Jump to content

ପୃଷ୍ଠା:Abakash chinta.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋକିଳ


ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ?
ରୂପ ଅଟଇ କେବଳ ବାହ୍ୟ ଆଭରଣ,
ଧନ୍ୟ ଧନ୍ୟ ରେ ବିହଙ୍ଗ,
କି ହେବ ବା ହେଲେ ତୋର ଅସୁନ୍ଦର ଅଙ୍ଗ?(୯)

ଭାରତ ପ୍ରାଚୀନ ଆର୍ଯ୍ୟ ମୁନିଗଣ ପରି
ମହାଲକ୍ଷ୍ୟ ସାଧୁ ଗୁପ୍ତେ ସାଧୁରୀତି ଧରି,
ତେଣୁ ତେଜି ଆଡ଼ମ୍ବର,
ଉଚ୍ଚାରୁ ନିଭୃତେ ବସି ଏ ମହାମନ୍ତର ।(୧୦)

ସେ ମହାପୁରୁଷେ ଯଥା ବସି ବନସ୍ଥଳେ,
ପ୍ରକାଶିଲେ ଦିବ୍ୟତତ୍ତ୍ବ ଧରଣୀ-ମଙ୍ଗଳେ,
ତଥା କରୁ ଦୁବ୍ୟନାଦ,
ଶୁଣି ଯାହା ତୁଟେ ନର ହୃଦ ଅବସାଦ ।(୧୧)

ଏ ଯୁଗର ପ୍ରାଣୀ ନୋହୁ ଜାଣିଲି ରେ ପକ୍ଷି!
ପ୍ରାଚୀନ ମହତ ରୀତି ଅଛୁ ତେଣୁ ରଖି,
ନାହିଁ ଗର୍ବ ଅହଙ୍କାର,
ତୋ ନିବାସ ଉପଯୋଗୀ ନୁହେ ଏ ସଂସାର ।(୧୨)

କେଡେ କ୍ଷୁଦ୍ର ଦେହେ କେଡେ ଗୁରୁତର ଭାବ
ଲାଗଇ ଆଶ୍ଚର୍ଯ୍ୟ ମୋତେ ଦେଖି ତୋ ପ୍ରଭାବ,
ଆରେ ପ୍ରବୀଣ ବିହଙ୍ଗ,
ଲଭିବାକୁ ମୋର ଇଛା ତୋର ସାଧୁସଙ୍ଗ

[ ୮୧ ]