ପୃଷ୍ଠା:Alankara Bodhodaya.pdf/୧୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାସୁଦେବ ଗ୍ରନ୍ଥାବଳୀ


କୁହାଯାଏ ବୋଲି ଜ୍ଞାନ ହେଲା । ଏହିପରି ଗୋ ଶବ୍ଦର ବାଚ୍ୟାର୍ଥ ଗଳକମ୍ବଳବନ୍ତପିଣ୍ଡ ଓ ଆନୟନ ଶବ୍ଦର ବାଚ୍ୟାର୍ଥ ଆହରଣ, ଏହିପରି ଘଟଶବ୍ଦର ବାଚ୍ୟାର୍ଥ କମ୍ବୁଗ୍ରୀବାଦିମନ୍ତ ଦ୍ରବ୍ୟ, ଏବଂଚ ମନୁଷ୍ୟ ଶବ୍ଦର ବାଚ୍ୟାର୍ଥ ନରବ୍ୟକ୍ତି, ପଟଶବ୍ଦର ବାଚ୍ୟାର୍ଥ ତନ୍ତୁମୟ ପରିଧେୟ ପଦାର୍ଥ, ଇତ୍ୟାଦି ।

କୌଣସି ସ୍ଥଳରେ ପ୍ରସିଦ୍ଧ ପଦର ସମଭିବ୍ୟାହାରରୁ ବାଚ୍ୟାର୍ଥ ବୋଧହୁଏ, ଯଥା, "ପ୍ରଫୁଲ୍ଲ କମଳ ମଧ୍ୟରୁ ମଧୁକର ମଧୁ ପାନ କରୁଅଛି" ଏସ୍ଥଳରେ "ପ୍ରଫୁଲ୍ଲକମଳ" ପଦ ପ୍ରସିଦ୍ଧ ରୂପରେ ଥିବାରୁ ମଧୁକର ଶବ୍ଦ ମଦ୍ୟକରକୁ ନବୁଝାଇ ଭ୍ରମର ବ୍ୟକ୍ତିକୁ ବୁଝାଇବାକୁ ଯୋଗ୍ୟ ହେଲା ଏବଂଚ ଆର୍ଯ୍ୟବଚନରୁ (ପ୍ରାମାଣିକ ବଚନରୁ) ଓ ସଂକେତିତାର୍ଥରୁ ମଧ୍ୟ ବାଚ୍ୟାର୍ଥ ବୋଧହୁଏ; ଏହି ସଂକେତ ଜାତିରେ ଓ ଗୁଣରେ ଦ୍ରବ୍ୟରେ ଗ୍ରହଣ କରାଯାଏ, ଯଥା, ଗୋତ୍ୱ ଜାତିରେ ସଂକେତ ଥିବାରୁ ଗୋ ପଦରୁ ଗୌ ର ଜ୍ଞାନ ହୁଏ; ଶୁକ୍ଳ, ରକ୍ତ, ନୀଳ, ପୀତାଦି ଗୁଣରେ ସଙ୍କେତ ଥବାରୁ ଶୁକ୍ଳପଟ, ରକ୍ତଘଟ ଇତ୍ୟାଦି ଜଣାଯାଏ ଏବଂଚ ଶୁକ୍ଳଗୌ ଶବ୍ଦରୁ ରକ୍ତାଦି ଗୌ ର ଅଗ୍ରହଣ ହୁଏ ।

ଦ୍ରବ୍ୟ ଶବ୍ଦ ଏକ ବ୍ୟକ୍ତି ବାଚି, ତହିଁରେ ମଧ୍ୟ ସଂକେତ ଗ୍ରହଣ କରାଯାଏ, ଯଥା; ହରି, ହର, ଡିଥ୍‌ଥ, ଡବିଥ୍‌ଥ ଇତ୍ୟାଦି । [୧]

କ୍ରିୟାପଦ (ପାକାଦି) ତହିଁରେ ସଙ୍କେତ କରାଯାଏ ।

ଅର୍ଥ ଲକ୍ଷଣା,

ମୁଖ୍ୟ ଅର୍ଥର ବାଧ ହୋଇ ମୁଖ୍ୟାର୍ଥ ସମ୍ବନ୍ଧ ଅନ୍ୟ ଅର୍ଥ ଯେଉଁ ଆରୋପିତ ଶକ୍ତିଦ୍ୱାରା ରୂଢ଼ି ପ୍ରୟୋଜନରୁ ଜଣାଯାଏ ତାକୁ ଲକ୍ଷଣା କୁହାଯାଏ ।

ରୂଢ଼ିରେ ଲକ୍ଷଣା ଯଥା,

“କଳିଙ୍ଗ ସାହସିକ" ଏହି ବାକ୍ୟରେ କଳିଙ୍ଗ ଶବ୍ଦର ମୁଖ୍ୟାର୍ଥ ଦେଶ ବିଶେଷରୂପ ଅର୍ଥ, ତହିଁରେ ସାହସିକତ୍ୱ ଅସଙ୍ଗତ ହେବାରୁ ତାହାର ମୁଖ୍ୟାର୍ଥ ବାଧ ହୋଇ କଳିଙ୍ଗ ଦେଶ ସମ୍ବନ୍ଧି ପୁରୁଷମାନଙ୍କଠାରେ ଲକ୍ଷଣାଦ୍ୱାରା ଅର୍ଥ ବୋଧ କରାଗଲା । (କଳିଙ୍ଗ ଦେଶ ପୁରୁଷ ସାହସିକ ଏପରି ଅର୍ଥ ଜ୍ଞାତ ହେଲା) !

ପୂର୍ବପ୍ରସିଦ୍ଧ ପଦମାନଙ୍କୁ ରୂଢ଼ କୁହାଯାଏ, ଯଥା; କଳିଙ୍ଗ, ପଙ୍କଜ, ମଣ୍ଡପ, ସନ୍ଦେଶ, ମୋତିଚୂର ଇତ୍ୟାଦି ।

ପ୍ରୟୋଜନେ ଲକ୍ଷଣା ଯଥା,

“ଗଙ୍ଗାରେ ଗୋପଗ୍ରାମ" ଏସ୍ଥଳରେ ଗଙ୍ଗା ଶବ୍ଦର ମୁଖ୍ୟାର୍ଥ ଜଳପ୍ରବାହ, ତହିଁରେ ଗୋପଗ୍ରାମ ରହିବାର ଅସଙ୍ଗତ ବୋଧ ହେବାରୁ ଗଙ୍ଗା ଶବ୍ଦର ମୁଖ୍ୟାର୍ଥ ବାଧ ହୋଇ ତାହାର ନୈକଟ୍ୟ ସମ୍ବନ୍ଧି ତୀରରେ ଗୋପଗ୍ରାମ ଥିବାର ଲକ୍ଷଣାଶକ୍ତି ଦ୍ୱାରା ଜଣାଗଲା; ଏବଂଚ ଶୀତଳତା ଓ ପବିତ୍ରତା ଏ ସ୍ଥଳରେ ପ୍ରୟୋଜନ ।

  1. * ଡିଥ୍‌ଥଃକାଷ୍ଠମୟୋହସ୍ତୀ, ଡବିଥ୍‌ଥ ସ୍ତନ୍ମୟୋମୃଗଃ