Jump to content

ପୃଷ୍ଠା:Galpa swalpa.djvu/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ଗୋଟିଏ ବୋଲି ଝିଅ, ନାମ ପଦ୍ମାବତୀ - ବୟସ ପନ୍ଦର ଯାଇ ଷୋଳ ପଶିଛି। ପାଟକ ଜାତିରେ ଏତେ ବଡ଼ ଅଭିଆଡ଼ୀ କନ୍ୟା ଘରେ ରଖିବାକୁ ମନା। ସାହୁର ଇଚ୍ଛା ଗୋଟିଏ ଘର-ଜୁଆଁଇ ରଖିବ। ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା, କନ୍ୟା ଘରେ ରହିଛି। କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ। କୁବେରର ନଜର ପଡ଼ିଲା, ଯୁଧିଷ୍ଠିର ଘରଜୁଆଁଇ ରଖିବ, ଅନ୍ୟଆଡ଼େ କନ୍ୟାକୁ ବିଭା ଦେବ ନାହିଁ। ତା ମନକଥା ମନରେ ଥାଏ।

କୁବେର ବର୍ଷକୁ ଥରେ ସୋନପୁର ଆଡ଼କୁ କୋଠି ତନଖି କରିବାକୁ ଯାଏ। ଦୁଇ ବର୍ଷ ଭିତରେ ଦୁଇ ତିନି ଥର ଯା ଆସ କରୁଛି। ସୋନପୁର ଯିବା ବେଳେ ନାଆ ହରିହରପୁର ଗାଁ ତଳବାଟରେ ଯାଏ। ଦୈବାତ୍‌ ସେହି ଗାଁ ପାଖରେ ସଞ୍ଜ ହୋଇ ପଡ଼େ। କୁବେର ଗାଁ ପାଖ ନଦୀର ଆର କୂଳରେ ନାଆ ଖଟାଇ ରୋଷେଇ ବାସ କରେ। କୁବେର ଘରେ କେବେ ସନ୍ଧ୍ୟା କି ହରିନାମ କରିବାର କେହି ଦେଖି ନାହିଁ। ଗୋଟାଏ ବଡ଼ କୋଥଳି ସଙ୍ଗରେ ଘେନି ଯାଇଥାଏ, ନଦୀକୂଳରେ ମେଲାଇ ଦେଇ ରାତି ଛ ଘଡ଼ିଯାଏ ଆଖି ବୁଜି ବସି ଜପ କରେ। ତେତିକିବେଳେ ଚାରିଆଡ଼କୁ ଅନାଇ ତୁନି ତୁନି କାରବାରିଆଙ୍କ ସଙ୍ଗରେ ମାଲ କିଣାବିକା କଥା ଚଳେ। ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେ ବେଳେ ଘଣ୍ଟା ବଜାଉ ଥାଏ।

ଯୁଧିଷ୍ଠିର ସାହୁ କୁବେର ସାହୁର ନାମ ଶୁଣିଥିଲେ, ଦେଖା ସାକ୍ଷାତ୍ ନ ଥିଲା। କୁବେର ସାହୁ ନଦୀ କୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡିକରେ ବସି ନଦୀ ପାର ହୋଇଗଲେ। କୁବେର ଖବର ନେଉଥାଏ, ଯୁଧିଷ୍ଠିରଙ୍କ ପହଞ୍ଚିବାବେଳକୁ କୁବେର ସାହୁଏ ଧ୍ୟାନରେ ବସିଛନ୍ତି। ଘଣ୍ଟାଏ ଦି'ଘଣ୍ଟା ବିତିଗଲା, ଧ୍ୟାନ ଭାଙ୍ଗୁ ନାହିଁ। ଧ୍ୟାନ ଦେଖି ଯୁଧିଷ୍ଠିର ତ ତରଳି ଗଲେଣି। ଧ୍ୟାନ ଭାଙ୍ଗିଲା। କୁବେର ସାହୁ ଯିମିତି ଖବର ପାଇଛି, ଧାଇଁ ଯାଏ ଯୁଧିଷ୍ଠିରଙ୍କ ଗୋଡ଼ତଳେ ପଡିବାକୁ ଯାଉଥିଲା, ଯୁଧିଷ୍ଠିର କହିଲେ, "ହାଁ ହାଁ! ଏ କଣ କରୁଛନ୍ତି - ଏ କଣ କରୁଛନ୍ତି? ଆପଣ ଧର୍ମପରାୟଣ ମୁଁ ପାପୀ, ମୋ ଗୋଡ଼ତଳେ ପଡିବେ?" କୁବେର କହିଲେ, "ଏ କଣ? ଆପଣ ସ୍ୱଜାତିର ମଉଡ଼ମଣି। ଘଣ୍ଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ।" ଯୁଧିଷ୍ଠିର କହିଲେ, "ନାହିଁ, ମୁଁ ଆପଣଙ୍କର ଧ୍ୟାନଭଙ୍ଗ କରାଇଲି ପରା? ମୋତେ କ୍ଷମା କରନ୍ତୁ।" ଦୁଇଜଣ କୁଣ୍ଢିଆକୁଣ୍ଢେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ, ସେ କହୁଛି ମୋତେ କ୍ଷମା କରନ୍ତୁ। ଦୁଇଜଣ ସାଷ୍ଟାମ ହୋଇ ଖଣ୍ଡିଏ କମ୍ବଳରେ ବସିଲେ। ଯୁଧିଷ୍ଠିର ପ୍ରସ୍ତାବ କଲେ, "ଆଜ୍ଞା, ଆପଣ ହେଲେ ଆମ ଜାତିର ମଉଡ଼ମଣି। ମୋ କୁଡିଆ ପାଖରେ ପଦାରେ ନୀତି ବଢା଼ଇବେ, ମୋର ଯେ ମହାପାପ ହେବ। ଉଠି ଆଜ୍ଞା ହେଉ - ବିଜେ କରନ୍ତୁ - ମୋ କୁଡିଆରେ ପାଦଧୂଳି ଦେଉନ୍ତୁ। ମୋ କୁଡିଆଖଣ୍ଡ ପବିତ୍ର ହେଉ।"

ଦୁଇ ସାହୁ ଯାଇ ଠାକୁର ମେଲାରେ ବସିଲେ। ଠାକୁର ଆଗରେ ଆସନରେ ବସିବାକୁ ମନା, ଦୁହେଁ ଯାକ ଭୂଇଁରେ ବସିଲେ। ରାତି ଅଧଯାଏଁ ଦୁଇ ସାହୁଙ୍କ ମଧ୍ୟରେ କଥାଭାଷା ଚଳିଲା। ଏ କଥା, ସେ କଥା, ବେପାର ବଣିଜ କଥା ହେଉଁ ହେଉଁ ବିଭା ପ୍ରସଙ୍ଗ ପଡିଗଲା। କୁବେର କହିଲେ, "ମୁଁ ବାପାଙ୍କ ମୁହଁରୁ ଢେରଥର ଶୁଣିଛି, ଆଗେ ଗଡ଼ଜାତ କନ୍ୟା ମୋଗଲବନ୍ଦିରେ ଥିଲେ, ମୋଗଲବନ୍ଦି କନ୍ୟା ବି ଗଡ଼ଜାତରେ ଥିଲେ। ନିହାତି ଦୂରଦୂରାନ୍ତ ବୋଲି ଊଣା ଅଧିକ ପଚାଶ ବର୍ଷ ହେଲା ବିଭା, ନେଣଦେଣ ବନ୍ଦ।" କଥା ଚଳୁ ଚଳୁ