ପୃଷ୍ଠା:Bhasa o Jatiyata.pdf/୬୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭାଷା ଓ ଜାତୀୟତା ଯେ ଅତୀତରେ ସୁସମୃଦ୍ଧ, ସୁସଂସ୍କୃତ ତଥା ବିଜ୍ଞ ଥିଲେ, ତାହା ଏହିସବୁ କୃତିରୁ ଜଣାପଡେ। ସଂକ୍ଷେପରେ କହିଲେ ଓଡ଼ିଆଭାଷାର ଉତ୍କର୍ଷ ରହିଛି ତା’ର ସାହିତ୍ୟରେ । ଓଡ଼ିଆ ଶବ୍ଦଭଣ୍ଡାର ରକ୍ଷଣଶୀଳ ନୁହେଁ । ଏହାର ଅସାମାନ୍ୟ ଗ୍ରହଣଶକ୍ତି ରହିଛି । ଫଳରେ ବିଭିନ୍ନ ଦେଶୀବିଦେଶୀ ଶବ୍ଦରେ ଓଡ଼ିଆ ଶବ୍ଦଭଣ୍ଡାର ସମୃଦ୍ଧ । ଏଥିରେ ସଂସ୍କୃତର ପ୍ରଭାବ ଯେତିକି, ଆଦିବାସୀ ପ୍ରଭାବ ମଧ୍ୟ ସେତିକି । ଭାଷାବିତ୍‌ଗଣ କୁହନ୍ତି ଆହରଣ ଫଳରେ ଭାଷା ସମୃଦ୍ଧ ହୁଏ । ତାହା ଏଠାରେ ଘଟଛି । ବିଶ୍ୱର ସର୍ବାଧିକ ଶବ୍ଦ ଇଂରାଜୀଭାଷାରେ ଅଛି । ଏହାର ମୋଟ୍ ୧୦ଲକ୍ଷ ଶବ୍ଦ ମଧ୍ୟରୁ ମାତ୍ର ୨ଲକ୍ଷ ମୂଳଶବ୍ଦ ଥିବାବେଳେ ଅନ୍ୟ ଭାଷାରୁ ପ୍ରାୟ ୮ ଲକ୍ଷ ଶବ୍ଦ ଗ୍ରହଣ କରିଛି ଔପନିବେଶିକ ଶାସନାଧିକାର ଯୋଗୁଁ । ତେବେ ଜଣେବ୍ୟକ୍ତି ମାତ୍ର ୧ ହଜାର ଶବ୍ଦ ଶିଖିଲେ ଇଂରାଜୀଭାଷା କଥିତ ବିଶ୍ୱର ଯେ କୌଣସି ଅଞ୍ଚଳରେ ନିଜ ଭାବ ବିନିମୟ କରିପାରିବ । ଏ କ୍ଷେତ୍ରରେ ଓଡ଼ିଆଭାଷା ଇଂରାଜୀଭାଷାଠାରୁ ପାଦେ ଆଗରେ ଅଛି । କାରଣ ୧୯୪୦ରେ ପ୍ରକାଶିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଶବ୍ଦସଂଖ୍ୟା ୧ ଲକ୍ଷ ୮୫ ହଜାର, ଯାହା ଉପକୂଳ ଓଡ଼ିଶା ଅନ୍ତର୍ଭୁକ୍ତ କେତେକ ଅଞ୍ଚଳର କଥିତଭାଷାରୁ ସଂଗୃହୀତ। ଏଥିରେ ଗ୍ରୀୟରର୍ସନଙ୍କ ଦ୍ୱାରା ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆ ପୁସ୍ତକର ପଞ୍ଚମଖଣ୍ଡ ଦ୍ୱିତୀୟଭାଗ ପୃ.