ପୃଷ୍ଠା:Typical selections from Oriya literature.pdf/୩୬୧

ଉଇକିପାଠାଗାର‌ରୁ
୧୭:୫୦, ୩୧ ମାର୍ଚ୍ଚ ୨୦୧୭ ବେଳେ Prateek Pattanaik (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି ।
ଶୋକ ସାଗରୁ ଯେବେ ହୋଇବୁ ପାରି ରେ ।
ହୁଡ଼ିଲେ ଯେତେ ଜନ ହରି ନାମକୁ ।
ହୀନଗତିକି ଗଲେ ବୁଡ଼ି ତଳକୁ ରେ ।
ହଜିଲେ ଦେହ ଆଉ ପାଇବୁ ନାହିଁ ।
ହାଟ ବସାଇଥିବେ ତୋ ଦେହ ପାଇଁ ରେ ।
କ୍ଷୟ ଦୁର୍ଲ୍ଲଭ ଦେହ ହୋଏ ଆୟୂଷ ।
କ୍ଷୟ ନଯିବ ନାମ ହୃଦରେ ଘୋଷ ରେ ।
ଛାର ଦେହକୁ ମନ ନ ଯା ବିଶ୍ବାସ ।
ଛାର ଦୁର୍ବୁଦ୍ଧି କହେ ଭକତ ଦାସ ଯେ ।


ମଥୁରା ମଙ୍ଗଳ
BY BHAKAT CHARAN DAS

ପ୍ରଥମ ଛାନ୍ଦ
ରାଗ ଚକ୍ରକେଳି
କଂସର ଅକ୍ରୁରଙ୍କୁ ମଥୁରା ଗମନର ଆଦେଶ

ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର୤ ଜୟ ରାମଅନୁଜ ଦାମୋଦର୥
ଜୟ କଂସାରି ଜଗତତାରଣ୤ ଜୟ ମାଧବ ମନ୍ଦରଧାରଣ୥

  • * * * * * * *

ନାନାରୂପ ଅରୂପ ତୁହି ହେଉ୤ ପ୍ରାଣୀମାନଙ୍କୁ ହିତେ ଦୟାବହୁ୥
ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ୤କେହି ନଜାଣେ ଆଦ୍ୟ ମଧ୍ୟ ଅନ୍ତି୥
ସର୍ବ ଆତ୍ମାରେ ତୁହି ଆତ୍ମାରାମ୤ ତୋର ବିହୀନେ ନାହିଁ କର୍ମାକର୍ମ୥
ତୁ ସେ ଆଦି ଅନାଦି ନିରାକାର୤ ଶ୍ରୁତି ସ୍ମୁରୁତିକି ନାହିଁ ଗୋଚର୥
ତୋର ଆଜ୍ଞା ଶିରେ ଧରି ବିରଞ୍ଚି୤ ଚତୁର୍ଦ୍ଦଶଭୁବନ ଅଛି ରଚି୥
ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା୤ ତୋର ସର୍ଜିଲାରୁ ଏହୁ ବକତା୥
ତୋଅର ନ କଲା ଆଊ ନାହିଁ କେହି୤ ତୁ ସେ ସର୍ବ କରତା ଭାବଗ୍ରାହୀ୥
ଏଣୁ ମନରେ କରଇଁ ବିଚାର୤ ତୋହ ବିନା କେ ଗତି ନାହିଁ ଆର୥
ଯେବେ ସୁଦୟା କରିବ ମୋହରେ୤ ମନ ରଖାଇ ପଙ୍କଜପୟରେ୥
ଆଉ ସମ୍ପଦେ ନାହିଁ ପ୍ରୟୋଜନ୤ ଭକ୍ତିବିନେ ଦରିଦ୍ର ମୋ ଜୀବନ୥
ସୁଜ୍ଞଜନଙ୍କ ମୁଖରୁ ଶୁଣିଲି୤ କୃଷ୍ଣ ଭଜିଲେ ତରନ୍ତି ଜାଣିଲି୥