ପୃଷ୍ଠା:Bikalpa Biswa.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନେହୁଏ ସୁପ୍ରିମ୍ କୋର୍ଟ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ନ ପଢି ଇଡିଅଟ୍‌ମାନଙ୍କ ସଂଜ୍ଞା ନିରୂପଣ କରିଦେଇଛନ୍ତି । ତେଣୁ ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁସାରେ ଇଡିଅଟ୍‌ଙ୍କ ସଂଖ୍ୟା ହ୍ରାସ ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଏହି କଥା ବି ସତ ଯେ ‘ଇଡିଅଟ୍’ ମାନେ ନଥିଲେ ସାମାଜିକ ଓ ସାଂସ୍କୃତିକ ଜୀବନ ନିରସ ହୋଇଯାଏ । ବିଜ୍ଞ ବ୍ୟକ୍ତିମାନେ ବି ବେଳେ ବେଳେ ବୋକା ଭଳି ବ୍ୟବହାର କରିଥାନ୍ତି । ଆଇନ୍‌ଷ୍ଟାଇନ୍ ତ ଏଥିପାଇଁ ବିଖ୍ୟାତ ଥିଲେ । ଟେଲିଭିଜନ ସିରିଏଲ ସବୁ ମୁଖ୍ୟତଃ ଇଡିଅଟ୍ ଦର୍ଶକମାନଙ୍କ ଉପରେ ନିର୍ଭର କରି ବର୍ଷ ବର୍ଷ ଧରି ଚାଲିଥାଏ । ତେଣୁ ଟେଲିଭିଜନର ଅନ୍ୟ ନାମ ହେଲା ‘ଇଡିଅଟ୍ ବକ୍ସ’ । ସିରିଆଲ୍ ଓ ପ୍ରଚାରସବୁକୁ ସତ ଭାବି ନିର୍ବୋଧ ଦର୍ଶକମାନେ ସେହିପରି ଆଚରଣ କରିଥାନ୍ତି । ଛୋଟ ପିଲାଙ୍କ ଉପରେ ଏହାର କୁପ୍ରଭାବ ବେଶୀ ପଡିଥାଏ । ସମାଜରେ “ଇଡିଅଟ୍” ଙ୍କ ସଂଖ୍ୟା ବଢ଼ିଥାଏ ।

୧୫ ଅକ୍ଟୋବର, ୨୦୦୮

୩୨ ବିକଳ୍ପ ବିଶ୍ୱ