ପୃଷ୍ଠା:Bikalpa Biswa.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ପଛୁଆ’ ପ୍ରତିଯୋଗିତା ଓ

ଜାତିମୁକ୍ତ ‘ଜୀବନ’

ଆଗୁଆ - ପଛୁଆ ରାଜନୀତିରେ ଭାରତୀୟ ଜନତା କ୍ଳାନ୍ତ ଶ୍ରାନ୍ତ ହୋଇ ପଡ଼ିଲେଣି । କେନ୍ଦ୍ର, ରାଜ୍ୟ ମଧ୍ୟରେ, ଦଳ ଦଳ ମଧ୍ୟରେ କଳହ । ଓଡ଼ିଶାରେ କେତେ ଲୋକ ବିପିଏଲ ବା ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ସେ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବିତର୍କ ସୃଷ୍ଟିହୋଇଛି । କେନ୍ଦ୍ର ସରକାରଙ୍କ ହିସାବରେ ଓଡ଼ିଶାରେ ୩୪.୬୩ ଲକ୍ଷ ପରିବାର ବିପିଏଲ, ଓଡ଼ିଶା ସରକାର କହୁଛନ୍ତି ୪୪ ଲକ୍ଷ ୯୩ ହଜାର । ଓଡ଼ିଶା ସରକାର ଲୋକଙ୍କୁ କହୁଛନ୍ତି ଆମେ ବହୁତ ଆଗେଇଛୁ, କେନ୍ଦ୍ର ସରକାରଙ୍କୁ କହୁଛନ୍ତି ଆମେ ବହୁତ ପଛରେ । ଏହା ଦେଖି ଅନ୍ୟ ରାଜ୍ୟମାନେ କହିଲେଣି, ଆମ ରାଜ୍ୟର ଦରିଦ୍ର ଓ ପଛୁଆଙ୍କ ସଂଖ୍ୟା ବଢାଅ, ଆଗୁଆଙ୍କ ସଂଖ୍ୟା କମାଅ । ଆମ ଦେଶରେ ପଛୁଆ ହେବାପାଇଁ ପ୍ରତିଯୋଗିତା ଓ ରାଜନୀତି ପ୍ରାୟ ସବୁ ଦଳଙ୍କୁ ଗ୍ରାସ କଲାଣି । ସରକାର ଦାରିଦ୍ର୍ୟ ସୀମାରେଖା ଉପରେ ଥିବା ପରିବାରକୁ ବିପିଏଲ ତାଲିକାରେ ସାମିଲ କରି ଯୋଗ୍ୟ ହିତାଧିକାରୀଙ୍କୁ ସେଥିରୁ ବଞ୍ଚିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

ଏସବୁ ଦେଖି ପିଲାଦିନେ ଆମ ଗାଁ ସ୍କୁଲର ଏକ ଖେଳକୁଦ ପ୍ରତିଯୋଗିତା କଥା ମନେ ପଡେ । ଦୁଇଟି ପିଲାଙ୍କର ଗୋଟିଏ ଲେଖାଏଁ ଗୋଡ଼ ଏକାଠି ବାନ୍ଧି ଦେଇ କିଏ କେତେ ଶୀଘ୍ର ପଛକୁ ଦୌଡି ପାରିବେ ଦେଖିଲା ପରେ ପ୍ରାଇଜ୍ ଘୋଷଣା କରାଯାଏ । ଥରେ ସ୍କୁଲ ଭିଜିଟ୍‌ରେ ଆସିଥିବା ଇନ୍‌ସପେକ୍ଟର ଆମ ସାଧାରଣ ଜ୍ଞାନ ପରୀକ୍ଷାପାଇଁ ପିଲାଙ୍କୁ ପଚାରିଲେ, ପାଦେ ଆଗକୁ ଓ ଦି ପାଦ ପଛକୁ ପକାଇ ଚାଲିଲେ କେମିତି ଘରୁ

ବିକଳ୍ପ ବିଶ୍ୱ ୫୧