ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗୋବର ଗୋଟେଇ
ଅଶ୍ରୂନୀରେ ଧୋଇ ଦେବି ପାଦପଦ୍ମ
ତୁମେ ମୋ ହୃଦୟ ନିଧି,
ତୁମ କୃପା ବିନା ପାଇବି ନାହିଁ ମୁଁ
ଏ ଜୀବନେ କେବେ ସିଦ୍ଧି ।
ମୋ ହୃଦ ଆସନେ ନ ବସିବ ଯେବେ
କାନ୍ଦି ଫିଙ୍ଗିଦେବି ଦୂରେ,
ତୁମରି ନାମେ ମୁଁ ଗାଇବି ସଙ୍ଗୀତ
ଦୁଃଖେ ମର୍ମଭେଦୀ ସୁରେ ।
ତୁମରି ନାମକୁ କରି ଜପାମାଳି
ଘୋଷିବି ଦିବସ ନିଶି,
ତୁମରି ଚିନ୍ତାରେ କାଳ କାଟି ଦିନେ
ଧୂଳିସାଥେ ଯିବି ମିଶି ।
ନିରାଶ ଅନ୍ତରେ ଦେଇଥିଲ ଯେବେ
ଅମୀୟ ସେନେହ ଧାରା,
ସେହି ଦିନୁଁ ମୁଁ ତ କରି ନେଇଥିଲି
ତୁମ୍ଭଙ୍କୁ ହୃଦୟ ହାରା ।
ଯାଅ ଯାଅ ଭାସି ନବୀନ ପ୍ରବାହେ
ନଚାହଁ ନଚାହଁ ଆଉ
ତୁମ ବିମୋହନ ବଦନ-ତରଣୀ
ମନ-ନୀରେ ଭାସୁଥାଉ ।
ବିନୋଦର ପ୍ରାଣ କଣ ହୋଇଗଲା- ସେ ମନେ ମନେ ସରୋଜକୁ ଶତ ଧିକ୍କାର ଦେଲା । ଯା'ରେ---
ହାୟ ! ସେ କଣ କରିବ ? ବିଧିର ନିର୍ଦ୍ଦେଶ ଯାହା ତାହାହିଁ ହେବ ଏଥିରେ ସରୋଜର ଦୋଷ କଣ ?