ୍ତବ୍ୟ ପ୍ରଦାନ କରି କହିଥୁଲେ ଯେ, ସୀମା ନିର୍ଦ୍ଧାରଣ କମିଟିର ସମସ୍ତ ସଭ୍ୟ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରି ମିଶ୍ରଣ ହେବାପାଇଁ ମତ ପ୍ରକାଶ କରିଲେ ମଧ୍ୟ ଶ୍ୱେତପତ୍ରରେ ଏହା ବାଦ ପଡ଼ି ବା ଦୁର୍ଭାଗ୍ୟଜନକ । ଏହି ସମୟରେ ବିହାର ଓଡ଼ିଶା ସରକାରଙ୍କ ଅର୍ଥ ସଦସ୍ୟ କନିକା ରାଜା ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଲେ । ବି ହାର, ଓଡ଼ିଶା କାଉନ୍ସିଲ୍ର ସଭ୍ୟ ଲୋକନାଥ ମିଶ୍ର ୨୨.୩.୧୯୩୩ରେ କାଉନସିଲ୍‌ରେ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ । ୧୯୩୩ ସାଲର ଏପ୍ରିଲ୍ ତୃତୀୟ ସପ୍ତାହରେ ମଧୁସୂଦନ କଟକରେ ପାରଳାଖେମୁଣ୍ଡିର ଉତ୍କଳ ହିତୈଷିଣୀ ସଭାର ସହଯୋଗରେ ଏକ ସର୍ବଦଳୀୟ ବୈଠକ ଆହ୍ବାନ କରିଲେ । ଏଥୁରେ ପାରଳା ମହାରାଜା କଂଗ୍ରେସ ସଭାପତି ନୀଳକଣ୍ଠ ଦାସ, ଖଲ୍ଲିକୋଟ ରାଜା ସାହେବ ସତ୍ୟନାରାୟଣ ରାଜଗୁରୁ, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥଲେ । ଦୁର୍ବଳ ସ୍ବାସ୍ଥ୍ୟ ଯୋଗୁଁ ଲଣ୍ଡନ ଯିବା ମଧୁବାବୁଙ୍କ ପକ୍ଷରେ ସମ୍ଭବପର ନଥିଲା । ତେଣୁ ତାଙ୍କ ପ୍ରେରଣାରେ ପାରଳା ମହାରାଜା ୨୭.୪.୧୯୩୩ରେ ଲଣ୍ଡନ ଯାତ୍ରା କଲେ । ଗଲାବେଳେ କହିଲେ ଯେ, ଯଦି ପାରଳାଖେମୁଣ୍ଡି ଓଡ଼ିଶାରେ ନ ମିଶେ ତେବେ ସେ ଇଂଲଣ୍ଡରୁ ଫେରିବେ ନାହିଁ ।
ଲଣ୍ଡନରେ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟିରେ ସାକ୍ଷ୍ୟପ୍ରଦାନ ପାଇଁ ପାରଳା ମହାରାଜାଙ୍କୁ ଛଡ଼ା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ, ଭୁବନାନନ୍ଦ ଦାସ, ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ, ପ୍ରମୁଖ ଉପସ୍ଥିତ ଥିଲେ ଇଂଲଣ୍ଡରେ ପ୍ରସ୍ତାବିତ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିରେ ଭାରତ

