ପୃଷ୍ଠା:Bikalpa Biswa.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧର୍ମାନ୍ତରୀକରଣକୁ ନିଷିଦ୍ଧ କରାଯାଇଛି । ମଧ୍ୟ ଏସିଆର ପ୍ରାୟ ସବୁ ଦେଶ, ଇଜିପ୍‌ଟ, ଇରାନ୍, ଆଫଗାନିସ୍ଥାନ, ପାକିସ୍ଥାନ, ମାଳଦ୍ୱୀପ, ବ୍ରୁନେଇରେ ଏଥିପାଇଁ ଫାଶୀଦଣ୍ଡ ବ୍ୟବସ୍ଥା ଅଛି । ଖ୍ରୀଷ୍ଟିୟାନ୍ ବହୁଳ ଦେଶ ଗ୍ରୀସ୍‌ରେ ୧୯୩୦ ମସିହାରୁ ଏହା ନିଷିଦ୍ଧ । ଋଷିଆର ‘ଅର୍ଥୋଡକ୍ସ’ ଚର୍ଚ୍ଚ, ‘ରୋମାନ୍ କ୍ୟାଥଲିକ୍' ଚର୍ଚ୍ଚ ଓ ‘ସାଲ୍‌ଭେସନ୍’ ଆର୍ମି’ ମଧ୍ୟରେ ନିଜ ଧର୍ମ ଭିତରେ ଧର୍ମାନ୍ତରୀକରଣ ନେଇ ପ୍ରବଳ ଦ୍ୱନ୍ଦ୍ୱ ଲାଗି ରହିଛି । ୟୁରୋପରେ ଖ୍ରୀଷ୍ଟଧର୍ମାନ୍ତରୀକରଣ ପରେ ଲୋକେ ଏକ ଧର୍ମ ବିଶ୍ୱାସ ନେଇ ଦୁଇ ଭାଗରେ ବିଭକ୍ତ । ଏଠାରେ ରହୁଥିବା ମୁସ୍‌ଲିମ୍ ବିଶ୍ୱାସ କରନ୍ତି, ପ୍ରତ୍ୟେକ ଶିଶୁ ପ୍ରଥମେ ମୁସଲିମ୍ ହୋଇ ଜନ୍ମ ନେଇଥାଏ ଓ ପରେ ଧର୍ମାନ୍ତରୀକରଣର ଶିକାର ହୁଏ । ଚୀନ୍‌ରେ ୟେଜ୍‌ଦି, ଡ୍ରୁଜ୍, ମାଣ୍ଡିଆନ୍, ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟରେ ଅନ୍ୟ ଧର୍ମର ଲୋକଙ୍କୁ ଧର୍ମାନ୍ତରୀକରଣ ମନା । ଇହୁଦୀମାନେ ଧର୍ମାନ୍ତରୀକରଣକୁ ଘୃଣା କରନ୍ତି । ଜୋରୋଷ୍ଟୟାନ୍ ମାନେ କେବଳ ଉତ୍ତମ ଚରିତ୍ର ଓ ଉତ୍ସୁକ ଲୋକଙ୍କୁ ନିଜ ଧର୍ମକୁ ସ୍ୱାଗତ କରିଥାନ୍ତି ।

