ପୃଷ୍ଠା:Bikalpa Biswa.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚାଚା, ଚାମ୍‌ଚା ଓ ପାଳିତପଶୁମାନେ

ଆମ ଦେଶରେ ଚାଚା, ଚାମ୍‌ଚା ପରାଙ୍ଗପୁଷ୍ଟ ଓ ପାଳିତ ପଶୁମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବା ଲକ୍ଷ୍ୟ କରି ଏବେ ଟାଇମ୍‌ସ ଅଫ୍ ଇଣ୍ଡିଆ ନିଜ ସମ୍ପାଦକୀୟରେ ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସମାଜକୁ ସତର୍କବାଣୀ ଶୁଣାଇଛନ୍ତି । ସ୍ୱୟଂ ରାହୁଳ ଗାନ୍ଧୀ ବାରମ୍ବାର କହିଲେଣି - ତାଙ୍କୁ ରାଜକୁମାର, ମାଏ ବାପ୍ କହି ଖୋସାମତିଆମାନେ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ ଅପମାନିତ ନ କରନ୍ତୁ । ତଥାପି ବୟସ୍କ ଓ ବଳିଷ୍ଠ ନେତାଏ ପୁରୁଣା ଅଭ୍ୟାସ ଛାଡ଼ୁନାହାନ୍ତି । ପଦ, ପଦବୀ, କ୍ଷମତା ହାସଲ ଓ ରକ୍ଷାପାଇଁ ଚାମଚାଗିରି ଏକ ବହୁ ପରୀକ୍ଷିତ ଅମୋଘ ଅସ୍ତ୍ର ବୋଲି ବିଚାର କରାଯାଉଛି । ଚାମଚାଗିରିରେ କେତେକ ଶିକ୍ଷାବିତ୍ ବି ଆଗୁଆ । ଏବେ ମାଡ୍ରାସ୍ ବିଶ୍ୱବିଦ୍ୟାଳୟର ନୂଆ କୂଳପତି (୨୦୦୯) ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ‘ମହାନ୍’ ଜୀବନ ଦର୍ଶନ ଉପରେ ଅଧ୍ୟୟନ, ଗବେଷଣାପାଇଁ ଏକ ସ୍ନାତକୋତ୍ତର ବିଭାଗ ଖୋଲିବାକୁ ପ୍ରସ୍ତାବ ରଖିଛନ୍ତି ବୋଲି ଖବର ପ୍ରକାଶ ପାଇଛି । ତେଣୁ ଏପରି ମନୋବୃତ୍ତି କୌଣସି ଗୋଟିଏ ରାଜନୈତିକ ଦଳରେ ବା ସଂସ୍ଥାରେ ସୀମିତ ନୁହେଁ । ଏହା କ୍ରମେ ଶାସନ ଓ ସମାଜର ଏକ ସଂସ୍କୃତି ହୋଇଗଲାଣି ।

କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଶଂସା କରିବାରେ ଅସୁବିଧା ନାହିଁ, କିନ୍ତୁ ସେହିଭଳି ପ୍ରଶଂସା ନିଜ ସ୍ୱାର୍ଥରକ୍ଷାପାଇଁ କରାଯାଉଥିଲେ ତାକୁ କୁହାଯାଏ ଚାମଚାଗିରି । ଏହାଛଡା, ଅନେକ ବ୍ୟକ୍ତି ଆତ୍ମସମୀକ୍ଷାପାଇଁ ଅନିଚ୍ଛୁକ ଓ ସତ୍ୟକୁ ସାମ୍ନା କରିବାପାଇଁ ପ୍ରସ୍ତୁତ ନୁହଁନ୍ତି, ସମାଲୋଚନାକୁ ସହି ପାରନ୍ତି ନାହିଁ ଓ ଅତି ପ୍ରଶଂସାର ‘କମ୍ଫର୍ଟ ଯୋନ’ ବା ଆରାମଦାୟକ ପରିବେଶ ଭିତରେ ରହିବାକୁ ପସନ୍ଦ କରନ୍ତି । ନିର୍ବାଚନ ହାରିଗଲେ, ବଡ ଚାକିରିରୁ ଅବସର ନେଇଗଲେ, ଚାମଚା ଓ ପାଳିତ ପଶୁମାନେ ନୂତନ ସ୍ୱାମୀ ଚାଚା ଓ ଶକ୍ତିକେନ୍ଦ୍ର ଅନ୍ୱେଷଣରେ ବାହାରିଯାଆନ୍ତି, ପୁରୁଣା ସ୍ୱାମୀଙ୍କୁ ଛାଡ଼ି ନୂତନ ପତି ଅନ୍ୱେଷଣରେ । ଏଭଳି ଜଣେ ପାଳିତ ପଶୁଙ୍କୁ ବହୁଦିନ ଧରି ଏକ ନୂତନ ସ୍ୱାମୀଙ୍କ ପାଖଲୋକ ହେବାପାଇଁ ଧାଁ ଧପଡ଼ କରୁଥବା ଦେଖି କାରଣ ପଚାରିଲି । କହିଲେ, ଅସ୍ତଗାମୀ ସୂର୍ଯ୍ୟଙ୍କୁ


ବିକଳ୍ପ ବିଶ୍ୱ ୩୭