ସଚିବ ଲର୍ଡ଼ ଜେଟ୍‌ଲାଣ୍ଡ ଲର୍ଡ ଡେବି, ଲର୍ଡ଼ ଲୋଥୁଆନ, ମେଜର ଅଟଲୀ ଏନ୍ ସରକାର ଆଉ ଜଫୁରୁଲ୍ ଖାନ୍ ସଦସ୍ୟ ରହି ଥୁଲେ । ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବ ରେ ୩.୭.୧୯୩୩ରେ ଓଡ଼ିଆ ସଭ୍ୟମାନେ ଏହି ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ସେମାନଙ୍କର ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହାପରେ ୧୦.୧୯୩୩ରେ ଆନ୍ଧ୍ର ପ୍ରତିନିଧୁ ଦଳ ସେମାନଙ୍କର ସାକ୍ଷ୍ୟ ପ୍ରଦାନ କରିଥିଲେ ।
ଏଣେ ବିହାର, ଓଡ଼ିଶାର ଅର୍ଥ ସଦସ୍ୟ କନିକା ରାଜା ରାଜେନ୍ଦ୍ର ନାରାୟଣ ଇଂଜଦେଓ ବିହାର, ଓଡ଼ିଶା କାଉନ୍ସିରେ ୧୯୩୩ ଆଉ ୧୯୩୪ ସାଲରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ବଜେଟର ଉପସ୍ଥାପନା କଲେ । ଏହି ସ୍ୱତନ୍ତ୍ର ଓଡ଼ିଶା ବଜେଟରେ ବାର୍ଷିକ ବଳକା ଆୟ ୯.୩୪ ଲକ୍ଷ ଥୁଲା । ଏଣୁ ନିଅଣ୍ଟିଆ ଅବସ୍ଥାରୁ ମୁକ୍ତ ହୋଇ ସ୍ବତନ୍ତ୍ର ଓଡ଼ିଶା ସ୍ଥାପନା ପାଇଁ ପଥ ପରିଷ୍କାର ହେଲା । ପରବର୍ତ୍ତୀକାଳରେ ଡକ୍ଟର ହରେକୃଷ୍ଣ ମହତାବ କନିକା ରାଜାଙ୍କର ଏ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଓଡ଼ିଶା ପ୍ରଦେଶ ଗଠନ କ୍ରମଶଃ ବାସ୍ତବ ରୂପ ନେବାପାଇଁ ସମ୍ଭାବନା ସୃଷ୍ଟି ହେଲା । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ସରକାର ୨୬.୪.୧୯୩୩ରେ ସାର୍ ଜନ୍ ଅଷ୍ଟିନ୍ ହବାଙ୍କର ନେତୃତ୍ବରେ ଓଡ଼ିଶା ପ୍ରାଶାସନିକ କମିଟି ଗଠନ କଲେ । ଏଥୁରେ ମଧୁସୂଦନ ଦାସ, ଲକ୍ଷ୍ମୀଧର ମହାନ୍ତି, ବୀରବର ନାରାୟଣ ଚନ୍ଦ୍ର ଧୀର, ଏନ୍.ଆର୍.ନାଇଡ଼୍, ଡବ୍ଲୁ.ଓ. ନିୟୁସାମ୍, ନୀଳମଣି ସେନାପତି, ଲୋକନାଥ ମିଶ୍ର, ଗୌରୀ ଚନ୍ଦ୍ର ଦେବ ପ୍ରମୁଖ ଏହାର ସଭ୍ୟ ରହିଥୁଲେ । ଭି. ରାମସ୍ବାମୀ ଆଇ.ସି.ଏସ୍ ଏହି କମିଟିର ସେକ୍ରେଟାରୀ ଥୁଲେ । ଏହି କମିଟି ସମ୍ବଲପୁର, ରାୟପୁର, ଅନୁଗୁଳ, ବହୁପୁର, କଳିଙ୍ଗ, ଜି.ଉଦୟଗିରି ଓ କଟକ ପରିଦର୍ଶନ କରିଥିଲେ । ନୀଳମଣି ସେନାପତି କହନ୍ତି ଯେ, ମଧୁସୂଦନ ତାଙ୍କର ଜୀସ୍ବାସ୍ଥ୍ୟ ସତେ ଅଧୁକାଂଶ ଗସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି କମିଟିର ଶେଷ ସାକ୍ଷ୍ୟ ଗ୍ରହଣ ଅକ୍ଟୋବର ମାସର ଅନ୍ତିମ ପର୍ଯ୍ୟାୟରେ ସମାପ୍ତ ହୋଇଥୁଲା । ମଧୁସୂଦନ ତାହାଙ୍କର ଦୁର୍ବଳ ଆଉ କ୍ଷୟଗ୍ରସ୍ତ ସ୍ବାସ୍ଥ୍ୟସ୍ଥିତିରେ ପରିଭ୍ରମଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତାହାଙ୍କର ସ୍ବାକ୍ଷର ପ୍ରଦାନ କରିଥିଲେ । ଏହି କମିଟି ୬୯ ଜଣ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଲେ । ଏହି କମିଟିର ରିପୋର୍ଟ ୨୦.୧୨.୧୯୩୩ରେ ପ୍ରକାଶିତ ହୋଇଥିଲା ।
୧୯୩୪ :- ଏହି ୧୯୩୪ ସାଲର ପ୍ରାରମ୍ଭରୁ ଜାନୁଆରି ମାସରେ ମଧୁସୂଦନ ବାର୍ଦ୍ଧକ୍ୟ ପ୍ରପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ରହିଥିଲେ । ୧୬.୧.୧୯୩୪ରେ ଘଟିଥୁବା ବିହାର ଭୂମିକମ୍ପ ତାଙ୍କୁ ଦାରୁଣ ଆଘାତ ପ୍ରଦାନ କରିଥିଲା ।
ମଧୁସୂଦନ ଦାସଙ୍କର ମହାପ୍ରୟାଣ ୧୯୩୪ ସାଲର ଫେବ୍ରୁଆରି ୪ ତାରିଖରେ ହୋଇଥିଲା । ମହାତ୍ମାଗାନ୍ଧୀଙ୍କର ହରିଜନ ପଦଯାତ୍ରା ମଇମାସ ୮ ତାରିଖରୁ ପୁରୀଠାରୁ ଆରମ୍ଭ କଲେ । ସେ ତାଙ୍କର ଦ୍ବିତୀୟ ପଦଯାତ୍ରା ୨୨ ତାରିଖରୁ ବଇରୀ ରେଳଷ୍ଟେସନଠାରୁ ପୁନରାୟ ଆରମ୍ଭ କଲେ । ଗାନ୍ଧିଜୀଙ୍କ ପଦଯାତ୍ରା ଜୁନ୍ ୮ ତାରିଖରେ ଭଦ୍ରକଠାରେ ସମାପ୍ତ ହେଲା ।

