ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଭ୍ୟର୍ଥନାର ଉତ୍ତର ୧୮୯୩ ସେପ୍ଟେମ୍ବର ୧୧ ତାରିଖ ଚିକୋଗୋ ଧର୍ମ ମହାସଭାର ପ୍ରଥମ ଦିବସର ଅଧ୍ଵବେଶନରେ ସଭାପତି କାର୍ଡିନାଲ୍ ଗିନ୍ସ୍ ଶ୍ରୋତୃମଣ୍ଡଳୀଙ୍କ ନିକଟରେ ପରିଚୟ କରାଇଦେବା ପରେ ଅଭ୍ୟର୍ଥନାର ଉତ୍ତରରେ ସ୍ଵାମୀଜୀ କହିଲେ :


ହେ ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ, ଆଜି ଆପଣମାନେ ଆମମାନଙ୍କୁ ଯେଉଁ ଆନ୍ତରିକ ଓ ସାଦର ଅଭ୍ୟର୍ଥନା କରିଅଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋ ହୃଦୟ ଯାଇ ମୋ ହୃଦୟ ଅନିର୍ବାଚନୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଉଛି । ପୃଥିବୀରେ ସର୍ବପେକ୍ଷା ପ୍ରାଚୀନ ସନ୍ନ୍ୟାସୀ-ସମାଜ ପକ୍ଷରୁ ଆଜି ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ସର୍ବଧର୍ମର ଜନନୀସ୍ବରୂପା ଯେଉଁ ହିନ୍ଦୁଧର୍ମ, ତାହାର ପ୍ରତିନିଧୂ ହୋଇ ମୁଁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ସମସ୍ତ ହିନ୍ଦୁ ଜାତି ଓ ସମ୍ପ୍ରଦାୟ ଅନ୍ତର୍ଗତ କୋଟି କୋଟି ନରନାରୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ଏହି ସଭାମଞ୍ଚରେ ସେହି କେତେଜଣ ବକ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଯେଉଁମାନେ ପ୍ରାଚ୍ୟଦେଶୀୟ ପ୍ରତିନିଧିଙ୍କ ସମ୍ବନ୍ଧରେ ମନ୍ତବ୍ୟ ପ୍ରକାଶ କଲେ ଯେ, ଅତି ଦୂର ଦେଶନିବାସ ଜାତିସମୂହ ମଧ୍ୟରୁ ଯେଉଁମାନେ ଏଠାରେ ସମାଗତ ହୋଇଛନ୍ତି, ସେମାନେ ମଧ୍ୟ ବିଭିନ୍ନ ଦେଶରେ ପରଧର୍ମ ସହିଷ୍ଣୁତାର ଭାବ ପ୍ରଚାର କରିବାର ଗୌରବ ଦାବୀ କରିପାରନ୍ତି । ଯେଉଁ ଧର୍ମ-ଜଗତକୁ ଆବହମାନକାଳରୁ ପରମତସହିଷ୍ଣୁତା ଓ ସର୍ବବିଧ ମତ ସ୍ବୀକାର କରିବାକୁ ଶିକ୍ଷାଦେଇ ଆସୁଛି, ମୁଁ ସେହି ଧର୍ମଭୁକ୍ତ ବୋଲି ନିଜକୁ ଗୌରବାନ୍ବିତ ବୋଲି ମନେକରେ । ଆମେମାନେ ଯେ କେବଳ ସବୁ ଧର୍ମକୁ ସହ୍ୟ କରୁ ତାହା ନୁହେଁ, ବରଂ ସବୁଧର୍ମ ଗୁଡ଼ିକୁ ଆମେ ସତ୍ୟ ବୋଲି ବିଶ୍ଵାସ କରୁ । ଯେଉଁ ଧର୍ମର ପବିତ୍ର ସଂସ୍କୃତ ଭାଷାରେ ଇଂରାଜୀ ଶବ୍ଦ ଏକ୍ସକ୍ଲୁସନକୁ (ଭାବାର୍ଥ: ବହିଷ୍କରଣ, ପରିବର୍ଜନ) ଅନୁବାଦ କରାଯାଏ ନାହିଁ, ମୁଁ ସେହି ଧର୍ମଭୁକ୍ତ ବୋଲି ଗର୍ବ ଅନୁଭବ କରେ । ଯେଉଁ ଜାତି ପୃଥିବୀର ସମସ୍ତ ଧର୍ମର ଓ ସକଳ ଜାତିର ନିପୀଡ଼ିତ ଓ ଆଶ୍ରୟ ପ୍ରାର୍ଥୀମାନଙ୍କୁ ଚିରକାଳ ଆଶ୍ରୟ ଦେଇଆସିଛି, ମୁଁ ସେହି ଜାତିର ଅନ୍ତର୍ଭୁକ୍ତ ବୋଲି ନିଜକୁ ଗୌରବାନ୍ଵିତ ମନେ କରେ । ମୁଁ ଆପଣମାନଙ୍କୁ ଏକଥା କହିବାରେ ଗର୍ବ ଅନୁଭବ କରୁଛି ଯେ,ଆମେ ଇହୁଦୀମାନଙ୍କର ଖାଣ୍ଟି ବଂଶଧରଗଣଙ୍କର ଅବଶିଷ୍ଟ ଅଂଶକୁ ଆଦର ସହକାରେ ହୃଦୟରେ ଧାରଣ କରି ରଖୁଛୁ; ଯେଉଁ ବର୍ଷ ରୋମକମାନଙ୍କ ଉଭୟଙ୍କର ଉପୀଡ଼ନରେ ଇହୁଦୀ ଜାତିର ପବିତ୍ର ମନ୍ଦିରଗୁଡ଼ିକ ବିଧ୍ୱସ୍ତ ହେଲା, ସେହି ବର୍ଷ ସେମାନେ ଦକ୍ଷିଣ ଭାରତରେ ଉପନୀତ ହୋଇ ଆଶ୍ରୟପ୍ରାର୍ଥୀ ହୋଇଥିଲେ । ଜୋରୋୟାସ୍ତର ଅନୁଗାମୀ ମହାନ୍ ପାରସିକ ଜାତିର ଅବଶିଷ୍ଟାଶକୁ ଯେଉଁ ଧର୍ମାବଲମ୍ବୀଗଣ ଆଶ୍ରୟଦାନ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ଯେଉଁମାନେ ସେମାନଙ୍କୁ ପ୍ରତିପାଳନ କରୁଛନ୍ତି, ମୁଁ ସେମାନଙ୍କର ଅନ୍ତର୍ଭୁକ୍ତ ।