ଗୋବର ଗୋଟେଇ
ଦୁଃଖରେ ଭରି ଉଠିଲା । ତେବେ କଣ ମଣିର ଗ୍ରହ ଖରାପ ? ଯେଉଁ ଡାଳ ଧଇଲେ ସେ ଡାଳ ଛିଡ଼ୁଚି । କି ଅସମ୍ଭବ କଥା ? ତାର କୋମଳ ହୃଦୟ ଚିଠି ପଢ଼ୁ ପଢ଼ୁ ଚମକି ଉଠିଲା । କି ସଇତାନିକାମ, କି ନିର୍ଲ୍ଲଜ କଥା ! ହାୟରେ ସଂସାର, ତୋର କେତେ ଭଳିର ଲୀଳା ନିତି ଅହରହ ଲାଗିଚି, କିଏ ତା ବୁଝିବ ?
ଚିଠିଟି ଏ ପାଖ ସେ ପାଖ କେତେ ଲେଉଟାଇଲା, ଥରେ ପଢ଼ିଲା, ଫିଙ୍ଗି ଦେଲା- ଦୁଇଥର ପଢ଼ିଲା, ଫିଙ୍ଗି ଦେଲା- ପୁଣି ଆଉଥରେ ପଢ଼ିଲା, କାଳେ କିଛି ସେ ଭୁଲ ପଢ଼ିଥିବ । ମାତ୍ର ସବୁ ଥର ତାକୁ ଏକା ଏକା ଜଣା ଗଲା । ତେବେ ମଣିର ଭାଗ୍ୟ ଅପ୍ରସନ୍ନ । ମଣି ତେବେ ଚାଣ୍ଡାଳୁଣୀ ? ହେଲା କଣ- ସେ ଚାଣ୍ଡାଳୁଣୀ ହେଉ, ସମାଜଚ୍ୟୁତା ହେଉ- ସରୋଜ ନିକଟରେ ତାର କଣ ସ୍ଥାନ ନାହିଁ ? ଭାବିଲା- ମାତ୍ର କିଛି ଠିକ୍ କରି ପାରିଲା ନାହିଁ । ଚିଠିରେ ଲେଖା ଥିଲା-
ଭାଇ ସରୋଜ,
ମୋର ବିବାହ ପାଇଁ ତୁମେ ଯେ ସବୁ ଠିକ୍ କରିଗଲ, ତାହା ଏବେ ତାଣ୍ଡବଲୀଳାରେ ଆସି ଉପସ୍ଥିତ । ତୁମେ ଭଲ କରି ଜାଣ ଯେ, ମୁଁ ମୋର ବାପା, ମାଆଙ୍କର ଇଚ୍ଛା ବିରୁଦ୍ଧରେ କିଛି କାମ କରିବି ନାଇଁ, କାରଣ ଆମର ସମାଜ ଅଛି- ଆମର ଜାତି ଅଛି । କ୍ଷତ୍ରିୟ ସମାଜର ଆଜି ସେ ବୀରତ୍ୱ ନ ଥାଇପାରେ; ମାତ୍ର ତାର ମହତ୍ତ୍ୱ ଅଛି ।
ମୋର ପିତା ତୁମ ମଣି ବିଷୟରେ କୁଆଡ଼ୁ କେତେ କଥା ସଂଗ୍ରହ କରିଚନ୍ତି । ମୁଁ ଲେଖି ପାରିବି ନାହିଁ, ତୁମ ମନରେ କଷ୍ଟ ଆସିପାରେ; ତେବେ ଏତିକି କହିପାରେ ଯେ ତାର ଜାତି ନାହିଁ- ତେଣୁ ମୋର ବିବାହ ସେଠି ହୋଇ ପାରିବ ନାହିଁ । ବୋଧହୁଏ ମୋର ପିତା ତୁମ୍ଭଙ୍କୁ