ପାରଳା ମହାରାଜା ଓଡ଼ିଶା ପ୍ରଦେଶ ସ୍ଥାପନାର ଅନ୍ତିମ ପର୍ଯ୍ୟାୟରେ ଏହାର ସମାଧାନର ସୂତ୍ର ବାହାର କରିବାପାଇଁ ୨୨.୫.୧୯୩୪ରେ ପୁନର୍ବାର ଲଣ୍ଡନ ଯାତ୍ରା କରି ଇଂଲଣ୍ଡରେ ୮.୧୧.୧୯୩୪ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ଇଂଲଣ୍ଡରେ ୧୯୩୪ ନଭେମ୍ବର ମାସରେ ଭାରତର ସାମ୍ବିଧାନିକ ସଂସ୍କାର ଜଏଣ୍ଟ କମିଟି ଶ୍ୱେତପତ୍ରରେ ଓଡ଼ିଶାର ନିର୍ଦ୍ଧାରିତ ସୀମା ସହିତ ନିମ୍ନଲିଖିତ ଅଞ୍ଚଳ ସଂଲଗ୍ନ କରିବାକୁ ସୁପାରିଶ କରିଥିଲେ । ୧. ଜୟପୁର ଜମିଦାରି, ୨. ପାରଳାଖେମୁଣ୍ଡି ଓ ଜଳନ୍ତରର ମାଳଅଞ୍ଚଳ, ୩.ପାରଳାଖେମୁଣ୍ଡି ସହିତ ପାରଳା ଜମିଦାରିର କିଛି ଅଂଶ । ସେହି ନଭେମ୍ବର ମାସରେ ଲଡର଼୍ ଲି ଲିଥି ଗୋଙ୍କର ଅଧ୍ୟକ୍ଷତାରେ ଗଠିତ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ମଧ୍ୟ ଏଥିପ୍ରତି ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ସ୍ୱତନ୍ତ୍ର ବଜେଟରେ ନିଅଣ୍ଟିଆ ହେବା ଫଳରେ କିଛି ଲକ୍ଷ ଟଙ୍କା ବଳକା ରହିଥିଲା ଯାହା ଓଡ଼ିଶା ପ୍ରଦେଶ ଗଠନକୁ ବଳିଷ୍ଠ ସହାୟତା ପ୍ରଦାନ କରିଥିଲା ।

