Jump to content

ପୃଷ୍ଠା:Matir chasi jatir padmashri.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୨୫) ଦେଲେ। ଏଇ ପୁଅ ମନପ୍ରାଣ ଦେଇ ଗୋ--ଶାଳାର ଉନ୍ନତିରେ ଲାଗି ପଡ଼ିଛଚନ୍ତି। ଚତୁର୍ଥ ପୁଅ ବର୍ତ୍ତମାନ ମାଟ୍ରିକ୍ ଛାତ୍ର। ତାର ରୁଚି ଅନୁସାରେ ସେ କୃଷି,ପଶୁ ବିଜ୍ଞାନ,କିମ୍ବା ଗୋ-ଶାଳାର ପରିଚାଳନା ମଧ୍ୟରୁ ଯେଊଁଥିରେ ବି٠ଏ٠ପାସ୍ କରି ନିଜର କ୍ଷେତ ବାଡ଼ିର ଦାୟିତ୍ୱରେ ରହିବ। ଯତୀନ୍ଦ୍ର ନାଥ ତାଙ୍କ ଗୋଶାଳାର ଊନ୍ନତି ପାଇଁ ସରକାରଙ୍କଠାରୁ ଦଶହଜାର ଟଙ୍କାର ରଣ ପାଇଛନ୍ତି। ଯଦିଓ ତାଙ୍କର ଆବଶ୍ଯକତାକୁ ଚାହିଁ ଏହା ଅତି କମ୍, ତେବେ ସୁଦ୍ଧା ଏହି ଊଣ ତାଙ୍କୁ ଭାରି ସାହାଯ୍ଯ କରିଥିଲା। ସେ ଶୀଘ୍ର ଗୋ--ଶାଳାଟିକୁ ବଢାଇ ଦେବାକୁ ମନ କରିଛନ୍ତି। ଏଥିପାଇଁ ୨୫ ହଜାର ଟଙ୍କାର ଛଡ଼ା(ମାଈ ବାଛୁରୀ) କିଣି ସାରିଲେଣି। ସେମାନଙ୍କ ପାଇଁ ପୁଣି ଘରହାର,ଖାଦ୍ଯ ପାନୀୟର ସୁବିଧା କରିବାକୁ ତ ପଡ଼ିବ ? ସେଥିରେ ସେ ନିଜର ସୁବିଧା କ 'ଣ ଦେଖିବେ ? ଆମ ଦେଶ ଆଜି ଏମିତି କର୍ମବୀରମାନଙ୍କୁ ଦରକାର କରୁଛି। ଯେତେ ଏଠାର ସ୍ବାଧୀନ ଆଉ କୁଶଳ କୃଷକ ଓ ଗୋରଷକ ବାହାରିବେ, ଆମ ଅବସ୍ଥା ସେତେ ସ୍ବଚ୍ଛଳ ଓ ଭଲହେବ। ବେଶୀ ପାଠପଢି ଏମିତି ବେଉସା କରିପାରିଲେ କେଡ଼େ ମଜା ସତେ।

                                                                                        --- --- ---