କୁଆଡ଼େ ଦୂର ହୋଇ ଗଲା । ଏ ରାଣୀଙ୍କର ବୟସ ୩୦ ପର୍ଯ୍ୟନ୍ତ । ଏ ନିଃସନ୍ତାନ ବତୀ; ତଥାପି ଆଶାନ୍ୱିତା । ତାଙ୍କର ହାତରେ କାଚ ଅଛି; ସେ ବିଧାବାମାନଙ୍କ ଅପେକ୍ଷା ପରମଭାଗ୍ୟବତୀ ବୋଲି ତାଙ୍କର ଗର୍ବ ।
ହଠାତ୍ ଘରେ ପହଞ୍ଚି ମଣିକୁ ଦେଖି କହିଲେ, "ବୋଉ- ! ଏଇ କି ଲୋ ସେଇ ଗରିବ ଘର ପିଲାଟା ? କେଡ଼େଟିଏ ତ ହୋଇ ଗଲାଣି । ପାଣ ପଠାଣ କୋଉ ଜାତିର କଣ ଜଣାଗଲା ବୋଉ ?
ବୁଢ଼ୀଙ୍କୁ ପ୍ରଥମେ ଏହି କଥା ଶୁଣିବାକୁ ଟିକିଏ ଅଳ୍ପରେ କଷ୍ଟ ହେଲା; ମାତ୍ର ସେ ଭାବି ନେଲେ, "ହଁ, କ୍ଷତି କଣ- ମଣି କଣ ସେଇୟା ନୁହେଁ କି ? ମୋ ଝିଅତ ମୁହେଁ ମୁହେଁ କହିବା ବାଲା, ସେ କିଆଁ ସମାଳିବ ? ଅସଲ କଥା କହିବାରେ ଲାଜ କିଆଁ ?"
ମଣି ଏତେ ଆଦରରେ ପିଉସୀ ଝିଅ ଭଉଣୀକୁ ଓଳଗି ହୋଇ ଆନନ୍ଦରେ ଆସି ଯେଉଁ ଉପହାର ପାଇଲା, ତାହା ତାହାର ପ୍ରଥମ ସ୍ୱର୍ଣ୍ଣ ପଦକ । ତେବେ ସେ କଥାରେ ସେ ବିଚଳିତ ହେଲା ନାହିଁ । ଆଉ କି ଉପହାର ଅଛି, ପାଇବ ବୋଲି ଚାହିଁ ରହିଲା ।
ବୋଉ ଝିଅଙ୍କ କଥା ଶୁଣି ଉତ୍ତର କଲେ- "ହଁ, ହଁ ବିଚରାଟି ମୋର ଭାଇ ଥିଲା ବୋଲି ଥଳ କୂଳରେ ରହିଲା । ନୋହିଲେ ତ ଶେଷ ହୋଇ ଯାଇଥାନ୍ତା । ସରୋଜ ପରା ଏଇ ପୋଡ଼ାକପାଳୀ ପାଇଁ ବୁଲି ବୁଲି ଥକିଲାଣି ଲୋ ମା'- ଏ ରୂପକୁ ବର କୁଠୁ ଆସିବ ?"
ଏ ସବୁ ସତ୍ୟବାଦିତା ମଧ୍ୟରେ କି ଆନନ୍ଦର ମାଧୁରୀ ଧାରା ଗୁପ୍ତେ ଗୁପ୍ତେ ରହିଥିଲା, ତାହା ଦୀର୍ଘନିଃଶ୍ୱାସ ଛାଡ଼ି ଅନୁଭବ କରୁଥିଲା ମଣି ! ତାର ଆଖି ଛଳ ଛଳ ହେବା ସାଙ୍ଗେ ସାଙ୍ଗେ ପିଉସୀଙ୍କ