୧୯୩୫:- ବିହାର ଓ ଓଡ଼ିଶା ସରକାର ସ୍ୱତନ୍ତ୍ର ଓଡ଼ିଶା ସ୍ଥାପନା କରିବାପାଇଁ ୧୫.୧.୧୯୩୫ରେ ଏକ ପ୍ରସ୍ତାବ ଗ୍ରହଣ କଲେ ।

ଇଂଲଣ୍ଡରେ ବ୍ରିଟିଶ ସରକାର ଓଡ଼ିଶା ପ୍ରଦେଶ ସ୍ଥାପନା ସଂପର୍କରେ ଭାରତ ସରକାର ତଥା ଅନ୍ୟ ପ୍ରଦେଶମାନଙ୍କର ଏହି ପ୍ରସ୍ତାବର ପ୍ରତିକ୍ରିୟାକୁ ଅପେକ୍ଷା ନକରି ଓଡ଼ିଶା ପ୍ରଦେଶ ସ୍ଥାପନ ସଂପର୍କରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିର ପ୍ରସ୍ତାବ ଆଧାରରେ ବ୍ରିଟିଶ ପାର୍ଲିଆମେଣ୍ଟରେ ଭାରତ ସରକାର ୧୯୩୫ ବିଲ୍‍ ୧.୨.୧୯୩୫ରେ ଉପସ୍ଥାପନ କଲେ । ଏହା ୪.୮.୧୯୩୫ରେ ସମ୍ରାଟଙ୍କର ସ୍ୱୀକୃତି ପ୍ରାପ୍ତ ହେଲା ।

୧୯୩୬:- ସିନ୍ଧୁ ଓ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆବଶ୍ୟକୀୟ ଆଦେଶ ପ୍ରକାଶ ପାଇଲାା ଏହା ପାର୍ଲିଆମେଣ୍ଟର ଉଭୟ ଗୃହର ସମ୍ମତି ଲାଭକଲା । ଲଣ୍ଡରେ ବ୍ରିଟିଶ ସମ୍ରାଟ ମାର୍ଚ୍ଚ ୩ତାରିଖ ୧୯୩୬ରେ ଭାରତ ସରକାରଙ୍କର ଓଡ଼ିଶା ପ୍ରଦେଶ ଗଠନ ଆଦେଶକୁ ପ୍ରଚାରିତ କଲେ ଏବଂ ୧୯.୩.୧୯୩୬ରେ ଏହା ପ୍ରକାଶିତ ହେଲା ।

ଆସି ପହଞ୍ଚିଲା ଚିର ଆକାଂକ୍ଷିତ ଅଭୀଷ୍ଟ ଦିବସ ୧୯୩୬ ସାଲର ଏପ୍ରିଲ୍‍ ପହିଲା । ସାଢେ଼ ତିିଶହ ବର୍ଷର ସ୍ୱାଧୀନତା ହରାଇଥିବା ପରାଧୀନ ଓଡ଼ିଆ ଜାତିର ଭାଗ୍ୟରେ ସୂର୍ଯ୍ୟୋଦୟ ମଧ୍ୟରେ ସ୍ୱତନ୍ତ୍ରତାର ଗୌରବୋଜ୍ଜ୍ୱଳ ରବି ପୁନରାୟ ଉଦିତ ହେଲେ ।

