ଦେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ କହିଥିଲେ । ଇଂଲଣ୍ଡରୁ ଫେରି ସେ ଷ୍ଟାଲିନ୍ଙ୍କୁ ପରାମର୍ଶ ଦେଇଥିଲେ ଯେ ଫ୍ୟାକ୍ଟ୍ରି ଅପେକ୍ଷା ବିଶବିଦ୍ୟାଳୟର ବୁଦ୍ଧିଜୀବୀ ଶିକ୍ଷକ, ଛାତ୍ରଙ୍କୁ ଆକୃଷ୍ଟ କଲେ ସାମ୍ୟବାଦୀ ଆନ୍ଦୋଳନ ମଜବୁତ ହେବ । ଉତ୍ତରରେ ଷ୍ଟାଲିନ୍ କହିଥିଲେ, ‘ଆମେ ପ୍ରଥମେ ଇଡିଅଟ୍ମାନଙ୍କୁ ଖୋଜିବା ଓ ବାଛିବା’, ତାପରେ ବୁଦ୍ଧିଆମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ।
ଜର୍ଜ ବୁଶ୍ ବଡ଼ ବଡ଼ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନାଁ ମନେ ରଖି ପାରୁନଥିଲେ - ବହୁ କଷ୍ଟରେ ସେ ଅଟଳ ବିହାରୀ ବାଜପେୟୀଙ୍କ ଲମ୍ବା ନାଁଟି ଘୋଷି ଘୋଷି ମନେ ରଖିଥିଲେ । ତାଙ୍କର କେତେକ ରାଜନୈତିକ ବିରୋଧୀ ତାଙ୍କୁ କହୁଥିଲେ ‘ଇଡିଅଟ୍’ । ବୁଶ୍ ଏହାକୁ ହସି ଉଡ଼େଇ ଦେଉଥିଲେ । ୨୦୦୩ ମସିହାରେ ଜଣେ ରକ୍ଷଣଶୀଳ ସାମ୍ବାଦିନ ମୋନା ଚାରେନ୍ ଯେଉଁ ବହୁ ଚର୍ଚ୍ଚିତ ପୁସ୍ତକ ଲେଖିଥିଲେ ତା ନାଁ ‘ଇଉଜ୍ଫୁଲ୍ ଇଡିଅଟ୍’ । ଏହି ପୁସ୍ତକରେ ସେ ଆମେରିକାକୁ ପ୍ରତି କଥାରେ ଗାଳି ଦେଉଥିବା ଉଦାରପନ୍ଥୀମାନଙ୍କୁ ‘ଇଡିଅଟ୍’ ବୋଲି ଉଲ୍ଲେଖ କରିଛନ୍ତି । ୧୧ ସେପ୍ଟେମ୍ବର ୨୦୦୧ରେ ବିଶ୍ୱ ବାଣିଜ୍ୟ ମୁଖ୍ୟାଳୟକୁ ଉଡ଼ାଇ ଦେଇଥିବା ଇସ୍ଲାମିକ୍ ଆତଙ୍କବାଦୀ ସଂଗଠନମାନଙ୍କ ପ୍ରତି କୋହଳ ନୀତିପାଇଁ ଓକିଲାତି କରୁଥିବା ବ୍ୟକ୍ତିମାନଙ୍କୁ କୁହାଯାଉଥିଲା ‘ଇଡିଅଟ୍’ ।
ଭାରତୀୟ ଭାଷାରେ ‘ଇଡିଅଟ୍’ ମାନଙ୍କର ଅନ୍ୟନାମ ହେଲା - ‘ମୂଢ’ । ସୁପ୍ରିମ୍କୋର୍ଟ ମୂଢ଼ମାନଙ୍କର ଚାରୋଟି ଲକ୍ଷଣ ସ୍ଥିର କରିଥିବା ବେଳେ ପ୍ରାଚୀନ ଭାରତୀୟ କୁଟନୀତି ବିଶାରଦ ମହର୍ଷି ଚାଣକ୍ୟ ମୂଢ଼ମାନଙ୍କର ତିନୋଟି ଲକ୍ଷଣ ବର୍ଣ୍ଣନା କରିଛନ୍ତି । ଏହି ତିନୋଟି ଲକ୍ଷଣ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଧାରିତ ଲକ୍ଷଣଠାରୁ ସମ୍ପୂର୍ଣ୍ଣ ଅଲଗା । ପ୍ରଥମ ଲକ୍ଷଣଟି ହେଲା - ଯେଉଁ ବ୍ୟକ୍ତି ନିମନ୍ତ୍ରଣ ବା ଡାକରା ବିନା ଅନ୍ୟ ଘରେ ପଶି ଯାଆନ୍ତି । ହିନ୍ଦୀ ଭାଷାରେ ଏକ ଉକ୍ତି ଅଛି - “ତୁ ମାନ୍ ୟା ନା ମାନ୍ , ମେ ତେରା ମେହେମାନ୍” । ଦ୍ୱିତୀୟ ଲକ୍ଷଣଟି ହେଲା, ଯେଉଁ ବ୍ୟକ୍ତି ବିନା ପଚରା ଉଚୁରାରେ ଉପରେ ପଡ଼ି ନିଜର ମନ୍ତବ୍ୟକୁ ବଜର ବଜର ହୋଇ କହି ଚାଲିଥାନ୍ତି । ଅପୃଷ୍ଟୋ ବହୁଭାଷତେ । ଏହିପରି ‘ଇଡିଅଟ୍’ ବା ମୂଢ଼ମାନଙ୍କୁ ଜାଣିବାର ତୃତୀୟ ଲକ୍ଷଣଟି ହେଲା, ଏମାନେ ବାରମ୍ବାର ଧୋକା ଖାଇଲା ପରେ ବି ଠକ ଓ ଅବିଶ୍ୱସ୍ତ ଲୋକଙ୍କ ଉପରେ ଅତୁଟ ବିଶ୍ୱାସ ଓ ଭରସା ରଖିଥାନ୍ତି ।
ବିକଳ୍ପ ବିଶ୍ୱ ୩୧