ପୃଷ୍ଠା:Bikalpa Biswa.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିଅନ୍ତୁ , ନହେଲେ ସେମାନଙ୍କର ବାଣୀ, ପ୍ରବଚନ, ପ୍ରଚାର ନିରର୍ଥକ ହୋଇଯିବ । ନିଆଁ ଲଗାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବ ଓ ନିଆଁ ଲିଭାଉଥିବା ଲୋକଙ୍କ ସଂଖ୍ୟା କମିଯିବ । ଦେଶରେ କନ୍ଧମାଳ ସଂଖ୍ୟା ବଢ଼ିବାରେ ଲାଗିବ । ଧର୍ମ ବ୍ୟବସାୟୀ ଓ ସାମ୍ପ୍ରଦାୟିକ ରାଜନୀତିଜ୍ଞମାନେ ଖୁସି ହେବେ । ନିର୍ଦ୍ଦୋଷ ଲୋକେ ବଳି ପଡ଼ିବେ ଜାତି, ଧର୍ମ, କଳହ ବେଦୀରେ ।

୩୦ ଅକ୍ଟୋବର, ୨୦୦୮

୨୮ ବିକଳ୍ପ ବିଶ୍ୱ