ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ୮

ଭାରତବର୍ଷ ଯେ ସମଗ୍ର ମାନବଜାତି ନିକଟକୁ ଜୀବନର ମର୍ମବାଣୀ ବହନ କରି ନେବା ମଧ୍ୟରେ ନିଜର ସାର୍ଥକତା ଉପଲବ୍ଧ କରିଥାନ୍ତା, ଏକଥା ପୂର୍ବରୁ ଅନୁମାନ କରାଯାଇପାରେ ଏବଂ ଏହା ଯେ ପ୍ରଥମଥର ଘଟିଲା ତାହା ମଧ୍ୟ ନୁହେଁ ପୂର୍ବେ ମଧ୍ୟ ଥରେ ପ୍ରତିବେଶୀ ଦେଶସମୁହକୁ ଜାତି-ଗଠନକାରୀ ଧର୍ମର ବାଣୀପ୍ରେରଣ ମାଧ୍ୟମରେ ହିଁ ଭାରତବର୍ଷ ନିଜ ଚିନ୍ତାଧାରାର ମହତ୍ତ୍ବ ସମ୍ବନ୍ଧରେ ସଚେତନ ହେବା ପାଇଁ ଶିକ୍ଷା ପାଇଥିଲା । ଏହି ଆତ୍ମଗତ ଏକୀକରଣ ଯୋଗୁ ଆଧୁନିକ ହିନ୍ଦୁଧର୍ମ ଯେପରି କି ନୂତନ ଭାବରେ ସ୍ପଷ୍ଟ ହେଲା । ଆମେ କେବେହେଲେ ଯେପରି ଭୁଲ ନ ଯାଉ ଯେ, ଏହି ଭାରତର ମାଟିରେ ହିଁ ପ୍ରଥମେ ଶୁତ ହୋଇଥିଲା ଶିଷ୍ୟ ପ୍ରତି ଗୁରୁଙ୍କର ସେହି ଆଦେଶ : ‘ତୁମେମାନେ ସମଗ୍ର ପୃଥିବୀର ବିଭିନ୍ନ ଦେଶକୁ ଯାଅ ଏବଂ ଏହି ଭଗବତ୍ -ବାଣୀ ସବୁ ପ୍ରାଣୀଙ୍କ ନିକଟରେ ପ୍ରଚାର କର ।” ଏହା ସେହି ଚିନ୍ତା ଓ ସେହି ପ୍ରେମର ଅନୁପ୍ରେରଣା, ଯାହା ନୂତନରୂପରେ ସ୍ୱାମୀ ବିବେକାନନ୍ଦଙ୍କ କଣ୍ଠରେ ଧ୍ବନିତ ହୋଇଥିଲା, ଯେତେବେଳେ ସେ ପାଶ୍ଚାତ୍ୟର ଗୋଟିଏ ମହାନ୍ ସମ୍ମେଳନରେ କହିଲେ, “ଯଦି ଗୋଟିଏ ଧର୍ମ ସତ୍ୟ ହୋଇଥାଏ, ତା ହେଲେ ଅନ୍ୟଗୁଡ଼ିକ ମଧ୍ୟ ସତ୍ୟ ।” ତେଣୁ ହିନ୍ଦୁଧର୍ମ ଯେତେଟା ମୋର, ସେତେଟା ତୁମମାନଙ୍କର ମଧ୍ୟ ଏବଂ ସେ ନିଜ ବକ୍ତବ୍ୟର ଭାବ ସମ୍ପ୍ରସାରଣ କରି କହିଲେ, ‘ଆମେ ହିନ୍ଦୁମାନେ ଯେ କେବଳ ଅନ୍ୟାନ୍ୟ ମତଗୁଡ଼ିକୁ ସହ୍ୟ କରୁ ତାହା ନୁହେଁ, ବରଂ ଆମେ ସବୁଧର୍ମ ସହିତ ନିଜକୁ ମିଳିତ କରୁ । ଆମେ ମୁସଲମାନମାନଙ୍କର ମସ୍‌ଜିଦରେ ପ୍ରାର୍ଥନା କରୁ, ପୀର୍ଶୀମାନଙ୍କର ଅଗ୍ନିକୁ ପୂଜା କରୁ ଏବଂ ଖ୍ରୀଷ୍ଟିୟାନମାନଙ୍କର କୁଶ ସମ୍ମୁଖରେ ନତଜାନୁ ହେଉ । ଆମେ ଜାଣୁ ଯେ ନିମ୍ନତମ ଜଡ଼-ଉପାସନାଠାରୁ ଆରମ୍ଭ କରି ଉଚ୍ଚତମ ଅଦ୍ବୈତବାଦ ପର୍ଯ୍ୟନ୍ତ ସମସ୍ତ ଧର୍ମ ହିଁ ସମଭାବରେ ଅସୀମକୁ ଉପଲବ୍ଧ ଓ ଅନୁଭବ କରିବାର ବିଭିନ୍ନ ପ୍ରଚେଷ୍ଟା ମାତ୍ର । ସେଥିପାଇଁ ଆମେ ଏହି ପୁଷ୍ପଗୁଡ଼ିକୁ ଚୟନ କରି ଏକ ପ୍ରେମସୁତ୍ରରେ ଗୁନ୍ଥି ପୂଜା ନିମିର ଗୋଟିଏ ବିଚିତ୍ର ପୁଷ୍ପ-ସ୍ତବକରେ ପରିଣତ କରୁ ।” ଏହି ବକ୍ତାଙ୍କ ନିକଟରେ କେହି ବିଦେଶୀ ବା ବିଧର୍ମୀ ନ ଥିଲେ, ତାଙ୍କ ନିକଟରେ ଥିଲା କେବଳ ସତ୍ୟ ଓ ବିଶ୍ୱମାନବତା ।


ଧର୍ମ-ମହାସଭାରେ ସ୍ବାମୀଜୀଙ୍କ ବହୃତା ସମ୍ବନ୍ଧରେ କୁହାଯାଇପାରେ, ଯେତେବେଳେ ସେ ବକ୍ତୄତା ଆରମ୍ଭ କଲେ ସେତେବେଳେ ତାଙ୍କର ବିଷୟବସ୍ତୁ ଥିଲା ହିନ୍ଦୁମାନଙ୍କର ‘ଧର୍ମଭାବ-ସମୂହ’; କିନ୍ତୁ ଯେତେବେଳେ ସେ ତାହା ଶେଷ କଲେ ସେତେବେଳେ ହିନ୍ଦୁଧର୍ମ ଏକ ନୂତନ ଆକାର ଧାରଣ କଲା । ସେହି ମୂହୁର୍ତ୍ତ ଏହି ସମ୍ଭାବନାରେ ପୂର୍ଣ୍ଣ ଥିଲା । ତାଙ୍କ ସମ୍ମୁଖରେ ଉପସ୍ଥିତ ବିରାଟ ଶ୍ରୋତୃବୃନ୍ଦ କେବଳ ମାତ୍ର ପାଶ୍ଚାତ୍ୟଚିନ୍ତାଧାରାର ପ୍ରତିନିଧ ଥିଲେ, କିନ୍ତୁ ଏହା ମଧ୍ୟରେ କିଛି ନୂତନ ଅଭିବ୍ୟକ୍ତି ଓ ଅଗ୍ରଗତି ଥିଲା ଏବଂ ଏହା ହିଁ ସେହି