ପୃଷ୍ଠା:Bikalpa Biswa.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୁଭ, ଲାଭ ଓ କମ୍ପାନିଙ୍କ

ସାମାଜିକ ଦାୟିତ୍ୱ

‘ଫୋର୍ବେ ଏସିଆ’ ପ୍ରତି ଛ ମାସରେ ବିଶ୍ୱ-ଧନୀକମାନଙ୍କର ଏକ ତାଲିକା ପ୍ରକାଶ କରନ୍ତି । ୨୦୦୮ ନଭେମ୍ବର ମାସରେ ଭାରତର ୪୦ ଜଣ ଅତି ଧନପତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ଅଛନ୍ତି । ଏହା ପୂର୍ବରୁ ଲଣ୍ଡନରେ ରହୁଥିବା ଅଠାବନ ବର୍ଷ ବୟସ୍କ ଏବଂ ପୃଥିବୀର ସବୁଠାରୁ ବଡ ଇସ୍ପାତ କମ୍ପାନି ଶୃଙ୍ଖଳାର ମାଲିକ ଲକ୍ଷ୍ମୀ ନିବାସ ମିତ୍ତଲ ଭାରତୀୟ ଧନୀକଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିଲେ । ମୁକେଶ ଅମ୍ବାନୀଙ୍କ ବୟସ ମାତ୍ର ୫୧ ବର୍ଷ । ଧନର ପରିମାଣ ଅଢେଇ ଲକ୍ଷ କୋଟି ଟଙ୍କା । ସେୟାର ବଜାରରେ ଲକ୍ଷେ କୋଟି ଟଙ୍କା ହରାଇ ସାରିଲା ପରେ ବି । ତାଙ୍କ ସାନ ଭାଇ ଅନୀଲ ଅମ୍ବାନୀ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ହରାଇ ସାରିଲା ପରେ ବି ଅଛନ୍ତି ତୃତୀୟ ସ୍ଥାନରେ । ଅନ୍ୟମାନଙ୍କ ଭିତରେ ଅଛନ୍ତି ଟାଟା, ଇନ୍‌ଫୋସିସ୍, ୱିପ୍ରୋ ଓ ବିରଳା ଗ୍ରୁପ୍ ଇତ୍ୟାଦି ।

ଭାରତରେ ଧନୀ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ୨୦୦୬ ମସିହାରେ ଦେଶରେ ୪ କୋଟିରୁ ଅଧିକ ଟଙ୍କା ଥିବା ଲୋକଙ୍କ ସଂଖ୍ୟା ଥିଲା ଏକଲକ୍ଷ ପନ୍ଦର ଜଣ । କିନ୍ତୁ ୨୦୦୫ ମସିହାରେ ଏହି ସଂଖ୍ୟା ବଢ଼ି ହେଲା ୮୩୦୦୦ । ବର୍ଷକ ମଧ୍ୟରେ ଶତକଡା ୨୦ ଭାଗରୁ ଅଧିକ ବଢିଗଲା । ଏହି ସମୟ ମଧ୍ୟରେ ଚୀନ୍ ଦେଶର ଧନୀକଙ୍କ ସଂଖ୍ୟା ବଢିଥିଲା ଶତକଡା ଆଠ ଭାଗ । ‘ୱର୍ଲଡ ହେଲ୍ପ ରିପୋର୍ଟ-୨୦୦୮’ ଅନୁସାରେ ଏବେ ପୃଥିବୀରେ ଏକ କୋଟି ଦଶ ଲକ୍ଷ ‘ଡଲାର ମିଲିଅନେୟାର’ ଅଛନ୍ତି ଏବଂ ଏଇ ଦୌଡରେ ପ୍ରଥମ ଧାଡିରେ ଅଛନ୍ତି ଭାରତ, ଚୀନ୍ ଓ ବ୍ରାଜିଲ୍ । ପୁଣି ଏଇ ଧନୀ ତାଲିକାରେ ଅଛନ୍ତି ଲକ୍ଷେ ତିନି ହଜାର ତିନିଶହ କୋଡ଼ିଏ

୧୮ ବିକଳ୍ପ ବିଶ୍ୱ