ଗୋବର ଗୋଟେଇ
କାନରେ କାଠି ଖଣ୍ଡିଏ- ବୋଧହୁଏ ଦାନ୍ତ ଖୁଣ୍ଟିବା ପାଇଁ ନାଁ କଣ । ମୁଣ୍ଡବାଳ ଚନ୍ଦା, ତେବେ ଯାହା ଅଛି ତାହା ଶତ ବାଙ୍କରେ ସୁଶୃଙ୍ଖଳ ପକେଟରେ ପାନବଟାଟି ଦିଶି ଯାଉଚି- ଗୋଡ଼ରେ ବନାରସୀ ଚିତ୍ର ବାଖର ଯୁତା ଦୁଇଟି- ଆଉ ହାତରେ ସିଂହବାଡ଼ି ଖଣ୍ଡିଏ ।
"ଆପଣ ବିଭୂତି ସାଆନ୍ତରାକୁ କେଉଁଦିନ ଟଙ୍କା ଦେଇଥିଲେ ?"
"ଟଙ୍କା ଦେଇଥିଲି କଣ ହଜୁର ! ମୋ ଉପରେ ଖଜଣା ଟଙ୍କା ଗୁଡ଼ାଏ ବାକିରେ ଥିଲା । ସେ ଦିନ, ଓହୋ ସେ ଚୋରି ଆଗଦିନ ହେବ କି ତା ପୂର୍ବଦିନ, ମୁଁ ଯାଇ ଥିଲି ତାଙ୍କ ପାଖକୁ । ଦେଖିଲି ଖଣ୍ଡେ ନୋଟ ତାଙ୍କ ପାଖେ ପଡ଼ିଚି । କହିଲି, ମତେ ଏଥିରୁ ଟିକିଏ ନିଷ୍କୃତି ଦିଅ ପଧାନେ ! ତମୁକୁ ଏ ମାଟିଗାଡ଼ିଆ ଜମିଖଣ୍ଡ ଲେଖି ଦଉଚି । ତାକୁ ଏହିକ୍ଷଣି ରଖୁ ପରେ ତ କବାଲା ଦେଇ ଦେବି । ଏହା କହି ତାଙ୍କୁ ତମସୁକ କରି ଦେଲି; ଆଉ ପାଉତି ଆଣିଲି । ସେ ଆଇଲା ବେଳେ ଡାକି କହିଲେ, "ଏ ନୋଟ ଖଣ୍ଡ ଜାଣିକରି ତମେ ନେଲ, ପୁଣି ମତେଦେଲ, ମୁଁ ନୋଟ ବୋଲି ଦେଖିଚି, ମାତ୍ର କେତେ ଟଙ୍କାର ସେ ବା, ତା ସ୍ୱରୂପ କଣ, ଜାଣେ ନାହିଁ ହଜୁର !"
ଏହି ସମୟରେ ବିଭୂତି ସାଆନ୍ତରା ଆଗଭରି କହିଲା- "ଦେଖି ନାହଁ ଆଉ କଣ- ମିଛ ଗୁଡ଼ାଏ ଧର୍ମ ବିଚାର ପାଖରେ କହୁଚ କିପରି ହେ ? ଆଉ ତାକୁ କହିବାକୁ ସରକାରୀ ପିଅନ ଅବସର ଦେଲା ନାହିଁ । ହାକିମଙ୍କର ପ୍ରିୟଭାଜନ ହେବାପାଇଁ କଡ଼ା ସ୍ୱରରେ କହି ଉଠିଲା, "ଚୁପ୍ କର ଚୁପ୍ କର ।"
ହାକିମ ସବ୍ଇନିସ୍ପେକ୍ଟରଙ୍କୁ ଚାହିଁ କହିଲେ- "ଏ ନୋଟରେ ଦଲିଲ କାହାର ?"