ପୃଷ୍ଠା:Alankara Bodhodaya.pdf/୨୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଳଂକାରବୋଧୋଦୟ
୯୭
 
ଅଥ ସ୍ଥାୟିଭାବ,

ଅବିରୋଧାଭାବ ଓ ବିରୋଧାଭାବ ଯାହାକୁ ଆଚ୍ଛାଦିତ କରିବାକୁ ଅସମର୍ଥ ହୁଅନ୍ତି ସେହି ଆସ୍ୱାଦାଙ୍କୁରର ମୂଳଭୂତ ଯେ ରତ୍ୟାଦିକୁ ତାକୁ ସ୍ଥାୟୀଭାବ ବୋଲାଯାଏ, ଯଥା,
ଶୃଙ୍ଗାରରେ ରତି ସ୍ଥାୟିଭାବ, ହାସ୍ୟରସରେ ହାସ, କରୁଣରେ ଶୋକ, ରୌଦ୍ରରେ କ୍ରୋଧ, ବୀରରେ ଉତ୍ସାହ, ଭୟାନକରେ ଭୟ, ବୀଭତ୍ସରେ ଜୁଗୁପ୍ସା, ଅଭୂତରେ ବିସ୍ମୟ, ଶାନ୍ତରସରେ ଶମ ସ୍ଥାୟି ଭାବ ହୁଏ ।

ଅଥ ରସଭେଦ,

ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବୀଭସ୍, ଅଭୂତ, ଶାନ୍ତି ।

ଅଥ ଶୃଙ୍ଗାର,

ଆଲମ୍ବନ - ନାୟକ, ନାୟିକାମାନେ ।
ଉଦ୍ଦୀପନ - ଚନ୍ଦ୍ର, ଚନ୍ଦନ, ରୋଲମ୍ବରତାଦି ।
ଅନୁଭାବ - ଭୁବିକ୍ଷେପ, କଟାକ୍ଷାଦିମାନେ ।
ବ୍ୟଭିଚାରୀ - ଔଗ୍ର‍୍ୟ, ମରଣ, ଆଳସ୍ୟ, ଜୁଗୁପ୍‌ସା । ଏମାନଙ୍କ ଭିନ୍ନ ଆଉସବୁ ନିର୍ବେଦାଦିମାନେ ।
ଶୃଙ୍ଗୀରରସ ଦୁଇପ୍ରକାର, ବିପ୍ରଲମ୍ଭ ଶୃଙ୍ଗାର ଓ ସମ୍ଭୋଗ ଶୃଙ୍ଗାର । ରତି ଉତ୍କୃଷ୍ଣ ହେଲେ ମଧ୍ୟ ନାୟିକା ନାୟକର ଅପ୍ରାପ୍ତିରେ ବିପ୍ରଲମ୍ଭ ହୁଏ ।
ପୂର୍ବରାଗ, ମାନ, ପ୍ରବାସ ଓ କରୁଣରୁ ବିପ୍ରଲମ୍ଭ ଚାରି ପ୍ରକାର ହୁଏ । ନାୟକ, ନାୟିକାର ଅନ୍ୟୋନ୍ୟାନୁରାଗଦ୍ୱାରା ଦର୍ଶନ, ସ୍ପର୍ଶନ, ଚୁମ୍ବନାଦିକୁ ସମ୍ଭୋଗ ଶୃଙ୍ଗାର କୁହାଯାଏ ।
ପୂର୍ବୋକ୍ତ ପୂର୍ବରାଗ, ମାନ, ପ୍ରବାସ, କରୁଣ, ଏହାର ଉତ୍ତାରୁ ମଧ୍ୟ ସମ୍ଭୋଗ ଶୃଙ୍ଗାର ହୁଏ । ଅର୍ଥାତ୍ ପୂର୍ବରାଗାଦି ଉତ୍ତାରୁ ଯେଉଁ ମେଳନ୍ତ, ତାକୁ ସମ୍ଭୋଗ ଶୃଙ୍ଗାର କୁହାଯାଏ, ଇତ୍ୟାଦି ।

ଅଥ ହାସ,

ସ୍ଥାୟିଭାବ - ହାସ ।
ଆଲମ୍ବନ - ବିକୃତାକାର ବଚନ ଚେଷ୍ଟାବନ୍ତ ବ୍ୟକ୍ତି ।
ଉଦ୍ଦୀପନ - ତଦୀୟ ବିକୃତକାର ଚେଷ୍ଟାଦି ।
ଅନୁଭାବ - ଅକ୍ଷି ସଂକୋଚ ଓ ମନ୍ଦ ହାସାଦି ।
ବ୍ୟଭିଚାରୀ - ନିଦ୍ରା ଆଳସ୍ୟ ଅବହିତ୍‌ଥା | [ଆକାର ସଂଗୋପନ]

ହାସ ଛ' ପ୍ରକାର ଯଥା,

ଉତ୍ତମମାନଙ୍କର - ସ୍ଥିତ ଓ ହସିତ ହୁଏ ।