ପୃଷ୍ଠା:Ama Deha (BB Patnaik 1940) o.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୫
ଆମ ଦେହ ।

ମହାସ୍ରୋତ ଦେହରେ ପାକସ୍ଥଳୀ ସବୁଠାରୁ ଓସାରିଆ । ଏହା ଦେଖିବାକୁ ଗୋଟିଏ ଥଳୀ ପରି । ଏହାର ଲମ୍ବ ପ୍ରାୟ ୧୦|୧୨ ଇଞ୍ଚ ଓ ଚଉଡ଼ା ୪|୫ ଇଞ୍ଚ । ଏହାର ଉପରପଟେ ଅନ୍ନନାଳୀ ମିଳିଛି ଏବଂ ତଳଆଡ଼ୁ ଅନ୍ତ ଆରମ୍ଭ ହୋଇଅଛି । ପାକସ୍ଥଳୀର ଅସ୍ତରଣ ( Coat ) ଦେହରେ ଅସଂଖ୍ୟ ପାଚକ ଗ୍ରନ୍ଥି (Gastric Glands) ଅଛି । ଏସବୁ ହେଉଛି ପାଚକ ରସର କାରଖାନା । ଖାଦ୍ୟ ପାକସ୍ଥଳୀରେ ପହଞ୍ଚିଲାମାତ୍ରେ ଏଥିରୁ ପାଚକ ରସ ବାହାରି ପାକସ୍ଥଳୀରେ ପଡ଼େ ଓ ପାକସ୍ଥଳୀ ଲୋଚା କୋଚା ହୋଇ ଖାଦ୍ୟକୁ ପାଚକ ରସ ସଙ୍ଗେ ଭଲ କରି ମିଶାଇ ଦିଏ । ପାଚକ ରସରେ ଲବଣଦ୍ରାବକ(Hydrochloric Acid)ଓ ଜୀର୍ଣ୍ଣଦ୍ରାବକ (Pepsin) ବୋଲି ଦୁଇଗୋଟି ଜିନିଷ ଅଛି । ଲବଣଦ୍ରାବକଦ୍ୱାରା ଚିନିଜାତୀୟ ଓ ଜୀର୍ଣ୍ଣଦ୍ରାବକଦ୍ୱାରା ଛେନାଜାତୀୟ ଖାଦ୍ୟ କେତେକ ପରିମାଣରେ ବଦଳି ଯାନ୍ତି ।

ଖାଦ୍ୟ ଜିନିଷ ପାଚକ ରସ ସଙ୍ଗେ ମିଶି ପାକସ୍ଥଳୀରେ ମନ୍ଥି ହେଲା ବେଳେ ତାହାର ଦୁଇଟିଯାକ ମୁହଁ ବନ୍ଦ ହୋଇଥାଏ, ତେଣୁ ଖାଦ୍ୟ ଜିନିଷ ଅନ୍ନନାଳୀକୁ ଫେରି ଆସି ପାରେ ନାହିଁ କିମ୍ବା ଅନ୍ତକୁ ଚାଲିଯାଏ ନାହିଁ । ପାକସ୍ଥଳୀରୁ ଯେଉଁଠାରୁ ଅନ୍ତ ବାହାରିଛି, ସେଠା ବଟୁଆମୁହଁ ପରି (Pyloric Sphinctor) ସଦାବେଳେ ବନ୍ଦ ଥାଏ । ପାକସ୍ଥଳୀ ଭିତରେ ଖାଦ୍ୟ ପାଚକରସ ସଙ୍ଗେ ଭଲରୂପେ ମିଶି ମନ୍ଥି ହୋଇଗଲେ ତାହା ଲବଣଦ୍ରାବକ ଯୋଗେ ଖଟାଳିଆ ହୋଇଯାଏ ଓ ଏହି ଖଟାଳିଆ ଜିନିଷ ସେହି ବଟୁଆମୁହଁ ପରି ବନ୍ଦ ଥିବା ବାଟରେ ବାଜିଲାକ୍ଷଣି କେଳାଙ୍କ କୁହୁକ ପରି ତାହା ସଙ୍ଗେ ସଙ୍ଗେ ମେଲା ହୋଇଯାଏ; ତେଣୁ ଥୋଡ଼ାଏ ଖାଦ୍ୟ ପାକସ୍ଥଳୀରୁ