ଭାରତୀୟ ହିନ୍ଦୁମାନଙ୍କର ବିଶ୍ୱାସ ଯେ, ଯିଏ ଜନ୍ମରୁ ହିନ୍ଦୁ ନୁହେଁ, ସେ ଅନ୍ୟ ଧର୍ମରୁ ଆସି ହିନ୍ଦୁ ହୋଇପାରିବ ନାହିଁ । ଅନେକ ଖ୍ରୀଷ୍ଟିୟାନ୍ ବିଶ୍ୱାସ କରନ୍ତି ଯେ ଅଣଖ୍ରୀଷ୍ଟିୟାନ୍‌ମାନେ ନର୍କରେ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରି ଖ୍ରୀଷ୍ଟିୟାନ୍ କରିବା ଏକ ପୁଣ୍ୟ କାର୍ଯ୍ୟ । ‘ମିଶନାରୀ’ର ପ୍ରକୃତ ଅର୍ଥ ହେଲା ସେହି ଲୋକ ଯିଏ ଖ୍ରୀଷ୍ଟଧର୍ମ ବାହାରେ ଥିବା “ନର୍କରେ” ସଢ଼ୁଥିବା ଲୋକଙ୍କୁ ଉଦ୍ଧାର କରି ନିଜ ଧର୍ମକୁ ଆଣନ୍ତି । ଏବେ ଖ୍ରୀଷ୍ଟିୟାନ୍ ଜଗତରେ ଧର୍ମର ଏପରି ସଂଜ୍ଞା ଓ ଧର୍ମାନ୍ତରୀକରଣ ବିରୋଧରେ ବିଜ୍ଞ ଲୋକମାନେ ସ୍ୱର ଉତ୍ତୋଳନ କଲେଣି । ଯେପରି ସବୁ ହିନ୍ଦୁ ବଜରଙ୍ଗ ଦଳର ସମର୍ଥକ ନୁହଁନ୍ତି ସେପରି ସବୁ ଖ୍ରୀଷ୍ଟୟାନ୍ ଧର୍ମାନ୍ତରୀକରଣ ସପକ୍ଷରେ ନୁହନ୍ତି । ତେଣୁ ଯେପର୍ଯ୍ୟନ୍ତ ଆମେ ପରସ୍ପର ଧର୍ମ, ସଂସ୍କୃତି ଓ ବିଶ୍ୱାସକୁ ସମ୍ମାନ ଦେବା ନ ଶିଖିଛେ, ସେପର୍ଯ୍ୟନ୍ତ ଧର୍ମଗତ କଳହର ଅବସାନ ହେବ ନାହିଁ । ଏପରିକି ଯେଉଁମାନେ ଈଶ୍ୱର ଧର୍ମକୁ ସ୍ୱୀକାର କରନ୍ତି ନାହିଁ, ସେମାନଙ୍କର ସେହି ବିଶ୍ୱାସକୁ ସମ୍ମାନ ଦେବାକୁ ହେବ ।

ପୃଥିବୀ ବଦଳି ଗଲାଣି । ବିଜ୍ଞାନ ଓ ଆଧ୍ୟାତ୍ମିକତା ଧର୍ମର ସ୍ଥାନ ନେଲାଣି । ଧର୍ମ ଏକ ବ୍ୟକ୍ତିଗତ ବିଶ୍ୱାସ । ତେଣୁ ମୁକ୍ତିପାଇଁ କୌଣସି ଧର୍ମ ବା ଗୋଷ୍ଠୀର ଛତା ତଳେ ଠିଆ ହେବାର ଆଉ ଆବଶ୍ୟକତା ନାହିଁ । ଧର୍ମ ବଜାରର କ୍ରେତା ବିକ୍ରେତା ହେବା ଆବଶ୍ୟକ ନାହିଁ । ଧର୍ମପ୍ରଚାର ବନ୍ଦ ହୋଇ ପ୍ରେମ ପ୍ରଚାର ହେଉ, ତ୍ୟାଗ, ନିଷ୍ଠା, ସହଯୋଗ, ସହଭାଗିତା, ଶାନ୍ତି ସଦ୍‌ଭାବନା ଓ ପ୍ରଗତିପାଇଁ କାର୍ଯ୍ୟ ଆରମ୍ଭ ହେଉ । ଧର୍ମଗୁରୁମାନେ ଏକାଠି ବସି ସବୁ ମଣିଷଙ୍କୁ ଏକାଠି ରଖିବାପାଇଁ ନୂତନ ଦିଗ୍‌ଦର୍ଶନ

ବିକଳ୍ପ ବିଶ୍ୱ ୨୭