ଜୟଦେବ
ଶ୍ରୀଜୟଦେବଭଣିତମିଦମତିଶୟମଧୁରିପୁନିଧୁବନଶୀଳଂ । ସୁଖମୁତ୍କଣ୍ଠିତଗୋପବଧୁକଥିତଂ ବିତନୋତୁ ସଲୀଳଂ ।୧୮। ହସ୍ତସ୍ରସ୍ତୁବିଳାସର୍ବଶମନୁଜ ଭ୍ରୂବଲ୍ଲୀମଦ୍ବଲ୍ଲବୀ ବୃନ୍ଦୋତ୍ସାରିଦୃଗନ୍ତବୀକ୍ଷିତମତିସ୍ୱେଦାର୍ଦ୍ରଗଣ୍ତସ୍ଥଳଂ । ମାମୁଦ୍ବୀକ୍ଷ୍ୟ ବିଲକ୍ଷିତସ୍ମିତସୁଧାମୁଗ୍ଧାନନଂ କାନନେ ଗୋବିନ୍ଦଂ ବ୍ରଜସୁନ୍ଦରୀଗଣବୃତଂ ପଶ୍ୟାମି ହୃଷ୍ୟାମି ଚ ।୧୯। ଦୁରାଲୋକସ୍ତୋକସ୍ତବକନବକୋଶୋକଲତିକା- ବିକାଶଃ କାସାରୋପବନପବନୋପି ବ୍ୟଥୟତି । ଅତି ଭ୍ରାମ୍ୟଭୃଙ୍ଗୀରଣିତରମଣୀୟାନମୁକୁଳ ପ୍ରସୁତିଶ୍ଚୂତାନାଂ ସଖି ଶିଖରିଣୀୟଂ ସୁଖୟତି ।୨୦।
କଟିମେଖଳା ମୋହର । ପୟରେ ରୁଣୁଝୁଣିତ ନୂପୁର । କ୍ରୀଡ଼ାକାଳେ ଏହୁ କରିବ ବାଦ । ପୂରିବ କେଳିସଦନେ ଶବଦ । ସେ ଜଗଜ୍ଜୀବନ । କେଶ ଧରି ମୁଖେ ଦେବେ ଚୁମ୍ବନ ।୧୯। ରତିସୁଖକାଳେ ଚୂତମୁକୁଳ । ଚାହିଁ ନ ପାରି ଲୋଚନ କମଳ । ନିଷ୍ପ୍ରାଣ ହୋଇଣ ଶଯ୍ୟା ଉପରେ । ଶୋଇଥିବି ମୁଁ ଅଳସିତ ଭରେ । ସେ ମଧୂସୁଦନ । କୋଟିମଦନ ପ୍ରସନ୍ନବନନ ।୨୦। ଶୁଣ ସଖି ଯାହା କହିଲି ମୁହିଁ । ହରିତୁଲେ ଭେଟ କର ଗୋ ସହି । କାମେ ଉତ୍କଣ୍ଠିତ ହୋଇ ତରୁଣୀ । ଭ୍ରମଇ ଲତାକୁଞ୍ଜଗୃହ ଜାଣି । କେତେହେଁକ ଦୂରେ । ଦେଖିଲା ହରିଙ୍କି ନାରୀବୃନ୍ଦରେ । ୨୧। ଜୟଦେବ କବି ଏ ଗୀତ ଭଣି । ବାସୁଦେବ କେଳିରସ ବଖାଣି । ଉତ୍କଣ୍ଠେ ରାଧିକା ସଖିକି କହି । ତିନିଲୋକକୁ ଏହି ସୁଧା ହୋଇ । ହେ ସକଳଜନ । ତୁମ୍ଭମାନଙ୍କୁ ଶୁଭ ହେଉ ଶୁଣ । ୨୨। ଶ୍ରୀକୃଷ୍ଣ ଯହୁଁ ଦେଖିଲେ ରାଧାକୁ । ସଲ୍ଲଜ୍ଜେ ଅତି ସଙ୍କୋଚ ମନକୁ । ହସ୍ତରୁ ମୋହନ ବେଣୁ ପଡ଼ିଲା । ଗଣ୍ତଯୁଗଳ ଝାଳରେ ବୁଡ଼ିଲା । ସ୍ତମ୍ଭିତ ଭ୍ରୁଲତା । ଉତ୍ସାହ ଲାଗିଲା ଗୋପବର୍ନିତା । ୨୩ । ହରଷ ହୋଇ ସେ ରାଧା ସୁନ୍ଦରୀ । କହଇ ଆସି ଶୁଣ ସହଚରୀ । ବେଢ଼ିଛନ୍ତି ବ୍ରଜଯୁବତୀଗଣେ । ଦେଖିଲି ହରି