ପୃଷ୍ଠା:Chha mana atha guntha.pdf/୧୨

ଉଇକିପାଠାଗାର‌ରୁ
(ପୃଷ୍ଠା:Chha mana atha guntha.pdf/12ରୁ ଲେଉଟି ଆସିଛି)
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୃତୀୟ ପରିଚ୍ଛେଦ

ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂକୃଷିକର୍ମଣି । '
ଅସ୍ୟାର୍ଥଃ 'ବାଣିଜ୍ୟେ ଲକ୍ଷ୍ମୀଙ୍କବାସ, ତହୁଁ ଅଧେ କଲେ ଚାଷ ।'

ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟୀ କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ, ଏହିପରି କହନ୍ତେ

"ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ, ତହୁଁ ଅଧେ ବି ଏଲ୍ ପାଶ" ମଙ୍ଗରାଜଙ୍କ ନଅର ଦେଖି କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି ଏହା ଗୋଟିଏ ଅଦାଲତର ବି. ଏଲ୍. ପାଶୟା ଓକିଲ ଘର, ବାଷଠି ଘର, ଭଗ୍ନାଶଂର ସମଷ୍ଠି ମାନ୍ତ୍ର । କଥା କଣ ଜାଣନ୍ତି 'ଭାଗ୍ୟ ଫାଳତି ସର୍ବନ୍ତ୍ର' । ଏହି ଯେ ଅଦାଲତର ଓଳିରେ ଗଣ୍ତା ଗଣ୍ତା ଶାଲପାଗିଆ, ବୁଲୁଛନ୍ତି, ମଙ୍ଗରାଜଙ୍କ ପଛରେ ପଚିଶ ଘର ଭଗ୍ନାଂଶ ଗାଏ କରିବାକୁ କେତେ କଣ ମିଳିବେ? ସାଆନ୍ତେ ଆପେ କହନ୍ତି ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ । ନିଜ ବୁଦ୍ଧି ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏହିପରି ଶୁଣାଅଛି--ଶୁଣା କିମ୍ପା ଆମ୍ଭେମାନେ ଠିକ୍ କଥା ଜାଣୁ --ମଙ୍ଗରାଜେ ପ୍ରଥମେ ଗାଁ ପ୍ରଧାନ ଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଷଜମି ଚବିଶ ଦସ୍ତି ପଦିକାରେ ଚାରିବାଟି ଛ'ମାଣ, ଏହା ଛାଡ଼ି ତିରିଶି ବାଟି ସତର ମାଣ ଭାଗରେ ଲାଗିଅଛି । ଜମିସବୁ ଲାଖରାଜ, କିଛି ନିଷ୍ଠୀ ବାଜ୍ୟାପ୍ତି । ଅଧିକାଂଶ ଖରିଦା ବ୍ରହ୍ମୋତ୍ତର । ଚାଷ ବଳଦ ୫ ହଳ, ହଳିଆ ବାର ଜଣ, ଏମାନେ ବାର ମାସିଆ, ଜାତିରେ ବାଉରୀ -- ତିନି ଜଣ ପାଣ । ଚାଷ ଓ ବଗିଚା ଏମାନଙ୍କର ଜିମା । ମଙ୍ଗରାଜଙ୍କ ଶିକ୍ଷା ଓ ଉତ୍ସାହରେ ଏମାନେ କର୍ମଠ ଓ ଉତ୍ସାହୀ । ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ସ୍ୱାସ୍ଥ୍ୟ - ବିଧାନ ଶାସ୍ତ୍ରର ବିଧି । ଖରା ହେଉ