ପୃଷ୍ଠା:Bikalpa Biswa.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିରୋଧରେ ଯୌନ ନିର୍ଯ୍ୟ।ତନା ଅଭିଯୋଗ ଆଣିଲେ, ପୁରୁଷକୁ ସାବ୍ୟସ୍ତ କରିବାକୁ ହେବ ଯେ ସେ ନିର୍ଦ୍ଦୋଷ । ଯେପରିକି ପୋଲିସ୍ ମାନସିକତାରେ ସବୁ ନାଗରିକ ଚୋର, ସଚ୍ଚୋଟ ହୋଇଥିଲେ ବି ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣ କରିବାକୁ ହେବ ଯେ ସେ ଚୋର ନୁହଁନ୍ତି । ସେ ପର୍ଯ୍ୟନ୍ତ ନିଜର ସ୍ୱାଭିମାନ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବ । ପୁରୁଷ ବିରୋଧୀ ଆଇନ୍ ତିଆରି କରିବାରେ ଅତି ଉତ୍ସାହଦ୍ୱାରା ଆଇନ୍ ଓ ନାରୀ ଉଭୟଙ୍କ ମର୍ଯ୍ୟାଦା ହାନି ହେବ ।

ଯୌତୁକ ଆଇନ୍‌ରେ ବି ସେହି ବ୍ୟବସ୍ଥା । ବିବାହର ବହୁବର୍ଷ ପରେ ବି ଜଣେ ସ୍ତ୍ରୀ, ସ୍ୱାମୀ ଓ ତାଙ୍କ ପରିବାରର ଲୋକଙ୍କ ବିରୁଦ୍ଧରେ ଯୌତୁକଜନିତ ନିର୍ଯ୍ୟାତନା ଅଭିଯୋଗ ଆଣିପାରିବେ । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସାଧାରଣ ଦାମ୍ପତ୍ୟ କଳହକୁ ଯୌନ ବା ଯୌତୁକ ନିର୍ଯ୍ୟାତନା ଭାବରେ ଚିତ୍ରଣ କରି ଅଭିଯୋଗମାନ କୋର୍ଟ କଚେରୀକୁ ଆସିଲାଣି । ଏହାଛଡା ସ୍ୱାଭାବିକ ଯୌନ ସମ୍ପର୍କକୁ ‘ରେପ୍’ ବା ଧର୍ଷଣ କହି ଜଣେ ସ୍ତ୍ରୀ ସ୍ୱାମୀଙ୍କୁ ହଇରାଣ ହରକତ କରିପାରିବ । ଏବେ ଦେହ ବ୍ୟବସାୟ ସମ୍ପର୍କରେ ଭାରତର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ଏକ ଆଇନ୍-ଚିଠାକୁ ମିଳିତ ଜାତିସଙ୍ଘ ନାପସନ୍ଦ କରିଛନ୍ତି । ଏହି ପ୍ରସ୍ତାବିତ ଚିଠା-ଆଇନ୍ ଅନୁସାରେ ମହିଳା-ଦେହ ବ୍ୟବସାୟୀ ବା ଯୌନକର୍ମୀ (ସେକ୍‌ଶ ୱର୍କର)ଙ୍କ ସହ ସମ୍ପର୍କ ରଖୁଥିବା ପୁରୁଷମାନଙ୍କୁ ଆଗେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଆଯିବ । ଏହାଦ୍ୱାରା ନିଜ ପେଷାରୁ ମହିଳା ଯୌନକର୍ମୀ ବଞ୍ଚିତ ହେବେ କହି ବିରୋଧ ଆରମ୍ଭକଲେଣି । ସମ୍ପୃକ୍ତ ପୁରୁଷମାନଙ୍କ ଭିତରେ ଭାଳେଣି ପଡ଼ିଲାଣି । ଏସିଆରେ ପ୍ରାୟ ଏକ କୋଟି ମହିଳା ଦେହ ବ୍ୟବସାୟୀ ଓ ସାଢ଼େ ସାତ କୋଟି ‘ରେଡ୍‌ଲାଇଟ୍ ଭିଜିଟର୍ ପୁରୁଷ’ ଅଛନ୍ତି । ଆଇନ୍ ପାଶ୍ ହେଲେ ଏହି ପୁରୁଷମାନେ ଆତ୍ମଗୋପନ କରିବେ ବୋଲି ରାଷ୍ଟ୍ରସଙ୍ଘ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥାର ମୁଖ୍ୟ ପିଟର୍ ପିଅଟ୍ ଆଶଙ୍କା ପ୍ରକାଶ କରିଛନ୍ତି ।

ଭାରତକୁ ଏକ ପୁରୁଷ ପ୍ରଧାନ ଦେଶ ବୋଲି କୁହାଯାଏ । ଏଠାରେ କନ୍ୟାଭ୍ରୂଣ ହତ୍ୟା ଏକ ସାମାଜିକ ରୋଗ । କାରଣ ପୁଅ ହେଲେ ବାପ ମାଙ୍କୁ ‘ପୁତ୍’ ନାମକ ନର୍କରୁ ଉଦ୍ଧାର କରିବ ବୋଲି ଅନ୍ଧବିଶ୍ୱାସ ବ୍ୟାପକ । ପୁଅ ମୁଖାଗ୍ନି ଦେଲେ ବାପ ମା ସିଧା ସ୍ୱର୍ଗକୁ ଯିବେ । ବିଚରା ପୁତ୍ର ! ‘ମନୁ’ ତ ଏ ବିଷୟରେ ପୁରୁଷପାଇଁ ନିୟମ ତିଆରି କରିଦେଇଛନ୍ତି । ପୁରୁଷ ପିତା ଭାବରେ ପୁତ୍ରୀକୁ ରକ୍ଷା କରିବ, ସ୍ୱାମୀ ଭାବରେ ସ୍ତ୍ରୀକୁ ରକ୍ଷା କରିବ ଓ ପୁତ୍ର ଭାବରେ ବୃଦ୍ଧା ମାତାଙ୍କୁ ରକ୍ଷା କରିବ । ରାକ୍ଷୀ ପୂଣ୍ଣିମା ଦିନ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଆଶା କରନ୍ତି ଯେ ପୁରୁଷ ଭାଇ ଭଉଣୀର

୪୨ ବିକଳ୍ପ ବିଶ୍ୱ