ବନ୍ଧୁକଦ୍ୟୁତିବାନ୍ଧବୋୟମଧୁରଃ ସ୍ନିଗ୍ଧୋ ମଧୁକଚ୍ଛବି
ର୍ଗଣ୍ତେ ଚଣ୍ତି ଚକାସ୍ତି ନୀଳନଳିନଶ୍ରୀମୋଚନଂ ଲୋଚନଂ ।
ନାସାଭ୍ୟୋତି ତିଳପ୍ରସୁନପଦବୀଂ କୁନ୍ଦାଭଦନ୍ତି ପ୍ରିୟେ
ପ୍ରାୟସ୍ତ୍ୱନ୍ମୁଖସେବୟା ବିଜୟତେ ବିଶ୍ୱଂ ସ ପୁଷ୍ପାୟୁଧଃ ।୧୪।
ଦୃଶୌ ତବ ମଦାଳସେ ବଦନମିନ୍ଦୁସନ୍ଦୀପନଂ
ଗତିର୍ଜ୍ଜନମନୋରମା ବିଜିତରମ୍ଭମୂରୁଦ୍ୱୟଂ ।
ରତିସ୍ତବ କଳାବତିରୁଚିରଚିତ୍ରଲେଖେ ଭ୍ରୁବା
ବହୋ ବିବୁଧ ଯୌବତଂ ବହସି ତନ୍ୱି ପୃଥ୍ୱିଗତା ।୧୫।
ପ୍ରୀତିଂ ବସ୍ତନୁତାଂ ହରି କୁବଳୟାପୀଡ଼େନ ସାର୍ଦ୍ଧଂରଣେ
ରାଧାପୀନପୟୋଧରସ୍ମରଣକୃତ୍କୁମ୍ଭେନ ସମ୍ଭେଦବାନ୍
ଯତ୍ର ସ୍ୱିଦ୍ୟତି ମୀଳତି କ୍ଷଣମଥ କ୍ଷିପ୍ତେ ଦ୍ୱିପେ ତତ୍କ୍ଷଣାତ୍
କଂସସ୍ୟାଲମଭୁଜ୍ଜିତଂ ଜିତମିତି ବ୍ୟାମୋହକୋଳାହଳଃ ।୧୭।
ଇତି ଶ୍ରୀ ଗୀତଗୋବିନ୍ଦେ ମାନିନୀବର୍ଣ୍ଣନେ ମୁଗ୍ଧମାଧବୋ
ନାମ ଦଶମଃ ସର୍ଗଃ ।
ରମଣୀବର ।୨୮। ଅବନୀରେ ଜନ୍ମି ସ୍ୱର୍ଗବିଦ୍ୟାଧରିବୃନ୍ଦ ପ୍ରାୟ ଦିଶେ ଆଭା । ଯାହାର ଯେତେକ ଉତ୍ତମ ଗୁଣରେ ଘେନିଲୁ କି ଚାରୁଗତି । ବିପରୀତରମ୍ଭାଉରୂଯୁଗଳକୁ ରମ୍ଭା ଦେଖି ପାଏ ଭ୍ରାନ୍ତି । ମତ୍ତଭରେ ପୂର୍ଣ୍ଣଅଳସ ଦୃଷ୍ଟି ଯା ମଦାଳସା ଏହା ଭାବ । ବଦନ ତୋହର ଅକଳଙ୍କ ପୂର୍ଣ୍ଣଇନ୍ଦୁବତ ସଦାଭାବ ।୩୧। ସୁନ୍ଦର ଭ୍ରୂଲତା ସୁରେଖିତା ତୋର ଉରୁ ଚିତିରେଖାବତୀ । ରତିରସକଳାରେ ଅଟୁ କୁଶଳ ଘେନି ରମା କଳାବତୀ ।୩୨। ଏମନ୍ତେ ସକଳ ଭୁବନେ ବାଳୀଶ ସମ ନାହିଁ କେହି ତୋତେ । ବିବିଧ ଗୁଣରେ ପରିପୂର୍ଣ୍ଣ ଅଟୁ ବିନୟୀ କହିବି କେତେ ।୩୩। ଏରୂପେ ଅନେକ ପ୍ରକାରେ ରାଧାଙ୍କୁ ଚାଟୁ କଲେକ ମୁରାରୀ । ପ୍ରସନ୍ନ କରାଇ କେଳିସଦନକୁ ସୁମନେ ବିଜୟେ