ଗୋବର ଗୋଟେଇ
ଆଶ୍ରା ପାଇଲେ ସମସ୍ତେ ନିର୍ଭୟ ହୁଅନ୍ତି । ସେ ବା କିଆଁ ନ ହେବ ? ଲଳିତ କଣ୍ଠରେ କହଲା-“ମୋ' ନାଁ ଯେମାମଣି ।"
"ଯେମାମଣି ! ଆଚ୍ଛା ବଡ ସୁନ୍ଦର ନାଁ ଟି ତ ? ଆଚ୍ଛା, ଝିଅ, ତମଘର ଏଇଠି କୁଠି କି?”
“ହଁ ଆମଘର ଏଇ ତୋଟା ଆରପାଖେ ବୁହେ ବାଟରେ' । ଆମ ଗାଁ ନାଁ ଶ୍ରୀଧରପୁର ।” ଶ୍ୟାମବାବୁଙ୍କର ମୋହ ଭାଙ୍ଗିଗଲା; ସେ ଭାବିଲେ “ସହର କେଉଁଠି- ମୁଁ ଆସିଲି କେଉଁଠି କି ? ମ-କି ଦୁର୍ଦ୍ଦଶା ! ଏତେ ବାଟ ବୁଲି ଆସିଲି ? ସେଠାରୁ କହିଲେ; “ତମ ଘରେ କିଏ ଅଛି?”
“ମୋର ଗୋଟିଏ ବୁଢ଼ୀମାଆ ଛଡ଼ା ଆଉ କେହି ନାହିଁ ।”
“ଆଛା- ଏଠିକି କିପରି ଅଇଲ ?” ଏପରି ଅଜସ୍ର ପ୍ରଶ୍ନ ପଚାରି ବଡ଼ କଷ୍ଟରେ ସେ ଏହି କଥାତକ ଶୁଣିଲେ ।
“-ଆମ ଘରେ ଆଜି କିଛି ନଥିଲା ଖାଇବାକୁ । ବୁଢୀମାଆ ସୂତା କାଟିଥିଲେ ଯେ ସେଥିରୁ ତିନୋଟି ପଇସା, ଆଉ ମୋ ଘଷି ବିକାରୁ ଦୁଇଟି ପଇସା, ଏମିତି ପାଞ୍ଚଟି ପଇସା ଘେନି ବେଳ ଥାଉ ଥାଉ ବଜାର କରି ଯାଇଥିଲି । ଆମ ଗାଁରେ ଚାଉଳ ଲୁଣ ହରିକା କିଛି ମିଳେ ନାହିଁ ଯେ, ସେଇଥିପାଇଁ ଆମେ ହେଇ ଯେଉଁ ଗାଁ ବିକ୍ରମଗଡ, ସେଠିକି କିଣି ଯାଉଁ । ମୁଁ ଚାଉଳ ଦିମାଣେ ଚାରି ପଇସାକୁ ଆଉ ପଇସାକର ଲୁଣ କାନିରେ ବାନ୍ଧି ତ ଏହି ତୋଟା ଆରପାଖେ ଅଛି, ଏହା ସମୟରେ ଘୋ' ଘୋ' ବରଷା ମାଡ଼ି ଆସିଲା । ଆଗକୁ ମୁଁ ଯାଇପାରିଲି ନାହିଁ । ଏଠି ରହିଲି । ମୋତେ ଯେଉଁ ଡର ମାଡ଼ିଲା ? ମୋର ବୁଢ଼ୀମା ଉପବାସରେ ଚାହିଁଥିବ । ଆଜି ଦିନଯାକ ଆମର କିଛି ନ ଥିଲା । କାଲିର ବାସି ଭାତ ତୋରାଣି ମନ୍ଦିଏ ଥିଲା ଯେ ମୁଁ ଖାଇଥିଲି- ମାଆ କିଛି ଖାଇ ନଥିଲା । ଏକୁ ନେଲେ ରୋଷେଇ କରିବୁ, ସେଠୁ ଖାଇବୁଁ । ମା କିମିତି ଥିବଟି ?