ପୃଷ୍ଠା:Ama Deha (BB Patnaik 1940) o.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୩
ଆମ ଦେହ

ଦେଇ ସେମାନଙ୍କୁ ପୁଷ୍ଟ ଓ ସତେଜ କରେ ଏବଂ ଅମ୍ଳଜାନ ବଦଳରେ ସେଠାରେ ଥିବା ଦୂଷିତ ଅଙ୍ଗାରକାମ୍ଳ (Carbonic Acid) କୁ ଶୋଣିମା ପୁଣି ଟାଣି ଆସି ଫୁସ ଫୁସରେ ଛାଡ଼ିଦିଏ । ଏହି ଦୂଷିତ ଅଙ୍ଗାରକାମ୍ଳ ଆମ୍ଭେମାନେ ପ୍ରଶ୍ୱାସଦ୍ୱାରା ଛାଡ଼ିଦେଉଁ । ଲୋହିତ ରକ୍ତ କଣିକା ଦେହରୁ କମିଗଲେ ନାନା ପ୍ରକାର ଅସାଧ୍ୟ ରୋଗଧରେ ଓ ପ୍ରାଣ ବାହାରି ଯାଏ । କାମ କରି କରି ଲୋହିତ ରକ୍ତ କଣିକା ଯେତେବେଳେ ଶେଷରେ ନିଷ୍ଟ ହୋଇ ଯାନ୍ତି ସେତେବେଳେ ସେମାନେ ଯକୃତ ଏବଂ ପ୍ଲୀହାରେ ଯାଇପହଞ୍ଚି ଓ ସେଠାରେ ଚୂନା ହୋଇ ଯାନ୍ତି । ସେମାନଙ୍କ ଦେହରେ ଥିବା ଶୋଣିମା ଦ୍ୱାରା ଯକୃତ ପିତ୍ତ (Bile) ତିଆରି କରେ । ସୁସ୍ଥ ଦେହରେ ଏକ ଘନ ମିଲିମିଟର (Cubicmillimeter) ରକ୍ତରେ ପ୍ରାୟ ୫, ୦୦୦, ୦୦୦ ଲୋହିତ ରକ୍ତ କଣିକା ଥାନ୍ତି ।

ଶ୍ୱେତ ରକ୍ତ କଣିକା :-

ଶ୍ୱେତ ରକ୍ତ କଣିକା ଦେଖିବାକୁ ଲୋହିତ ରକ୍ତ କଣିକ ଠାରୁ ବଡ଼ । ଏହାର ଚଉଡ଼ା (ବ୍ୟାସ) ପ୍ରାୟ ୧/୨୫୦୦ ଇଞ୍ଚ ହେବ । ଏହାର ଆକୃତିରେ କିଛି ଠିକ ଠିକଣା ଥାଏ ନାହିଁ । କେତେବେଳେ ଏହା ଦେଖିବାକୁ ଗୋଲ, କେତେବେଳେ ଲମ୍ବାଳିଆ ଆଉ କେତେବେଳେ ପୁଣି ଅଷ୍ଟବକ୍ର । ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ସର୍ବଦା ଏହାର ଆକୃତିରେ ପରିବର୍ତ୍ତନ ଲାଗିଥିବାର ଦେଖାଯାଏ । ଏହା ଭିତରେ ଗୋଟିଏ କିମ୍ବା ଦୁଇ ତିନୋଟି ଡ଼ିମ୍ବାଣ୍ୱଷ୍ଠି (Nuclei) ଥାଏ । ଲୋହିତ ରକ୍ତ କଣିକା ଛଡ଼ା ଦେହର ପ୍ରତ୍ୟେକ କୋଷରେ ଡ଼ିମ୍ବାଣ୍ୱଷ୍ଠି ଥିବାର ଦେଖାଯାଏ । ଡିମ୍ବାଣ୍ୱଷ୍ଠି କୋଷର ମୂଳଧାର ଅଟେ । ଶ୍ୱେତ ରକ୍ତ କଣିକାର ଜନ୍ମ ସ୍ଥାନ ହେଉଛି ରସ ଗ୍ରନ୍ଥି