ପୃଷ୍ଠା:Chha mana atha guntha.pdf/୩୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇୟାଦ୍ କରିଥିବ । ପିଆଦା ଶେଖ ସଲାମ କରିଜଣାଇଲା, "ହଜୁର ଓଡ଼ିଶା ଜମିଦାରରୁ ଜଣେ ମହାଜନ ମୁଲାକାତ୍ ସକାଶେ ଆସିଛି ।"ହୁକୁମ ହେଲା,"ତାହାକୁ ହାଜର କରାଅ"। ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ନଗଦ ପାଞ୍ଚ ଟଙ୍କା ନାଜରାଣା ଥୋଇ ଦେଇ ଭୂମିରେ ହାତ ଲଗାଇ ତିନି ଥର ସଲାମ୍ କଲେ । ମଜଲିସ୍ ମଧ୍ୟରେ ଯେତେଜଣ ସଭ୍ୟ ବସିଥିଲେ, ସମସ୍ତଙ୍କୁ ଏକ ଏକ ସଲାକ କଲେ; ଖିଜମଦ୍‌ଦାର ମଧ୍ୟ ଛାଡ଼ିଗଲା ନାହିଁ । ମିଆଁ ହୁକୁମ କଲେ, "ବହୁତ କଦରଦାନ୍ ଆଦିମ୍ । "ପାଲାବାଲା ପାଳିଆମାନେ ଏକ ସ୍ୱରେ ଗୀତ ଧରିଲାପରି ସମସ୍ତେ ପାଳି ଦେଲେ, "ବହୁତ କଦରଦାନ୍ ବହୁତ ହୁସିଆର ଆଦମ୍ ।"
ମିଆଁ ପଚାରିଲେ,"ତୁମର ନାମ କଅଣ ?"
"ରାମଚନ୍ଦ୍ର ମଙ୍ଗରାଜ ।"
"କ୍ୟା ? ରାମଚନ୍ଦ୍ରର ମାମ୍‌ଲାବାଜ୍?"
"ନା ହଜୁର! ମଙ୍ଗରାଜ ।"
"ଆଚ୍ଛା, ଓଇ ହୁଆ, ରାମଚନ୍ଦ୍ରର୍ ମଙ୍ଗରାଜ "
ମଙ୍ଗରାଜ ଜଣାଇଲେ, "ମୁଁ ନିହାତି ଅଳ୍ପ କିଛି ଜିନିଷ ନଜର ଆଣିଅଛି ।" ହୁକୁମ ଦେଲେ ହାଜର କରିବି ।" "ବହୁତ ଆଚ୍ଛା ଘେନିଆସ ।" ଭେଟିବାର ଡାବ ତାଳପତ୍ର ଖଣ୍ତକରେ ଲେଖାଥିଲା, ପଢ଼ାଗଲା ପାଞ୍ଚଟା ଓଳିଆରେ ସରୁ ଅରୁଆ ଚାଉଳ ଭରଣେ ଆଠ ନଉତି, ମୁଗଜାଇ ଦୁଇ ଓଳିଆରେ ବତ୍ରିଶ ନଉତି, ହରଡ଼ ଜାଇ ଏକ ଓଳିଆକୁ ଅଠର ନଉତି, ଘିଅ ଏକ ମାଠିଆକୁ ପଚିଶ ସେର, ବନ୍ତଳ କାଠିଆ ପାଞ୍ଚ କାନ୍ଦି, ପାଚିଲା କଦଳୀ ଦୁଇକାନ୍ଦି, ଆଳୁ ଆଠବିଷା । ମିଆଁ ହୁକୁମ କଲେ, "ବହୁତ ଆଚ୍ଛା ଚାଉଳ, ପଲାଉ, ପଲାଇ ଲାଏକ, ଘିଅ ମଧ୍ୟ ବହୁତ ଭଲ ।" ମଙ୍ଗରାଜ କହିଲେ, "ହଜୁର ଆମ ଦୁନିଆର ମାଲିକ, ହଜୁରଙ୍କ ଦାନା ପନ୍ଦର ପୁରୁଷ ହେଲା ଖାଇ ଆସୁଅଛୁ । ଏ ତ ସାମାନ୍ୟ ଜିନିଷ, ମେହେରବାନି ହେଲେ ପଲାଉ ଚାଉଳ, ଘିଅ, ଡାଲି ବରାବର ହାଜର କରିବି । "ମିଆଁ ଓ ମିଆଁ ଓ ଓସ୍ତାତଜୀ ଭାରି ଖୁସିଟା ହୋଇ ତାନପୁରା କାନ ବା ହାତରେ ମୋଡ଼ି ସୁର ଦେଇବସିଲେ । ଗୁମ୍-ଗୁମ୍ ଗୁମ୍ ତାକ୍-ଧିନ୍ ଧିନ୍ ଧିନ୍ ତାକ୍ ଧିନ୍ ଧିନ୍ ଚାମ -ତାବଲା ବାଜି ଉଠିଲା । ମିଆଁ ହୁକୁମ ଦେଲେ, "ଯଲଦି ପଲାଉର