ଗୋବର ଗୋଟେଇ
ତାର ଦିନ କଟିଯିବ । ମାତ୍ର ତାହା ହେଲା ନାହିଁ । ଦିନକର ସାଧାରଣ ଘଟଣାରେ ମଣି ଉପରେ ବଜ୍ର ପଡ଼ିଲା ।
ପିଉସୀ ଅଇଲା ଦିନୁଁ ସେ ନିଜର ରୋଷେଇ କରି ଖାଆନ୍ତି । ପୂଜାରୀ ରୋଷେଇ କରେ ଯେ, ମଣି ଆଉ ଚାକର ବାକର ଖାଆନ୍ତି । ମଣି ପିଉସୀଙ୍କର ପରିବା ବନେଇ ଦିଏ, କେତେ କାମ କରିଦିଏ । ଦିନେ ସେ ଖାଇ ବସିଛନ୍ତି, ଏଣୁ ମଣି ଗୋଟାଏ ଖବରକାଗଜ ନେଇ "ଏଇ ଦେଖିଲଣି ନାନି ?" କହି ତାଙ୍କ ଖାଇବା ଜାଗାରେ ଝଟ୍କିନା ପହଞ୍ଚିଗଲା । ସେ ଜାଣେ ନାହିଁ, ଏଥିପାଇଁ କିଛି ଗୋଳ ଲାଗିବ । ତାର ଆନନ୍ଦ ଏକା ଥରକେଚୂର୍ଣ୍ଣ ହୋଇଗଲା । ପିଉସୀ ପ୍ରାୟ ୩ ଭାଗ ଭାତ ଖାଇ ସାରିଥିଲେ; ମାତ୍ର ଛାଇ ପଡ଼ିଗଲା ବୋଲି ଝଟ୍କିନି ଉଠି ପଡ଼ିଲେ । ଆଉ କିଛି କହିଲେ ନାହିଁ । ମନେ ମନେ ଗୁଣୁ ଗୁଣୁ ହେଲେ, "କି ଦୁର୍ଯୋଗରେ ରାତି ପାହିଥିଲା- ଶୁଦ୍ରଛାଇ ଖାଇବା ବେଳୁଟାରେ ପଡ଼ିଲା- କଣ ହେବ... !"
ଆଉ ମଣି ଏକମିନିଟ ଛିଡ଼ା ହୋଇ ରହି ପାରିଲା ନାହିଁ; ତାର ମୁଣ୍ଡ ବୁଲାଇ ନେଲା- ସେ ଆସି ବଡ଼ କଷ୍ଟରେ ବିଛଣାରେ ଶୋଇ ପଡ଼ିଲା । ଆଉ ସେ ଦିନଠୁ ସେ ଖାଇବା ବେଳେ ତାଙ୍କ ପାଖ ମାଡ଼ିଲା ନାହିଁ । ମାତ୍ର ମନ ବଦଳାଇବା ପାଇଁ ବେଳେ ବେଳେ ଯଦିଚ ତାଙ୍କ ପାଖକୁ ଗଲା, ସେ କାହିଁକି ସୁଖରେ କଥା କହିଲେ ନାହିଁ ।
ଦିନେ ମଣି ଉପର ମହଲାରେ ଛିଡ଼ା ହୋଇଚି- ତାକୁ କେହି ଦେଖି ନାହିଁ- ବୁଢ଼ୀ ମେହେନ୍ତରିଆଣୀ ସଙ୍ଗେ ବସି ଗପ କରୁଚି- "ହଇଲୋ ଝିଅ, କହିଲୁ କହିଲୁ, ମୁଁ ବେଶୀ ଆପଣାର କି- ଏଇ ବଙ୍ଗାଳୁଣୀ ବେଶୀ ଆପଣାର ? ସରୋଜ କଣ ଏକୁ କହି ଯାଇଚି ମତେ ଏପରି ପଡ଼ି ଦେବା ପାଇଁ- ପୂଜାରୀ ଘରଭିତରୁ ଜିନିଷ ବାହାର କରି