ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ
Appearance
←ଜୟ ଜୟ ସରସ୍ୱତୀ | ବିଚିତ୍ର ରାମାୟଣ ଲେଖକ/କବି: ଆଦ୍ୟକାଣ୍ଡ |
ଜୟ ଜୟ ରଘୁନାଥ→ |
ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ
କଟକ ଚଣ୍ଡୀଙ୍କ ବନ୍ଦନା
ଜୟ ଜୟ ଦେବୀ ମାଗୋ ଜୟ କଟକ ଚଣ୍ଡୀ
କଣ୍ଠେ ଧଣ୍ଡାମାଳ ଯେ ସିନ୍ଦୂର ମୁଖେ ମଣ୍ଡି ।
ମାଗୋ ଜୟ କଟକ ଚଣ୍ଡୀ ॥ଘୋଷା॥
ମନ୍ଦାର ପୁଷ୍ପକୁ ମାଗୋ ତୋହର ଶରଧା ।
ତୋହର ନାମ ଧରନ୍ତେ ତୁଟଇ ପାପ ବାଧା ॥୧॥
ତୋହର କରୁଣା ମାଗୋ ହୁଅଇ ଯାହାକୁ ।
ରାଜଦଣ୍ଡ କାଳଭୟ ନ ଥାଇ ତାହାକୁ ॥୨॥
ତୋହ ଶ୍ରୀଚରଣ ତଳେ ସର୍ୱଦା ଆଶ୍ରିତ ।
ଦୀନ ହୀନ ଲକ୍ଷ୍ମଣର ଫେଡ଼ ମୋ ଦୁରିତ ॥୩॥