୩୪୭-୩୭୪ରେ ଚିହ୍ନିତ କରିଥିବା ଓଡ଼ଆ ଅଞ୍ଚଳର କଥିତ ଶବ୍ଦସମୂହକୁ ଯଦି ଲିପିବଦ୍ଧ କରିଥାନ୍ତେ, ତେବେ ଏହା ଅତିକମ୍‌ରେ ୪ ଲକ୍ଷ ହୋଇଥାନ୍ତା । ପୁନଃ ଆଗଙ୍ଗା-ଗୋଦାବରୀ-ନର୍ମଦା-କଳିଙ୍ଗସାଗର ମଧ୍ୟସ୍ଥ ଓଡ଼ିଆ ଭୂଖଣ୍ଡର କଥିତ ଶବ୍ଦାବଳୀ ସହିତ ଅଶୋକଙ୍କ ଅଭିଲେଖଠାରୁ ବର୍ତ୍ତମାନର ସାହିତ୍ୟରେ ବ୍ୟବହୃତ ଶବ୍ଦପୁଞ୍ଜକୁ ଏ ସବୁରେ ମିଶିଯାଆନ୍ତା, ତେବେ ଓଡ଼ିଆ ଶବ୍ଦ ସଂଖ୍ୟା ୧୦ ଲକ୍ଷ ଅଚିରେ ଅତିକ୍ରମ କରିଯାଆନ୍ତା । ପୁଣି ଏହିସବୁ ଶବ୍ଦଗୁଡ଼ିକ ଇଂରାଜୀ ଭଳି କୌଣସି ଭାଷାରୁ ଆହରିତ ନୁହେଁ, ବରଂ ଗୋଟିଏ ଗୋଟିଏ ମୌଳିକ ଓଡ଼ିଆ ଶବ୍ଦ । ଏଥିସହିତ ଓଡ଼ିଆ ଲିପି ଓ ଭାଷା ଏତେ ନମନୀୟ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ଯେ, ୪୦ଟି ପ୍ରମୁଖ ଓଡ଼ିଆ ଅକ୍ଷର ଶିଖିବାପାଇଁ ଠ, , । - ଏହି ୩ ମାତ୍ରା ଏବଂ କେତେକ ବ୍ୟବହାରିକ ବସ୍ତୁର ନାମକୁ ଛାଡ଼ି ମାତ୍ର ୧୦୦ଟି ଶବ୍ଦ ଶିକ୍ଷାକରି ପୃଥିବୀର ଯେ କୌଣସି ବ୍ୟକ୍ତି ଓଡ଼ିଆଭାଷାରେ କଥା ହୋଇପାରିବ, ଓଡ଼ିଆ ମଧ୍ୟ ବୁଝିପାରିବ। (୪)ପରିବର୍ତ୍ତର ଛାପ ମଧ୍ୟରେ ଅପରିବର୍ତ୍ତନୀୟତାର ଛାପ ଓଡ଼ିଆ ଭାଷାର ସୁଦୀର୍ଘ ଏବଂ ବଳିଷ୍ଠ ଇତିହାସ ରହିଛି । ଏହି ଇତିହାସର ଚେର ପ୍ରାୟ ୨୦,୦୦୦ବର୍ଷ ତଳର ବୋଲି ବିକ୍ରମଖୋଲ, ଗୁଡ଼ହାଣ୍ଡି, ଯୋଗୀମଠ ଇତ୍ୟାଦି ପାହାଡ଼ଗୁମ୍ଫାର ଚିତ୍ରଲିପିରୁ ଜଣାଯାଏ । ବର୍ତ୍ତମାନର ଓଡ଼ିଆ ଶବ୍ଦ ଓ ବ୍ୟାକରଣ ବୈିଦିକ ସଂସ୍କୃତ, ଲାଟିନ୍ ଏବଂ ଗ୍ରୀକ୍ ଭାଷାର ଶବ୍ଦ ଓ ବ୍ୟାକରଣ ସହ ସାଦୃଶ୍ୟ ରଖିବା, କାତ୍ୟାୟନଙ୍କ ‘ବା•ିର୍କ’ ଗ୍ରନ୍ଥରେ ଉାହରଣରୂପେ ବହୁ ଓଡ଼ିଆଶବ୍ଦର ବ୍ୟବହାର, ଅଶୋକଙ୍କ ଅଭିଲେଖ ସଂପୂର୍ଣ୍ଣ ରୂପେ କଳିଙ୍ଗବାସୀଙ୍କ ବୁଝିବାପାଇଁ କଥିତଭାଷାରେ ଲେଖାଯିବା, ପାଲିଭାଷାର ଏକମାତ୍ର ଅଭିଲେଖ କଳିଙ୍ଗ ମାଟିରେ ମିଳିବା, କଳିଙ୍ଗର ପ୍ରାଚୀନ ଉପନିବେଶ ତଥା ବାଣିଜ୍ୟିକ ସହଯୋଗୀ ଥିବା ସିଂହଳରୁ ପାଲିଗ୍ରନ୍ଥ ଏବଂ ଅଭିଲେଖ ମିଳିବା ଇତ୍ୟାଦି ଏହି