ପୃଷ୍ଠା:Bikalpa Biswa.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚକାଜାମ୍ ଚାଲିଥିଲେ, ଚୀନ୍ ପ୍ରଗତିର ଏଭଳି ଉଚ୍ଚସ୍ତରକୁ ଉଠିପାରିନଥାନ୍ତା ।

ଏବେ ସିଙ୍ଗୁରରେ ଲକ୍ଷେ ଟଙ୍କିଆ ଛୋଟ କାର୍ କାରଖାନାପାଇଁ ଭୂମି ଗ୍ରହଣ ସପକ୍ଷ ଓ ବିପକ୍ଷବାଦୀ ଦଳ ଡେରା ପକାଇବା ଫଳରେ ପରିସ୍ଥିତି ଉ‌ଦ୍‌ବେଗଜନକ ହୋଇଥିଲା । ଟାଟା କର୍ମଚାରୀଙ୍କୁ ନିଜ ଅଫିସ୍‌କୁ ଯାଇ କାମ କରିବାକୁ ଦିଆଗଲା ନାହିଁ । ମାର୍‌ଧର କରାଗଲା, ଧମକଚମକ ଦିଆଗଲା । ୧୯୭୦ ଦଶକରେ ସ୍ୱୟଂ ବାମପନ୍ଥୀମାନଙ୍କର ଏଭଳି ଆଚରଣ ଯୋଗୁଁ ଅଧିକାଂଶ ଉଦ୍ୟୋଗପତି କଲିକତାରୁ ନିଜ କଳକାରଖାନା ଉଠାଇ ନେଇଥିଲେ । ପଶ୍ଚିମବଙ୍ଗରେ ପୁଞ୍ଜି ନିବେଶପାଇଁ ଶିଳ୍ପପତିମାନେ ରାଜି ହେଉନଥିଲେ । ବୁଦ୍ଧଦେବ ମୁଖ୍ୟମନ୍ତ୍ରୀ ହେଲା ପରେ ଦେଶ ବିଦେଶ ବୁଲି ନିଜ ରାଜ୍ୟରେ ପୁଞ୍ଜିନିବେଶ କରିବାପାଇଁ ନିମନ୍ତ୍ରଣ ଓ ସବୁ ପ୍ରକାର ସୁବିଧା ସୁଯୋଗ ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଅନେକ ଶିଳ୍ପୋଦ୍ୟୋଗୀ ପଶ୍ଚିମବଙ୍ଗକୁ ଫେରୁଥିଲେ ଏବଂ ନାମକରା ତଥା ଅପେକ୍ଷାକୃତ ନିର୍ମଳ ଭାବମୂର୍ତ୍ତି ଥିବା ଟାଟା କମ୍ପାନି ସିଙ୍ଗୁରରେ ‘ନାନୋ’ କ୍ଷୁଦ୍ରକାର୍ କାରଖାନା ସ୍ଥାପନ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ଏବେ ରତନ ଟାଟା, ଟାଟା କର୍ମଚାରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସେ କାରଖାନାଟି ଅନ୍ୟତ୍ର ଉଠାଇ ନେଇଗଲେଣି । ରିଲିଆନ୍‌ସ, ଇନ୍‌ଫୋସିସ୍ ଭଳି ବଡ଼ ବଡ଼ କମ୍ପାନିମାନେ ରତନ ଟାଟାଙ୍କୁ ସମର୍ଥନ କରି ବିବୃତି ଦେଇଛନ୍ତି । ଫଳରେ ଉଦ୍ୟୋଗ ମାଧ୍ୟମରେ ବେକାରୀ ଓ ଗରିବୀ ହଟାଇବାପାଇଁ ବୁଦ୍ଧବେଙ୍କ ସବୁ ଚେଷ୍ଟା ବିଫଳ ହୋଇଯାଉଛି, କାରଣ ଗତ ୩୦ ବର୍ଷ ଧରି ପଶ୍ଚିମବଙ୍ଗରେ ସି.ପି.ଏମ୍. ନେତୃତ୍ୱରେ ଚାଲିଥିବା ସରକାର ଅମଳରେ ବେକାରୀ ସମସ୍ୟା ବଢିବାରେ ଲାଗିଥିବାରୁ ବୁଦ୍ଧ ଚିନ୍ତିତ ।

ରତନ ଟାଟାଙ୍କ ଘୋଷଣାରେ ଶଙ୍କିତ ବୁଦ୍ଧଦେବ ଉଦ୍ୟୋଗପତିମାନଙ୍କ ସମ୍ମିଳନୀରେ ଯାହା କହିଛନ୍ତି ତାହାର ସାରାଂଶ ହେଲା - ସେ ବନ୍ଦ, ହରତାଳ, ଧର୍ମଘଟର ବିରୋଧୀ, ଏହା ବିକାଶ ବିରୋଧୀ ଜାଣି ମଧ୍ୟ ସେ ଦଳୀୟ ନୀତିଯୋଗୁଁ ଚୁପ୍ ରହୁଥିଲେ, ଏଣିକି ଏହା ବିରୋଧରେ ମୁହଁ ଖୋଲିବେ । ବୁଦ୍ଧଙ୍କ ଏପରି ଜ୍ଞାନୋଦୟ ଓ ପ୍ରବଚନ ଶୁଣି ତାଙ୍କ ଦଳ ଲୋକେ ଛାନିଆଁ ହୋଇ ପ୍ରବଳ ପ୍ରତିବାଦ କଲେଣି । ସବୁଠାରୁ ଅସୁବିଧା ହେଲା ଶୋଭାଯାତ୍ରା, ଧର୍ମଘଟ ଓ ବନ୍ଦ ଯେଉଁ ଦଳର ଥିଲା ପ୍ରଧାନ ରାଜନୈତିକ ଅସ୍ତ୍ର, ସେହି ଅସ୍ତ୍ରଶସ୍ତ୍ରଗୁଡିକୁ ତୃଣମୂଳ କଂଗ୍ରେସ ବାଲା ଚୋରି କରି ତାଙ୍କୁ ହିନସ୍ତା କଲେଣି । କଣ୍ଟକେନୈବ କଣ୍ଟକମ୍ । ଦଳର କେନ୍ଦ୍ରରେ ବହୁରାଷ୍ଟ୍ରୀୟ କମ୍ପାନିଙ୍କୁ ବିରୋଧ ଓ ପଶ୍ଚିମବଙ୍ଗ ଏବଂ କେରଳରେ ସେମାନଙ୍କୁ ସ୍ୱାଗତ ନୀତିଯୋଗୁଁ ବୁଦ୍ଧଦେବ ଧୋକାରେ ଥିଲେ । ସାମ୍ୟବାଦୀ ବାଚସ୍ପତି ସୋମନାଥ ବି ସେମିତି ଧୋକାରେ ରହି ଶେଷରେ ଦଳରୁ ବହିଷ୍କୃତ ହେଲେ । ଦଳ ସର୍ବସାଧାରଣରେ ଘୋଷଣା କଲେ ଯେ ବାଚସ୍ପତି ନିଜ ପଦରେ ରହିବେ କି ନାହିଁ, ନିଷ୍ପତ୍ତି ନିଜେ ସ୍ୱାଧୀନ ଭାବରେ ନେବେ ଏବଂ ଯେତେବେଳେ

୩୪ ବିକଳ୍ପ ବିଶ୍ୱ