ପୃଷ୍ଠା:Ama Deha (BB Patnaik 1940) o.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୫
ଆମ ଦେହ
[ମାଂସପେଶୀ ସଙ୍କୁଚିତ ହେବାରୁ ହାତ କିପରି ବଙ୍କାଇ ହୁଏ ତାହା ଏହି ଚିତ୍ରରୁ ଜଣାଯାଏ]

ବେଳେ ହାତର ମାଂସପେଶୀ ସଙ୍କୁଚିତ ହୋଇ କିପରି ଟାଣ ଓ ମୋଟା ହୋଇଯାଏ ଏହା ସମସ୍ତେ ଦେଖିଅଛନ୍ତି । ଜିନିଷ ଉଠାଇବାରୁ ଯେ ମାଂସପେଶୀ ସଙ୍କୁଚିତ ହୁଏ, ଏହା ନୁହେ । ଏହା ଆଗ ସଙ୍କୁଚିତ ହେବାରୁ ପରେ ହାତ ଉଠେ ଏବଂ ହାତ ଉଠିବା ସଙ୍ଗେ ସଙ୍ଗେ ଜିନିଷ ଉଠାଇ ହୁଏ । ସେହିପରି ଦାନ୍ତ ଚିପିଲା ବେଳକୁ ଯେ ଗାଲ ଟାଣ ହୋଇଯାଏ କିମ୍ବା କ‌ହୁଣୀଠାରୁ ହାତ ଭାଙ୍ଗିଲା ବେଳକୁ ବାହୁର ମାଂସପେଶୀ ଯେ ମୋଟା ହୋଇଯାଏ, ଏକଥା ସହଜରେ ଦେଖି ହେବ ।