୧୯୩୬ସାଲର ଏପ୍ରିଲ୍‍ ପହିଲା ନିର୍ବିବାଦରେ ଥିଲା ଏକ ପ୍ରଖର ଉଦ୍ଦୀପନାର ପ୍ରଜ୍ଜ୍ୱଳିତ ସ୍ତମ୍ଭ । ଏପ୍ରିଲ୍‍ ପହିଲାଦି ରେଭେନ୍‌ସା କଲେଜର ମୁଖ୍ୟ ହଲ୍‍କୁ ଓଡ଼ିଶା ଆସେମ୍ବ୍ଲିର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସାମ୍ବିଧାନିକ ମଞ୍ଚରେ ପରିଣତ କରାଯାଇଥିଲା । ସେହି ଦିବସର ପୂର୍ବାହ୍ନରେ ନବନିଯୁକ୍ତ ଓଡ଼ିଶାର ଗଭର୍ଣ୍ଣର ସାର୍‍ ଜନ୍‍ ଅଷ୍ଟି୍‍ ହବାକ୍‍ଙ୍କୁ ବିପୁଳ ଉତ୍ସାହ ଆଉ କରତାଳି ନିନାଦରେ ବିହାରର ମୁଖ୍ୟ ବିଚାରପତି ସାର୍‍ କୋଟେନ୍‍ ଟେରେଲୀ ଶପଥପାଠ କରାଇଥିଲେ । ସେହି ଗୌରବୋଜ୍ଜ୍ୱଳ ଦିବସର ସାୟାହ୍ନରେ ବାରବାଟୀ ଦୁର୍ଗର ପରିସର ମଧ୍ୟରେ ପାରଳା ମହାରାଜା

ଉଜ୍ଜ୍ୱଳ ଆଲୋକରେ ପ୍ରଦୀପ୍ତମାନ ଏକ ଉତ୍ସବର ଆୟୋଜନ କରିଥିଲେ ା ହେଲେ ଓଡ଼ିଶା ଇତିହାସରେ ଚିରକାଳ ଲାଗି ଏପ୍ରିଲ୍‍ ପହିଲା ଚିହ୍ନିତ ହୋଇ ରହିବ ମଧୁସୂଦନଙ୍କ ଅମ୍ଳାନ ଗରିମାମୟ ଅପରାଜେୟ କୀର୍ତ୍ତି ନବ ସ୍ୱତନ୍ତ୍ର ଓଡ଼ିଶାର ସ୍ଥାପନା ଦିବସ ରୂପରେ ।

୧୯୩୭ ସାଲ:- ୧୯୩୭ ସାଲର ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା, ମାତ୍ର ୧.୪.୧୯୩୭ରୁ ୧୯.୭.୧୯୩୭ ପର୍ଯ୍ୟନ୍ତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀରୂପେ କାର୍ଯ୍ୟନିର୍ବାହ କରିଥିଲେ ଆଉ ୧୯.୭.୧୯୩୭ରୁ ୭.୧୧.୧୯୩୯ ପର୍ଯ୍ୟନ୍ତ କଂଗ୍ରେସ ସଦସ୍ୟ ବିଶ୍ୱାଥ ଦାସ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ ନିର୍ବାହ କଲେ । ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୨୪.୧୧.୧୯୪୧ରୁ ୩୦.୬.୧୯୪୪ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ଧନ୍ୟଧନ୍ୟ ମଧୁସୂଦନ

ଉତ୍କଳମାତାର ଯୋଗ୍ୟ ନନ୍ଦନ

ଦେଲ ଉତ୍କଳକୁ ନବ ଜୀବନ,

ଶିଖାଇଲ ଲୋକେ ଜାତି ବନ୍ଦନ । (ଫକୀରମୋହନ)