ପୃଷ୍ଠା:Bhasa o Jatiyata.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ସଫଳହେଲେ ହିଁ ଛାତ୍ରଙ୍କ ।ବି ଓ ଜନସାଧାରଣଙ୍କ ଇଚ୍ଛାନିକଟରେ ସରକାର ମଥା ନୁଆଁଇବାକୁ ବାଧ୍ୟହେବେ । ରୁଷ, ଚୀନ, ଜାପାନ, ମାଳୟ ଭାଷାରେ ଡାକ୍ତରୀ ପାଠପଢ଼ି ଜଣେ ଓଡ଼ିଆ ଓଡ଼ିଶାର ଡାକ୍ତର ଭାବେ ନିଯୁକ୍ତି ପାଇପାରୁ ଥିବାରୁ ଓଡ଼ିଆ ଭାଷା ମାଧ୍ୟମରେ ଡାକ୍ତରୀ ଶିକ୍ଷା ପ୍ରାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଉ । ଏଥିପାଇଁ କେନ୍ଦ୍ରର ନୀତିନିୟମ ବାଧକ ହେବ ନାହିଁ । ଓଡ଼ିଶାରେ ଡାକ୍ତର ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇବ ଓ ଓଡ଼ିଶାରେ ଡାକ୍ତରୀଶିକ୍ଷା କ୍ଷେତ୍ରରେ ପ୍ରତି୍ୱନ୍ଦ୍ୱିତା ସୃଷ୍ଟିହେବା୍ୱାରା ଚିକିତ୍ସାର ମାନବୃଦ୍ଧି ଘଟିବ ।

(୨) ପ୍ରଶାସନ ଓ ଆଇନ କ୍ଷେତ୍ରରେ କେବଳ ଓଡ଼ିଆଭାଷାର ବ୍ୟବହାର : ରାଜ୍ୟସରକାର ଶାସନ, ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟାଳୟ, ଗମନାଗମନ କ୍ଷେତ୍ରରେ ଓଡିଆଭାଷାର ପ୍ରଚଳନ ଓ ବିନିଯୋଗ କରାଇପାରିଲେ ସାଧାରଣ ତଥା ଶିକ୍ଷିତ ବୁଦ୍ଧିଜୀବୀ ମହଲରେ ଭାଷାପ୍ରତି ଆର, ଆନ୍ତରିକତା ବଢ଼ିବ । ଚିକିତ୍ସା କେନ୍ଦ୍ରଗୁଡ଼ିକର ସମସ୍ତକାର୍ଯ୍ୟ ଓଡ଼ିଆରେ ହେବା ସହ ଚିକିତ୍ସାବେଳେ ରୋଗୀର ରୋଗସମ୍ବନ୍ଧୀୟ ସମସ୍ତ ବିବରଣୀ, ଔଷଧ ବ୍ୟବହାର ବିଧି ସ୍ପଷ୍ଟ ଭାବେ ଓଡ଼ିଆଭାଷାରେ ଲେଖିବାର ଆବଶ୍ୟକ ରହିଛି । ଏପରିକି ସମ୍ଭବ ହେଲେ ଔଷଧର ନାମ ଓଡ଼ିଆରେ ଲେଖିବା ଉଚିତ । ଭାଷାକେବଳ ସାଧାରଣ ନିତିିନିଆ ଜୀବନର ଆବଶ୍ୟକତା ବାହକ ନୁହେଁ, ବଡ଼ବଡ଼ ଚିନ୍ତା, ର୍ଶନ ଓ ତ•୍ୱ ପ୍ରକାଶର ମାଧ୍ୟମ । ମନେ ରଖିବାକୁ ହେବ ଓଡ଼ିଆଭାଷା ଭାରତୀୟ ଆର୍ଯ୍ୟ ପ୍ରାଶେିକ ଭାଷାଗୁଡ଼ିକ ମଧ୍ୟରେ ପ୍ରାଚୀନତମ ଭାଷା । ଏହାର ଶବ୍ଦଭଣ୍ଡାର ବହୁସମୃଦ୍ଧ । ଯି ବଙ୍ଗଳା, ଗୁଜରାଟୀ, ହିନ୍ଦୀ ଭାଷାରେ କାର୍ଯ୍ୟାଳୟ, ନ୍ୟାୟାଳୟ କାମ ଚାଲିପାରୁଛି, ଓଡ଼ିଆଭାଷାରେ ତାହା କାହିଁକି ନ ହେବ?

