Jump to content

ପୃଷ୍ଠା:Alankara Bodhodaya.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବସୁଦେବ ଗ୍ରନ୍ଥାବଳୀ ହୋଇଥାନ୍ତା । ଯଥା : ମୁଖ୍ୟାର୍ଥରେ ବାଧହେଲେ ଏବଂ ସେହି ମୁଖ୍ୟାର୍ଥରେ ସମ୍ବନ୍ଧ ଲକ୍ଷୀର୍ଥରେ ଅଲେ ରୂଢ଼ି ବା ପ୍ରୟୋଜନ ହେତୁରୁ ଶବ୍ଦ, ଯେଉଁ ଶକ୍ତି ବା ବ୍ୟାପାର ଦ୍ବାରା ଅନ୍ୟ ଅର୍ଥକୁ ବୁଝାଏ, ସେହି ଶକ୍ତିକୁ ଲକ୍ଷଣ: କୁହନ୍ତି । ଯେହେତୁ ମୂଳରେ ଏହିପରି ଅଛି ଯଥା; ବାଚ୍ଯର୍ଥ ବା ଧୋ ତଦ୍‌ଯୋଗେ ଇତ୍ୟାଦି । ଅପିଚ । ଉପମାଳଙ୍କାର ନକ୍ଷଣ । ଉପମାନ, ଉପମେୟ ଦୁହିଁଙ୍କର ଯେଉଁଠାରେ ସାଦୃଶ୍ୟ ଉତ୍ତମରୂପେ ଉଲ୍ଲସିତ ହୁଏ, ତାହାକୁ ଉପମାଳଙ୍କାର ବୋଲି । ଏ ସ୍ଥଳେ କାହାର ସାଦୃଶ୍ୟ କାହାଠାରେ ସ୍ପଷ୍ଟ ରୁପେ ବିନ୍ୟସ୍ତ ହେବା ଉଚିତଥ୍ଲା । ଏ ସ୍ଥଳେ ଏହିରୂପ ଲେଖୁଥୁଲେ ଉଚିତ ହୋଇଥାନ୍ତା ଅର୍ଥାତ୍ ଉପମେୟ ପଦ ଉପମାନ ଭିନ୍ନ ହୋଇ ଉପମାନଗତ ଧର୍ମବିଶିଷ୍ଟ ହେଲେ ଉପମାଳଙ୍କାର ହୁଏ । ସଂସ୍କୃତରେ ଏହି ଲକ୍ଷଣ ନିର୍ଦ୍ଦିଷ୍ଟ ଅଛି । ଯଥା : ଚନ୍ଦ୍ର ତୁଲ୍ଯ ମୁଖ କହିଲେ ମୁଖରେ ଚନ୍ଦ୍ର ଭିନ୍ନତ୍ତ୍ୱ ଥାଇ ଚନ୍ଦ୍ରଗତ ଆହ୍ଲାଦଜନକଜ୍ମଦି ସାଦୃଶ୍ୟ ମୁଖରେ ଥୁବାରୁ ଉପମାଳଙ୍କାର ବୋଧହେଲା । ଅପିଚ ! ଗ୍ରନ୍ଥର ଆଦ୍ୟରେ ଲେଖାଅଛି ଯେ, କାବ୍ୟାଦି ଶାସ୍ତ୍ର ଅଧ୍ୟୟନ କଲେ ଧର୍ମ, ଅର୍ଥ, କାମ, ମୋକ୍ଷ ଏପରି ଚତୁର୍ବର୍ଗ ପ୍ରାପ୍ତ ହୁଏ । ଏ ସ୍ଥଳେ, “ଏପରି' ଏହି ପଦ ପ୍ରୟୋଗ କରିବା ଉଚିତ କି ? “ଏପରି' ପଦ ଏଠାକୁ କାହୁଁ ଅଇଲା ? ମୂଳରେ ଅଛି ଯଥା : “ଚତୁର୍ବର୍ଗଫଳା ବାପ୍ତି! ସୁଖଦନ୍ମଧୟାମପି ।' ଅପିଚ । ଅଳଙ୍କାର ଦୁଇପ୍ରକାର- ଶଙ୍କାଳଙ୍କାର ଓ ଅର୍ଥାଳଙ୍କାର । ଶବ୍ଦୀଳଙ୍କାର ମଧରେ ଅନୁପ୍ରାସ; ପୁଣି ସେହି ଅନୁପ୍ରାସ ତିନିପ୍ରକାର- ଘୋଛକାନୁପ୍ରାସ, ଲାଟାନୁପ୍ରାସ, ବୃତ୍ତବ୍ଯାନୁପ୍ରାସ ! ଛେକାନୁପ୍ରାସର ଲକ୍ଷଣ ଏହି ଯେ, ଦୁଇଦୁଇ ବ୍ୟଞ୍ଜନବର୍ଣ୍ଣର ନିରନ୍ତର ଅର୍ଥାତ୍ ବ୍ୟବଧାନରହିତ ଆବୃତ୍ତି ଯେଉଁଠାରେ ହୁଏ, ସେହିଠାରେ ଛେକାନୁପ୍ରାସ ହୁଏ । 8 : ରାଜରାଜ ସମୈଶ୍ବର୍ଯ୍ୟ8 ଶାସ୍ତ୍ର ଭାସୁର ଧୀରଧ18 ! ରାଜ ରାଜଦ୍ଯଶା ରେଜେ ରାମୋବାଶରଥୀ ରଥୀ । ପ୍ରଶଂସିତ ଗ୍ରନ୍ଥରେ ଲେଖାଅଛି; ସସ୍ପର ବ୍ୟଞ୍ଜନ ସମୂହର ଏକ କିବା ଅନେକବାର ସାମ୍ୟକୁ ଛେକାନୁପ୍ରାସ କୁହନ୍ତି ।! ଏହି ଲକ୍ଷଣର ଲକ୍ଷ ସ୍ଥଳ ବୃତ୍ଯନୁପ୍ରାସ ହୋଇପାରେ । ବୃତ୍ଯନୁପ୍ରାସର ଲକ୍ଷଣ ଏହି : ଏକଦ୍ବିଚ୍ଯୁଦି ବର୍ଣ୍ଣନା° ପୁନରୁକ୍ତିର୍ଭବେଦ୍ ଯଦି । ସଂଖ୍ୟାନିୟମ ମୁଲ୍ଲୀଘସ୍ୟ ବୃହ୍ଯନୁପ୍ରାସ ଈରୀତଃ ॥ ଏହିରୂପେ ନାନା ସ୍ଥଳରେ ମୂଳ ଗ୍ରନ୍ଥର ସହିତ ସାମଞ୍ଜସ୍ୟ ନଥୁଜେ ହୈ। ପ୍ରଶଂସିତ ଗ୍ରନ୍ଥ ଖଣ୍ଡିକ ଯେ ଆଦରଣୀୟ ଓ ରସାଜ୍ଞମାନଙ୍କର ଉପଯୋଗୀ ହୋଇଅଛି, ଏଥୁରେ କୌଣସି ସନ୍ଦେହ ନାହିଁ । ବାମଣ୍ଡା ଧୁପତିଙ୍କ ଅନୁଗ୍ରହରୁ ଅଳଙ୍କାର ଶାସ୍ତ୍ରର ଦ୍ବାର ପ୍ରଥମେ ଉଦ୍‌ଘାଟିତ ହେଲା; ଏଣୁ ଆମେମ୍ବମାନେ ମନର ସହିତ ତାହାଙ୍କୁ ଧନ୍ୟବାଦ ଦେଉଅର୍ଜୁ ।