ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା କରିବେ; କିନ୍ତୁ ତାଙ୍କ ଚାହିଁବା ଭଳି ସୁପୁରୁଷ ସେଠାରେ ନଥିଲେ । ଅନେକ ଥର ଏହିପରି ସ୍ଵୟମ୍ବର-ସଭା ଆହୂତ ହୋଇଥିଲା; କିନ୍ତୁ ରାଜକନ୍ୟା କାହାରିକୁ ହେଲେ ମନୋନୀତ କରିପାରି ନ ଥିଲେ । ଏଥର ସ୍ଵୟମ୍ବର-ସଭା ସର୍ବାପେକ୍ଷା ବୃହତ୍ ହୋଇଥିଲା । ଏହି ସଭାରେ ପୂର୍ବ ଥର ଅପେକ୍ଷା ଅଧ୍ଵ ଲୋକ ସମବେତ ହୋଇଥିଲେ ଏବଂ ଏହି ସଭାର ଦୃଶ୍ୟ ଅତି ଚମତ୍କାର ଓ ଅଦ୍ଭୁତ ହୋଇଥିଲା । ୬୮ ସିଂହାସନାରୂଢ଼ା ରାଜକନ୍ୟା ସଭାରେ ପ୍ରବେଶ କଲେ ଏବଂ ବାହକଗଣ ତାଙ୍କୁ ସଭାର ଭିନ୍ନ ଭିନ୍ନ ସ୍ଥାନକୁ ନେବାକୁ ଲାଗିଲେ । କିନ୍ତୁ ରାଜକନ୍ୟା କାହାରିକୁ ହେଲେ ଭୂକ୍ଷେପ କଲେ ନାହିଁ । ଏଥର ମଧ୍ୟ ସ୍ଵୟମ୍ବର ସଭା ପୂର୍ବ ପରି ବ୍ୟର୍ଥ ହେବ ଭାବି ସମସ୍ତେ ନିରୁତ୍ସାହିତ ହେବାକୁ ଲାଗିଲେ । ଏପରି ସମୟରେ ଏକ ଯୁବକ ସନ୍ନ୍ୟାସୀ ଆସି ସେଠାରେ ଉପସ୍ଥିତ ହେଲେ; ତାଙ୍କ ରୂପର ପ୍ରଭା ଦେଖି ବୋଧହେଲା, ସେତେ ଯେପରି ସୂର୍ଯ୍ୟଦେବ ଆକାଶ ମାର୍ଗ ତ୍ୟାଗ କରି ଧରାତଳେ ଅବତୀର୍ଣ୍ଣ ହୋଇଛନ୍ତି । ରାଜକନ୍ୟା ଯେତେବେଳେ ତାଙ୍କ ନିକଟବର୍ତ୍ତୀ ହେଲେ ସେତେବେଳେ ସେହି ପରମ ରୂପବାନ୍ ସନ୍ନ୍ୟାସୀଙ୍କୁ ଦେଖ୍ ବାହକମାନଙ୍କୁ ଅଟକାଇ ସନ୍ନ୍ୟାସୀଙ୍କ ଗଳଦେଶରେ ବରମାଲ୍ୟ ଅର୍ପଣ କଲେ । ଯୁବକ ସନ୍ନ୍ୟାସୀ ମାଳା ଛିଣ୍ଡାଇ ଫୋପାଡ଼ିଦେଲେ ଓ କହିବାକୁ ଲାଗିଲେ, ‘କିପରି ନିର୍ବୋଧତା ! ମୁଁ ଜଣେ ସନ୍ୟାସୀ; ମୋ ପକ୍ଷରେ ବିବାହ ନିରର୍ଥକ !’ ସେ ଦେଶର ରାଜା ମନେକଲେ ଲୋକଟି ବୋଧହୁଏ ଦରିଦ୍ର; ସେଥ୍ପାଇଁ ରାଜକନ୍ୟାଙ୍କୁ ବିବାହ କରିବାକୁ ସାହସ କରୁନାହିଁ; ତେଣୁ ସେ କହିଲେ, ‘ବର୍ତ୍ତମାନ ମୋ କନ୍ୟା ସହିତ ତୁମେ ଅର୍ଦ୍ଧେକ ରାଜ୍ୟ ପାଇବ ଏବଂ ମୋ ମୃତ୍ୟୁ ପରେ ସମଗ୍ର ରାଜ୍ୟ ଲାଭ କରିବ ।’ ଏହା କହି ସନ୍ନ୍ୟାସୀଙ୍କ ଗଳଦେଶରେ ପୁନରାୟ ମାଲ୍ୟାର୍ପଣ କଲେ । ‘କି ଉତ୍ପାତ ! ମୁଁ ବିବାହ କରିବାକୁ ଚାହେଁ ନାହିଁ, ତଥାପି ଏ କଅଣ ?’ ସନ୍ନ୍ୟାସୀ ପୁନରାୟ ମାଳା ଫୋପାଡ଼ି ଦେଇ ଦ୍ରୁତପଦରେ ସେହି ସଭାରୁ ପ୍ରସ୍ଥାନ କଲେ । କିନ୍ତୁ ଏହି ଯୁବକ ପ୍ରତି ରାଜକନ୍ୟା ଏତେଦୂର ଅନୁରକ୍ତ ହୋଇଥିଲେ ଯେ, ସେ କହିଲେ, ହୁଏତ ମୁଁ ଏହାଙ୍କୁ ବିବାହ କରିବି ନଚେତ୍ ମରିବି । ରାଜକନ୍ୟା ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ଅନୁଧାବନ କଲେ । ତତ୍ପରେ ଆମର ସେହି ପୂର୍ବୋକ୍ତ ସନ୍ନ୍ୟାସୀ, ଯେ ରାଜାଙ୍କୁ ସେଠାକୁ ଆଣିଥିଲେ, କହିଲେ, ‘ଚାଲନ୍ତୁ ମହାରାଜ, ଆମେ ଏ ଦୁଇଜଣଙ୍କର ଅନୁଗମନ କରିବା ।’ ଏହା କହି ସେମାନେ ସେମାନଙ୍କ ପଛେ ପଛେ କିଛି ଦୂର ବ୍ୟବଧାନରେ ଚାଲିବାକୁ ଲାଗିଲେ । ଯେଉଁ ସନ୍ନ୍ୟାସୀ ରାଜକନ୍ୟାଙ୍କର ପାଣିଗ୍ରହଣ କରିବାକୁ ଅସମ୍ମତ ହୋଇଥିଲେ, ସେ ରାଜଧାନୀରୁ ବାହାରି କେତେ କ୍ରୋଶ ପର୍ଯ୍ୟନ୍ତ ଗ୍ରାମ ମଧ୍ୟରେ ଯାଇ ଏକ ଅରଣ୍ୟରେ ପ୍ରବେଶ କଲେ । ରାଜକନ୍ୟା ତାଙ୍କର ଅନୁଗମନ କଲେ ଏବଂ ଏ ଦୁଇଜଣ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ । ଏହି ଯୁବକ ସନ୍ନ୍ୟାସୀ ସେହି ଅରଣ୍ୟକୁ ତନ୍ନ ତନ୍ନ କରି ଜାଣିଥିଲେ । ତାହାର କେଉଁଠି କେଉଁ ଗୁପ୍ତ ପଥ ଅଛି ତାହାସବୁ ତାଙ୍କୁ ଜଣାଥିଲା । ସନ୍ଧ୍ୟା ଆଗମନ ହେବାରୁ ସେ ଏହିପରି ଗୋଟିଏ ପଥରେ ପ୍ରବେଶ କରି କୁଆଡ଼େ ଅନ୍ତର୍ହିତ ହୋଇଗଲେ ଯେ ରାଜକନ୍ୟା ତାଙ୍କର ଆଉ କୌଣସି ସନ୍ଧାନ ପାଇଲେ ନାହିଁ । ବହୁକ୍ଷଣ ପର୍ଯ୍ୟନ୍ତ ତାଙ୍କୁ ଖୋଜି ଖୋଜି ଶେଷରେ