ଓଡ଼ିଶାର ଶାସନ ବ୍ୟବସ୍ଥା ହେଉଛି ଅମଲାତାନ୍ତ୍ରିକ । ଅର୍ଥାତ୍ କିରାଣୀଠାରୁ ସଚିବଙ୍କର କ୍ଷମତା ଲୋକପ୍ରତିନିଧି ଅପେକ୍ଷା ଶକ୍ତିଶାଳୀ । ଯାହା ଗଣତନ୍ତ୍ର ରାଷ୍ଟ୍ରର ବିପରୀତାଭିମୁଖୀ । ଏହି କିରାଣୀ-ସଚିବଗଣଙ୍କୁ ସୁହାଇବା ଭଳି ଇଂରାଜୀଭାଷାର ପ୍ରୟୋଗ ଶାସନ ବ୍ୟବସ୍ଥାରେ ପ୍ରଚଳନ ହୋଇଆସୁଛି । ଏହାର ୁଇଟି କାରଣ ରହିଛି-(୧) ଲୋକ ପ୍ରତିନିଧିଙ୍କ ଅଜ୍ଞତାକୁ ୃଷ୍ଟିରେ ରଖି ୁର୍ନୀତିକୁ ପ୍ରଶ୍ରୟ ବୋ, (୨) ସାଧାରଣ ଲୋକ ବୁଝି ନ ପାରିବାର ଭାଷା ପ୍ରୟୋଗରେ ନିଜ ଭୁଲ୍ ତ୍ରୁଟିକୁ ଘୋଡ଼ାଇବା ସହିତ ସେମାନଙ୍କ ୃଷ୍ଟିରେ ଉଚ୍ଚାସନର ମର୍ଯ୍ୟାା ପାଇବା । ଏହି ୁଇ ମାନସିକତା ହିଁ ପ୍ରାକୃତିକ ସମ୍ବଳ ଓ ସୁକ୍ଷ ମାନବ ସମ୍ବଳରେ ପୂର୍ଣ୍ଣ ଥାଇ ଶେର ସବୁଠୁ ଗରିବ ରାଜ୍ୟଭାବେ ଓଡ଼ିଶା ପରିଚିତ ହୋଇଛି । ତେଣୁ ଓଡ଼ିଶାର ସାମଗ୍ରିକ ବିକାଶପାଇଁ ପ୍ରଶାସନ ଓ ଆଇନ କ୍ଷେତ୍ରରୁ ସଂପୂର୍ଣ୍ଣ ଭାବରେ ଇଂରାଜୀଭାଷା ବ୍ୟବହାରକୁ ଉଚ୍ଛେ କରାଯାଇ ଏହି ସ୍ଥାନରେ ଓଡ଼ିଆଭାଷା ପ୍ରଚଳନ କରାଯାଉ । ଏଥିପାଇଁ ସରକାରୀ ଘୋଷଣାନାମା ଯେତେ ଜରୁରୀ ନୁହେଁ, ସେତେ ଅଧିକ ଜରୁରୀ ସାଧାରଣ ଜନତାଙ୍କର ତୀବ୍ର ପ୍ରତିକ୍ରିୟାଶୀଳ ମନୋଭାବ । କାରଣ ଜନତା ପ୍ରତିବା କଲେ ଏହି ହାତଗଣତି କିରାଣୀଗଣ ନିଜ ମାନସିକତାରେ ପରିବ•ର୍ନ ଆଣିବାକୁ ବାଧ୍ୟହେବେ ।